Bengaluru Water Crisis: ସାବଧାନ! ପାଣି ନଷ୍ଟ କଲେ ଭରିବେ ମୋଟା ଅଙ୍କର ଜରିମାନା
Advertisement
Article Detail0/zeeodisha/odisha2146683

Bengaluru Water Crisis: ସାବଧାନ! ପାଣି ନଷ୍ଟ କଲେ ଭରିବେ ମୋଟା ଅଙ୍କର ଜରିମାନା

Water Crisis In Bengaluru: ବେଙ୍ଗାଲୁରୁ ସହରରେ ସୃଷ୍ଟି ହୋଇଥିବା ଜଳ ସଙ୍କଟକୁ ନେଇ ଆସିଛି ଏକ ବଡ଼ ଖବର। ପାନୀୟ ଜଳର ଅପଚୟ ଉପରେ ୫୦୦୦ ଟଙ୍କା ଜରିମାନା ଆଦାୟ କରିବାକୁ ନିଷ୍ପତ୍ତି ନେଇଛି ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ। 

 Bengaluru Water Crisis: ସାବଧାନ! ପାଣି ନଷ୍ଟ କଲେ ଭରିବେ ମୋଟା ଅଙ୍କର ଜରିମାନା

Karnataka Water Supply and Sewerage Board: ଗ୍ରୀଷ୍ମ ଋତୁ ଆରମ୍ଭରୁ ଅସମ୍ଭାଳ ହୋଇଉଠିଛି କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁ ସହର ସ୍ଥିତି। ଦେଶର ଇଲେକ୍ଟ୍ରୋନିକ୍ ରାଜଧାନୀ କୁହାଯାଉଥିବା ବେଙ୍ଗାଲୁରୁ ସହର ବର୍ତ୍ତମାନ ଗୁରୁତର ଜଳ ସଂକଟ ଦେଇ ଗତି କରୁଛି। ଏଭଳି ସମୟରେ କର୍ଣ୍ଣାଟକ ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏନେଇ ବୋର୍ଡ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଯଦି କେହି ପାନୀୟ ଜଳ ନଷ୍ଟ କରନ୍ତି, ତାହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବୋର୍ଡ ଆହୁରି ମଧ୍ୟ କହିଛି ଯେ ଯଦି କେହି ନିୟମ ଉଲ୍ଲଂଘନ କରନ୍ତି ତାହେଲେ ତାଙ୍କ ଠାରୁ ୫ ହଜାର ଟଙ୍କାର ଜରିମାନା ଆଦାୟ କରାଯିବ। ଜାଣନ୍ତୁ ଯେ କିପରି ପାନୀୟ ଜଳର ଅପଚୟ ହୋଇଥାଏ। 

କେଉଁଠି ବ୍ୟବହାର କରିବେ ନାହିଁ ପାନୀୟ ଜଳ?
କର୍ଣ୍ଣାଟକ ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ (Karnataka Water Supply and Sewerage Board) ନିର୍ଦ୍ଦେଶ ଅନୁଯାୟୀ କାର୍ ଧୋଇବା, ବଗିଚାରେ ଲାଗିଥିବା ଗଛରେ ପାଣିଦେବା, ଝରଣା, ରାସ୍ତା ନିର୍ମାଣ ଏବଂ ମରାମତି ଆଦି କାର୍ଯ୍ୟ ପାଇଁ ପାନୀୟ ଜଳ ବ୍ୟବହାର କରାଯାଇ ପାରିବ ନାହିଁ। ଏଭଳି କାର୍ଯ୍ୟ ଉପରେ ସତର୍କ ନଜର ରଖାଯିବ। ଯଦି କେହି ପାନୀୟ ଜଳକୁ ଏଭଳି କାର୍ଯ୍ୟ ବ୍ୟବହାର କରୁଥାନ୍ତି ତାହେଲେ ତାଙ୍କ ପାଖରୁ ୫୦୦୦ ଟଙ୍କା ଜରିମାନା ଆଦାୟ କରାଯିବ।

ଜଳ ସଂକଟର ସମାଧାନ କ'ଣ?
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା (Karnataka CM Siddaramaiah) କହିଛନ୍ତି ଯେ ରାଜ୍ୟର ୧୩୬ ତାଲୁକ ମଧ୍ୟରୁ ୧୨୩ ତାଲୁକାକୁ ମରୁଡ଼ି (Drought Affected Taluk in Karnataka) ପ୍ରଭାବିତ ବୋଲି ଘୋଷଣା କରାଯାଇଛି। ଏହାସହିତ ୧୦୯ ତାଲୁକା ଗୁରୁତର ଜଳ ସଙ୍କଟର ସାମ୍ନା କରୁଛି। ଜଳ ସଙ୍କଟର ସମାଧାନ ପାଇଁ କର୍ଣ୍ଣାଟକ ସରକାର (Karnataka Govt) ରାଜ୍ୟର ତାଲୁକା ସ୍ତରରେ ଏକ ନିୟନ୍ତ୍ରଣ କକ୍ଷ ଏବଂ ହେଲ୍ପଲାଇନ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ବେଙ୍ଗାଲୁରୁ ସହରର ଲୋକଙ୍କୁ ନିବେଦନ ଜଣାଇଲେ ଆଇଏମଡ଼ି ବୈଜ୍ଞାନିକ
ଭାରତୀୟ ପାଣିପାଗ ବିଭାଗ ବୈଜ୍ଞାନିକ ଏ.ପ୍ରସାଦ କହିଛନ୍ତି ଯେ ଗତ ବର୍ଷ ଏଲ ନିନୋ (El Nino Effect on Climate) ପ୍ରଭାବ ରହିଥିଲା। ଚଳିତ ବର୍ଷ ଏହାର ମଧ୍ୟମ ଧରଣର ପ୍ରଭାବ ଅନୁଭୂତ ହୋଇପାରେ।  ହେଲେ ତଥାପି ଏଲ ନିନୋ ପ୍ରଭାବ ହ୍ରାସ ପାଇବାର କମ୍ ସମ୍ଭାବନା ରହିଛି। ଏଭଳି ପରିସ୍ଥିତିରେ ବେଙ୍ଗାଲୁରୁ ସହରର ବାସିନ୍ଦାଙ୍କୁ ସେହି ଅନୁସାରେ କମ୍ ପରିମାଣରେ ଜଳ ବ୍ୟବହାର କରିବାକୁ ନିବେଦନ କରାଯାଇଛି। ଅନାବଶ୍ୟକ ଭାବରେ ଜଳ ନଷ୍ଟ କରନ୍ତୁ ନାହିଁ। ସମସ୍ତଙ୍କୁ ଏକାଠି ହୋଇ ଜଳ ସଙ୍କଟ ସମସ୍ୟାର ସମାଧାନ କରିବାକୁ ହେବ।