Urfi Javed: ମାଳିରେ ତିଆରି ଡ୍ରେସ ପିନ୍ଧିଲେ ଉର୍ଫି
Advertisement
Article Detail0/zeeodisha/odisha1415363

Urfi Javed: ମାଳିରେ ତିଆରି ଡ୍ରେସ ପିନ୍ଧିଲେ ଉର୍ଫି

Urfi Javed: ବଲିଉଡ ଫ୍ୟାଶନ କୁଇନ ଉର୍ଫି ଜାଭେଦ୍ । ଅଭିନେତ୍ରୀ ଉର୍ଫି ଜାଭେଦ୍ ତାଙ୍କ ଅଜବ ଲୁକସ ହେତୁ ଚର୍ଚ୍ଚାରେ ରୁହନ୍ତି। ସେ ନିଜେ ଡ୍ରେସ ଗୁଡ଼ିକୁ ଡିଜାଇନ୍ କରନ୍ତି । ଏବଂ ଏହାକୁ ପିନ୍ଧି ଆଲୋଚନାର ବିଷୟ ପାଲଟନ୍ତି। ତାଙ୍କର ବୋଲ୍ଡ ଏବଂ ଅଦ୍ଭୁତ ଅନ୍ଦାଜକୁ କିଛି ଲୋକ ପସନ୍ଦ କରୁଥିବା ବେଳେ ଅନେକ ତାଙ୍କୁ ଟ୍ରୋଲ୍ ମଧ୍ୟ କରନ୍ତି।

Urfi Javed: ମାଳିରେ ତିଆରି ଡ୍ରେସ ପିନ୍ଧିଲେ ଉର୍ଫି

Urfi Javed: ବଲିଉଡ ଫ୍ୟାଶନ କୁଇନ ଉର୍ଫି ଜାଭେଦ୍ । ଅଭିନେତ୍ରୀ ଉର୍ଫି ଜାଭେଦ୍ ତାଙ୍କ ଅଜବ ଲୁକସ ହେତୁ ଚର୍ଚ୍ଚାରେ ରୁହନ୍ତି। ସେ ନିଜେ ଡ୍ରେସ ଗୁଡ଼ିକୁ ଡିଜାଇନ୍ କରନ୍ତି । ଏବଂ ଏହାକୁ ପିନ୍ଧି ଆଲୋଚନାର ବିଷୟ ପାଲଟନ୍ତି। ତାଙ୍କର ବୋଲ୍ଡ ଏବଂ ଅଦ୍ଭୁତ ଅନ୍ଦାଜକୁ କିଛି ଲୋକ ପସନ୍ଦ କରୁଥିବା ବେଳେ ଅନେକ ତାଙ୍କୁ ଟ୍ରୋଲ୍ ମଧ୍ୟ କରନ୍ତି। ବର୍ତ୍ତମାନ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କ୍ରଷ୍ଟଲ ମାଳି(crystal stone) ରେ ଡିଜାଇନ ହୋଇଥିବା ଏକ ଡ୍ରେସ ପିନ୍ଧିଛନ୍ତି । ଯେଉଁଥିରେ ସେ ଖୁଲମଖୁଲା ଅଙ୍ଗ ପ୍ରଦର୍ଶନ କରିଛନ୍ତି । ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ନିଆଁ ଲାଗାଇଛି । ଅଭିନେତ୍ରୀଙ୍କ ଏହି ଲୁକ୍ ଦେଖିବା ପରେ ଫ୍ୟାନ୍ସ ତାଙ୍କର ଦିୱାନା ହୋଇଯାଇଛନ୍ତି। 

 

