ପ୍ରଥମ ଥର ଶାରୀରିକ ସମ୍ପର୍କ ସ୍ଥାପନ କରିବା ପରେ ମହିଳାଙ୍କ ଶରୀରରେ ଆସିଥାଏ ଏହି ବଡ଼ ପରିବର୍ତ୍ତନ
Advertisement
Article Detail0/zeeodisha/odisha1088451

ପ୍ରଥମ ଥର ଶାରୀରିକ ସମ୍ପର୍କ ସ୍ଥାପନ କରିବା ପରେ ମହିଳାଙ୍କ ଶରୀରରେ ଆସିଥାଏ ଏହି ବଡ଼ ପରିବର୍ତ୍ତନ

ଯୌନ ସମ୍ପର୍କ କିମ୍ବା ଶାରୀରିକ ସମ୍ପର୍କ (Physical Relation) ସ୍ଥାପନ କରିବା ଏକ ବିଶେଷ ଅନୁଭବ ହୋଇଥାଏ । କିନ୍ତୁ ଯୌନ ସମ୍ପର୍କ ସ୍ଥାପନ ଯେତିକି ଭାବପ୍ରବଣତା ସହ ଜଡ଼ିତ ରହିଛି, ସେତିକି ଶାରୀରିକ ସ୍ୱାସ୍ଥ୍ୟ (Physical Health) ସହ ମଧ୍ୟ ଜଡ଼ିତ ଅଛି । ଯେତେବେଳେ ଜଣେ ମହିଳା ପ୍ରଥମ ଥର ପାଇଁ ଶାରୀରିକ ସମ୍ପର୍କ ରଖେ, ସେତେବେଳେ ତାଙ୍କ ଶରୀରରେ ଅନେକ ବଡ଼

ପ୍ରତୀକାତ୍ମକ ଫଟୋ

ଯୌନ ସମ୍ପର୍କ କିମ୍ବା ଶାରୀରିକ ସମ୍ପର୍କ (Physical Relation) ସ୍ଥାପନ କରିବା ଏକ ବିଶେଷ ଅନୁଭବ ହୋଇଥାଏ । କିନ୍ତୁ ଯୌନ ସମ୍ପର୍କ ସ୍ଥାପନ ଯେତିକି ଭାବପ୍ରବଣତା ସହ ଜଡ଼ିତ ରହିଛି, ସେତିକି ଶାରୀରିକ ସ୍ୱାସ୍ଥ୍ୟ (Physical Health) ସହ ମଧ୍ୟ ଜଡ଼ିତ ଅଛି । ଯେତେବେଳେ ଜଣେ ମହିଳା ପ୍ରଥମ ଥର ପାଇଁ ଶାରୀରିକ ସମ୍ପର୍କ ରଖେ, ସେତେବେଳେ ତାଙ୍କ ଶରୀରରେ ଅନେକ ବଡ଼ ପରିବର୍ତ୍ତନ ଘଟେ । ଏହା ତାଙ୍କୁ ଟିକିଏ ଅସହଜ ଓ ଚିନ୍ତିତ କରିପାରେ । ଆସନ୍ତୁ ଜାଣିବା ପ୍ରଥମ ଥର ପାଇଁ ଶାରୀରିକ ସମ୍ପର୍କ ରଖିବା ପରେ ମହିଳାଙ୍କ ଭିତରେ ଘଟୁଥିବା ଶାରୀରିକ ପରିବର୍ତ୍ତନ ବିଷୟରେ...

ପ୍ରଥମ ଥର ଶାରୀରିକ ସମ୍ପର୍କ ସ୍ଥାପନ ପରେ ମହିଳାମାନଙ୍କ ଶରୀରରେ ହେଉଥିବା ପରିବର୍ତ୍ତନ (Body Changes in Women after first time physical relation) 

