Guru Gochar 2023: ଏହି ୪ ରାଶିଙ୍କ ଭାଗ୍ୟ ବଦଳାଇବେ ବୃହସ୍ପତି, ବ୍ୟବସାୟରୁ ମିଳିବ ପ୍ରଚୁର ଲାଭ
Advertisement
Article Detail0/zeeodisha/odisha1996918

Guru Gochar 2023: ଏହି ୪ ରାଶିଙ୍କ ଭାଗ୍ୟ ବଦଳାଇବେ ବୃହସ୍ପତି, ବ୍ୟବସାୟରୁ ମିଳିବ ପ୍ରଚୁର ଲାଭ

Guru Gochar 2023: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ଓ ନକ୍ଷତ୍ର ଏକ ନିର୍ଦ୍ଦିଷ୍ଟ ସମୟରେ ତାଙ୍କ ସ୍ଥିତି ଏବଂ ରାଶି ପରିବର୍ତ୍ତନ କରିଥାନ୍ତି। ଦେବଗୁରୁ ବୃହସ୍ପତିଙ୍କୁ (jupiter) ସୁଖର କାରକ ବୋଲି କୁହାଯାଏ । ଦେବଗୁରୁ ବୃହସ୍ପତି ୨୦୨୪ ଏପ୍ରିଲ୍ ରେ ମେଷ ରାଶିକୁ ଚଳନ କରିବେ।  ବୃହସ୍ପତିଙ୍କ ଏହି ଚଳନ ୪ ରାଶିରେ ଲୋକଙ୍କୁ ଶୁଭଫଳ ପ୍ରଦାନ କରିବ। 

Guru Gochar 2023: ଏହି ୪ ରାଶିଙ୍କ ଭାଗ୍ୟ ବଦଳାଇବେ ବୃହସ୍ପତି, ବ୍ୟବସାୟରୁ ମିଳିବ ପ୍ରଚୁର ଲାଭ

Guru Gochar 2023: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ଓ ନକ୍ଷତ୍ର ଏକ ନିର୍ଦ୍ଦିଷ୍ଟ ସମୟରେ ତାଙ୍କ ସ୍ଥିତି ଏବଂ ରାଶି ପରିବର୍ତ୍ତନ କରିଥାନ୍ତି। ଦେବଗୁରୁ ବୃହସ୍ପତିଙ୍କୁ (jupiter) ସୁଖର କାରକ ବୋଲି କୁହାଯାଏ । ଦେବଗୁରୁ ବୃହସ୍ପତିଙ୍କ ଆଶୀର୍ବାଦ ହେତୁ ବ୍ୟକ୍ତି ଜୀବନରେ ସମସ୍ତ ପ୍ରକାରର ସାମଗ୍ରୀକ ସୁଖ ପାଇଥାଏ । ଏହା ସହିତ ସ୍ଥିତି ଏବଂ ପ୍ରତିଷ୍ଠା ମଧ୍ୟ ବୃଦ୍ଧି ପାଇଥାଏ।  ଏହି କ୍ରମରେ ଦେବଗୁରୁ (Guru Gochar 2023) ଆସନ୍ତାବର୍ଷ ଅର୍ଥାତ୍ ୨୦୨୪ ଏପ୍ରିଲ୍ ରେ ମେଷ ରାଶିକୁ ଚଳନ କରିବେ। ଏବଂ ୩୦ ଏପ୍ରିଲ୍ ପରେ ଅର୍ଥାତ୍ ମଇ ମାସ ୧ ତାରିଖରେ ବୃହସ୍ପତି ପୁଣି ସେହିକୁ ଚଳନ ବା ମାର୍ଗି ହେବେ  । ବୃହସ୍ପତିଙ୍କ ଏହି ଚଳନ ୪ ରାଶିରେ ଲୋକଙ୍କୁ ଶୁଭଫଳ ପ୍ରଦାନ କରିବ। ଧନାଧାନ୍ୟରେ ସେମାନଙ୍କ ଜୀବନ ଭରିଯିବ । ତେବେ, ଆସନ୍ତୁ ଜାଣିବେ ବୃହସ୍ପତି କେଉଁ ସବୁ ରାଶି ଉପରେ ଧନ ବର୍ଷା କରିବେ। 

