Jaya Bachchan: 'ମୋ ନାତୁଣୀ ବାହା ନ ହୋଇ ମା' ହେଲେ ମୋର କୌଣସି ଅସୁବିଧା ନାହିଁ'
Advertisement
Article Detail0/zeeodisha/odisha1416804

Jaya Bachchan: 'ମୋ ନାତୁଣୀ ବାହା ନ ହୋଇ ମା' ହେଲେ ମୋର କୌଣସି ଅସୁବିଧା ନାହିଁ'

Jaya Bachchan: ଭେଟେରାନଙ୍କ ଆକ୍ଟର ଜୟା ବଚ୍ଚନ (Veteran Actress Jaya Bachchan) । ଜୟା କୌଣସି ଫିଲ୍ମ ପାଇଁ ଚର୍ଚ୍ଚାରେ ନାହାଁନ୍ତି ବରଂ ନିଜ ନାତୁଣୀ ଉଦ୍ଦେଶ୍ୟରେ ଦେଇଥିବା ମନ୍ତବ୍ୟ ପାଇଁ ସେ ଏବେ ଚର୍ଚ୍ଚାରେ ରହିଛନ୍ତି।

ସୌଜନ୍ୟ : ସୋସିଆଲ ମିଡିଆ

Jaya Bachchan: ଭେଟେରାନଙ୍କ ଆକ୍ଟର ଜୟା ବଚ୍ଚନ (Veteran Actress Jaya Bachchan) । ଜୟା କୌଣସି ଫିଲ୍ମ ପାଇଁ ଚର୍ଚ୍ଚାରେ ନାହାଁନ୍ତି ବରଂ ନିଜ ନାତୁଣୀ ଉଦ୍ଦେଶ୍ୟରେ ଦେଇଥିବା ମନ୍ତବ୍ୟ ପାଇଁ ସେ ଏବେ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ ସେ 'ହ୍ୱାଟ୍ ଦି ହେଲ ନବ୍ୟା' (What The Hell Navya) ଙ୍କ ଏକ ପୋଡକାଷ୍ଟରେ ଶାରୀରିକ ସମ୍ପର୍କକୁ ନେଇ ବଡ ବୟାନ ଦେଇଛନ୍ତି । ଜୟା ନିଜ ନାତୁଣୀ ନବ୍ୟାଙ୍କ ଶାରୀରିକ ସମ୍ପର୍କ ଉପରେ ଉପଦେଶ ଦେଇ ଏପରି କହିଛନ୍ତି । ଜୟା କହିଛନ୍ତି, 'ନବ୍ୟା ଯଦି ବାହା ନ ହୋଇ ସନ୍ତାନ ଜନ୍ମ ଦିଅନ୍ତି, ତେବେ ତାଙ୍କର କୌଣସି ଅସୁବିଧା ନାହିଁ'। ସେ ଆହୁରୀ ମଧ୍ୟ କହିଛନ୍ତି ଯେ,ତାଙ୍କ ସମୟରେ ଏହି ଏକ୍ସପେରିମେଣ୍ଟ୍ କରିପାରି ନ ଥିଲେ ।

 

