Odisha News Live Updates: ଆଜି ହେଉଛି ପବିତ୍ର ମହାଶିବରାତ୍ରୀ ଜାଗର; ପଢନ୍ତୁ ଆଜିର ଆଉ କିଛି ତାଜା ଖବର
Advertisement
Article Detail0/zeeodisha/odisha2146006

Odisha News Live Updates: ଆଜି ହେଉଛି ପବିତ୍ର ମହାଶିବରାତ୍ରୀ ଜାଗର; ପଢନ୍ତୁ ଆଜିର ଆଉ କିଛି ତାଜା ଖବର


ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। 

 Odisha News Live Updates: ଆଜି ହେଉଛି ପବିତ୍ର ମହାଶିବରାତ୍ରୀ ଜାଗର; ପଢନ୍ତୁ ଆଜିର ଆଉ କିଛି ତାଜା ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

08 March 2024
22:45 PM

ମହମ୍ମଦ କାସିମ୍ ଗୁଜ୍ଜର କିଏ ? ଯାହାକୁ ଭାରତ ସରକାର ଆତଙ୍କବାଦୀ ଭାବେ ଘୋଷଣା କରିଛନ୍ତି
ମାର୍ଚ୍ଚ 7 ରେ ଭାରତ ସରକାର ଲଶ୍କର-ଏ-ତାଇବା ସଦସ୍ୟ ମହମ୍ମଦ କାସୀମ ଗୁଜାରକୁ UAPA ଅଧୀନରେ ଆତଙ୍କବାଦୀ ବୋଲି ଘୋଷଣା କରିଛନ୍ତି। କାସୀମ ଗୁଜରର ଅନ୍ୟ ଏକ ନାମ ହେଉଛି ସଲମାନ କିମ୍ବା ସୁଲେମାନ ।  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଯେ ଯିଏ ଭାରତର ଏକତା ତଥା ଅଖଣ୍ଡତା ବିରୋଧରେ କୌଣସି ପ୍ରକାର କାର୍ଯ୍ୟରେ ଲିପ୍ତ ରହିବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପଢନ୍ତୁ ପୂରା ରିପୋର୍ଟ...

22:30 PM

Odisha News Live: ଲିଙ୍ଗରାଜରେ ଉଠିଲା ମହାଦୀପ, ବ୍ରତ ଭାଙ୍ଗିଲେ ବ୍ରତଧାରୀ
ଭୁବନେଶ୍ୱର: ନିର୍ଦ୍ଧାରିତ ସମୟରେ ଉଠିଲା ମହାଦୀପ। ମହାଦୀପ ଦର୍ଶନ କଲେ ସନ୍ଧ୍ୟାରୁ ଦୀପାଳି ଜାଳୁଥିବା ହଜାର ହଜାର ଶ୍ରଦ୍ଧାଳୁ। ଶିବ ପଞ୍ଚାକ୍ଷରୀରେ କମ୍ପିଛି ଏକାମ୍ରକ୍ଷେତ୍ର। ମନ୍ଦିର ବେଢ଼ାରେ ଓ ବାହାରେ ହଜାର ହଜାର ଶ୍ରଦ୍ଧାଳୁ ଉଜାଗର ରହି ଜାଗର ଜାଳିଛନ୍ତି। ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳି ସାଙ୍ଗକୁ ହରହର ମହାଦେବ ଡାକରେ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା। ଶେଷରେ ବହୁ ପ୍ରତୀକ୍ଷାର ଅନ୍ତ ଘଟି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ରାତି ୧୦ଟା ୧୦ରେ ଉଠିଛି। ହଜାର ହଜାର ଶ୍ରଦ୍ଧାଳୁ ମହାଦୀପକୁ ଦର୍ଶନ କରିଛନ୍ତି। ଏଥି ସହିତ ବ୍ରତଧାରୀମାନେ ଜାଗର ବ୍ରତ ଭାଙ୍ଗିଛନ୍ତି।

22:15 PM

ନାସା ଖୋଜୁଛି ମହାକାଶଚାରୀ,ଏମିତି କରିପାରିବେ ଆବେଦନ
ଗଗନୟାନ ଜରିଆରେ ଭାରତ ମହାକାଶକୁ ମହାକାଶଚାରୀ ପଠାଇବାକୁ ପ୍ରସ୍ତୁତ ହେଉଛି। ଆସନ୍ତା ବର୍ଷ ତିନି ଜଣ ଭାରତୀୟ  ମହାକାଶ ଯାତ୍ରା କରିବେ। କିନ୍ତୁ କ’ଣ ଆପଣ ଜାଣନ୍ତି କି ଆମେରିକାର ସ୍ପେସ୍ ଏଜେନ୍ସି ନାସା ମଧ୍ୟ ନୂତନ ମହାକାଶଚାରୀଙ୍କୁ ଖୋଜୁଛି ? ଏଥିପାଇଁ ନାସା ଆବେଦନ ନିମନ୍ତ୍ରଣ କରିଛି । ଇଛୁକ ପ୍ରାର୍ଥୀ ଯଦି ନାସାର ସର୍ତ୍ତ ପୁରଣ କରିପାରୁଥିବେ ତେବେ ସେମାନେ ମହାକାଶକୁ ଯିବା ପାଇଁ ଆବେଦନ କରିପାରିବେ । ଯଦି ଆପଣ ମହାକାଶ ଯାତ୍ରା କରିବାକୁ ଇଚ୍ଛା କରନ୍ତି, ତେବେ ଆପଣ ଏଥିପାଇଁ ଆବେଦନ କରିପାରିବେ । କିନ୍ତୁ ଏହା ପୂର୍ବରୁ ଜାଣି ନିଅନ୍ତୁ ଏଥିପାଇଁ ଯୋଗ୍ୟତା ସବୁ କ’ଣ ।  ଏହା ମଧ୍ୟ ଜାଣନ୍ତୁ  ଯେ ଯଦି ଆପଣଙ୍କର ସେହି ଦକ୍ଷତା ଅଛି ତେବେ କିପରି ଆବେଦନ କରିବେ? ପଢନ୍ତୁ ପୂରା ରିପୋର୍ଟ...

