କାର୍ତ୍ତିକ ଆର୍ଯ୍ୟନଙ୍କ ବିରୋଧରେ ବଲିଉଡ? କରଣ ଜୋହରଙ୍କ ସହ ବିବାଦକୁ ନେଇ ମଧ୍ୟ ପ୍ରଥମ ଥର ଖୋଲିଲେ ମୁହଁ
Advertisement
Article Detail0/zeeodisha/odisha1174533

କାର୍ତ୍ତିକ ଆର୍ଯ୍ୟନଙ୍କ ବିରୋଧରେ ବଲିଉଡ? କରଣ ଜୋହରଙ୍କ ସହ ବିବାଦକୁ ନେଇ ମଧ୍ୟ ପ୍ରଥମ ଥର ଖୋଲିଲେ ମୁହଁ

Kartik Aaryan: ଗତ ବର୍ଷ ଯେତେବେଳେ କାର୍ତ୍ତିକଙ୍କ ଅନପ୍ରୋଫେଶନାଲ ଆଚରଣ ବିଷୟରେ ଗୁଜବ ଚାଲିଥିଲା, ଧର୍ମ ପ୍ରଡକ୍ସନ୍ସ ଏକ ବୟାନ ଜାରି କରିଥିଲା । ଏଥିରେ କୁହାଯାଇଥିଲା ଯେ, "ପ୍ରୋଫେଶନାଲ ପରିସ୍ଥିତି ଯୋଗୁଁ ଯାହା ଉପରେ ଆମେ ଏକ ସମ୍ମାନଜନକ ନୀରବତା ବଜାୟ ରଖିବାକୁ ସ୍ଥିର କରିଛୁ, ଆମେ Collin D’Cunha ଙ୍କ ନିର୍ଦ୍ଦେଶିତ 'ଦୋସ୍ତାନା ୨' ପାଇଁ ପୁନଃ କାଷ୍ଟିଂ କରିବୁ । ଆଧିକାରୀକ ଘୋଷଣା ପାଇଁ ଅପେକ୍ଷା କରନ୍ତୁ ।

କାର୍ତ୍ତିକ ଆର୍ଯ୍ୟନଙ୍କ ବିରୋଧରେ ବଲିଉଡ? କରଣ ଜୋହରଙ୍କ ସହ ବିବାଦକୁ ନେଇ ମଧ୍ୟ ପ୍ରଥମ ଥର ଖୋଲିଲେ ମୁହଁ

ନୂଆଦିଲ୍ଲୀ: Kartik Aaryan: ଆଜିକାଲି ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ (Kartik Aaryan) ଓ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର (Karan Johar) ଚର୍ଚ୍ଚାରେ ଅଛନ୍ତି । କାର୍ତ୍ତିକ ବର୍ତ୍ତମାନ ସମୟରେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଭୁଲ ଭୁଲେଆ 2' (Bhool Bhulaiyaa 2) ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏଥି ସହିତ କରଣଙ୍କ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ତାଙ୍କ  ଶୋ' 'କଫି ୱିଥ୍ କରନ୍'  (Koffee With Karan 7 Return) ର ନୂଆ ସିଜନକୁ ନେଇ ଚର୍ଚ୍ଚା ଚାଲିଛି । ଆଜି ଆମେ କାର୍ତ୍ତିକ ଓ କରଣଙ୍କ ମଧ୍ୟରେ ଥିବା ମତଭେଦ ବିଷୟରେ ଆଲୋଚନା କରିବାକୁ ଯାଉଛୁ, ଯାହା 'ଦୋସ୍ତାନା 2' (Dostana 2) ରୁ ଆରମ୍ଭ ହୋଇଥିଲା । ଏହା ଉପରେ ପ୍ରଥମ ଥର ପାଇଁ କାର୍ତ୍ତିକ ମୁହଁ ଖୋଲିଛନ୍ତି । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ବଲିଉଡ ତାଙ୍କ ବିରୋଧରେ ଅଛି କି?

