ଋଷରେ ହେବ କ୍ଷମତା ପରିବର୍ତ୍ତନ! ଗାଦିରୁ ହଟିବା ପରେ ହୋଇପାରେ ପୁଟିନଙ୍କ ହତ୍ୟା
Advertisement
Article Detail0/zeeodisha/odisha1174403

ଋଷରେ ହେବ କ୍ଷମତା ପରିବର୍ତ୍ତନ! ଗାଦିରୁ ହଟିବା ପରେ ହୋଇପାରେ ପୁଟିନଙ୍କ ହତ୍ୟା

ଋଷର ଶକ୍ତିଶାଳୀ ରାଜନୈତିକ ଓ ସାମରିକ ଗୋଷ୍ଠୀ କୀଭରୁ ସେନାକୁ ପଛରେ ହଟାଇବା ଓ ଡୋନଭାସ ଉପରେ ନିୟନ୍ତ୍ରଣ ରଖିବାକୁ ଏକ ଗୁରୁତର ତ୍ରୁଟି ଭାବେ ପୁଟିନଙ୍କୁ ଦାୟୀ କରିଛନ୍ତି । ଏହାର କାରଣ ହେଉଛି ଯେ ଋଷ ଆଶା କରିଥିଲା ଯେ ସେ ୟୁକ୍ରେନର ରାଜଧାନୀ କୀଭରେ ଅତି ସହଜରେ ପହଞ୍ଚିବେ, କିନ୍ତୁ ସତ ଏହା ହେଉଛି ଯେ ଋଷ ସେନାକୁ ୟୁକ୍ରେନ ସେନା (Ukrainian Army) ପକ୍ଷରୁ କଡ଼ା ଟକ୍କର ମିଳିଛି । ଋଷର ସେନାର ଦୁର୍ବଳ ପ୍ରଦର୍ଶନ ମଧ୍ୟରେ ପୁଟିନଙ୍କ ଅସୁସ୍ଥତା ସମ୍ବନ୍ଧୀୟ ଖବର ମଧ୍ୟ ସାମ୍ନାକୁ ଆସିଛି । ମନେ କରାଯାଉଛି ଯେ ପୁଟିନଙ୍କ ବିରୋଧରେ ନିଜ ଲୋକମାନେ ଠିଆ ହୋଇଛନ୍ତି ଓ ମତ ପାର୍ଥକ୍ୟ ବର୍ତ୍ତମାନ ବୃଦ୍ଧି ପାଉଛି ।

ଋଷରେ ହେବ କ୍ଷମତା ପରିବର୍ତ୍ତନ! ଗାଦିରୁ ହଟିବା ପରେ ହୋଇପାରେ ପୁଟିନଙ୍କ ହତ୍ୟା

ମସ୍କୋ: Russian President Vladimir Putin: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଦୀର୍ଘ ୭୦ରୁ ଅଧିକ ଦିନ ଧରି ଯୁଦ୍ଧ ଜାରି ରହିଛି । କିନ୍ତୁ ଯୁଦ୍ଧ ଏପର୍ଯ୍ୟନ୍ତ କୌଣସି ପରିଣାମରେ ପହଞ୍ଚି ପାରିନାହିଁ । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଏହି ଯୁଦ୍ଧ ଜିତିବାକୁ ଚାହୁଁଛନ୍ତି । ଏହା ମଧ୍ୟରେ ଖବର ଆସୁଛି ଯେ ଋଷରେ ସେନା (Russian Army) କ୍ଷମତା ପରିବର୍ତ୍ତନ (Military Coup) କରିପାରେ ଓ ପୁଟିନ (Putin) ଙ୍କୁ ହତ୍ୟା କରାଯାଇପାରେ ବୋଲି ମଧ୍ୟ ଦାବି କରାଯାଉଛି । ଆମେରିକାର ପୂର୍ବତନ ଜେନେରାଲ ଜ୍ୟାକ୍ କେନ୍ (Former US general Jack Kane) କହିଛନ୍ତି ଯେ, ପୁଟିନ ଯୁଦ୍ଧକୁ ଯେମିତି ଦୁର୍ବଳ ଭାବେ ପରିଚାଳନା କରୁଛନ୍ତି, ସେଥିରୁ ଋଷର ବରିଷ୍ଠ ଅଧିକାରୀ ତଥା ସୁରକ୍ଷା ସେବା ଲୋକମାନେ ନିରାଶ ହୋଇଛନ୍ତି । ଋଷର ବୈଦେଶିକ ଗୁଇନ୍ଦା ସଂସ୍ଥା ସେବାର ମୁଖ୍ୟ ସରୋଜ ନରିଶିକନ୍ ମଧ୍ୟ ପୁଟିନଙ୍କ ଯୁଦ୍ଧ ପରିଚାଳନାକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ।