21:15 PM

Odia News Live: ବିଶ୍ୱ ମହିଳା ଦିବସରେ ମୁକ୍ତିଲାଭ କଲା ନୂଆ ଚଳଚ୍ଚିତ୍ର ତ୍ରିକନ୍ୟା
ଅମୀୟ ପଟ୍ଟନାୟକ ପ୍ରଡକସନ୍ସ ଓ ଟେକ୍ନୋ ଆର୍ଟ୍ସ ବ୍ୟାନର ରେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ନିର୍ମାଣ କରିଥିବା ଆଉ ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ର "ତ୍ରିକନ୍ୟା" ବିଶ୍ୱ ମହିଳା ଦିବସ ଉପଲକ୍ଷେ ମୁକ୍ତିଲାଭ କରିଛି। ଭୁବନେଶ୍ୱରସ୍ଥିତ ସ୍ଵାତୀ ସିନେପ୍ଲେକ୍ସ ରେ ଏହାର ପ୍ରିମିଅର ଶୋ' ହୋଇଯାଇଛି। ପଢନ୍ତୁ ପୂରା ରିପୋର୍ଟ..

21:00 PM

Odisha News Live: ମେଣ୍ଟକୁ ନେଇ ଏଭଳି ବୟାନ ଦେଲେ ମନମୋହନ
ମେଣ୍ଟକୁ ନେଇ କୌଣସି ଚର୍ଚ୍ଚା ହୋଇନାହିଁ। ନୂଆଦିଲ୍ଲୀରୁ ଫେରିବା ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟରେ ବିଜେପି ଓ ବିଜେଡ଼ି ସମ୍ଭାବ୍ୟ ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ ମନମୋହନ ସାମଲ ଆଜି ଦିଲ୍ଲୀରୁ ଫେରି ଏଭଳି ମନ୍ତବ୍ୟ ଦେଇଛନ୍ତି। 

20:45 PM

Odisha News Live: ବିଶ୍ୱର ସର୍ବୋଚ୍ଚ ଶିବମନ୍ଦିର କେଉଁଠାରେ ଅବସ୍ଥିତ, ପଢନ୍ତୁ ପୂରା ରିପୋର୍ଟ...ଭଗବାନ ଶିବ ହିନ୍ଦୁ ଧର୍ମର ତ୍ରିଦେବ ମଧ୍ୟରୁ ଅନ୍ୟତମ। ଭୋଲେନାଥଙ୍କୁ ଦେବଙ୍କ ଦେବ ବୋଲି ମଧ୍ୟ କୁହାଯାଏ । ଭାରତରେ ଉତ୍ତରରୁ ଦକ୍ଷୀଣ ଭାଗରେ ପ୍ରଭୁ ଶିବଙ୍କର ଅନେକ ମନ୍ଦିର ଦେଖିବାକୁ ମିଳେ । ତେବେ ଆପଣ ଜାଣିଛନ୍ତି କି ଦୁନିଆର ସର୍ବୋଚ୍ଚ ଶିବ ମନ୍ଦିରର ନାମ କ’ଣ? ଏହା କେଉଁଠାରେ ଅଛି ? ଉତ୍ତର ହେଉଛି ଦୁନିଆର ସର୍ବୋଚ୍ଚ ଶିବମନ୍ଦିରର ନାମ  ହେଉଛି ଉତ୍ତରାଖଣ୍ଡର ତୁଙ୍ଗନାଥ ମନ୍ଦିର । ଭଗବାନ ଶିବଙ୍କ ପାଞ୍ଚଟି କେଦାର ମଧ୍ୟରୁ ତୁଙ୍ଗନାଥ ଅନ୍ୟତମ । ଉତ୍ତରାଖଣ୍ଡରେ ଅବସ୍ଥିତ ଥିବା 5 ଟି ପ୍ରାଚୀନ ଏବଂ ପବିତ୍ର ମନ୍ଦିରକୁ ପଞ୍ଚ କେଦାର କୁହାଯାଏ । ମହାଶିବରାତ୍ରୀ ଅବସରରେ, ଆସନ୍ତୁ ଭଗବାନ ଶିବଙ୍କ ସର୍ବୋଚ୍ଚ ମନ୍ଦିର ସହିତ ଜଡିତ କିଛି କୌତୁହଳପୂର୍ଣ୍ଣ ତଥ୍ୟ। ପଢନ୍ତୁ ପୂରା ରିପୋର୍ଟ...