ସୋସିଆଲ ମିଡିଆ ସେନସେସନ ଉର୍ଫି ଜାଭେଦ୍ ପୂର୍ବରୁ ଘଣ୍ଟାରେ ତିଆରି ସ୍କର୍ଟ, ଭଙ୍ଗା କାଚ, ଅଖା, ସେପଟିପିନ ଓ ବ୍ଲେଟରେ ତିଆରି ହୋଇଥିବା ଡ୍ରେସ ପିନ୍ଧି ଫ୍ୟାନ୍ସଙ୍କ ଆଗକୁ ମଧ୍ୟ ଆସିଛନ୍ତି। ତେବେ ଗତ କିଛି ଦିନ ତଳେ ,ଉର୍ଫି ନିଜର ଏକ ଭିଡିଓ ଇନଷ୍ଟାରେ ସେୟାର କରିଥିଲେ । ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ, ଉର୍ଫି ଏକ ଡିସକୋ ବଲରେ ନିଜ ମୁହଁ ଘୋଡାଇବା ସହ ଛାତିକୁ ଡିସକୋ ବଲରେ ସଜେଇ ଥିଲେ । ତେବେ ସେ ଏଭଳି କିଛି ଫ୍ୟାଶନ ଆପଣେଇ ସବୁବେଳେ ବି ଟାଉନ୍ ରେ ଚର୍ଚ୍ଚାରେ ରୁହନ୍ତି । ତେବେ, ଉର୍ଫିଙ୍କ ଏ ଅଡ ଫ୍ୟାସନ ପାଇଁ କିଛି ଅଭିନେତ୍ରୀ ମଧ୍ୟ ତାଙ୍କୁ ଅନେକ ସମୟରେ ଟ୍ରୋଲ କରନ୍ତି , ତ ଆଉ କିଛି ଅଭିନେତା ଓ ଅଭିନେତ୍ରୀ ଉର୍ଫିଙ୍କ ଡ୍ରେସିଙ୍ଗ ଷ୍ଟାଇଲକୁ ଖୁବ୍ ପସନ୍ଦ କରିନ୍ତି। ଗତ କିଛି ଦିନ ତଳେ ଉର୍ଫିଙ୍କ ଫ୍ୟାସନକୁ ତାରିଫ କରିଥିଲେ ରଣବୀର ସିଂ। ଉର୍ଫିଙ୍କୁ ଫ୍ୟାନସ ଆଇନକ୍ ବୋଲି କହିଥିଲେ ରଣବୀର। 

 

 
 
 
 

 
 
 
 
 
 
 
 
 
 
 

A post shared by Uorfi (@urf7i)

ଉର୍ଫିଙ୍କ ନାଁରେ ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ତାହା ଫୁଣି ତାଙ୍କ ମ୍ୟୁଜିକ ଭିଡିଓ ' ହାଏ ହାଏ ୟେ ମଜବୁରୀ' (Haaye Haaye Ye Majboori) କୁ ନେଇ ।  ଉର୍ଫିଙ୍କ ନାଁରେ ଦିଲ୍ଲୀ ପୋଲିସ ଷ୍ଟେସନରେ ଏକ ଏତଲା ହୋଇଛି । ତେବେ ଏହି ମାମଲା ଉର୍ଫିଙ୍କ ନାଁରେ କିଏ ଦେଇଛି ତାହା ସ୍ପଷ୍ଟ ହୋଇନି । ଅଶ୍ଲିଳତାକୁ ପ୍ରୋତ୍ସାହନ ଦେଉଥିବା  ନେଇ ତାଙ୍କ ନାଁରେ ଏତଲା ହୋଇଛି । ସେପଟେ ଏହି ଘଟଣା ନେଇ ଉର୍ଫିଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ । ଉର୍ଫିଙ୍କ ଏହି ମ୍ୟୁଜିକ ଭିଡିଓଟି ୧୧ ଅକ୍ଟୋବରରେ ୟୁଟ୍ବୁବରେ ରିଲିଜ ହୋଇଛି । ଗୀତଟି ରିଲିଜ୍ ହେବା ଦିନଠାରୁ ଟ୍ରେଣ୍ଡିଂ କରୁଛି ।  ପୁଣିଥରେ ଏହି ଗୀତରେ ଉର୍ଫି ତାଙ୍କ ବୋଲ୍ଡ ଷ୍ଟାଇଲରେ ନଜର ଆସିଛନ୍ତି। ଏହି ଗୀତରେ ଉର୍ଫି ଏକ ରେଡ କର୍ଲରର ଶାଢୀ ପିନ୍ଧି ଥିବା ଦେଖିବାକୁ ମିଳିଛି ।