ତେବେ ଜେନେରାଲ ଜ୍ୟାକ୍ କେନ୍ କହିଛନ୍ତି ଯେ, କ୍ଷମତାରେ ରହିବା ପାଇଁ ପୁଟିନ (Putin) କିଛି ବି କରିପାରନ୍ତି । ଆମକୁ ଏହି ସତକୁ ମାନିବାକୁ ପଡ଼ିବ ଯେ ପୁଟିନ କେଉଁଠି ଯାଉନାହାଁନ୍ତି । ପୁଟିନ ଜାଣନ୍ତି ଯଦି ଅନ୍ୟ କେହି କ୍ଷମତାକୁ ଆସନ୍ତି ତେବେ ସେ ଜୀବିତ ରହିବେ ନାହିଁ । ଫକ୍ସ ନ୍ୟୁଜ୍ ସହ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ପୁଟିନଙ୍କ ଲକ୍ଷ୍ୟ ହେଉଛି ଯେମିତି ବି ହେଉ କ୍ଷମତାରେ ରହିବା । କ୍ଷମତା ପାଇଁ ସେ କିଛି କରିବେ । ସେ ଆହୁରି କହିଛନ୍ତି ଯେ ପୁଟିନ ଜାଣନ୍ତି ଯେ ଯଦି ତାଙ୍କ ସ୍ଥାନରେ ଅନ୍ୟ କେହି ଆସନ୍ତି, ତେବେ ତାଙ୍କର ଅନ୍ତ ନିଶ୍ଚିତ ହେବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୁଟିନ କ୍ଷମତାରେ ରହିବାକୁ ଲଢ଼ୁଛନ୍ତି ଓ ଏହାସହ ସେ ନିଜ ଲକ୍ଷ୍ୟକୁ ନେଇ ଦୃଢ଼ ଅଛନ୍ତି, ସେଥିପାଇଁ ୟୁକ୍ରେନରେ ତାଙ୍କର ଧ୍ୟାନ ରହିଛି । ସେ ବର୍ତ୍ତମାନ ମଧ୍ୟ ୟୁକ୍ରେନ ଦଖଲ କରିବାକୁ ଚାହୁଁଛନ୍ତି ଓ ମୁଁ ପୁଟିନଙ୍କୁ ଗମ୍ଭୀରତାର ସହ ନେଉଛି । ଆମେ ତାଙ୍କୁ ଅନେକ ଥର ରିହାତି ଦେଇଛୁ, କିନ୍ତୁ ସେ ପୁଣି ଥରେ ଋଷ ସାମ୍ରାଜ୍ୟକୁ ଫେରାଇ ଆଣିବାକୁ ଚାହୁଁଛନ୍ତି । ଏହା ମଧ୍ୟ ସତ ଯେ ଯଦି ପୁଟିନ ରାଷ୍ଟ୍ରପତି ନ ରହିବେ, ତେବେ ତାଙ୍କର କୌଣସି ଭବିଷ୍ୟତ ନାହିଁ ।

ଏହା ବି ପଢ଼ନ୍ତୁ:-'ଯେପର୍ଯ୍ୟନ୍ତ ଆମକୁ ୧୫ ଲକ୍ଷ ଟଙ୍କା ନ ମିଳୁଛି, ସେ ପର୍ଯ୍ୟନ୍ତ ଆମେ ମୋଦିଜୀଙ୍କୁ ଯିବାକୁ ଦେବୁ ନାହିଁ'

ଏହା ବି ପଢ଼ନ୍ତୁ:-ଏହି ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ପୁଣି ବଢ଼ିଲା ଦରମା

ଏହା ବି ପଢ଼ନ୍ତୁ:-'ମୁଁ ମୁସଲମାନ ହେବାକୁ ଚାହୁଁଛି କାରଣ ଏହି ଧର୍ମ ୪ଟି ବିବାହକୁ ଦେଇଥାଏ ଅନୁମତି'

 

ସୂଚନାନୁସାରେ, ଋଷର ଶକ୍ତିଶାଳୀ ରାଜନୈତିକ ଓ ସାମରିକ ଗୋଷ୍ଠୀ କୀଭରୁ ସେନାକୁ ପଛରେ ହଟାଇବା ଓ ଡୋନଭାସ ଉପରେ ନିୟନ୍ତ୍ରଣ ରଖିବାକୁ ଏକ ଗୁରୁତର ତ୍ରୁଟି ଭାବେ ପୁଟିନଙ୍କୁ ଦାୟୀ କରିଛନ୍ତି । ଏହାର କାରଣ ହେଉଛି ଯେ ଋଷ ଆଶା କରିଥିଲା ଯେ ସେ ୟୁକ୍ରେନର ରାଜଧାନୀ କୀଭରେ ଅତି ସହଜରେ ପହଞ୍ଚିବେ, କିନ୍ତୁ ସତ ଏହା ହେଉଛି ଯେ ଋଷ ସେନାକୁ ୟୁକ୍ରେନ ସେନା (Ukrainian Army) ପକ୍ଷରୁ କଡ଼ା ଟକ୍କର ମିଳିଛି । ଋଷର ସେନାର ଦୁର୍ବଳ ପ୍ରଦର୍ଶନ ମଧ୍ୟରେ ପୁଟିନଙ୍କ ଅସୁସ୍ଥତା ସମ୍ବନ୍ଧୀୟ ଖବର ମଧ୍ୟ ସାମ୍ନାକୁ ଆସିଛି । ମନେ କରାଯାଉଛି ଯେ ପୁଟିନଙ୍କ ବିରୋଧରେ ନିଜ ଲୋକମାନେ ଠିଆ ହୋଇଛନ୍ତି ଓ ମତ ପାର୍ଥକ୍ୟ ବର୍ତ୍ତମାନ ବୃଦ୍ଧି ପାଉଛି ।