20:30 PM

Odisha News Live: LAC ନିକଟରେ ସେଲା ଟନେଲ୍ ପ୍ରସ୍ତୁତ, ତୁରନ୍ତ ପହଞ୍ଚି ପାରିବେ ସୈନିକ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୯ ତାରିଖରେ ଅରୁଣାଚଳ ପ୍ରଦେଶ ଗସ୍ତରେ ଯିବେ। ସେ ସେଲା ଟନେଲ ସମେତ ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ ବୋଲି ସୂଚନା ରହିଛି। ପଶ୍ଚିମ କାମେଙ୍ଗ ଜିଲ୍ଲାର ବାଇସାଖୀରେ ଆୟୋଜିତ ଏକ ସମାରୋହରେ ପିଏମ ମୋଦୀ ସେଲା ଟନେଲକୁ ଦେଶ ପାଇଁ ଉତ୍ସର୍ଗ କରିବେ। ସେଲା ଟନେଲରୁ ଚୀନ୍ ସୀମାବର୍ତ୍ତୀ ତାୱାଙ୍ଗ ପର୍ଯ୍ୟନ୍ତ ସମସ୍ତ ପାଣିପାଗ ସଂଯୋଗ ଉପଲବ୍ଧ ହେବ। 

20:15 PM

Odisha News Live: ୫ମ ଟେଷ୍ଟ: ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତର ସ୍କୋର ୪୭୩/୮
ଭାରତ ଓ ଇଂଲଣ୍ଡ ମଧ୍ୟରେ ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମ୍‌ରେ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ଜାରି ରହିଛି। ଭାରତ ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ୮ଟି ୱିକେଟ୍‌ ହରାଇ ୪୭୩ ରନ୍‌ ସଂଗ୍ରହ କରିଛି। ଏଥି ସହିତ ଇଂଲଣ୍ଡ ତୁଳନାରେ ଘରୋଇ ଟିମ୍‌ ୨୫୫ ରନ୍‌ରେ ଅଗ୍ରଣୀ ରହିଛି।

20:01 PM

Odisha News Live: ପ୍ରଥମ ଥର ପାଇଁ ଆଇସିଏଆର ପକ୍ଷରୁ ଡ୍ରୋନରେ ସାର ଛିଞ୍ଚନ  
ଜଗନ୍ନାଥସାଗରର ଭାରତୀୟ ମୂର୍ତ୍ତିକା ଓ ଜଳ ସଂରକ୍ଷଣ ସଂସ୍ଥାନ (ଆଇସିଏଆର)ପକ୍ଷରୁ ପ୍ରଥମ ଥର ପାଇଁ ଚାଷୀଙ୍କ ଜମିରେ ଡ୍ରୋନ ମାଧ୍ୟମରେ ସାର ଛିଞ୍ଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲାର ଜୟପୁର ବ୍ଲକର ମନପୁରିଆ ଗୁଡା ଗାଁ‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବୈଜ୍ଞାନିକ ଅଧ୍ୟକ୍ଷ (ପ୍ରିନ୍ସପାଲ ସାଇନଟିଷ୍ଟ ) ଡ଼ଃ ପି ରାଜା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ୍ରୋନ ଛିଞ୍ଚନ କାର୍ଯ୍ୟକୁ ଉଦଘାଟନ କରିଥିଲେ। ଏହି ଡ୍ରୋନ ମାଧ୍ୟମରେ କମ ସମୟ କମ ସାର ଔ ଅଧିକ ଜମିରେ ସମ ପରିମାଣର ସାର ପ୍ରୟୋଗ କରା ଯାଇପାରିବ ବୋଲି ସୂଚନା ଦେଇଥିଲେ। ଯାହାଫଳରେ ଚାଷୀ ମାନେ ସ୍ୱଳ୍ପ ପରିଶ୍ରମରେ ଅଧିକ ଜମିରେ ସାର ପ୍ରୟୋଗ କରି ଲାଭବାନ ହୋଇ ପାରିବେ ବୋଲି କହିଥିଲେ।

19:45 PM

Odisha News Live: ହଜାରେ ୫୭ ହିତାଧିକାରୀଙ୍କୁ ବିଏସକେଓ୍ବାଇ ନବୀନ କାର୍ଡ ବଣ୍ଟନ
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକରେ ବିଏସକେୱାଇ ନବୀନ କାର୍ଡ ବଣ୍ଟନ। ବ୍ଲକର ଏକ ହଜାର ୫୭ ଜଣ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ। ନବୀନ କାର୍ଡ ଯୋଗୁଁ ଉପକୃତ ହେବ ହିତାଧିକାରୀ। କାର୍ଡ ମାଧ୍ୟମରେ ପୁରୁଷ ଲୋକ ୫ ଲକ୍ଷ ଓ ମହିଳା ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କାର ଚିକିତ୍ସା ସୁବିଧା ମାଗଣାରେ ପାଇ ପାରିବେ। ପୂର୍ବରୁ ଗରିବ ଲୋକ ବେମାର ପଡ଼ିଲେ ଜମିବାଡି ବିକ୍ରି ହୋଇଯାଉଥିଲା। ହେଲେ ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ବିଏସକେଓ୍ବାଇ ନବୀନ କାର୍ଡ ଏବେ ଏମାନଙ୍କ ପାଇଁ ସଞ୍ଜିବନୀ ପାଲଟିଛି । କାର୍ଡ ପାଇବା ପରେ ହିତାଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ଧନ୍ୟବାଦ। କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପlର ଠେଲା, ବ୍ଲକ ଉପାଧ୍ଯକ୍ଷ ମକର୍ଦ୍ଦଜ ସାହୁ, ସରପଞ୍ଚ ସଂଘ ସଭାପତି ମନୋଜ ପୁରୋହିତଙ୍କ ସମେତ ବିଡିଓ ବିପିନ ବିହାରୀ ଦୀପ ଅତିଥି ଭାବେ ଯୋଗ ଦେଇଥିଲେ ।

