CUET UG Exam 2024 : ଏହି ଦିନ ହେବ ସିୟୁଇଟି ୟୁଜି ପରୀକ୍ଷା
Advertisement
Article Detail0/zeeodisha/odisha2237698

CUET UG Exam 2024 : ଏହି ଦିନ ହେବ ସିୟୁଇଟି ୟୁଜି ପରୀକ୍ଷା

CUET 2024: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର।  ଚଳିତ ମାସ ୧୫ ତାରିଖରେ ଆରମ୍ଭ ହେବ ଏକକ ବିଶ୍ବ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା  (CUET-UG)। ଏହି ପରୀକ୍ଷା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ଥର ୬୩ଟି ପେପର ପାଇଁ ପରୀକ୍ଷା ହେବ ବୋଲି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ସୂଚନା ପ୍ରକାଶ ପାଇଛି। 

ALSO READ: Matric Result 2024: ଏହି ଦିନ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ !

ଏଠାରେ ଦେଖନ୍ତୁ ପୂରା କାର୍ଯ୍ୟସୂଚୀ:

ସୂଚନା ଅନୁସାରେ, ଫିଜିକ୍ସ, କମ୍ପ୍ୟୁଟର ସାଇନ୍ସ, ଆକାଉଣ୍ଟାନ୍ସି, ଅର୍ଥନୀତି, ଇନଫର୍ମେସନ ପ୍ରାକ୍ଟିସେସ୍, କେମେଷ୍ଟ୍ରି, ଗଣିତ ଓ ଜେନେରାଲ ଟେଷ୍ଟ ର  ସମୟସୀମା ୬୦ ମିନିଟ୍ ରହିବା ଏବଂ ବାକି ସମସ୍ତ ବିଷୟର ପରୀକ୍ଷା ୪୫ ମିନିଟ୍ ରେ କରାଯିବ ବୋଲି ଜଣାପଡିଛି। ସେହିପରି ପରୀକ୍ଷା ଆରମ୍ଭ ଦିନ ଅର୍ଥାତ୍ ୧୫ ତାରିଖ ଦିନ ଇଂରାଜୀ, କେମେଷ୍ଟ୍ରି, ବାୟୋଲୋଜି ଓ ଜେନେରାଲ ଟେଷ୍ଟ ହେବ। ସେହିପରି ୧୬ ତାରିଖରେ ଅର୍ଥନୀତି, ହିନ୍ଦୀ, ଫିଜିକ୍ସ, ଗଣିତ ପରୀକ୍ଷା କରାଯିବାକୁ ସ୍ଥିର ହୋଇଥିବା ବେଳେ ୧୭ ରେ ଭୂଗୋଳ, ଶାରିରୀକ ଶିକ୍ଷା, ବିଜନେସ୍ ଷ୍ଟଡିଜ୍ ଓ  ଆକାଉଣ୍ଟାନ୍ସି  ଏକ୍ସାମ୍ କରାଯିବ। ୧୮ରେ ଇତିହାସ, ରାଜନୀତି ବିଜ୍ଞାନ, ସୋସିଓଲୋଜି, ୨୧ରେ ଓଡ଼ିଆ ସମେତ ବିଭିନ୍ନ ଆଞ୍ଚଳିକ ଭାଷାରେ ପରୀକ୍ଷା ହେବ। ସେହିପରି ୨୨ ରେ କମ୍ୟୁଟର ସାଇନ୍ସ,  ଓ ୨୪ରେ ମାସ୍ ମିଡିଆ, ଟୁରିଜିମ ଆଦି ବିଷୟରେ ପରୀକ୍ଷା ହେବାକୁ ସ୍ଥିର କରାଯାଇଛି। ସେହିପରି, ୨୧, ୨୨ ଓ ୨୪ ତାରିଖରେ କମ୍ୟୁଟର ବେସଡ଼୍ ପରୀକ୍ଷା କରାଯିବ।