ଅନଲାଇନ୍ ମିଟିଂ ସମୟରେ ସାଂସଦ କଲେ ଏପରି ଏକ ଲଜ୍ଜାଜନକ କାଣ୍ଡ, ଯାହା ଜାଣି ଆପଣ ମଧ୍ୟ ହେବେ ଚକିତ
Advertisement

ଅନଲାଇନ୍ ମିଟିଂ ସମୟରେ ସାଂସଦ କଲେ ଏପରି ଏକ ଲଜ୍ଜାଜନକ କାଣ୍ଡ, ଯାହା ଜାଣି ଆପଣ ମଧ୍ୟ ହେବେ ଚକିତ

ଶାସକ ଲିବରାଲ୍ ପାର୍ଟିର ଦଳର ସାଂସଦ ୱିଲିୟମ୍ ଆମୋସ୍ ସଂସଦର ଅନଲାଇନ୍ ଅଧିବେଶନରେ କଫି କପରେ ପରିସ୍ରା କରୁଥିବା ନଜର ଆସିଥିଲେ । ଏହାପୂର୍ବରୁ ସେ କ୍ୟାମେରା ସାମ୍ନାରେ ନଗ୍ନ ଥିବାର ମଧ୍ୟ ନଜର ଆସିଥିଲେ ।

ଅନଲାଇନ୍ ମିଟିଂ ସମୟରେ ସାଂସଦ କଲେ ଏପରି ଏକ ଲଜ୍ଜାଜନକ କାଣ୍ଡ, ଯାହା ଜାଣି ଆପଣ ମଧ୍ୟ ହେବେ ଚକିତ

ଜଗଦୀଶ୍ ବାରିକ୍, ନୂଆଦିଲ୍ଲୀ: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ (Justin Trudeau) ପାଇଁ ଲିବରାଲ୍ ପାର୍ଟିର ସାଂସଦ ୱିଲିୟମ୍ ଆମୋସ୍ (William Amos) ପୁଣି ଏକ ଅଜବ ପରିସ୍ଥିତି ସୃଷ୍ଟି କରିଛନ୍ତି । ଏହି କାନାଡିୟ ସାଂସଦ (Canadian MP) ନିକଟ ଅତୀତରେ ବିନା ପୋଷାକରେ କ୍ୟାମେରା ଆଗରେ ନଜର ଆସିଥିଲେ ଓ ବର୍ତ୍ତମାନ ସେ ସମସ୍ତ ସୀମା ଅତିକ୍ରମ କରି ଦେଇଛନ୍ତି । ହାଉସ ଅଫ୍ କମନ୍ସର ଜୁମ୍ ବୈଠକରେ ଆମୋସ ପରିସ୍ରା କରୁଥିବା ଦେଖାଯାଇଥିଲା । ଏହି କାରଣରୁ ଏକ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା । 

ଅଧିକ ପଢ଼ନ୍ତୁ:-ସୋସିଆଲ ମିଡିଆରେ ଭାଇରାଲ୍‌ ହେଲା ରତ୍ନସିଂହାସନରେ ଅଧିଷ୍ଠିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ !

ପରେ ମାଗିଲେ କ୍ଷମା 

ଏହି ଲଜ୍ଜାଜନକ କାର୍ଯ୍ୟ ପରେ ଟ୍ୱିଟ୍ କରି ୱିଲିୟମ୍ ଆମୋସ୍ କ୍ଷମା ମାଗିଛନ୍ତି । ସେ ନିଜ ଟ୍ୱିଟରେ ଲେଖିଛନ୍ତି, "ଗତକାଲି ରାତିରେ ଲୋକସଭାର ପ୍ରକ୍ରିୟାରେ ଯୋଗଦେବାବେଳେ ମୁଁ ଏକ ଅସାମାଜିକ କାର୍ଯ୍ୟ କରିଥିଲି । ଜୁମ୍ କନଫରେନ୍ସ ସମୟରେ ମୁଁ  ପରିସ୍ରା (Urinate) କରୁଥିଲି, ପରେ ମୁଁ ଅନୁଭବ କଲି ଯେ ମୁଁ କ୍ୟାମେରା ସାମ୍ନାରେ ଅଛି । ମୋର ଏହି କାର୍ଯ୍ୟ ପାଇଁ ମୁଁ ଅତ୍ୟଧିକ ଲଜ୍ଜିତ ଓ ଏହି କାରଣରୁ ଅସୁବିଧାରେ ପଡ଼ିଥିବା ସମସ୍ତ ଲୋକଙ୍କୁ ମୁଁ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରୁଛି ।" 