19:15 PM

Odisha News Live: କଂଗ୍ରେସ ଜାରି କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା
ଲୋକସଭା ନିର୍ବାଚନ ୨୦୨୪ କୁ ଦୃଷ୍ଟିରେ ରଖି କଂଗ୍ରେସ ନିଜର ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ୭ ମାର୍ଚ୍ଚରେ ଅନୁଷ୍ଠିତ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକରେ ଅନେକ ବଡ଼ ନାମ ସ୍ଥିର କରାଯାଇଥିଲା। ଶୁକ୍ରବାର ଦିନ (୮ ମାର୍ଚ୍ଚ) ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରି କଂଗ୍ରେସ ଏହାକୁ ଅନୁମୋଦନ କରିଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ କେରଳର ୱାୟନାଡ ଲୋକସଭା ଆସନରୁ ଟିକେଟ୍ ଦିଆଯାଇଛି।

18:45 PM

Odisha News Live: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ହିନ୍ଦୁ ସେନା ପକ୍ଷରୁ ଦାବି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ହିନ୍ଦୁ ସେନା ଦାବି କରିଛି। ହିନ୍ଦୁ ସେନାର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା ନୋବେଲ ଫାଉଣ୍ଡେସନକୁ ଏକ ଚିଠି ପଠାଇଛନ୍ତି। ଏହି ଚିଠିକୁ ସରକାରୀ ଇମେଲ ଆଇଡି ଏବଂ ଫାଉଣ୍ଡେସନର ଠିକଣାକୁ ପଠାଯାଇଛି। ସଂଗଠନ ଏହାର ଚିଠିରେ ଲେଖିଛି ଯେ ଜଣେ ବିଶ୍ୱ ନାଗରିକ ଭାବରେ ମୁଁ ବିଶ୍ୱାସ କରେ ଯେ ଶାନ୍ତି, କୂଟନୈତିକ ତଥା ମାନବିକ ସହାୟତା ଦିଗରେ ପ୍ରଧାନମନ୍ତ୍ରୀ ମୋଦି ଯେଉଁ କାର୍ଯ୍ୟ କରିଛନ୍ତି ତାହା ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଯୋଗ୍ୟ ପ୍ରାର୍ଥୀ କରିଥାଏ।

18:30 PM

Odisha News Live: ଆଜି ଆସିପାରେ ବିଜେପିର ଦ୍ଵିତୀୟ ପ୍ରାର୍ଥୀ ତାଲିକା
ଉତ୍ତରପ୍ରଦେଶରେ ଲୋକସଭା ଆସନକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ଏବେ ବି ଆଲୋଚନା ଜାରି ରହିଛି | ରାଜ୍ୟର ୮୦ଟି ଲୋକସଭା ଆସନ ମଧ୍ୟରୁ ଦଳ ୫୧ଟି ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିସାରିଛି। ଏହା ବ୍ୟତୀତ ଏନଡିଏରେ ଅନ୍ତର୍ଭୁକ୍ତ ଦଳମାନଙ୍କୁ ବିଜେପି ୬ଟି ସିଟ୍ ଦେଇଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଦଳ ୨୩ଟି ଆସନକୁ ନେଇ ଆଲୋଚନା ଚଳାଇଛି | ସେପଟେ କେସରଗଞ୍ଜ ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ନାମ ଉପରେ ଆଲୋଚନା ହେଉଛି। ଏଥି ସହିତ ଦେଓରିଆ, ବାଲିଆ, ଗାଜିପୁର, ମେରଠ, ଗାଜିଆବାଦ, ରାଏବରେଲିର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ମଧ୍ୟ ଚାଲିଛି। ଆଜି ନୂଆଦିଲ୍ଲୀରେ ବିଜେପି ଏକ ବୈଠକ କରିବାକୁ ଯାଉଛି।

18:15 PM

Odisha News Live: ରାସ୍ତାରେ ନମାଜ ପାଠକୁ ନେଇ ହଙ୍ଗମା
ନୂଆଦିଲ୍ଲୀ: ଦିଲ୍ଲୀର ରାସ୍ତାରେ ନମାଜ ପାଠ କରିବା ନେଇ ଉତ୍ତେଜନା ଦେଖାଦେଇଥିଲା। ଶୁକ୍ରବାର ଅପରାହ୍ନରେ ଇନ୍ଦ୍ରଲୋକ ପୋଲିସ ଷ୍ଟେସନ ଅଞ୍ଚଳରେ ରାସ୍ତାରେ ନମାଜ ପାଠ କରୁଥିବା ବ୍ୟକ୍ତିଙ୍କ ସହ ଜଣେ ପୋଲିସ୍ ଦୁର୍ବ୍ୟବହାର କରିଥିବାର ଖବର ସାମ୍ନାକୁ ଆସିଥିଲା। ଏହା ପରେ ଲୋକମାନେ ରାଗିଯାଇ ସ୍ଥାନୀୟ ଅଞ୍ଚଳରେ ହଙ୍ଗାମା ସୃଷ୍ଟି କରିଥିଲେ। ଏପରିକି ହଙ୍ଗାମା କରୁଥିବା ଲୋକମାନେ ଇନ୍ଦ୍ରଲୋକ ପୋଲିସ ଷ୍ଟେସନକୁ ଘେରାଉ କରିଥିଲେ। ସେପଟେ ଆନ୍ଦୋଳନରତ ଲୋକମାନଙ୍କୁ ପୋଲିସ ବୁଝାସୁଝା କରୁଥିବାର ନଜର ଆସିଥିଲେ। 

