Matric Result 2024: ଏହି ଦିନ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ !
Advertisement
Article Detail0/zeeodisha/odisha2229523

Matric Result 2024: ଏହି ଦିନ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ !

Matric Result 2024: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଖୁବଶିଘ୍ର ପ୍ରକାଶ ପାଇବା ମାଟ୍ରିକ୍ ରେଜଲ୍ଟ। ପଢନ୍ତୁ ପୂରା ଖବର...

Matric Result 2024: ଏହି ଦିନ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ !

Matric Result 2024: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଖୁବଶିଘ୍ର ପ୍ରକାଶ ପାଇବା ମାଟ୍ରିକ୍ ରେଜଲ୍ଟ। ମେ ଦ୍ବୀତିୟ ସସ୍ତାହ ସୁଦ୍ଧା ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ । ବୋର୍ଡ଼ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଉତ୍ତର ଖାତା ମୂଲ୍ୟାଙ୍କର ତ୍ରୃଟି ଯାଂଚ ଓ ସଂଶୋଧନ ପ୍ରକ୍ରିୟା  ଶେଷ ପର୍ଯ୍ୟାୟରେ ରହିଛି। ପ୍ରଥମ ଥର ଲାଗି ବୋର୍ଡ଼ ପକ୍ଷରୁ ମାଟ୍ରିକ୍ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ୍ ପ୍ରମାଣପତ୍ର ପ୍ରଦାନ କରାଯିବ। ପରୀକ୍ଷା ଫଳ ପ୍ରକାଶ ପାଇବାର ଦିନକ ମଧ୍ୟରେ ଛାତ୍ରଛାତ୍ରୀ ବୋର୍ଡ଼ ଓ୍ବେବ୍ ସାଇଟ୍ ରୁ ଡିଜିଟାଲ୍ ପ୍ରମାଣପତ୍ର ଡାଉନଲୋଡ୍ କରିପାରିବେ। 

ଏହାବି ପଢନ୍ତୁ :Guru Gochar 2024: ଆଜିଠୁ ଏହି ସବୁ ରାଶିଙ୍କର ବଦଳିବ ଭାଗ୍ୟ, ବୃହସ୍ପତିଙ୍କ ଚଳନ ଦେବ ଶୁଭଫଳ

ଉକ୍ତ ଅନଲାଇନ୍ ପ୍ରମାଣପତ୍ର ସମସ୍ତ କ୍ଷେତ୍ରରେ ଗ୍ରହଣୀୟ ହେବ। ଯଦି କୌଣସି କାରଣରୁ  ଅନଲାଇନ୍ ପ୍ରମାଣପତ୍ର ହଜିଯାଏ । ତେବେ ପୁଃନ ଅନଲାଇନ୍ ଯୋଗେ ନକଲି ପ୍ରମାଣପତ୍ର ଲାଗି ୫୦୦ ଟଙ୍କା ଜରିମାନା ଦେବାକୁ ପଡି଼ବ। ବୋର୍ଡ଼ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇ କହିଛନ୍ତି  ପରୀକ୍ଷା ଫଳ ପ୍ରକାଶର ମାସକ ମଧ୍ୟରେ ଛାତ୍ରଛାତ୍ରୀ ପ୍ରମାଣପତ୍ରର ପ୍ରିଣ୍ଟକପି ପାଇପାରିବେ। ଗତ ଫେବୃଆରୀ ୨୦ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ୫ ଲକ୍ଷ ୫୧ ହଜାର ୬୧୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।