ଏହି ଯୋଜନାରେ ସମସ୍ତ ବିଏସଏନଏଲ ଲ୍ୟାଣ୍ଡଲାଇନ ଗ୍ରାହକଙ୍କୁ 10Mbps ସ୍ପିଡ ସହିତ ଦୈନିକ 5GB ଡାଟା ଦିଆଯିବ ।
Trending Photos
ନୂଆଦିଲ୍ଲୀ: ଭାରତ ସଞ୍ଚାର ନିଗମ ଲିମିଟେଡ୍ (BSNL)ଏହାର ଲ୍ୟାଣ୍ଡଲାଇନ ଗ୍ରାହକଙ୍କୁ ମାଗଣାରେ ଇଣ୍ଟରନେଟ୍ ସୁବିଧା ପ୍ରଦାନ କରିବା ପାଇଁ ଏକ ନୂତନ 'Work@Home' ପ୍ରମୋସନାଲ ବ୍ରଡବ୍ୟାଣ୍ଡ ପ୍ଲାନ ଆରମ୍ଭ କରିଛି । ଭାରତରେ କୋରୋନା ଭୂତାଣୁ ବିସ୍ତାରକୁ ରୋକିବା ପାଇଁ ଲୋକଙ୍କୁ ଘରୁ କାମ କରିବାକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ପ୍ଲାନକୁ ସରକାରୀ ଟେଲିକମ୍ କମ୍ପାନୀ ଆଣିଛି ।
ଏହି ଯୋଜନାରେ ସମସ୍ତ ବିଏସଏନଏଲ ଲ୍ୟାଣ୍ଡଲାଇନ ଗ୍ରାହକଙ୍କୁ 10Mbps ସ୍ପିଡ ସହିତ ଦୈନିକ 5GB ଡାଟା ଦିଆଯିବ । ଏହି ପ୍ରୋତ୍ସାହନମୂଳକ ଅଫର ଆଣ୍ଡାମାନ ଏବଂ ନିକୋବର ସମେତ ସମସ୍ତ ସର୍କଲରେ ଲାଗୁ ହେବ । BSNLର 'Work@Home' ପ୍ଲାନରେ ଗ୍ରାହକଙ୍କୁ ଦୈନିକ 5 ଜିବି ଡାଟା ଆକ୍ସେସ୍ ଦିଆଯିବ, ତଥାପି ଏହି ସୀମା ଅତିକ୍ରମ କରିବା ପରେ ଇଣ୍ଟରନେଟ୍ ସ୍ପିଡ୍ 1Mbpsହୋଇଯିବ ।
ଏହି ଯୋଜନାରେ କୌଣସି ମାସିକ ଚାର୍ଜ ଅନ୍ତର୍ଭୂକ୍ତ କରାଯାଇ ନାହିଁ କିମ୍ବା କୌଣସି ଡିପୋଜିଟ ଜମା ଦେବାକୁ ପଡିବ ନାହିଁ । ମନେରଖନ୍ତୁ, ଯେହେତୁ ଏହି ଅଫରଟି କେବଳ BSNL ଲ୍ୟାଣ୍ଡଲାଇନ ବ୍ୟବହାରକାରୀଙ୍କ ପାଇଁ ଅଣାଯାଇଛି, ଯଦି ଆପଣଙ୍କ ପାଖରେ କମ୍ପାନୀର ଲ୍ୟାଣ୍ଡଲାଇନ ସଂଯୋଗ ନାହିଁ, ତେବେ ଆପଣ ଏହାର ଲାଭ ପାଇବେ ନାହିଁ ।