17:45 PM

Odisha News Live: ଶିବ ଦର୍ଶନ ହେଲା ଶେଷ ଦର୍ଶନ
ଦେବଦେବ ମହାଦେବ ଶିବ ଶଙ୍କରଙ୍କ ମହାଜାଗର ଉପଲକ୍ଷେ ଚଳଚଞ୍ଚଳ ରାୟଗଡା ଜିଲ୍ଲାର ବିଭିନ୍ନ ଶୈବ ପୀଠ । ଶ୍ରଦ୍ଧା, ଭକ୍ତି ଓ ବିଶ୍ବାସ ରେ ଜିଲ୍ଲା ବ୍ୟାପି ଶିବମନ୍ଦିର ମାନଙ୍କରେ ଭକ୍ତ ଙ୍କ ପ୍ରବଳ ସମାଗମ ହେଉଛି । ତେବେ ଏହାଭିତରେ ଏକ ଅଘଟଣ ଘଟିଛି। କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଦେବଗିରୀ ଶୈବ ପୀଠରେ ପାହାଡ଼ ଉପରକୁ ଯିବାବେଳେ ପାହାଡ଼ ଉପରୁ ଖସି ପଡି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ଯୁବକ ଜଣକ ହେଉଛନ୍ତି ଯୋଡ଼ା ଆମ୍ବ ଗାଁ ର ଶ୍ରୀକାନ୍ତ ଗୌଡ଼।

17:30 PM

Odisha News Live: ଆନ୍ଧ୍ରରେ ମେଣ୍ଟ !
ଆନ୍ଧ୍ରପ୍ରଦେଶରେ ବିଜେପି-ଟିଡିପି ଏବଂ ଜନସେନାଙ୍କ ମିଳିତତା ପ୍ରାୟ ଚୂଡାନ୍ତ ହୋଇଛି। ଖବର ରହିଛି ଯେ ବିଜେପି ୬ ରୁ ୮ ଲୋକସଭା ଏବଂ ୧୦ ରୁ ୧୨ ବିଧାନସଭା ଆସନରେ ନିର୍ବାଚନ ଲଢିପାରେ। ଯେହେତୁ ଜନସେନା ୩ଟି ଲୋକସଭା ଏବଂ ୨୪ ଟି ବିଧାନସଭା ଆସନରେ ନିର୍ବାଚନ ଲଢିପାରିବେ। ତେଲୁଗୁ ଦେଶମ ପାର୍ଟି ସଭାପତି ଏନ. ଚନ୍ଦ୍ରବାବୁ ନାଇଡୁ ମଧ୍ୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଆନ୍ଧ୍ରପ୍ରଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

17:00 PM

Odisha News Live: ଶିବ ବରଯାତ୍ରୀ ସମୟରେ ବଡ଼ଧରଣ ଅଘଟଣ, ଜଳିଗଲେ ୧୪ ଛୁଆ 
ରାଜସ୍ଥାନର କୋଟାଠାରେ ଏକ ବଡ଼ଧରଣର ଅଘଟଣ ଘଟିଥିବାର ଖବର ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ ଶିବଙ୍କ ଶୋଭାଯାତ୍ରା ସମୟରେ ବିଦ୍ୟୁତ ଆଘାତ ଯୋଗୁଁ ୧୪ ଜଣ ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି। ମହା ଶିବରାତ୍ରୀ ଅବସରରେ ନିଆଯାଇଥିବା ଶିବ ଶୋଭାଯାତ୍ରାରେ ବିଦ୍ୟୁତ୍ ଆଘାତ ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଶିଶୁଙ୍କୁ ଏମବିଏସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୋଟାରେ ଶିବଙ୍କ ବରଯାତ୍ରୀ ସମୟରେ ପ୍ରାୟ ୧୪ ପିଲା ବିଦ୍ୟୁତ୍ ସଂସ୍ପର୍ଷରେ ଆସିଯାଇଥିଲେ। ରାତି ପ୍ରାୟ ସାଢେ ୧୨ଟା ବେଳେ କୋଟାର କୁନ୍ହାଡି ଥର୍ମାଲ୍ ଛକ ନିକଟରେ ଏହି ଘଟଣା ଘଟିଥିଲା। ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ତୁରନ୍ତ ଆହତ ପିଲାମାନଙ୍କୁ ଏମବିବିଏସ୍ ହସ୍ପିଟାଲକୁ ନେଇଥିଲେ।

 

16:29 PM

ବେକାରୀ ଯୁବକ ଯୁବତୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତି ମେଳା ଆୟୋଜିତ
ଗଜପତି ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷକୁ ନେଇ ବଢିଯାଇଛି ଜିଲ୍ଲା ପୋଲିସ୍ ଚିନ୍ତା। କିପରି ଗଞ୍ଜେଇ ଚାଷକୁ ମୂଳୋତ୍ପାଟନ କରାଯିବ ତାହାକୁ ନେଇ ଏକ ପ୍ରୟାସ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ। ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏବଂ କୌଣସି ରୋଜଗାରର ବାଟ ନଥିବା ହେତୁ ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷକୁ ଦୁର୍ଗମ ଅଞ୍ଚଳର ଲୋକେ ଆପଣାଇଛନ୍ତି। ଯାହା ଦ୍ୱାରା ଜିଲ୍ଲାରେ ପ୍ରତି ଦିନ ଗଞ୍ଜେଇ ଚୋରା ଚାଲାଣ ବଢ଼ିବାରେ ଲାଗିଛି। ଅନେକ ସମୟରେ କମ୍ ସମୟରେ ଅଧିକରୁ ଅଧିକା ଟଙ୍କା ରୋଜଗାର କରିବା ପାଇଁ ଯୁବପିଢ଼ି ଗଞ୍ଜେଇ ଚୋରା କାରବାରକୁ ଆପଣାଇ ନେଉଛନ୍ତି। ଯାହା ଫଳରେ ଚୋରା ଚାଲାଣ ବେଳେ ଅନେକ ସମୟରେ ପୋଲିସ୍ ହାବୁଡ଼ରେ ଧରା ପଡ଼ି ଜେଲ୍ ଯାଇଥିବାର ନଜିର ରହିଛି। 

