Gold Price Today: ଗ୍ରାହକଙ୍କ ପାଇଁ ଖୁସି ଖବର, ଏଠି ୫୦ ହଜାର ତଳେ ମିଳୁଛି ସୁନା
Advertisement
Article Detail0/zeeodisha/odisha1996787

Gold Price Today: ଗ୍ରାହକଙ୍କ ପାଇଁ ଖୁସି ଖବର, ଏଠି ୫୦ ହଜାର ତଳେ ମିଳୁଛି ସୁନା

Gold Price Today: ଗ୍ରାହକଙ୍କ ପାଇଁ ଖୁସି ଖବର। ପୁଣି ଦ୍ବିତୀୟ ଦିନରେ ଖସିଲା ସୁନା ରେଟ୍। ଆଗକୁ ବିବାହ ସିଜିନ୍ (Wedding Season) ଓ ନୂଆ ବର୍ଷ ଥିବାରୁ ସୁନା ଦର ହ୍ରାସ ପାଇଥିବାରୁ ଗ୍ରାହକଙ୍କ ମଧ୍ୟରେ ନାହିଁ ନ ଥିବା ଖୁସି ଦେଖିବାକୁ ମିଳିଛି । ତେବେ ଗହଣା କିଣି ଯିବା ପୂର୍ବରୁ ନଜର ପକାନ୍ତୁ ଆଜି କେତେ ଖସିଛି ଦର (Gold Price Today)। ଆଉ ନୂଆଦିଲ୍ଲୀ, ମୁମ୍ବାଇ, ଓଡି଼ଶା ଓ ଚେନ୍ନାଇରେ ସୁନା ରେଟ୍ କେତେ ରହିଛି । 

Gold Price Today: ଗ୍ରାହକଙ୍କ ପାଇଁ ଖୁସି ଖବର, ଏଠି ୫୦ ହଜାର ତଳେ ମିଳୁଛି ସୁନା

Gold Price Today: ଗ୍ରାହକଙ୍କ ପାଇଁ ଖୁସି ଖବର। ପୁଣି ଦ୍ବିତୀୟ ଦିନରେ ଖସିଲା ସୁନା ରେଟ୍। ଆଗକୁ ବିବାହ ସିଜିନ୍ (Wedding Season) ଓ ନୂଆ ବର୍ଷ ଥିବାରୁ ସୁନା ଦର ହ୍ରାସ ପାଇଥିବାରୁ ଗ୍ରାହକଙ୍କ ମଧ୍ୟରେ ନାହିଁ ନ ଥିବା ଖୁସି ଦେଖିବାକୁ ମିଳିଛି । କାହିଁକିନା ସୁନା ଦର କ୍ରମାଗତ ସପ୍ତାହେ ହେବ ବୃଦ୍ଧି ପାଇବାରେ ଲାଗିଥିଲା। ଯଦି ଆପଣ ଗହଣା କଣିବା ପାଇଁ ଯୋଜାନ କରିଛନ୍ତି । ତେବେ, ଆଜି ହିଁ କିଣନ୍ତୁ । ତେବେ ଗହଣା କିଣି ଯିବା ପୂର୍ବରୁ ନଜର ପକାନ୍ତୁ ଆଜି କେତେ ଖସିଛି ଦର (Gold Price Today)। ଆଉ ନୂଆଦିଲ୍ଲୀ, ମୁମ୍ବାଇ, ଓଡି଼ଶା ଓ ଚେନ୍ନାଇରେ ସୁନା ରେଟ୍ କେତେ ରହିଛି । 

  Also Read: LaccMI Bus: କୋରାପୁଟରେ ଗଡି଼ବ ‘ଲକ୍ଷ୍ମୀ ବସ୍’, ଏହି ୩ଟି ରୁଟରେ ମିଳିବ ସେବା

ପୁଣି ଦ୍ବିତୀୟ ଦିନରେ ଖସିଲା ସୁନା ରେଟ୍:

 ଆଜି (ଡିସେମ୍ବର ୬) ଭାରତୀୟ ବଜାରରେ(Gold rate in India today) ୨୨ କ୍ୟାରେଟ ( 22 Carat) ସୁନା ଦର ଦଶ ଗ୍ରାମ ପ୍ରତି ୫୭,୦୫୫ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ (24 Carat) ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୬୨,୨୮୭ ଟଙ୍କା ରହିଛି । ସେହିପରି ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ ପିଛା ୫୭,୬୦୦ ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୨,୮୨୦ ଟଙ୍କା ରହିଛି । ୨୨ କ୍ୟାରେଟରେ ୪୦୦ ଓ ୨୪ କ୍ୟାରେଟରେ ୪୪୦ ଦର ହ୍ରାସ ପାଇଛି। ସେହିପରି ରୂପା ଦର କେଜି ପିଛା ୭୮,୨୦୦ ଟଙ୍କା ଥିବା ବେଳେ ୩୦୦ ଟଙ୍କା କମିଛି। 

ସେହିପରି ମାୟା ନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ର ମୂଲ୍ୟ ୫୭,୪୫୦ ଥିବା ବେଳେ ୨୪ କ୍ୟାରେଟର ଦାମ୍ ରହିଛି ୬୨,୬୭୦। ୨୨ ଓ ୨୪ କ୍ୟାରେଟରେ ୪୦୦ ଓ ୪୪୦ ଟଙ୍କା ହ୍ରାସ ପାଇଛି। ଏବଂ ରୂପା ଦର କେଜି ପିଛା ୩୦୦ଟଙ୍କା ଖସିଛି। ଅନ୍ୟପଟେ, ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ଦରରେ ବିରାଟ ପରିବର୍ତ୍ତନ ହୋଇଛି। ୨୨ କ୍ୟାରେଟର ଦାମ୍ ୫୮,୧୫୦ ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୩,୪୪୦ ରହିଛି। ୨୨ ଓ ୨୪ କ୍ୟାରେଟରେ ୩୮୦ ଓ ୩୪୦ ଟଙ୍କା ହ୍ରାସ ପାଇଛି। ରୂପା ଦର କେଜି ପିଛା ୪୦୦ ଟଙ୍କା କମିଛି । କୋଲାକାତରେ ମଧ୍ୟ ସୁନା ଦର ହ୍ରାସ ପାଇଛି। 

ସେହିପରି, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ( 22 Carat) ସୁନା ଦର ଦଶ ଗ୍ରାମ ପ୍ରତି ୫୭,୪୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ( 24 Carat) ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୬୨,୬୭୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ କ୍ୟାରେଟରେ ୪୦୦ ଓ ୨୪ କ୍ୟାରେଟରେ ୪୪୦ ଟଙ୍କା ଖସିଛି । ଅନ୍ୟପଟେ ୧୮ କ୍ୟାରେଟର ଦାମ୍ ୪୫, ୦୦୦ ଟଙ୍କା ରହିଛି। ସେହିପରି ରୂପା ଦର କେଜି ୮୧,୦୦୦ ଟଙ୍କା ରହିଥିବା ବେଳେ କେଜି ପିଛା ୪୦୦ ଟଙ୍କା କମିଛି। ସିଲଭର ସିଟି କଟକରେ ବି ସୁନା ଦର ଖସିଛି।