Pushpa 2: ରିଲିଜ ପୂର୍ବରୁ ରେର୍କଡ଼ କଲା ପୁଷ୍ପା-୨, ଇନଷ୍ଚାଗ୍ରାମରେ ପୋଷ୍ଟରକୁ ମିଳିଲା ଏତିକି ମିଲିୟନ୍…
Advertisement
Article Detail0/zeeodisha/odisha1824526

Pushpa 2: ରିଲିଜ ପୂର୍ବରୁ ରେର୍କଡ଼ କଲା ପୁଷ୍ପା-୨, ଇନଷ୍ଚାଗ୍ରାମରେ ପୋଷ୍ଟରକୁ ମିଳିଲା ଏତିକି ମିଲିୟନ୍…

Pushpa 2: ଏହା ଫାଷ୍ଟ ଲୁକ୍ ପୋଷ୍ଟର ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି କରିଛି । ଏହି ପୋଷ୍ଟରକୁ ଇନଣ୍ଚାଗ୍ରାମରେ ମିଳିଛି ୭ ମିଲିୟନ୍ ଲାଇକ। ଫିଲ୍ମରେ ନିର୍ମାତା ମାନେ ଆଇକୋନିକ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନ ଉପଲକ୍ଷେ ଏହି ଫିଲ୍ମର ବହୁ ପ୍ରତୀକ୍ଷିତ ପ୍ରଥମ ପୋଷ୍ଟର ଦର୍ଶକଙ୍କ ସହ ସେୟାର କରିଥିଲେ ।

ସୌ(ସୋସିଆଲ ମିଡିଆ)

Pushpa 2: ରିଲିଜ ପୂର୍ବରୁ ପୁଣିଥରେ ଚର୍ଚ୍ଚାକୁ ଆସିଛି ଅଲ୍ଲୁ ଅର୍ଜୁନ ଷ୍ଟାରର ଫିଲ୍ମ ପୁଷ୍ପା-୨ (Pushpa 2) । ଏହାର ଫାଷ୍ଟ ଲୁକ୍ ପୋଷ୍ଟର ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି କରିଛି । ଏହି ପୋଷ୍ଟରକୁ ଇନଣ୍ଚାଗ୍ରାମରେ ମିଳିଛି ୭ ମିଲିୟନ୍ ଲାଇକ। ଫିଲ୍ମରେ ନିର୍ମାତା ମାନେ ଆଇକୋନିକ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନ ଉପଲକ୍ଷେ ଏହି ଫିଲ୍ମର ବହୁ ପ୍ରତୀକ୍ଷିତ ପ୍ରଥମ ପୋଷ୍ଟର ଦର୍ଶକଙ୍କ ସହ ସେୟାର କରିଥିଲେ ।

ଖବର ଅନୁଯାୟୀ, ମୈତ୍ରୀ ମୁଭି ମେକର୍ସ ଏନେଇ ସୂଚନା ଦେଇ ଲେଖଛନ୍ତି, ଆଇକନ୍ ଷ୍ଟାର୍ ଅଲ୍ଲୁ ଅର୍ଜୁନ ପୁଷ୍ପା ୨ ଦି-ରୁଲର ପ୍ରଥମ ଲୁକ୍ ଏକ ରେକର୍ଡ ସୃଷ୍ଟି କରିଛି। ଇନଷ୍ଟାଗ୍ରାମରେ ୭ ମିଲିୟନ୍ ଲାଇକ ହାସଲ କରିଥିବା ପ୍ରଥମ ଭାରତୀୟ ପୋଷ୍ଟର ଭାବେ ଏହା ମାନ୍ୟତା ହାସଲ କରିଛି । ଫିଲ୍ମ ରିଲିଜ ହେବା ନେଇ ଘୋଷଣା ହେବା ପରଠାରୁ 'ପୁଷ୍ପା ୨କୁ ନେଇ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି। ଯାହା ଏହାର ସଫଳତାକୁ ଏବେ ଠାରୁ ନିଶ୍ଚିତ କରୁଛି । ଗତ ଏପ୍ରିଲ ମାସ ୭ ତାରିଖରେ (Pushpa 2) ‘ପୁଷ୍ପା -୨’ର ଟିଜିର ରିଲିଜ୍ ହୋଇଥିଲା । ଟିଜର ଆରମ୍ଭରୁ ପୁଷ୍ପା ଭୂମିକାରେ ନଜର ଆସିଥିବା ଅଲ୍ଲୁ ଅର୍ଜୁନକୁ ପୋଲିସ ଏନକାଉଣ୍ଟର କରୁଥିବା ଦେଖିବାକୁ ମିଳିଥିଲା। ଏହାପରେ ପୁଷ୍ପା କୌଣସି ସ୍ଥାନରେ ନିଖୋଜ ହୋଇଯାଉଛନ୍ତି । ପରେ ସହର ସାରା ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ସହ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଉଛି । ପୋଲିସର ଲାଠି ଚାର୍ଜ ସହ ଲୋକେ ହାଏ-ହାଏ ସ୍ଲୋଗାନ୍ ଦେଉଥିବା ଦେଖିବାକୁ ମିଳୁଛି । ଭିଡିଓ ଶେଷରେ ପୁଷ୍ପାଙ୍କ ନାମ ଦେଖିବାକୁ ମିଳୁଛି ଏହା ସହିତ ଏକ ପ୍ରଶ୍ନ ଆସୁଛି ଯେ 'ପୁଷ୍ପା କେଉଁଠାରେ?'  ସେହିପରି ‘ପୁଷ୍ପା -୨’ର ପୋଷ୍ଟରରେ (pushpa 2 poster) ଅଲ୍ଲୁ ଅର୍ଜୁନ (Allu Arjun) ବେକକୁ ବଙ୍କା କରି ଶାଢୀ ପିନ୍ଧିବା, ଗୋଟିଏ ହାତରେ ପିସ୍ତଲ ଆଉ ସେହି ହାତର ନଖରେ ନେଲପଲିସ ଲଗାଇଥିବାର ନଜର ଆସିଥିଲେ। ହାତରେ ଚୁଡ଼ି ସହ ଗଳାରେ କଞ୍ଚା ଲେମ୍ବୁର ମାଳା ପକାଇଥିବା ଏହି ଫଟୋକୁ  ଦେଖି ଫ୍ୟାନ୍ସମାନେ ଚକିତ ହୋଇଯାଇଥିଲେ।

