ଖୁସି ଖବର! ୫.୪ ଲକ୍ଷ କର୍ମଚାରୀଙ୍କୁ ମିଳିବ ଅଢ଼େଇ ଗୁଣ ବର୍ଦ୍ଧିତ ଦରମା ସହ ଏରିୟର
Advertisement
Article Detail0/zeeodisha/odisha933035

ଖୁସି ଖବର! ୫.୪ ଲକ୍ଷ କର୍ମଚାରୀଙ୍କୁ ମିଳିବ ଅଢ଼େଇ ଗୁଣ ବର୍ଦ୍ଧିତ ଦରମା ସହ ଏରିୟର

ଏହି ବୃଦ୍ଧି ସହିତ ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୬୯୫୦ରୁ ବଢ଼ି ୧୮,୦୦୦ ଟଙ୍କା ହୋଇଯିବ । ଭଲ କଥା ହେଉଛି ସେମାନେ ମଧ୍ୟ କେନ୍ଦ୍ର କର୍ମଚାରୀଙ୍କ ସପ୍ତମ ବେତନ ଆୟୋଗ (7th Pay commission) ପରି ସମାନ ଦରମା ପାଇବେ ।

ଖୁସି ଖବର! ୫.୪ ଲକ୍ଷ କର୍ମଚାରୀଙ୍କୁ ମିଳିବ ଅଢ଼େଇ ଗୁଣ ବର୍ଦ୍ଧିତ ଦରମା ସହ ଏରିୟର

ନୂଆଦିଲ୍ଲୀ: ପଞ୍ଜାବର ୫.୪ ଲକ୍ଷ ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଅଛି । ସେମାନଙ୍କର ମୌଳିକ ଦରମା ପ୍ରାୟ ଅଢ଼େଇ ଗୁଣ ବୃଦ୍ଧି ପାଇଛି । ଅଗଷ୍ଟରୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅଧିକ ଦରମା ଆସିବ । ଏହା ସହିତ ସାଢ଼େ ୪ ବର୍ଷର ବକେୟା ରାଶି ମିଧ୍ୟ ମିଳିବ । ଗତ ମାସରେ ଷଷ୍ଠ ବେତନ ଆୟୋଗ (6th Pay Commission) ର ସୁପାରିଶ ଅନୁଯାୟୀ ପଞ୍ଜାବ ସରକାର ଏହାକୁ ଜୁଲାଇ ୧,  ୨୦୨୧ରୁ କାର୍ଯ୍ୟକାରୀ କରିଛନ୍ତି । ଏହାସହ ବର୍ତ୍ତମାନ ହିମାଚଳ ପ୍ରଦେଶର ପ୍ରାୟ ଅଢ଼େଇ ଲକ୍ଷ କର୍ମଚାରୀ ମଧ୍ୟ ଏହାର ଲାଭ ପାଇବାକୁ ଯାଉଛନ୍ତି ।

ଅଧିକ ପଢ଼ନ୍ତୁ:-ଦେଶରେ ୪ ଲକ୍ଷ ପାର କଲା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା, ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା

ଏହି ବୃଦ୍ଧି ସହିତ ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୬୯୫୦ରୁ ବଢ଼ି ୧୮,୦୦୦ ଟଙ୍କା ହୋଇଯିବ । ଭଲ କଥା ହେଉଛି ସେମାନେ ମଧ୍ୟ କେନ୍ଦ୍ର କର୍ମଚାରୀଙ୍କ ସପ୍ତମ ବେତନ ଆୟୋଗ (7th Pay commission) ପରି ସମାନ ଦରମା ପାଇବେ ।

