ପୌରାଧ୍ୟକ୍ଷଙ୍କ ଘରକୁ ବୋମାମାଡ଼ ଘଟଣାକୁ ନେଇ ଏପରି କିଛି କହିଲେ ଧର୍ମେନ୍ଦ୍ର ପ୍ରଧାନ
Advertisement
Article Detail0/zeeodisha/odisha1149606

ପୌରାଧ୍ୟକ୍ଷଙ୍କ ଘରକୁ ବୋମାମାଡ଼ ଘଟଣାକୁ ନେଇ ଏପରି କିଛି କହିଲେ ଧର୍ମେନ୍ଦ୍ର ପ୍ରଧାନ

ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ ବିଜେପି ଟିକେଟରେ ଢେଙ୍କାନାଳ ପୌରପାଳିକା ନିର୍ବାଚନରେ ​​ବିଜୟୀ ହୋଇଥିବା ଜୟନ୍ତୀ ପାତ୍ରଙ୍କ ଘର ଫାଟକରେ ବୋମା ଫିଙ୍ଗ ଯାଇଥିଲା । ଏନେଇ ବିଜେପି ନେତା ଜୟନ୍ତୀ ପାତ୍ର ଢେଙ୍କାନାଳ ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏ ବାବଦରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜରେ ଦେଖାଯାଉଛି ଯେ, ଜୟନ୍ତୀଙ୍କ ଘରର ଫାଟକକୁ କିଛି ଲୋକ ବୋମା ଫିଙ୍ଗିଥିଲେ । ବୋମା ବିସ୍ଫୋରଣ ଯୋଗୁଁ ଘରର କାନ୍ଥ କିଛି ମାତ୍ରାରେ ନଷ୍ଟ ହୋଇଯାଇଛି । 

  • ପୌରାଧ୍ୟକ୍ଷଙ୍କ ଘରକୁ ବୋମାମାଡ଼ ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ଡିଜିଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଆଶାବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ 
  • ଭୟ ଓ ଆତଙ୍କରାଜ ସୃଷ୍ଟି କରି ବିଜେପି ନେତାଙ୍କ ସ୍ୱରକୁ ଦବାଯାଇପାରିବ ନାହିଁ   
  • ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା କେବଳ ମୋ ପାଇଁ ନୁହେଁ ବରଂ ଓଡ଼ିଶାର ପ୍ରତ୍ୟେକ ନାଗରିକଙ୍କ ପାଇଁ ଚିନ୍ତାର ବିଷୟ 
  • ପ୍ରାକ୍ ଓ ପରବର୍ତ୍ତୀ ନିର୍ବାଚନୀ ହିଂସା ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଦର୍ଶାଉଛି  

Trending Photos

ପୌରାଧ୍ୟକ୍ଷଙ୍କ ଘରକୁ ବୋମାମାଡ଼ ଘଟଣାକୁ ନେଇ ଏପରି କିଛି କହିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଢେଙ୍କନାଳ (Dhenkanal) ରେ ନବ ନିର୍ବାଚିତ ପୌରାଧ୍ୟକ୍ଷା ତଥା ବିଜେପି ନେତ୍ରୀ ଜୟନ୍ତୀ ପାତ୍ର (BJP leader Jayanti Patra) ଓ ତାଙ୍କ ସ୍ୱାମୀ ରାମଚନ୍ଦ୍ର ପାତ୍ରଙ୍କୁ ଦୁବୃତ୍ତମାନେ ଦୁଇ ଦୁଇ ଥର ଟାର୍ଗେଟ୍ କରି ଆକ୍ରମଣ କରିବା ତଥା ତାଙ୍କ ବାସଭବନକୁ ବୋମା ମାଡ଼ ଘଟଣାରେ ଚିନ୍ତାବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan) ।   

ଏହି ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସ ଡିଜିଙ୍କ ସହ କଥା ହୋଇଥିବା ବେଳେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଘଟଣାରେ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଆଶା ବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ( Dharmendra Pradhan) ।  