 

 
 
 
 

 
 
 
 
 
 
 
 
 
 
 

A post shared by Allu Arjun (@alluarjunonline)

ମାଲାକାନଗିରି (Malkangiri) ଜିଲ୍ଲା ଚିତ୍ରକୋଣ୍ତା ସ୍ବାଭିମାନ ଅଞ୍ଚଳରେ ଅଲ୍ଲୁ ଅର୍ଜୁନଙ୍କ ସୁପରହିଟ୍ ଫିଲ୍ମ “ପୁଷ୍ପା” ପାର୍ଟ- ୨ ସୁଟିଂ କରାଯାଇଛି । ଆନ୍ଧ୍ର ଓଡ଼ିଶା ସୀମାନ୍ତ ତରାବୁ ଜଳ ପ୍ରପାତ ନିକଟରେ ସୁଟିଂ (Pushpa 2 Shooting) ଲାଗି ପୂରା ଟିମ୍ ପହଞ୍ଚିଲା । ଫିଲ୍ମର ସୁଟିଂ ନେଇ ସ୍ବାଭିମାନ ଅଞ୍ଚଳର ଘଞ୍ଚ ଜଙ୍ଗଲରେ ଫିଲ୍ମର ସେଟ ଅପ ତିଆରି ହୋଇଥିଲା । ଜିଲ୍ଲାପାଳ ଓ ଏସପିଙ୍କ ଠାରୁ ଅନୁମତି ମିଳିବା ପରେ ଫିଲ୍ମର ପ୍ରଯୋଜକ ସଂସ୍ଥା ପକ୍ଷରୁ କିଛି ଦୃଶ୍ୟ ଏହି ସ୍ବାଭିମାନ ଅଞ୍ଚଳରେ ସୁଟିଂ (Pushpa 2 Shooting) କରିବା ନେଇ ସ୍ଥିର କରାଯାଇଥିଲା । ଖାଲି 'ପୁଷ୍ପା ୨' (Pushpa 2), ନୁହେଁ ଏହା ପୂର୍ବରୁ ବନିଙ୍କ ପ୍ରଥମ ବ୍ଲକବଷ୍ଟର ଫିଲ୍ମ 'ଆର୍ଯ୍ୟ'ର (Arjya) ସୁଟିଂ ମଧ୍ୟ ଓଡିଶାର ରାୟଗଡା ଜିଲ୍ଲାରେ କରାଯାଇଥିଲା । ସୁକୁମାରଙ୍କ ନିର୍ଦ୍ଦେଶିତ (Sukumar) ପୁଷ୍ପା-୨ ପ୍ରଥମ ପାର୍ଟ-ଭଳି ସୁପଟହିଟ୍ ହେବେ ବୋଲି ଆଶା ରଖାଯାଇଛି । 'ପୁଷ୍ପା ୨'ର ରିଲିଜ୍ ତାରିଖ ନେଇ ଏଯାବତ୍ ମେର୍କସଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ । କିନ୍ତୁ ଗଣମାଧ୍ୟମ ରିପୋର୍ଟ, ଏହି ଫିଲ୍ମ ୨୦୨୩ ଶେଷ କିମ୍ବା ୨୦୨୪ ର ପ୍ରାରମ୍ଭ ମାସରେ ପରଦାକୁ ଆସିପାରେ।

Also Read-Gadar 2 Vs OMG 2 Box Office Collection Day 4: 'ଗଦ୍ଦର-୨' ନା 'ଓଃ ମାଇଁ ଗଡ଼-୨ ', ଜାଣନ୍ତୁ ବକ୍ସ ଅଫିସରେ କାହାର ରହିଛି ପଲ୍ଲା ଭାରି?