ଷଷ୍ଠ ବେତନ ଆୟୋଗ (6th Pay Commission) ର ଅଧିକାଂଶ ସୁପାରିଶ ପଞ୍ଜାବ ସରକାର (Punjab Government) ଗ୍ରହଣ କରିଛନ୍ତି । ଅଲ ଇଣ୍ଡିଆ ଆକାଉଣ୍ଟସ୍ ଏବଂ ଅଡିଟ୍ କମିଟିର ସାଧାରଣ ସମ୍ପାଦକ ହରିଶଙ୍କର ତିୱାରୀଙ୍କ ଅନୁଯାୟୀ ପଞ୍ଜାବ ସରକାରଙ୍କ କର୍ମଚାରୀଙ୍କ ପାଇଁ ଏହା ଖୁସିର ବିଷୟ । ସେମାନେ ବହୁ ବର୍ଷ ଧରି ନୂତନ ବେତନ ସ୍କେଲକୁ ଅପେକ୍ଷା କରିଥିଲେ । ବର୍ତ୍ତମାନ ସେମାନଙ୍କର ଦରମା କେନ୍ଦ୍ର କର୍ମଚାରୀଙ୍କ ଦରମା ସହିତ ସମାନ ହେବ । କାରଣ ଷଷ୍ଠ ପେ କମିଶନ (6th Pay Commission) କେବଳ 7th Pay Matrix କୁ ଦେଖିବା ପରେ ଏହାର ବେତନ ଢାଞ୍ଚା ପ୍ରସ୍ତୁତ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ମହଙ୍ଗା ମାଡ଼: ପୁଣି ବଢ଼ିଲା ପେଟ୍ରୋଲ ଦର, ଜାଣନ୍ତୁ କ'ଣ ରହିଛି ଆଜି ଆପଣଙ୍କ ସହରରେ ରେଟ୍

ଏହି ସୁପାରିଶଗୁଡିକ ଗ୍ରହଣ କରିଛନ୍ତି

୧. କର୍ମଚାରୀଙ୍କ ସର୍ବନିମ୍ନ ବେତନରେ ୨.୫୯ ଗୁଣ ବୃଦ୍ଧି ।

୨. ସର୍ବନିମ୍ନ ଦରମା ୬୯୫୦ ଟଙ୍କାରୁ ବଢ଼ି ୧୮୦୦୦ ଟଙ୍କା ପ୍ରତି ମାସ ହୋଇଯିବ ।

୩. ପେନସନଭୋଗୀମାନେ ମଧ୍ୟ ଏହାର ଲାଭ ପାଇବେ । ଜୁଲାଇ ୧ରୁ ସେମାନଙ୍କର ପେନସନ୍ ମଧ୍ୟ ବୃଦ୍ଧି ପାଇଛି ।

୪. Commutation of Pension ର ପୁନଃଆରମ୍ଭ ୧ ଜୁଲାଇ ୨୦୨୧ରୁ ମାନି ନିଆଯାଇଛି । ଏହାକୁ ୪୦ ପ୍ରତିଶତ ରଖାଯାଇଛି ।

୫. Death-cum-Retirement Gratuity (DCRG) କୁ ମଧ୍ୟ ୧୦ ଲକ୍ଷରୁ ବଢ଼ି ୨୦ ଲକ୍ଷ ହୋଇଯାଇଛି ।

୬. ଏକ୍ସ-ଗ୍ରାଟିଆ ଗ୍ରାଣ୍ଟ (Ex-Gratia Grant) ମଧ୍ୟ ଡବଲ ହୋଇଛି । ଏଥିରେ ନୂତନ ପେନସନ୍ ଯୋଜନା (New Pension Scheme) ର କର୍ମଚାରୀମାନେ ମଧ୍ୟ ଆସିବେ ।

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର! ଏହି ମାସରେ ମିଳିବ ବର୍ଦ୍ଧିତ ମହଙ୍ଗା ଭତ୍ତା ସହ ଏରିୟର

ପେନସନଭୋଗୀଙ୍କ ପାଇଁ କ’ଣ ଲାଭ?

ସର୍ବନିମ୍ନ ପେନସନ୍ ବର୍ତ୍ତମାନ ୩୫୦୦ରୁ ବଢ଼ାଇ ୯୦୦୦ ଟଙ୍କା କରାଯାଇଛି ।

ସର୍ବନିମ୍ନ ପରିବାର ପେନସନ୍ ମଧ୍ୟ ମାସକୁ ୯୦୦୦ ଟଙ୍କାକୁ ବୃଦ୍ଧି ପାଇଛି ।

ନୂତନ ବେତନ ସ୍କେଲରେ ଛାଡପତ୍ର / ବିଧବା ଝିଅକୁ ପରିବାର ପେନସନ ଦେବା କଥା ଉଲ୍ଲେଖ ରହିଛି ।

ଏହାକୁ ବଢ଼ାଇ ୯୦୦୦ ଟଙ୍କା ପ୍ରତି ମାସ + ମହଙ୍ଗା ଭତ୍ତା କରାଯାଇଛି ।