ସେ ( Dharmendra Pradhan)  ଟ୍ୱିଟ୍ କରି କହିଛନ୍ତି ଯେ, ଢ଼େଙ୍କାନାଳ ହେଉଛି ଶାନ୍ତିପ୍ରିୟ ଅଞ୍ଚଳ । ଦୁର୍ବୃତ୍ତ ମାନେ ନିର୍ଭୟରେ ଏଭଳି ଘଟଣା ଘଟାଇବା ଅତ୍ୟନ୍ତ ଚିନ୍ତାଜନକ । ଭୟ ଓ ଆତଙ୍କରାଜ ସୃଷ୍ଟି କରି ବିଜେପି ନେତା (BJP Leader) ଙ୍କ ସ୍ୱରକୁ ଦବାଯାଇପାରିବ ନାହିଁ । ଏଭଳି ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା କେବଳ ମୋ ପାଇଁ ନୁହେଁ ବରଂ ଓଡ଼ିଶାର ପ୍ରତ୍ୟେକ ନାଗରିକଙ୍କ ପାଇଁ ଚିନ୍ତାର କାରଣ । ନିକଟ ଅତୀତରେ ପ୍ରାକ୍ ଓ ପରବର୍ତ୍ତୀ ନିର୍ବାଚନୀ ହିଂସା ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଦର୍ଶାଇବା ସହ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କଲା ଭଳି ମନେହେଉଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ ବିଜେପି ଟିକେଟରେ ଢେଙ୍କାନାଳ ପୌରପାଳିକା ନିର୍ବାଚନରେ ​​ବିଜୟୀ ହୋଇଥିବା ଜୟନ୍ତୀ ପାତ୍ରଙ୍କ ଘର ଫାଟକରେ ବୋମା ଫିଙ୍ଗ ଯାଇଥିଲା । ଏନେଇ ବିଜେପି ନେତା ଜୟନ୍ତୀ ପାତ୍ର ଢେଙ୍କାନାଳ ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏ ବାବଦରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜରେ ଦେଖାଯାଉଛି ଯେ, ଜୟନ୍ତୀଙ୍କ ଘରର ଫାଟକକୁ କିଛି ଲୋକ ବୋମା ଫିଙ୍ଗିଥିଲେ । ବୋମା ବିସ୍ଫୋରଣ ଯୋଗୁଁ ଘରର କାନ୍ଥ କିଛି ମାତ୍ରାରେ ନଷ୍ଟ ହୋଇଯାଇଛି । 

ଏହା ବି ପଢ଼ନ୍ତୁ:-ବଦଳିବେ ପିସିସି ସଭାପତି! ନିରଞ୍ଜନଙ୍କ ସ୍ଥାନ ନେବେ ଏହି ନେତା

ଏହା ବି ପଢ଼ନ୍ତୁ:-କୋଲେଷ୍ଟ୍ରଲ ବଢ଼ିଲେ ଏହି ତେଲରେ କେବେବି ରାନ୍ଧନ୍ତୁ ନାହିଁ ଖାଦ୍ୟ, ନଚେତ୍ ସିଧାସଳଖ ମୃତ୍ୟୁକୁ କରିବେ ଆମନ୍ତ୍ରଣ

ଏହା ବି ପଢ଼ନ୍ତୁ:-ସମାଜବାଦୀ ପାର୍ଟି ଛାଡ଼ିବେ ଆଜମ ଖାନ୍! ସମର୍ଥକମାନେ ଅଖିଳେଶଙ୍କ ବିରୋଧରେ ଖୋଲିଲେ ମୋର୍ଚ୍ଚା

ଏହା ବି ପଢ଼ନ୍ତୁ:-ଶାହଙ୍କ ବୟାନକୁ ନେଇ ଅସନ୍ତୋଷ ପ୍ରକାଶ କଲେ ପ୍ରକାଶ ରାଜ, କହିଲେ-ଆମେ ଚେତାବନୀ ଦେଉଛୁ...

 

ସେପଟେ ଜୟନ୍ତୀ ପାତ୍ର (BJP leader Jayanti Patra) କହିଛନ୍ତି ଯେ, ଆମେ ସମସ୍ତେ ଆମ ଘରେ ଶୋଇଥିଲୁ । ବିସ୍ଫୋରଣର ଶବ୍ଦ ଶୁଣିବା ପରେ ସମସ୍ତେ ଉଠି ଯାଇଥିଲୁ । ସେହି ସମୟରେ ରାତିର ପ୍ରାୟ ୧.୪୦ ମିନିଟ ଥିଲା । ଯେତେବେଳେ ଆମେ ସମସ୍ତେ ଘରୁ ବାହାରକୁ ଆସିଲୁ, ଦେଖିଲୁ ଫାଟକ ନିକଟରେ ଧୂଆଁ ବାହାରୁଛି । ସିସିଟିଭିରେ ପୂରା ଦୃଶ୍ୟ କଏଦ ହୋଇଛି । ତେବେ କିଏ ବୋମା ଫିଙ୍ଗିଛି ତାହା ଜଣା ପଡିନାହିଁ । ସେ କହିଛନ୍ତି ଯେ ଆମର ଅନେକ ବିରୋଧୀ ଅଛନ୍ତି । ଏହା ବିଜେଡି (BJD) ର କାମ ହୋଇପାରେ ବୋଲି ସେ କହିଛନ୍ତି ।