ଦୀର୍ଘ ସମୟ ଧରି ଶାରୀରିକ ସମ୍ପର୍କ ସ୍ଥାପନ ନ କରିବାରୁ ପଡ଼ିଥାଏ ଏହି ପ୍ରଭାବ, ଜାଣି ଚକିତ ହେବେ ଆପଣ
Advertisement
Article Detail0/zeeodisha/odisha959571

ଦୀର୍ଘ ସମୟ ଧରି ଶାରୀରିକ ସମ୍ପର୍କ ସ୍ଥାପନ ନ କରିବାରୁ ପଡ଼ିଥାଏ ଏହି ପ୍ରଭାବ, ଜାଣି ଚକିତ ହେବେ ଆପଣ

ଫ୍ଲୋ ହେଲ୍ଥ (Flo Health) ର ମୁଖ୍ୟ ବିଜ୍ଞାନ ଅଧିକାରୀ ଆନ୍ନା କ୍ଲେପଚୁକୋଭା (Anna Klepchukova) କହିଛନ୍ତି ଯେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯୌନ କାର୍ଯ୍ୟକଳାପ (Decrease in Sexual Activity) ରୁ ଦୂରେଇ ରହିବା ଆପଣଙ୍କ ଶରୀର ଉପରେ ନିମ୍ନଲିଖିତ ଖରାପ ଓ ଭଲ ପ୍ରଭାବ ପକାଇପାରେ । ଆସନ୍ତୁ ସେଗୁଡ଼ିକ ବିଷୟରେ ଜାଣିବା...

ଦୀର୍ଘ ସମୟ ଧରି ଶାରୀରିକ ସମ୍ପର୍କ ସ୍ଥାପନ ନ କରିବାରୁ ପଡ଼ିଥାଏ ଏହି ପ୍ରଭାବ, ଜାଣି ଚକିତ ହେବେ ଆପଣ

ସମସ୍ତ ବୟସ୍କଙ୍କ ଜୀବନରେ ଏପରି ଏକ ସମୟ ଆସେ, ଯେତେବେଳେ ସେମାନେ ଶାରୀରିକ ସମ୍ପର୍କ (Physical Relationship) ସ୍ଥାପନ କରିପାରନ୍ତି ନାହିଁ । ଏହା ପଛରେ ଅନେକ କାରଣ ଥାଇପାରେ, ଯେପରିକି ସାଥୀଠାରୁ ଦୂରରେ ରହିବା, ଯୌନ ଇଚ୍ଛାର କମି କିମ୍ବା ଇଚ୍ଛାର ଅଭାବ ଇତ୍ୟାଦି । କିନ୍ତୁ ଆପଣ ଜାଣନ୍ତି କି ଦୀର୍ଘ ସମୟ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ନକରିବାରୁ ଆପଣଙ୍କ ଶରୀରର ଉପରେ କ'ଣ ପ୍ରଭାବ (Effects of not making physical relation for long time) ପଡ଼ିଥାଏ? ଯଦି ଆପଣ ଏ ବିଷୟରେ ଅବଗତ ନୁହଁନ୍ତି, ତେବେ ଆସନ୍ତୁ ଏହି ଆର୍ଟିକିଲରେ ଯୌନ ସମ୍ପର୍କ (ଇଣ୍ଟରକୋର୍ସ) ସ୍ଥାପନ ନକରିବାରୁ ଶରୀରରେ ହେଉଥିବା କ୍ଷତି ଓ ଲାଭ (Benefits and Side Effects of not having sexual relation) ବିଷୟରେ ଜାଣିବା । 

ଯୌନ ସମ୍ପର୍କ ସ୍ଥାପନ ନକରିବାରୁ ହେଉଥିବା କ୍ଷତି (Side Effects of not having sexual relation)

ଫ୍ଲୋ ହେଲ୍ଥ (Flo Health) ର ମୁଖ୍ୟ ବିଜ୍ଞାନ ଅଧିକାରୀ ଆନ୍ନା କ୍ଲେପଚୁକୋଭା (Anna Klepchukova) କହିଛନ୍ତି ଯେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯୌନ କାର୍ଯ୍ୟକଳାପ (Decrease in Sexual Activity) ରୁ ଦୂରେଇ ରହିବା ଆପଣଙ୍କ ଶରୀର ଉପରେ ନିମ୍ନଲିଖିତ ଖରାପ ଓ ଭଲ ପ୍ରଭାବ ପକାଇପାରେ । ଆସନ୍ତୁ ସେଗୁଡ଼ିକ ବିଷୟରେ ଜାଣିବା...