ଯେତେବେଳେ ଜଣେ ମହିଳା ପ୍ରଥମ ଥର ପାଇଁ ଶାରୀରିକ ସମ୍ପର୍କ ରଖନ୍ତି, ସେତେବେଳେ ତାଙ୍କଠାରେ ଅନେକ ଭାବପ୍ରବଣ, ମାନସିକ ଏବଂ ଶାରୀରିକ ପରିବର୍ତ୍ତନ ଆସିଥାଏ । କିଛି ଲୋକ ଏହାକୁ କୁମାରୀତ୍ୱ (virginity) ସହିତ ଯୋଡ଼ି ଦେଖନ୍ତି । ଆସନ୍ତୁ ମହିଳା ସ୍ୱାସ୍ଥ୍ୟ ଉପରେ flo.health ଦ୍ୱାରା କୁହାଯାଇଥିବା ଏହି ପରିବର୍ତ୍ତନଗୁଡ଼ିକ ବିଷୟରେ ଜାଣିବା...

୧. ଯେତେବେଳେ ଜଣେ ମହିଳା ପ୍ରଥମ ଥର ପାଇଁ ଶାରୀରିକ ସମ୍ପର୍କ ରଖନ୍ତି, ତା’ର ଯୌନାଙ୍ଗର ଇଲାସ୍ଟିସିଟିରେ ପାର୍ଥକ୍ୟ ଆସିଥାଏ । ଏହା ନୁହେଁ ଯେ ମହିଳା ଯୌନାଙ୍ଗରେ ଇଲାସ୍ଟିସିଟି ନାହିଁ, ସେ ପ୍ରସବ ପାଇଁ ଆବଶ୍ୟକ ଷ୍ଟ୍ରେଚ୍ ସହନ କରିପାରନ୍ତି । କିନ୍ତୁ ଇଣ୍ଟରକୋର୍ସ ମାଧ୍ୟମରେ କିଛି ପରିମାଣରେ ମହିଳା ଯୌନାଙ୍ଗର ଷ୍ଟ୍ରେଚର ଅଭ୍ୟସ୍ତ ହେବାକୁ ଲାଗନ୍ତି । 

୨. ପ୍ରଥମ ଥର ଶାରୀରିକ ସମ୍ପର୍କ ରଖିବା ସମୟରେ ମହିଳାଙ୍କ ଶରୀରରେ ଅନେକ ହରମୋନ୍ ଉତ୍ପାଦନ ଆରମ୍ଭ ହୁଏ କିମ୍ବା ବଢ଼ିଯାଇଥାଏ । ଏହି ସମୟରେ ଏଣ୍ଡୋରଫିନ୍, ଡୋପାମାଇନ୍, ଅକ୍ସିଟୋସିନ୍ ହରମୋନର ସ୍ତର ବଢିବାରେ ଲାଗେ । ଯାହା ମହିଳାଙ୍କୁ ମାନସିକ ସ୍ତରରେ ଶାନ୍ତ ଓ ଖୁସି କରିଥାଏ ।

୩. ପ୍ରଥମ ଥର ଶାରୀରିକ ସମ୍ପର୍କ ରଖିବା ପରେ କେତେକ ମହିଳାଙ୍କ ସ୍ତନରେ ପରିବର୍ତ୍ତନ ହୋଇପାରେ । କାରଣ କାମୋତ୍ତେଜନା ସମୟରେ ସ୍ତନରେ ରକ୍ତ ପ୍ରବାହ ବଢିଥାଏ, ଯେଉଁ କାରଣରୁ ସେମାନଙ୍କର ଆକାର ବଢିଥାଏ ।

୪. ଯୌନ ଉତ୍ତେଜନା ହେତୁ ଶରୀରରେ ରକ୍ତ ପ୍ରବାହ ମହିଳାଙ୍କ ସ୍ତନର ଉପରି ଭାଗ ବା ନିପ୍ପଲ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏହି କାରଣରୁ ନିପ୍ପଲ ଅଧିକ ସମ୍ବେଦନଶୀଳ ହୋଇଯାଏ । ତଥାପି, ସ୍ତନ ପରି ନିପ୍ପଲରେ ଏହି ପରିବର୍ତ୍ତନ ମଧ୍ୟ ଅସ୍ଥାୟୀ ହୋଇଥାଏ ।