ପଢନ୍ତୁ ପୁରା ଖବର

16:05 PM

ସମ୍ବଲପୁରୀ ଧନୁଯାତ୍ରାର ଦ୍ୱିତୀୟ ଦିବସ; କଂସ ମହାରାଜଙ୍କ ମଥୁରା ଭ୍ରମଣ, ଶ୍ରୀକୃଷ୍ଣ ଜନ୍ମ ଏବଂ ଗୋପପୁର ପ୍ରେରଣ

ସମ୍ବଲପୁରୀ ଧନୁଯାତ୍ରାର ଦ୍ୱିତୀୟ ଦିବସରେ ମହାପ୍ରତାପୀ ମହାରାଜ କଂସ ନଗର ଭ୍ରମଣ କରି ଫେରିବା ପରେ ସନ୍ଧ୍ୟାରେ ରାଜ ଦରବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରଙ୍ଗ ସଭାରେ ଗୀତ ସଙ୍ଗୀତ ସହ ସମ୍ବଲପୁରୀ ନାଚ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହା ପରେ ଦେବକୀଙ୍କ ଅଷ୍ଟମ ଗର୍ଭ ମଥୁରାରେ ଶ୍ରୀକୃଷ୍ଣ ଜନ୍ମ ସହ ଗୋପପୁରକୁ ପ୍ରେରଣ କରାଯାଇଥିଲା। ଏଥିପାଇଁ ଗୋପପୁରରେ ଆନନ୍ଦ ଉଲ୍ଲାସ ପ୍ରକାଶ ପାଇବା ସହିତ ଧାର୍ମିକ ମନୋଭାବରେ ଗୋପପୁର ପ୍ରକମ୍ପିତ ହୋଇ ଥିଲା।

ପଢନ୍ତୁ ପୁରା ଖବର

 

 

16:00 PM

ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର। ଲିଙ୍କରେ କ୍ଲିକ କରି ପଢନ୍ତୁ ପୂରା ରିପୋର୍ଟ...

15:36 PM

ନିର୍ବାଚନ ମୈଦାନରେ ଏଆଇଏମଆଇଏମ; କାହାର ଭାଙ୍ଗିବ ଭୋଟ୍ ବ୍ୟାଙ୍କ?
ଲୋକସଭା ନିର୍ବାଚନ ୨୦୨୪ ପାଇଁ କାର୍ଯ୍ୟସୂଚୀ ଚଳିତ ମାସରେ ଘୋଷଣା କରାଯାଇପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଶାସକ ମେଣ୍ଟ ଏନଡିଏ ୪ ଶହରୁ ଅଧିକ ଆସନ ଜିତିବାର ଲକ୍ଷ୍ୟ ରଖିଛି। କଂଗ୍ରେସ ନେତୃତ୍ୱାଧିନ ବିରୋଧି ମେଣ୍ଟ ଇଣ୍ଡିଆ ଏହାର ସହଯୋଗୀଙ୍କୁ ଏକାଠି ରଖିବା ପାଇଁ ସଂଘର୍ଷ କରୁଛି। ଉତ୍ତର ପ୍ରଦେଶରେ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡ଼ି) ଏବଂ ବିହାରରେ ଜନତା ଦଳ ୟୁନାଇଟେଡ୍ (ଜେଡ଼ିୟୁ) ଇଣ୍ଡିଆ ମେଣ୍ଟ ଛାଡ଼ି ସାରିଛନ୍ତି। ଉଭୟ ଜେଡ଼ିୟୁ-ଆରଏଲଡ଼ି ବିଜେପି ସହ ହାତ ମିଳାଇ ଏନଡିଏ ମେଣ୍ଟରେ ପ୍ରବେଶ କରିଛନ୍ତି। 

ପଢନ୍ତୁ ପୁରା ଖବର

14:05 PM

ସାବଧାନ! ପାଣି ନଷ୍ଟ କଲେ ଭରିବେ ମୋଟା ଅଙ୍କର ଜରିମାନା
ଗ୍ରୀଷ୍ମ ଋତୁ ଆରମ୍ଭରୁ ଅସମ୍ଭାଳ ହୋଇଉଠିଛି କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁ ସହର ସ୍ଥିତି। ଦେଶର ଇଲେକ୍ଟ୍ରୋନିକ୍ ରାଜଧାନୀ କୁହାଯାଉଥିବା ବେଙ୍ଗାଲୁରୁ ସହର ବର୍ତ୍ତମାନ ଗୁରୁତର ଜଳ ସଂକଟ ଦେଇ ଗତି କରୁଛି। ଏଭଳି ସମୟରେ କର୍ଣ୍ଣାଟକ ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏନେଇ ବୋର୍ଡ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଯଦି କେହି ପାନୀୟ ଜଳ ନଷ୍ଟ କରନ୍ତି, ତାହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବୋର୍ଡ ଆହୁରି ମଧ୍ୟ କହିଛି ଯେ ଯଦି କେହି ନିୟମ ଉଲ୍ଲଂଘନ କରନ୍ତି ତାହେଲେ ତାଙ୍କ ଠାରୁ ୫ ହଜାର ଟଙ୍କାର ଜରିମାନା ଆଦାୟ କରାଯିବ। ଜାଣନ୍ତୁ ଯେ କିପରି ପାନୀୟ ଜଳର ଅପଚୟ ହୋଇଥାଏ। 