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆଉ ଏକ ଖୁସି ଖବର, ପୁଣି ବଢ଼ିବ ଦରମା!

ଶାରୀରିକ ସମ୍ପର୍କ ସ୍ଥାପନ ନ କରିବା ଯୋଗୁଁ ଶରୀରରେ ହେଉଥିବା କ୍ଷତି (Side effects on physical health)

ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ 

ଶାରୀରିକ ସମ୍ପର୍କର ଅଭାବ ଆପଣଙ୍କ ପ୍ରତିରକ୍ଷା ପ୍ରଣାଳୀକୁ ଦୁର୍ବଳ କରିପାରେ । ଯେଉଁଥିପାଇଁ ଆପଣ ଅନେକ ସଂକ୍ରମଣ ଓ ଫ୍ଲୁ ଦ୍ୱାରା ଶୀଘ୍ର ଅସୁସ୍ଥ ହୋଇପାରନ୍ତି । ଗୋଟିଏ ଅଧ୍ୟୟନରେ ଏହା ଜଣାପଡିଛି ଯେ ଯେଉଁମାନେ ନିୟମିତ ଯୌନ ସମ୍ପର୍କ ସ୍ଥାପନ କରନ୍ତି, ସେମାନଙ୍କର ସ୍ଲାଇବାରେ ବିଭିନ୍ନ ସଂକ୍ରମଣ ସହ ଲଢ଼ୁଥିବା ଆଣ୍ଟିବଡି (Immunoglubulin A) ଥାଏ ।

ମହିଳାମାନଙ୍କର ସ୍ୱାସ୍ଥ୍ୟ: ମହିଳାମାନଙ୍କର ଯୌନାଙ୍ଗର ସ୍ୱାସ୍ଥ୍ୟର ଅବନତି 

ଶାରୀରିକ ସମ୍ପର୍କର ଅଭାବ ହେତୁ ମହିଳାଙ୍କ ଯୌନାଙ୍ଗର ସ୍ୱାସ୍ଥ୍ୟରେ ଅବନତି ଦେଖାଦେଇପାରେ । ଏଥିରେ ରକ୍ତ ପ୍ରବାହ ବାଧାପ୍ରାପ୍ତ ହୋଇପାରେ ଏବଂ ପରବର୍ତ୍ତୀ ସମୟରେ ଶାରୀରିକ ସମ୍ପର୍କ ସ୍ଥାପନ କରିବା ସମୟରେ କାମୋତ୍ତେଜନା (decrease in women's libido) ର ହ୍ରାସ ଦେଖାଯାଏ ।

ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ସାମାନ୍ୟ ହ୍ରାସ, କିନ୍ତୁ ବଢ଼ିଛି ମୃତ୍ୟୁ ସଂଖ୍ୟା

ପୁରୁଷଙ୍କ ସ୍ୱାସ୍ଥ୍ୟ: ହୃଦୟ ସ୍ୱାସ୍ଥ୍ୟ ପାଇଁ କ୍ଷତି 

ଆନ୍ନା କ୍ଲେପଚୁକୋଭାଙ୍କ ଅନୁଯାୟୀ, ନିୟମିତ ଶାରୀରିକ ସମ୍ପର୍କ ନ ଗଢ଼ିବାରୁ ହୃଦଘାତର ଆଶଙ୍କା ବଢିପାରେ । ଯୌନ ସମ୍ପର୍କ ସୃଷ୍ଟି କରିବା ଏକ ପ୍ରକାର ବ୍ୟାୟାମ ପରି କାମ କରେ, ଯାହା ଶରୀରରେ ଇଷ୍ଟ୍ରୋଜେନ୍ ଓ ପ୍ରୋଜେଷ୍ଟେରନ୍ ସ୍ତରକୁ ସନ୍ତୁଳିତ କରିଥାଏ । ଯାହାଦ୍ୱାରା ହୃଦରୋଗ ହେବାର ଆଶଙ୍କା କମିଯାଏ ।