କୌଣସି ସମ୍ପର୍କ କେବଳ ପ୍ରେମ ଓ ଭରଷାରେ ବେଶି ଦିନ ତିଷ୍ଠି ରହିପାରେ ନାହିଁ, ଏଥିପାଇଁ ଶାରୀରିକ ସମ୍ପର୍କ ରହିବା ଜରୁରୀ ବୋଲି ସେ କହିଛନ୍ତି । ଯଦି ନବ୍ୟା ବିବାହ ବିନା ମା ହୁଅନ୍ତି, ‌ତେବେ ସେଥିରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି ।  ରିଲେସନସିପ୍ ବା ପ୍ରେମ ସମ୍ପର୍କକୁ ଦୀର୍ଘ ସ୍ଥାୟୀ କରିବାକୁ ହେଲେ ମାନଷିକ ଓ ଶାରୀରିକ ଆକର୍ଷଣ ନିହାତି ଆବଶ୍ୟକ। କାହିଁକିନା ଭରଷା ଓ ବିଶ୍ବସାରେ ଆଜିର ପ୍ରେମ ସମ୍ପର୍କ ଭାଙ୍ଗି ଯାଉଛି ।  ଏଭଳି ସମ୍ପର୍କରେ ଆମେ କେବେବି ଚିନ୍ତା କରି ନ ଥିଲୁ । କିନ୍ତୁ ଆମ ପରେ ଯେଉଁ ନୂଆ ଜେନେରେସନ ଆସିଛନ୍ତି । ସେମାନେ ସମ୍ପୁର୍ଣ୍ଣ ଆମ ଠାରୁ ଭିନ୍ନ ।  

 

ଏହାବି ପଢନ୍ତୁ :Urfi Javed News: ଛଟ ପୂଜାରେ ସୋସିଆଲ ମିଡିଆରେ ନିଆଁ ଲଗାଇଲେ ଉର୍ଫି, ପୁଣି ହେଲେ ଟପଲେସ୍

ଏହାବି ପଢନ୍ତୁ :Kantara Film: 'କାନ୍ତାରା' ଅଭିନେତାଙ୍କୁ ଭେଟିଲେ ରଜନୀକାନ୍ତ, ଜାଣନ୍ତୁ କାହିଁକି ?

ଏହାବି ପଢନ୍ତୁ :Urfi Javed: ମାଳିରେ ତିଆରି ଡ୍ରେସ ପିନ୍ଧିଲେ ଉର୍ଫି

ସେ ମଧ୍ୟ ପ୍ରେମ ସମ୍ପର୍କ ଅର୍ଥାତ୍ ଆଜିର ଜେନେରେସନର ପ୍ରେମ ସମ୍ପର୍କକୁ ନେଇ ମଧ୍ୟ କିଛି ମତ ରଖିଛନ୍ତି । ଜୟା କହିଛନ୍ତି  ଯେ, ନିଜର ଭଲ ବନ୍ଧୁଙ୍କୁ ବିବାହ କରିବା ଉଚିତ୍ । ତୁମେ ମଧ୍ୟ ଭଲ ବନ୍ଧୁ ହେବା ଜରୁରୀ । ସାଙ୍ଗମାନଙ୍କ ସହିତ ତୁମେ ଏହା ବିଷୟରେ ଆଲୋଚନା କରିବା ଉଚିତ୍ । ଯଦି ତୁମେ ନିଜ ବନ୍ଧୁଙ୍କୁ ପସନ୍ଦ କରୁଛ, ତେବେ ତାଙ୍କୁ କହିବା ଦରକାର ଯେ ,ମୁଁ ଚାହେଁ ଆମ ଦୁହିଁଙ୍କର ସନ୍ତାନ ହେଉ, କାରଣ ମୁଁ ତୁମକୁ ପସନ୍ଦ କରେ । ମୁଁ ଭାବୁଛି ତୁମେ ବହୁତ ଭଲ,ତେଣୁ ଆମେ  ବିବାହ କରିବା ଉଚିତ୍, କାରଣ ସମାଜ ଏହା ହିଁ କହିଥାଏ। ଜୟାଙ୍କ ଏହି ମନ୍ତବ୍ୟକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି । କିଛି  ଫ୍ୟାନ୍ସ ଜୟାଙ୍କ ଏଭଳି ମନ୍ତବ୍ୟକୁ ଟ୍ରୋଲ କରିବା ମଧ୍ୟ ଆରମ୍ଭ କରି ଦେଇଛନ୍ତି । ଆଉ କହିଛନ୍ତି ଜୟା ନିଜ ନାତୁଣୀଙ୍କୁ ଏଭଳି ଶିକ୍ଷା ଦେଉଛନ୍ତି।