ଏହି ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ପୁଣି ବଢ଼ିଲା ଦରମା
Advertisement
Article Detail0/zeeodisha/odisha1174345

ଏହି ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ପୁଣି ବଢ଼ିଲା ଦରମା

ଆଦେଶ ଅନୁସାରେ, ମେ, ଜୁନ୍ ଏବଂ ଜୁଲାଇ ୨୦୨୨ ମାସ ପାଇଁ କର୍ମଚାରୀ ଓ ଅଧିକାରୀଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତା ହାର ବେତନର ୩୩.୦୪ ପ୍ରତିଶତ ହେବ । ଏଥି ସହିତ ଦିଆଯାଇଥିବା ଆଦେଶ ଅନୁଯାୟୀ, ମହଙ୍ଗା ଭତ୍ତା ହିସାବ କରାଯାଉଥିବାବେଳେ ତୃତୀୟ ସ୍ଥାନରୁ ଦଶମିକିକୁ ଅଣଦେଖା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହା ପରେ ବର୍ତ୍ତମାନ ବ୍ୟାଙ୍କ କର୍ମଚାରୀମାନଙ୍କୁ ଏପ୍ରିଲ ମାସରୁ ୩୩ ପ୍ରତିଶତ DA ସହିତ ଦରମା ଦିଆଯିବ । 

ଏହି ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ପୁଣି ବଢ଼ିଲା ଦରମା

ନୂଆଦିଲ୍ଲୀ: 7th Pay Commission, Bank Employees, DA Hike: ବିଗତ ଦିନରେ ମୋଦି ସରକାର (Modi Government) କେନ୍ଦ୍ର କର୍ମଚାରୀ (Central Government Employees) ଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରି ମହଙ୍ଗା ଭତ୍ତା (Dearness Allowance) ଘୋଷଣା କରିଥିଲେ । ଯାହା ଫଳରେ କେନ୍ଦ୍ର କର୍ମଚାରୀଙ୍କ ଖାତାରେ ଏକ ମୋଟା ଅଙ୍କର ଦରମା ଆସିବ । ଏହା ପରେ ବିଭିନ୍ନ ରାଜ୍ୟ ସରକାର ମଧ୍ୟ ନିଜ ନିଜର କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ବୃଦ୍ଧି କରୁଛନ୍ତି । ଏହି କ୍ରମରେ ଭାରତୀୟ ବ୍ୟାଙ୍କ ଆସୋସିଏସନ  (Indian Banks Association) ବ୍ୟାଙ୍କର କର୍ମଚାରୀ (Bank Employees) ଙ୍କ ମହଙ୍ଗା ଭତ୍ତା ଉପରେ ଏକ ବଡ଼ ଘୋଷଣା କରିଛି । ବାସ୍ତବରେ ବ୍ୟାଙ୍କରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି (DA Hike) କରାଯାଇଛି । ଏଥିପାଇଁ ଆଦେଶ ମଧ୍ୟ ଜାରି କରାଯାଇଛି । ଯାହା ପରେ କର୍ମଚାରୀମାନଙ୍କୁ ଦରମା ସହିତ ୩୩ ପ୍ରତିଶତ ମହଙ୍ଗା ଭତ୍ତାର ସୁବିଧା ମିଳିବ ।

ଜାରି କରାଯାଇଥିବା ଆଦେଶ ଅନୁଯାୟୀ, ମାର୍ଚ୍ଚ ୨୦୨୨ ଶେଷ ହୋଇଥିବା ତ୍ରୈମାସିକ ପାଇଁ ଇଣ୍ଡଷ୍ଟ୍ରିଆଲ୍ ୱାର୍କର୍ସ (ଆଧାର ୧୯୬୦ =୧୦୦)  ଲାଗି ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ ନିଶ୍ଚିତ ହୋଇଛି । ଯାହା ଏହିପରି ରହିଛି: -ଜାନୁଆରୀ ୨୦୨୨-୮୨୨୩.୯୦, ଫେବୃଆରୀ ୨୦୨୨-୮୨୧୭.୩୨, ମାର୍ଚ୍ଚ ୨୦୨୨- ୮୨୮୩.୦୬ ।