ଋତୁସ୍ରାବ ସମୟରେ ଅସହ୍ୟ ଯନ୍ତ୍ରଣା

ଯୌନ ସମ୍ପର୍କର ଅଭାବ ହେତୁ ଋତୁସ୍ରାବରେ ମହିଳାମାନଙ୍କର ଅଧିକ ସମସ୍ୟା ହୋଇପାରେ । ଇଣ୍ଟରକୋର୍ସ ସମୟରେ ମହିଳାଙ୍କ ଭିତରେ ଏଣ୍ଡୋରଫିନ୍ ହରମୋନ୍ ବୃଦ୍ଧି ହୁଏ ଓ ୟୁଟେରାଇନ୍ ସଂକୋଚନ ବଢ଼ିଥାଏ । ଉଭୟ ଜିନିଷ ଋତୁସ୍ରାବର ଯନ୍ତ୍ରଣା ହ୍ରାସ କରିବାରେ ସାହାଯ୍ୟ କରେ ।

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଯୌନ ସମ୍ପର୍କର ଅଭାବ ଯୋଗୁଁ ମାନସିକ ସ୍ୱାସ୍ଥ୍ୟରେ ପଡୁଥିବା ଖରାପ ପ୍ରଭାବ (Side Effects on mental health)

ବିଶେଷଜ୍ଞଙ୍କ ଅନୁଯାୟୀ, ଯୌନ ସମ୍ପର୍କର କମି କାରଣରୁ ଶରୀରରେ ଏଣ୍ଡୋରଫିନ୍ ଓ ଅକ୍ସିଟୋସିନ୍ ହରମୋନ୍ ସ୍ତର ହ୍ରାସ ହୋଇପାରେ । ଏହି ହରମୋନ୍ ଆପଣଙ୍କ ଚାପ ଓ ଚିନ୍ତାକୁ ହ୍ରାସ କରିବାରେ ସାହାଯ୍ୟ କରେ ।

ଯଦି ଦୀର୍ଘ ସମୟ ଧରି ଶାରୀରିକ ସମ୍ପର୍କ ନ ଗଢ଼ାଯାଇଥାଏ ତେବେ ଲିବିଡୋ ଅର୍ଥାତ ଯୌନ ଇଚ୍ଛାରେ ହ୍ରାସ ହୋଇପାରେ । ନିୟମିତ ସେକ୍ସ ସେକ୍ସୁଆଲ ଡ୍ରାଇଭକୁ ବଢ଼ାଇବାରେ ସହାୟକ ହୋଇଥାଏ ।

ନିୟମିତ ଶାରୀରିକ ସମ୍ପର୍କ ନହେବା ଆପଣଙ୍କ ସାଥୀଙ୍କ ସହିତ ସମ୍ପର୍କକୁ ମଧ୍ୟ ପ୍ରଭାବିତ କରିପାରେ । ତଥାପି, ଏହା ପାରସ୍ପରିକ ବୁଝାମଣା ଉପରେ ଅଧିକ ନିର୍ଭର କରେ ।

ଅଧିକ ପଢ଼ନ୍ତୁ:-ପୁରୁଷଙ୍କ ପାଇଁ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥାଏ ମାତ୍ର ୩ଟି ଅଖରୋଟ, କେବଳ ଏହିପରି କରନ୍ତୁ ସେବନ, ମିଳିବ ଜବରଦସ୍ତ ଲାଭ!

ଦୀର୍ଘ ସମୟ ପର୍ଯ୍ୟନ୍ତ ଯୌନ ସମ୍ପର୍କ ନ ସ୍ଥାପନ କରିବାର ଲାଭ (Benefits of not making sexual relation for long time)

ଯଦି ଆପଣ ଦୀର୍ଘ ସମୟ ଧରି ଶାରୀରିକ ସମ୍ପର୍କ ସ୍ଥାପନ କରୁନାହାଁନ୍ତି, ତେବେ ଆପଣଙ୍କୁ ମଧ୍ୟ କିଛି ଲାଭ ମିଳିପାରେ । ଯେପରି...

୧. ଅସମୟ ଗର୍ଭଧାରଣ ବିଷୟରେ ଚିନ୍ତା ରହେ ନାହିଁ ।

୨. ମୂତ୍ରନଳୀ ସଂକ୍ରମଣର ଭୟ ରହେ ନାହିଁ ।

୩. ନିଜକୁ ଓ ଶରୀରକୁ ବୁଝିବା ପାଇଁ ସମୟ ମିଳିଥାଏ ।

ଡିସକ୍ଲେମର: ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଏଠାରେ ପ୍ରଦାନ କରାଯାଇଥିବା ସୂଚନା କୌଣସି ଡାକ୍ତରୀ ପରାମର୍ଶର ବିକଳ୍ପ ନୁହେଁ । ଏହା କେବଳ ଶିକ୍ଷା ଉଦ୍ଦେଶ୍ୟରେ ଦିଆଯାଉଛି ।