ଦି ଗାର୍ଡିଆନଙ୍କ ରିପୋର୍ଟ ଅନୁଯାୟୀ ଆମୋସ୍ ନିଜ ଡେସ୍କରେ ଫୋନରେ କଥା ହେଉଥିବାବେଳେ ସେ ଏକ କଫି କପରେ ପରିସ୍ରା କରିବାକୁ ନିଷ୍ପତ୍ତି ନେଇଥିଲେ । 

ଅଧିକ ପଢ଼ନ୍ତୁ:-ସମଗ୍ର ଦୁନିଆରେ ୫୦ ରୁ କମ୍ ଲୋକଙ୍କ ପାଖରେ ରହିଛି ଏପରି ରକ୍ତ, ଜାଣନ୍ତୁ ଏହାର ସବୁଠାରୁ ବଡ ବିଶେଷତ୍ୱ

ପ୍ରଶ୍ନ ଉଠାଇଥିଲେ ବିରୋଧୀ 

ଏଥି ସହିତ ବିରୋଧୀ ଦଳ ଆମୋସଙ୍କ ଆଚରଣକୁ ଗ୍ରହଣୀୟ ନୁହେଁ ବୋଲି ପ୍ରଶ୍ନ ଉଠାଇ କହିଛନ୍ତି, ଏହା ପ୍ରକୃତରେ ଏକ ଦୁର୍ଘଟଣା କି ନୁହେଁ । କଞ୍ଜରଭେଟିବ (Conservative) ପାର୍ଟିର ସାଂସଦ କରିନା ଭେଚିଓ ଏକ ବୟାନରେ କହିଛନ୍ତି ଯେ ଶ୍ରୀ ଆମୋସଙ୍କ ବାରମ୍ବାର ଆଚରଣ ବର୍ତ୍ତମାନ ସ୍ପଷ୍ଟ କରିଛି ଯେ ଟ୍ରୁଡୁଙ୍କ ଦଳର ନେତାମାନେ ଏକ ନିରାପଦ କାର୍ଯ୍ୟ ପରିବେଶ ସୁନିଶ୍ଚିତ କରିବାରେ ବିଫଳ ହୋଇଛନ୍ତି । ଆମୋସ କହିଛନ୍ତି ଯେ ସେ ସଂସଦର ସଦସ୍ୟ ରହିବେ କିନ୍ତୁ ସାମୟିକ ଭାବେ ନିଜ ସଂସଦୀୟ ସଚିବ ଓ କମିଟି ଭୂମିକାଠାରୁ ଦୂରରେ ରହିବେ ।

ଅଧିକ ପଢ଼ନ୍ତୁ:-ସରପଞ୍ଚଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କଲା ଶିକ୍ଷକ!

ଏପ୍ରିଲ୍ ପୂର୍ବରୁ ଆମୋସର ଏକ ସ୍କ୍ରିନସଟ୍ ମିଡିଆରେ ଲିକ୍ ହୋଇଥିଲା, ଯେଉଁଥିରେ ସେ ଏପରି ସରକାରୀ କାର୍ଯ୍ୟ ସମୟରେ ସମ୍ପୂର୍ଣ୍ଣ ଉଲଗ୍ନ ଦେଖାଯାଇଥିଲେ । ତା’ପରେ ଆମୋସ କହିଥିଲେ ଯେ ଜଗିଂ କରିବା ପରେ ସେ ପୋଷାକ ବଦଳାଉଥିଲେ ଓ ସେ ଜାଣି ନଥିଲେ ଯେ ତାଙ୍କ ସାମ୍ନାରେ କ୍ୟାମେରା ଅଛି ।