Also Read: Gold Price Today: ଗ୍ରାହକଙ୍କ ପାଇଁ ଖୁସି ଖବର, ଏଠି ୫୦ ହଜାର ତଳେ ମିଳୁଛି ସୁନା

କୋଟିପତି ହେବେ ଏହି ୪ ରାଶି:

ବୃଷ:  ଦେବଗୁରୁ ବୃହସ୍ପତିଙ୍କ କୃପାରୁ ହଠାନ ଧନପ୍ରାପ୍ତିର ଯୋଗ ରହିଛି । ଏହି ଅବଧି ମଧ୍ୟରେ ଆପଣଙ୍କ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ। ଆୟରେ ହଠାତ୍ ବୃଦ୍ଧି ଘଟିବ । ରୋଜଗାର ପାଇଁ ନୂଆ ବାଟ ଖୋଲିବ। କୋର୍ଟରେ ଚାଲିଥିବା ମାଲି ମକୋଦ୍ଦମାର ରାୟ ଆପଣଙ୍କ ସପକ୍ଷରେ ଯିବ। ବୈବାହିକ ଜୀବନ ସୁଖମୟ ହେବା ସହ ପ୍ରେମ ବ୍ୟାପାରରେ ସଫଳତା ପାଇବେ। ସନ୍ତାନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। 

କର୍କଟ: ବୃହସ୍ପତିଙ୍କ ପ୍ରିୟ ରାଶି ହେଉଛି କର୍କଟ। ଫଳରେ ଏହି ଅବଧି ମଧ୍ୟରେ ଏହି ରାଶିର ଲୋକେ ସଫଳତାର ଶିଖର ଛୁଇଁବେ।  କର୍କଟ ରାଶିର ଲୋକଙ୍କ ଆୟରେ ବିପୁଳ ପରିମାଣରେ ବୃଦ୍ଧି ଘଟିବ । କାର୍ଯ୍ୟାଳୟରେ ପଦୋନ୍ନତି ପାଇବେ। ଦରମା ବଢିବା ସହ ନୂଆ ନିଯୁକ୍ତି ଅଫର ପାଇପାରନ୍ତି। ବ୍ୟବସାୟରେ ବିପୁଳ ରୋଜଗାର ହେବ । ସ୍ବାସ୍ଥ୍ୟ ଭଲ ରହିବ। ଆର୍ଥିକ ସ୍ଥିତି ମଜବୁତ୍ ହେବେ। 

ସିଂହ: ଏହି ରାଶିର ଲୋକମାନେ ବିଶେଷକରି କ୍ୟାରିୟର ଓ ବ୍ୟବସାୟରେ ସଫଳତା ପାଇବେ। ଇଚ୍ଛା ଅନୁଯାୟୀ ଫଳ ପାଇବେ। ଯଦି ଆପଣ ଚାକିରି ଖୋଜୁଛନ୍ତି । ଏହି ସମୟରେ ଆପଣଙ୍କୁ ଭଲ ଚାକିରି ମିଳିବ। ବ୍ୟବସାୟୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ଯଦି ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି । ତେବେ, ମେ ମାସରୁ ଆରମ୍ଭ କରନ୍ତୁ । ବ୍ୟବସାୟରେ ଭଲ ଲାଭ ପାଇବେ।

କନ୍ୟା :  ୨୦୨୪ ବର୍ଷ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। ଏହି ସମୟ ମଧ୍ୟରେ ଆପଣ କୌଣସି ଶୁଭକାର୍ଯ୍ୟର ଆରମ୍ଭ କରିପାରିବେ। ଅଟକି ରହିଥିବା ଟଙ୍କା ଫେରିପାଇବେ। ଖାସ୍ କରି ପୁରୁଣା ବିନିଯୋଗରୁ ଲାଭ ମିଳିବ । ଆୟ ବୃଢିବ। ଚାକିରି କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତି ହୋଇପାରେ । ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ହେତୁ ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ମିଳିବ । ଏବଂ ଅବିବାହିତଙ୍କ ବିବାହ ସ୍ଥିର ହୋଇପାରେ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)