ବିଏସଏନଏଲ କହିଛି ଯେ ଏହି ଅଫର ୯୦ ଦିନ ପାଇଁ ପ୍ରମୋସନାଲ ଆଧାରରେ ଦିଆଯାଉଛି । ଏହି ଅଫରରେ କମ୍ପାନୀ ୟୁଜର୍ସଙ୍କୁ ୧୦୦ ଟଙ୍କାର ଟପ୍-ଅପ୍ ଉପରେ ଫୁଲ୍ ଟକଟାଇମ୍ ଦେଉଛି ।
Trending Photos
ନୂଆଦିଲ୍ଲୀ: ଭାରତ ସଞ୍ଚାର ନିଗମ ଲିମିଟେଡ୍(BSNL) ଆଜିକାଲି ନିଜ ଗ୍ରାହକଙ୍କୁ କ୍ରମାଗତ ଭାବରେ ନୂତନ ଅଫର୍ ପ୍ରଦାନ କରୁଛି । ବର୍ତ୍ତମାନ BSNL ଏହାର ପ୍ରିପେଡ୍ ଗ୍ରାହକଙ୍କୁ ମାଗଣାରେ 5GB ଡାଟା ଯୋଗାଇବା କଥା କହିଛି । କମ୍ପାନୀ ଏହି ଅଫରକୁ ଏକ ପ୍ରମୋସନାଲ୍ ଭାବରେ ପ୍ରଦାନ କରୁଛି । ଯେଉଁଥି ପାଇଁ ଗ୍ରାହକଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ । ବିଏସଏନଏଲ କହିଛି ଯେ ଏହି ଅଫର ୯୦ ଦିନ ପାଇଁ ପ୍ରମୋସନାଲ ଆଧାରରେ ଦିଆଯାଉଛି । ଏହି ଅଫରରେ କମ୍ପାନୀ ୟୁଜର୍ସଙ୍କୁ ୧୦୦ ଟଙ୍କାର ଟପ୍-ଅପ୍ ଉପରେ ଫୁଲ୍ ଟକଟାଇମ୍(Full Talktime) ଦେଉଛି ।
ଅଧିକ ପଢ଼ନ୍ତୁ:-ବିପଦରେ Instagram, Youtubeର ୨୩.୫ କୋଟି ୟୁଜର୍ସଙ୍କ ଡାଟା ! ଲିକ୍ ହେଲା ଫଟୋ, ଫୋନ୍ ନମ୍ବର ଏବଂ ଠିକଣା
ଏହି ଅଫର ଅନ୍ତର୍ଗତ ୯୮, ୯୯, ୧୧୮, ୧୮୭ ଏବଂ ୩୧୯ ଟଙ୍କା ଥିବା STV ଗ୍ରାହକଙ୍କୁ 5GB ମାଗଣା ଡାଟା ମିଳିବ । ଏଥିସହ ୧୮୬, ୪୨୯, ୪୮୫, ୬୬୬ ଏବଂ ୧,୯୯୯ ଟଙ୍କା ମୂଲ୍ୟର PV ରିଚାର୍ଜ ସହିତ ଏହି ଡାଟା ମଧ୍ୟ ଦିଆଯିବ । BSNL ଚେନ୍ନାଇ ସର୍କଲ ଅନୁଯାୟୀ, ଏହି ମାଗଣା ଡାଟା ବର୍ତ୍ତମାନ ଚେନ୍ନାଇ ଏବଂ ତାମିଲନାଡୁ ସର୍କଲର ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି ।
ଅଧିକ ପଢ଼ନ୍ତୁ:-ଆମେରିକାରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଛଡ଼ା ଯିବ ୭୫ କୋଟି ମଶା
ସୂଚନାନୁସାରେ, କମ୍ପାନୀ ତୁରନ୍ତ ପ୍ରିପେଡ୍ ବ୍ୟବହାରକାରୀଙ୍କୁ ବୋନସ୍ ଡାଟା ଦେଉଛି ଯେଉଁମାନେ ପ୍ଲାନ ଶେଷ ହେବା ପୂର୍ବରୁ ଦ୍ୱିତୀୟ କିମ୍ବା ତୃତୀୟ ରିଚାର୍ଜ କରନ୍ତି । ଏହି ଅଫର ୯୦ ଦିନ ପାଇଁ ଅଟେ । ଏହି ମାଗଣା ଡାଟାର ବୈଧତା ହେଉଛି ୨୨ ଦିନ । ଏହି ମାଗଣା ଡାଟା ଅଫର୍ ୨୨ ଅଗଷ୍ଟ ୨୦୨୦ରୁ ଅର୍ଥାତ୍ ଆଜି ଠାରୁ ଆରମ୍ଭ କରି ୨୨ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ଚାଲିବ ।
ଅଧିକ ପଢ଼ନ୍ତୁ:-ବହୁତ ବଡ଼ ଖୁସି ଖବର ଦେଲା WHO
ଏହା ବ୍ୟତୀତ କମ୍ପାନୀ ଆହୁରି ମଧ୍ୟ କହିଛି ଯେ, ଆଜି ଠାରୁ ନଭେମ୍ବର ୧୮ ପର୍ଯ୍ୟନ୍ତ ପ୍ରତି ରବିବାରକୁ ୧୦୦ ଟଙ୍କାର ରିଚାର୍ଜ କରିବା ଉପରେ ଫୁଲ୍ ଟକ୍ ଟାଇମ୍ ସୁବିଧା ପ୍ରଦାନ କରାଯିବ । ଏହି ଫୁଲ ଟକ୍ ଟାଇମ୍ ଅଫର ବର୍ତ୍ତମାନ ଚେନ୍ନାଇ ଏବଂ ତାମିଲନାଡୁ ସର୍କଲର ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ରହିଛି ।
ଅଧିକ ପଢ଼ନ୍ତୁ:-ଗେହଲଟ୍ ହେବେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ତ ପାଇଲଟଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ପଦ !
ଏହାପୂର୍ବରୁ କମ୍ପାନୀ ଏହାର ଲ୍ୟାଣ୍ଡଲାଇନ ବ୍ୟବହାରକାରୀଙ୍କୁ ଏକ ବର୍ଷର ବୈଧତା ସହିତ 5GB ହାଇ ସ୍ପିଡ୍ ଡାଟା ମାଗଣା ଦେବା ବିଷୟରେ କହିଥିଲା । BSNL ଗୁଜରାଟ ସର୍କଲ ଏହି ଅଫର ଘୋଷଣା କରିଛି । ବିଶେଷ କଥା ହେଉଛି ଏହି ସେବା କେବଳ ଏଭଳି ଲ୍ୟାଣ୍ଡଲାଇନ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ବ୍ରଡବ୍ୟାଣ୍ଡ ସଂଯୋଗ ବ୍ୟବହାର କରୁନାହାଁନ୍ତି । କମ୍ପାନୀ କହିଛି ଯେ ଗ୍ରାହକମାନେ ଏହି 5GB ଡାଟା BSNL ୱାଇଫାଇ ହଟସ୍ପଟ୍ ସେବା ମାଧ୍ୟମରେ ବ୍ୟବହାର କରିପାରିବେ ।