ଉପରୋକ୍ତ ହାରାହାରି CPI ହେଉଛି ୮୨୪୧.୪୨ ଓ ସେହି ଅନୁଯାୟୀ DA ସ୍ଲାବ ସଂଖ୍ୟା ୪୭୨ (୮୨୪୧- ୬୩୫୨= ୧୮୮୯/୪ =୪୭୨ ସ୍ଲାବ୍)  ଅଛି । DA ର ଶେଷ ତ୍ରୈମାସିକ ଦେୟ ୪୭୧ ସ୍ଲାବରେ ଥିଲା । ତେଣୁ, ମେ, ଜୁନ୍ ଏବଂ ଜୁଲାଇ ୨୦୨୨ର ତ୍ରୈମାସିକ ପାଇଁ DA ଦେୟ ପାଇଁ '୧' ଅର୍ଥାତ୍ ୪୭୨ ସ୍ଲାବରେ DA ସ୍ଲାବରେ ବୃଦ୍ଧି ଘଟିଛି ।

ଏହା ବି ପଢ଼ନ୍ତୁ:-'ମୁଁ ମୁସଲମାନ ହେବାକୁ ଚାହୁଁଛି କାରଣ ଏହି ଧର୍ମ ୪ଟି ବିବାହକୁ ଦେଇଥାଏ ଅନୁମତି'

ଏହା ବି ପଢ଼ନ୍ତୁ:-ବିଶେଷଜ୍ଞମାନେ କହିଲେ ଏପରି ଏକ ରହସ୍ୟ ଯାହା ଦ୍ୱାରା ଆପଣ ବଞ୍ଚିପାରିବେ ୧୦୦ ବର୍ଷ, ଜାଣନ୍ତୁ କିପରି...

ଏହା ବି ପଢ଼ନ୍ତୁ:-ୟୁକ୍ରେନ ଯୁଦ୍ଧରେ ଅସ୍ତ୍ରଶସ୍ତ୍ର ପାଇଁ ଋଷ ଭାରତୀୟ କମ୍ପାନୀଗୁଡିକର ନେଉଛି ସାହାଯ୍ୟ? ରିପୋର୍ଟରେ ବଡ଼ ଖୁଲାସା

 

ଆଦେଶ ଅନୁସାରେ, ମେ, ଜୁନ୍ ଏବଂ ଜୁଲାଇ ୨୦୨୨ ମାସ ପାଇଁ କର୍ମଚାରୀ ଓ ଅଧିକାରୀଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତା ହାର ବେତନର ୩୩.୦୪ ପ୍ରତିଶତ ହେବ । ଏଥି ସହିତ ଦିଆଯାଇଥିବା ଆଦେଶ ଅନୁଯାୟୀ, ମହଙ୍ଗା ଭତ୍ତା ହିସାବ କରାଯାଉଥିବାବେଳେ ତୃତୀୟ ସ୍ଥାନରୁ ଦଶମିକିକୁ ଅଣଦେଖା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହା ପରେ ବର୍ତ୍ତମାନ ବ୍ୟାଙ୍କ କର୍ମଚାରୀମାନଙ୍କୁ ଏପ୍ରିଲ ମାସରୁ ୩୩ ପ୍ରତିଶତ DA ସହିତ ଦରମା ଦିଆଯିବ । ଏହି ରାଶି ବ୍ୟାଙ୍କ କର୍ମଚାରୀଙ୍କ ଆକାଉଣ୍ଟରେ ମେ ମାସରେ ପଠାଯିବ । ଯାହା ପରେ ବ୍ୟାଙ୍କ କର୍ମଚାରୀଙ୍କ ସମେତ କର୍ମଚାରୀଙ୍କ ବେତନରେ ବମ୍ପର ବୃଦ୍ଧି ଘଟିବ ।