୨୦୧୯ରେ 'ଦୋସ୍ତାନା 2' (Dostana 2) ର ଘୋଷଣା କରାଯାଇଥିଲା । ଏହା ପରେ ୨୦୨୧ରେ ସେମାନଙ୍କ ମତଭେଦ ଖବର ସାମ୍ନାକୁ ଆସିଥିଲା । ଚର୍ଚ୍ଚା ଚାଲିଥିଲା ଯେ କାର୍ତ୍ତିକ (Kartik Aaryan) ଙ୍କୁ ଏହି ପ୍ରୋଜେକ୍ଟରୁ ବାହାରର ରାସ୍ତା ଦେଖାଯାଇଥିଲା । ଏହା ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା ଯେ କାର୍ତ୍ତିକଙ୍କ ଅନପ୍ରୋଫେଶନାଲ ଆଚରଣ ଯୋଗୁଁ କରଣ (Karan Johar) ବିରକ୍ତ ହୋଇଯାଇଥିଲେ, ଯେଉଁଥିପାଇଁ ସେ ଏହି ନିଷ୍ପତ୍ତି ନେଇଥିଲେ । ଏହି ଫିଲ୍ମରେ କାର୍ତ୍ତିକଙ୍କ ସହ ଜାନଭୀ କପୁର ଓ ଲକ୍ଷ୍ୟ ନଜର ଆସିବାର ଥିଲା । ଏହି ଫିଲ୍ମ ସହିତ ଲକ୍ଷ୍ୟ ତାଙ୍କର ବଲିଉଡରେ ଡେବ୍ୟୁ କରିବେ । ସେପଟେ ବର୍ତ୍ତମାନ ସୁଦ୍ଧା ଫିଲ୍ମର ସୁଟିଂ ଆରମ୍ଭ ହୋଇନାହିଁ ।

ଇଣ୍ଡିଆନ୍ ଏକ୍ସପ୍ରେସକୁ ଦେଇଥିବା ଏକ ସାକ୍ଷାତକାରରେ କାର୍ତ୍ତିକ ଆର୍ଯ୍ୟନ ଏହି ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । ଯେତେବେଳେ ତାଙ୍କୁ ପଚରାଗଲା ଯେ ଇଣ୍ଡଷ୍ଟ୍ରିର ଲୋକଙ୍କ ସହ ତାଙ୍କର ମତଭେଦ ରହିଛି କି, ଯାହା ତାଙ୍କ କାର୍ଯ୍ୟକୁ ପ୍ରଭାବିତ କରୁଛି, ଯେହେତୁ ସେ ଚଳଚ୍ଚିତ୍ର ପୃଷ୍ଠଭୂମିରୁ ଆସିନାହାଁନ୍ତି ! ଏହାର ଉତ୍ତରରେ ଅଭିନେତା ଉତ୍ତର କହିଛନ୍ତି ଯେ, "ମୁଁ କେବଳ ମୋ କାମ ଉପରେ ଧ୍ୟାନ ଦେଉଛି । ମୁଁ ଏହା ଉପରେ କେବଳ ଏତିକି କହିବାକୁ ଚାହେଁ । ମୋର ଲାଇନଅପ୍ ଦେଖନ୍ତୁ ।"

ଏହା ସହିତ କାର୍ତ୍ତିକ ସେହି ଗୁଜବ ବିଷୟରେ ମଧ୍ୟ କହିଛନ୍ତି ଯାହା ଇଣ୍ଡଷ୍ଟ୍ରି ଭିତରେ କିଛି ଲୋକ ତାଙ୍କ ବିରୋଧରେ ଲବି କରୁଛନ୍ତି କି? ଏହା ଉପରେ ସେ କହିଛନ୍ତି ଯେ, "ବେଳେବେଳେ ଲୋକମାନେ ଛୋଟ ଛୋଟ କଥାକୁ ବଡ଼ କରି ଦିଅନ୍ତି । ଏହା ଛଡା ଆଉ କିଛି ନାହିଁ । କାହା ପାଖରେ ଏତେ ସମୟ ନାହିଁ । ସମସ୍ତେ କେବଳ କାମ କରିବାକୁ ଚାହାଁନ୍ତି ଓ ଭଲ କାମ କରିବାକୁ ଚାହାଁନ୍ତି । ଏହା ବ୍ୟତୀତ ଜିନିଷଗୁଡ଼ିକ କେବଳ ଗୁଜବ ।"