୫. ପ୍ରଥମ ଥର ଶାରୀରିକ ସମ୍ପର୍କ ରଖିଥିବା ମହିଳାଙ୍କ କ୍ଲିଟୋରିୟସ୍ ଓ ଗର୍ଭାଶୟକୁ ମଧ୍ୟ ପ୍ରଭାବିତ କରିଥାଏ । କାରଣ, ରକ୍ତ ପ୍ରବାହ ବୃଦ୍ଧି ହେତୁ କ୍ଲିଟୋରିୟସ୍ ଫୁଲିଯାଏ ଓ ସମ୍ବେଦନଶୀଳ ହୋଇଯାଏ । ଏହା ସହିତ ଗର୍ଭାଶୟରେ ସଂକୋଚନ ଆରମ୍ଭ ହୁଏ । ଧୀରେ ଧୀରେ ଏହି ସଂକୋଚନ ଭଲ ହୋଇଯାଏ ।

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ହ୍ରାସ, କିନ୍ତୁ ଚିନ୍ତା ବଢ଼ାଉଛୁ ମୃତ୍ୟୁ ସଂଖ୍ୟା

ଏହା ବି ପଢ଼ନ୍ତୁ:-ଏହି ସବୁ ରାଜ୍ୟରେ ଖୋଲି ସାରିଛି ସ୍କୁଲ, କେନ୍ଦ୍ର ଜାରି କଲା ନୂଆ ଗାଇଡଲାଇନ୍, ଛାତ୍ରଙ୍କୁ ମିଳିବ ଅନଲାଇନ୍ କ୍ଲାସର ବିକଳ୍ପ

ଏହା ବି ପଢ଼ନ୍ତୁ:-ଚନ୍ନିଙ୍କ ବଢ଼ିଲା ଅସୁବିଧା, ଜାଣନ୍ତୁ କାହିଁକି?

ଏହା ବି ପଢ଼ନ୍ତୁ:-ଆୟୁର୍ବେଦ ଅନୁଯାୟୀ, ଖାଦ୍ୟ ଖାଇବା ପରେ ତୁରନ୍ତ କରନ୍ତୁନି ଏହି ୬ଟି କାମ

୬. ପ୍ରଥମ ଥର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଉପରେ ମହିଳାଙ୍କ ଶରୀରରେ ରକ୍ତ ପ୍ରବାହ ବୃଦ୍ଧି, ଅମ୍ଳଜାନ ବୃଦ୍ଧି ଏବଂ ଭଲ ହରମୋନ୍ ଉତ୍ପାଦନ ତ୍ୱଚା ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଯାହା ଚେହେରାରେ ଚମକ ଆଣିଥାଏ ।

୭. ସେପଟେ, କେତେକ ମହିଳାଙ୍କ କ୍ଷେତ୍ରରେ ପ୍ରଥମ ଥର ଯୌନ ସମ୍ପର୍କ ରଖିବାରେ ହରମୋନ୍ ପରିବର୍ତ୍ତନ ହେତୁ ଋତୁସ୍ରାବରେ ବିଳମ୍ବ ହୋଇପାରେ । ତେବେ ଗର୍ଭଧାରଣ ସହିତ ଏହାର କୌଣସି ସମ୍ପର୍କ ନାହିଁ ।

ଜଣେ ମହିଳା ପ୍ରଥମ ଥର ଶାରୀରିକ ସମ୍ପର୍କ ରଖିବା ପରେ ଗର୍ଭବତୀ ହୋଇପାରିବେ କି?

ଆଜ୍ଞା ହଁ, ଆପଣ ପ୍ରଥମ ଥର ପାଇଁ ହେଉଁ କିମ୍ୱା ଦଶମ ଥର ହେଉଁ ଯଦି ଶାରୀରିକ ଆପଣ ସମ୍ପର୍କ ରଖୁଛନ୍ତି, ତେବେ ମହିଳା ଗର୍ଭବତୀ ହେବାର ସମ୍ଭାବନା ଅଛି । ଯେତେବେଳେ ବି ପୁରୁଷର ଶୁକ୍ରାଣୁ ମହିଳାଙ୍କ ଯୌନାଙ୍ଗରେ ପ୍ରବେଶ କରେ, ଗର୍ଭଧାରଣ ହେବାର ସମ୍ଭାବନା ଥାଏ ।