ପଢନ୍ତୁ ପୁରା ଖବର

 

13:13 PM

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ତ୍ରିପୁରା ରାଜନୀତିରେ ବଡ଼ ପରିବର୍ତ୍ତନ
୨୦୨୪ ଲୋକସଭା ନିର୍ବାଚନ ଦେଶର ଉତ୍ତର-ପୂର୍ବ ଭାଗରେ ଅବସ୍ଥିତ ରାଜ୍ୟ ତ୍ରିପୁରା ରାଜନୀତିରେ ଦେଖିବାକୁ ମିଳିଛି ବଡ଼ ଧରଣର ପରିବର୍ତ୍ତନ। ରାଜ୍ୟର ମୁଖ୍ୟ ବିରୋଧି ଦଳ ଟିପ୍ରା ମୋଥା ପାର୍ଟି ଶାସକ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟରେ ଯୋଗ ଦେଇଛି। ଦଳର ବରିଷ୍ଠ ନେତା ଅନିମେଶ ଦେବବର୍ମା ମାର୍ଚ୍ଚ ୭ ତାରିଖ ଗୁରୁବାର ତ୍ରିପୁରା ବିଧାନସଭାରେ ବିରୋଧି ଦଳ ନେତା ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ବିଜେପି ନେତୃତ୍ୱାଧିନ ଏନଡିଏ ସରକାରରେ ମନ୍ତ୍ରୀ ଭାବେ ଅନିମେଶ ଦେବବର୍ମା ଏବଂ ଦଳୀୟ ବିଧାୟକ ବୃଷକେତୁ ଦେବବର୍ମା ଶପଥ ଗ୍ରହଣ କରିଥିଲେ। 

ପଢନ୍ତୁ ପୁରା ଖବର

 

11:59 AM

କୋଭିଶୀଲ୍ଡ-କୋଭାକ୍ସିନ ମଧ୍ୟରେ କେଉଁ କୋରୋନା ଟିକା ଅଧିକ ଫଳପ୍ରଦ? ଗବେଷଣାରୁ ସାମ୍ନାକୁ ଆସିଲା ଏହି ତଥ୍ୟ 
ଦେଶରେ ଯେତେବେଳେ ଦେଶରେ କୋରୋନା ସଂକ୍ରମଣ ଶୀର୍ଷରେ ରହିଥିଲା, ସେତେବେଳେ "କୋଭିଶୀଲ୍ଡ" ଏବଂ "କୋଭାକ୍ସିନ" ଟିକା ସର୍ବାଧିକ ବ୍ୟବହୃତ ହେଉଥିଲା। ହେଲେ ଏହି ୨ ପ୍ରକାରର କୋରୋନା ଟିକା ଅଧିକ ମଧ୍ୟରୁ କେଉଁଟି ଅଧିକ ଫଳପ୍ରଦ ସେ ନେଇ ବାରମ୍ବାର ଆଲୋଚନା ହେଉଥିଲା। ଏହି ୨ ଟିକା ମଧ୍ୟରୁ କେଉଁ ଟିକା ନେବା ଭଲ ହେବ ତାହା ଚୟନ କରିବାକୁ ନେଇ ଲୋକଙ୍କ ସାମ୍ନାରେ ଏକ ଦ୍ୱନ୍ଦ୍ୱ ରହିଥିଲା। ସେତେବେଳେ ଅନେକ ଲୋକ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇଥିଲେ। ଏପରିକି ଏ ସମ୍ପର୍କରେ ନିଶ୍ଚିତ ଭାବେ କିଛି କୁହାଯାଇ ପାରୁନଥିଲା। ହେଲେ ପ୍ରଥମ ଥର ପାଇଁ ଏହା ଉପରେ ଏକ ବିସ୍ତୃତ ଅଧ୍ୟୟନ କରାଯାଇଛି।

ପଢନ୍ତୁ ପୁରା ଖବର

 

10:49 AM

ଦେଶକୁ ମିଳିବ ପଞ୍ଚମ ପିଢିର ଯୁଦ୍ଧ ବିମାନ; ଅନୁମତି ଦେଲା ସିସିଏସ
ଦେଶକୁ ଖୁବ ଶୀଘ୍ର ମିଳିବାକୁ ପଞ୍ଚମ ପିଢିର ଯୁଦ୍ଧ ବିମାନ। ମାର୍ଚ୍ଚ ୭ ତାରିଖ ଗୁରୁବାର କ୍ୟାବିନେଟ୍ ସୁରକ୍ଷା କମିଟି (ସିସିଏସ୍) ଏନେଇ ଆବଶ୍ୟକୀୟ ଅନୁମତି ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନକୁ (ଡିଆରଡ଼ିଓ) ପ୍ରଦାନ କରିଛି। ଭାରତୀୟ ବାୟୁସେନା ପାଇଁ ଆବଶ୍ୟକ ରହିଥିବା ପଞ୍ଚମ ପିଢିରି ଆଡଭାନ୍ସଡ ମିଡିୟମ୍ କମ୍ବାଟ୍ ଏୟାରକ୍ରାଫ୍ଟ (ଏଏମସିଏ) ଚାହିଦା ପୂରଣ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ସିସିଏସ୍ ପକ୍ଷରୁ ଅନୁମତି ପାଇବା ପରେ ଡିଆରଡ଼ିଓ ଭାରତୀୟ ବାୟୁସେନା ପାଇଁ ଏଏମସିଏ ଅର୍ଥାତ ପଞ୍ଚମ ପିଢିର ଯୁଦ୍ଧ ବିମାନ ବିକଶିତ କରିବ।

