କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆଉ ଏକ ଖୁସି ଖବର, ପୁଣି ବଢ଼ିବ ଦରମା!
Advertisement
Article Detail0/zeeodisha/odisha959499

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆଉ ଏକ ଖୁସି ଖବର, ପୁଣି ବଢ଼ିବ ଦରମା!

ସୂଚନାଯୋଗ୍ୟ ଯେ, ଜୁନ୍ ୨୦୨୧ ପାଇଁ ମହଙ୍ଗା ଭତ୍ତା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । କିନ୍ତୁ, ଜାନୁଆରୀରୁ ମେ ୨୦୨୧ ପର୍ଯ୍ୟନ୍ତ AICPI ତଥ୍ୟ ଉପରେ ଆଧାର କରି ୩ ପ୍ରତିଶତ ମହଙ୍ଗା ଭତ୍ତା ଆହୁରି ବୃଦ୍ଧି ପାଇବ ।

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆଉ ଏକ ଖୁସି ଖବର, ପୁଣି ବଢ଼ିବ ଦରମା!

ନୂଆଦିଲ୍ଲୀ: 7th Pay Commission: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆଉ ଏକ ଖୁସି ଖବର ଅଛି । କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀମାନେ ସେପ୍ଟେମ୍ବରରୁ ୨୮ ପ୍ରତିଶତ ମହଙ୍ଗା ଭତ୍ତା (Dearness Allowance) ପାଇବା ଆରମ୍ଭ କରିବେ । କିନ୍ତୁ ଏହା ମଧ୍ୟରେ ଖବର ଆସୁଛି ଯେ ସରକାର ଖୁବ ଶୀଘ୍ର ଜୁନ୍ ମାସର ମହଙ୍ଗା ଭତ୍ତା (DA Hike) ମଧ୍ୟ ଏଥିରେ ଯୋଡ଼ି ଦେଇପାରନ୍ତି । ଯଦି ଏପରି ହୁଏ, ତେବେ ସମୁଦାୟ ମହଙ୍ଗା  ଭତ୍ତା ୨୮ ପ୍ରତିଶତ ପରିବର୍ତ୍ତେ ୩୧ ପ୍ରତିଶତ ହେବ । ଅର୍ଥାତ କେନ୍ଦ୍ର କର୍ମଚାରୀଙ୍କ ବେତନରେ ବମ୍ପର ବୃଦ୍ଧି ଘଟିବ ।

ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ସାମାନ୍ୟ ହ୍ରାସ, କିନ୍ତୁ ବଢ଼ିଛି ମୃତ୍ୟୁ ସଂଖ୍ୟା

୩ ପ୍ରତିଶତ DA ବଢ଼ିପାରେ 

ସୂଚନାଯୋଗ୍ୟ ଯେ, ଜୁନ୍ ୨୦୨୧ ପାଇଁ ମହଙ୍ଗା ଭତ୍ତା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । କିନ୍ତୁ, ଜାନୁଆରୀରୁ ମେ ୨୦୨୧ ପର୍ଯ୍ୟନ୍ତ AICPI ତଥ୍ୟ ଉପରେ ଆଧାର କରି ୩ ପ୍ରତିଶତ ମହଙ୍ଗା ଭତ୍ତା ଆହୁରି ବୃଦ୍ଧି ପାଇବ । JCM ସଚିବ (ଷ୍ଟାଫ୍ ସାଇଡ୍) ଶିବ ଗୋପାଳ ମିଶ୍ରା କହିଛନ୍ତି ଯେ ଖୁବ୍ ଶୀଘ୍ର ଏହା ମଧ୍ୟ ଘୋଷଣା କରାଯିବ । ବର୍ତ୍ତମାନ ଏହା କେବେ ଦିଆଯିବ ତାହା ସ୍ଥିର ହୋଇନାହିଁ । କିନ୍ତୁ, 3 ପ୍ରତିଶତ ବୃଦ୍ଧି ପରେ ମହଙ୍ଗା ଭତ୍ତା ୩୧ ପ୍ରତିଶତରେ ପହଞ୍ଚିବ ।

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଜାନୁଆରୀ ୨୦୨୦ରେ ମହଙ୍ଗା ଭତ୍ତା ୪ ପ୍ରତିଶତ

ଆପଣଙ୍କୁ କହି ରଖୁଛୁ ଯେ ଜାନୁଆରୀ ୨୦୨୦ରେ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରାଯାଇଥିଲା । ତା’ପରେ ଜୁନ୍ ୨୦୨୦ରେ ୩ ​​ପ୍ରତିଶତ ବୃଦ୍ଧି ଘଟିଥିଲା । ଏହା ପରେ ଜାନୁଆରୀ ୨୦୨୧ରେ ଏହା ୪ ପ୍ରତିଶତ ବୃଦ୍ଧି ପାଇଛି । ଅର୍ଥାତ୍ ଏହି ତିନୋଟି କିସ୍ତିରେ ମହଙ୍ଗା ଭତ୍ତା ୧୧ ପ୍ରତିଶତ ବୃଦ୍ଧି ପାଇଛି ଏବଂ ବର୍ତ୍ତମାନ ଏହା ୨୮ ପ୍ରତିଶତରେ ପହଞ୍ଚିଛି । ବର୍ତ୍ତମାନ ଜୁନ୍ ମାସରେ ୩ ପ୍ରତିଶତ ବୃଦ୍ଧି ପରେ ମହଙ୍ଗା ଭତ୍ତା ୩୧ ପ୍ରତିଶତ (୧୭ + ୪ + ୩ + ୪ + ୩) ରେ ପହଞ୍ଚିବ ।

ଅଧିକ ପଢ଼ନ୍ତୁ:-ଆଫଗାନିସ୍ତାନ ଉପରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲା ଋଷ; ସାମିଲ ହେବେ ପାକିସ୍ଥାନ-ଚୀନ-ଆମେରିକା, କିନ୍ତୁ ଭାରତକୁ ମିଳିନି ଆମନ୍ତ୍ରଣ

କେମିତି ହେବ ଦରମା ବୃଦ୍ଧି?

ଗତ ୧୮ ମାସ ଧରି ଫ୍ରିଜ୍ ମହଙ୍ଗା ଭତ୍ତା ଉପରେ ଥିବା ରୋକକୁ କେନ୍ଦ୍ର ସରକାର ହଟାଇ ଦେଇଛନ୍ତି । କର୍ମଚାରୀଙ୍କ ଡିଏକୁ ୧୧ ପ୍ରତିଶତକୁ ବୃଦ୍ଧି କରାଯାଇଛି । ବର୍ତ୍ତମାନ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ୨୮ ପ୍ରତିଶତ ହାରରେ DA ଓ DR ପ୍ରଦାନ କରାଯିବ । କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀମାନେ ସେମାନଙ୍କର ମୌଳିକ ଦରମା ଏବଂ ଗ୍ରେଡ୍ ଅନୁଯାୟୀ ଦରମା ବୃଦ୍ଧି ବିଷୟରେ ଅନୁମାନ ଲଗାଇପାରିବେ ।