ଗତ ବର୍ଷ ଯେତେବେଳେ କାର୍ତ୍ତିକଙ୍କ ଅନପ୍ରୋଫେଶନାଲ ଆଚରଣ ବିଷୟରେ ଗୁଜବ ଚାଲିଥିଲା, ଧର୍ମ ପ୍ରଡକ୍ସନ୍ସ ଏକ ବୟାନ ଜାରି କରିଥିଲା । ଏଥିରେ କୁହାଯାଇଥିଲା ଯେ, "ପ୍ରୋଫେଶନାଲ ପରିସ୍ଥିତି ଯୋଗୁଁ ଯାହା ଉପରେ ଆମେ ଏକ ସମ୍ମାନଜନକ ନୀରବତା ବଜାୟ ରଖିବାକୁ ସ୍ଥିର କରିଛୁ, ଆମେ Collin D’Cunha ଙ୍କ ନିର୍ଦ୍ଦେଶିତ 'ଦୋସ୍ତାନା ୨' ପାଇଁ ପୁନଃ କାଷ୍ଟିଂ କରିବୁ । ଆଧିକାରୀକ ଘୋଷଣା ପାଇଁ ଅପେକ୍ଷା କରନ୍ତୁ ।

ଏହା ବି ପଢ଼ନ୍ତୁ:-ଋଷରେ ହେବ କ୍ଷମତା ପରିବର୍ତ୍ତନ! ଗାଦିରୁ ହଟିବା ପରେ ହୋଇପାରେ ପୁଟିନଙ୍କ ହତ୍ୟା

ଏହା ବି ପଢ଼ନ୍ତୁ:-'ଯେପର୍ଯ୍ୟନ୍ତ ଆମକୁ ୧୫ ଲକ୍ଷ ଟଙ୍କା ନ ମିଳୁଛି, ସେ ପର୍ଯ୍ୟନ୍ତ ଆମେ ମୋଦିଜୀଙ୍କୁ ଯିବାକୁ ଦେବୁ ନାହିଁ'

ଏହା ବି ପଢ଼ନ୍ତୁ:-ଏହି ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ପୁଣି ବଢ଼ିଲା ଦରମା

 

ପ୍ରୋଫେଶନାଲ ଜୀବନରେ ଚାଲିଥିବା ବିବାଦ କାରଣରୁ ତାଙ୍କ ପରିବାର ଅସୁବିଧାରେ ପଡ଼ିଛନ୍ତି ବୋଲି କାର୍ତ୍ତିକ ଏହା ପୂର୍ବରୁ କହିଥିଲେ । ଗତ ବର୍ଷ ନଭେମ୍ବରରେ ଆରଜେ ସିଦ୍ଧାର୍ଥ କନ୍ନନଙ୍କ ସହ କଥାବାର୍ତ୍ତା ବେଳେ କାର୍ତ୍ତିକ କହିଥିଲେ ଯେ, ମୁଁ ମୋ ପରିବାର ପାଇଁ ଖରାପ ଅନୁଭବ କରୁଛି, କାରଣ ସେମାନେ ଏହି ଦୁନିଆ (ଅର୍ଥାତ ସିନେ ଦୁନିଆ) ର ନୁହଁନ୍ତି । ଯେହେତୁ ମୁଁ ଇଣ୍ଡଷ୍ଟ୍ରିରୁ ଆସିଛି, ମୁଁ ଦେଖିଛି ଯେ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ ଏବଂ ଆପଣ କେବଳ ନିଜର କାମ ଉପରେ ଧ୍ୟାନ ଦେବା ଆବଶ୍ୟକ, କିନ୍ତୁ ବେଳେବେଳେ ପରିବାର ପ୍ରଭାବିତ ହୁଏ । କେବଳ ଏକମାତ୍ର ଜିନିଷ ଯାହା ମୋତେ ବେଳେବେଳେ ଚିନ୍ତିତ କରିଦେଇଥାଏ । ଏହା ବ୍ୟତୀତ ଏଥିରେ କିଛି ଫରକ ପଡ଼େ ନାହିଁ ।