ପଢନ୍ତୁ ପୁରା ଖବର

10:33 AM

ପୁଣି ସେବା ପାଇଁ ଚର୍ଚ୍ଚାରେ ଇଣ୍ଡିଗୋ ଏୟରଲାଇନ୍ସ; ଭାଇରାଲ ହେଲା ଫଟୋ
ପୁଣି ନିଜର ସେବା ପାଇଁ ଚର୍ଚ୍ଚାକୁ ଆସିଛି ଇଣ୍ଡିଗୋ ଏୟାର ଲାଇନ୍ସ। ଯାହାର ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି। ଏଥର ଇଣ୍ଡିଗୋ ଏୟାରଲାଇନ୍ସ ଯାତ୍ରୀଙ୍କୁ ବିନା ଗଦି ରହିଥିବା ସିଟ୍ ପ୍ରଦାନ କରି ଚର୍ଚ୍ଚାକୁ ଆସିଛି। ଏହି ବିମାନ ବେଙ୍ଗାଲୁରୁ-ଭୋପାଳ ମଧ୍ୟରେ ଚଳାଚଳ କରୁଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଏହାର ଜବାବ ରଖିଛି ଇଣ୍ଡିଗୋ ଏୟାରଲାଇନ୍ସ।

ପଢନ୍ତୁ ପୁରା ଖବର

 

08:17 AM

ଦେଶର ରହସ୍ୟମୟ ଶିବ ମନ୍ଦିର; ଯିଏ ଦିନକୁ ୨ ଥର ହୋଇଯାଏ ଅଦୃଶ୍ୟ
ଦେଶରେ ଭଗବାନ ଶିବଙ୍କ ଅନେକ ପ୍ରାଚୀନ ମନ୍ଦିର ଅବସ୍ଥିତ ରହିଛି। ଏହି ସମସ୍ତ ମନ୍ଦିରର ନିଜସ୍ୱ ପୌରାଣିକ ଇତିହାସ ରହିଥିବାର କୁହାଯାଏ। ଆପଣ ନିଶ୍ଚିତ ଭାବେ ୧୨ ଜ୍ୟୋତିର୍ଲିଙ୍ଗ ବିଷୟରେ ଜାଣିଥିବେ। ହେଲେ ଆପଣ କେବେ ଭଗବାନ ଶିବଙ୍କ ଏପରି ମନ୍ଦିର ବିଷୟରେ ଶୁଣିଛନ୍ତି ଯାହା ଦିନରେ ସ୍ୱତଃପ୍ରବୃତ୍ତ ଭାବେ ଅଦୃଶ୍ୟ ହୋଇଯାଏ। କେବଳ ଏତିକି ନୁହେଁ ସମୁଦ୍ର ତରଙ୍ଗ ନିଜେ ଏହି ଶିବ ମନ୍ଦିରରେ ସ୍ଥାପିତ ଶିବଲିଙ୍ଗରେ ଜଳାଭିଷେକ କରିଥାଏ। ଏହି ମନ୍ଦିରର ଏପରି ବିଶେଷତା ସବୁବେଳେ ଚର୍ଚ୍ଚାର ପରିସରରେ ରହିଥାଏ। ଯେଉଁଥିପାଇଁ ଲକ୍ଷ ଲକ୍ଷ ଭକ୍ତ ଏହି ମନ୍ଦିର ପରିଦର୍ଶନ କରିବାକୁ ଆସିଥାନ୍ତି। ଏହି ମନ୍ଦିର ସ୍ୱତଃପ୍ରବୃତ୍ତ ଭାବେ ଅଦୃଶ୍ୟ ହୋଇଯିବା ପଛରେ ରହିଥିବା ରହସ୍ୟ ବିଷୟରେ ଜାଣନ୍ତୁ।

ପଢନ୍ତୁ ପୁରା ଖବର

 

07:13 AM

Mahashivratri 2024: ଆଜି ପବିତ୍ର ମହାଶିବରାତ୍ରୀ। ଏନେଇ ସଜେଇ ହୋଇଛି ବିଭିନ୍ନ ଶୈବପୀଠ। ସକାଳୁ ସକାଳୁ ମହାଦେବଙ୍କ ଦର୍ଶନ ପାଇଁ ଶୈବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଆରମ୍ଭ ହୋଇଯାଇଛି। ଜାଗର ଉପଲକ୍ଷେ ବିଭିନ୍ନ ଶୈବପୀଠ ସ୍ୱତନ୍ତ୍ର ନୀତିକାନ୍ତି ତଥା ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି। ରାଜ୍ୟର ପ୍ରମୁଖ ଶୈବପୀଠରେ ମହାଶିବରାତ୍ରୀ ପର୍ବ ଆଡ଼ମ୍ବରର ସହ ପାଳନ କରାଯାଉଛି।