ସରକାରୀ କର୍ମଚାରୀଙ୍କୁ ମୋଦି ସରକାରଙ୍କ ଆଉ ଏକ ଉପହାର, ଏବେ ଏହି ଭତ୍ତାର ପରିମାଣ କରାଗଲା ବୃଦ୍ଧି
Advertisement

ସରକାରୀ କର୍ମଚାରୀଙ୍କୁ ମୋଦି ସରକାରଙ୍କ ଆଉ ଏକ ଉପହାର, ଏବେ ଏହି ଭତ୍ତାର ପରିମାଣ କରାଗଲା ବୃଦ୍ଧି

ଏଜି ଅଫିସ୍ ବ୍ରଦରହୁଡ, ଆଲ୍ଲାହାବାଦର ପୂର୍ବତନ ଅଧ୍ୟକ୍ଷ ଓ ଅଲ ଇଣ୍ଡିଆ ଅଡିଟ୍ ଏବଂ ଆକାଉଣ୍ଟସ୍ ଆସୋସିଏସନର ସହକାରୀ ସଚିବ ହରିଶଙ୍କର ତିୱାରୀଙ୍କ ଅନୁଯାୟୀ, ସପ୍ତମ ବେତନ ଆୟୋଗ (7th Pay Commission) ଲାଗୁ ହେବା ପରେ କେନ୍ଦ୍ର ସରକାର HRA ର ପଦ୍ଧତି ବଦଳାଇ ଦେଇଛନ୍ତି । ଏହାର ୩ଟି ବର୍ଗ - X, Y ଏବଂ Z ତିଆରି କରାଯାଇଥିଲା ।

ସରକାରୀ କର୍ମଚାରୀଙ୍କୁ ମୋଦି ସରକାରଙ୍କ ଆଉ ଏକ ଉପହାର, ଏବେ ଏହି ଭତ୍ତାର ପରିମାଣ କରାଗଲା ବୃଦ୍ଧି

ନୂଆଦିଲ୍ଲୀ: 7th Pay Commission Latest Updates: କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି ସହିତ ଆଉ ଏକ ଖୁସି ଖବର ରହିଛି । କର୍ମଚାରୀଙ୍କ DA ବୃଦ୍ଧି ପରେ ସରକାର (House Rent Allowance-HRA) କୁ ମଧ୍ୟ ସଂଶୋଧନ କରିଛନ୍ତି । ଏହା ସହିତ ଅଗଷ୍ଟ ମାସର ଦରମାରେ HRA ମଧ୍ୟ ବଢ଼ି ଆସିବ । ସରକାରଙ୍କ ଆଦେଶ ଅନୁଯାୟୀ, HRA ଏଥିପାଇଁ ବଢ଼ାଯାଇଛି କାରଣ  DA ୨୫ ପ୍ରତିଶତର ମାର୍କ ପାର କରିଛି ।

କେତେ ବୃଦ୍ଧି ପାଇଲା HRA 

ଅର୍ଥ ମନ୍ତ୍ରଣାଳୟର ଆଦେଶ ଅନୁଯାୟୀ, ବର୍ତ୍ତମାନ କେନ୍ଦ୍ର କର୍ମଚାରୀଙ୍କୁ ସେମାନଙ୍କ ସହର ଅନୁଯାୟୀ ୨୭ ପ୍ରତିଶତ, ୧୮ ପ୍ରତିଶତ ଏବଂ ୯ ପ୍ରତିଶତ ହାରରେ ଘର ଭଡା ଭତ୍ତା (HRA) ମିଳିବ । ଏହି ବର୍ଗୀକରଣ X, Y ଏବଂ Z ଶ୍ରେଣୀ ସହର ଅନୁଯାୟୀ କରାଯାଇଛି । ତାହା ହେଉଛି, X କ୍ଲାସ୍ ସିଟିରେ ରହୁଥିବା କେନ୍ଦ୍ର କର୍ମଚାରୀ ବର୍ତ୍ତମାନ ଅଧିକ HRA ପାଇବେ । ଏହା ପରେ Y ଶ୍ରେଣୀକୁ ଏବଂ ପରେ Z ଶ୍ରେଣୀକୁ ମିଳିବ ।

ଅଧିକ ପଢ଼ନ୍ତୁ:-LPG ଗ୍ରାହକଙ୍କ ପାଇଁ ଖୁସି ଖବର

ପୂର୍ବରୁ କେତେ ମିଳୁଥିଲା HRA

ଏଜି ଅଫିସ୍ ବ୍ରଦରହୁଡ, ଆଲ୍ଲାହାବାଦର ପୂର୍ବତନ ଅଧ୍ୟକ୍ଷ ଓ ଅଲ ଇଣ୍ଡିଆ ଅଡିଟ୍ ଏବଂ ଆକାଉଣ୍ଟସ୍ ଆସୋସିଏସନର ସହକାରୀ ସଚିବ ହରିଶଙ୍କର ତିୱାରୀଙ୍କ ଅନୁଯାୟୀ, ସପ୍ତମ ବେତନ ଆୟୋଗ (7th Pay Commission) ଲାଗୁ ହେବା ପରେ କେନ୍ଦ୍ର ସରକାର HRA ର ପଦ୍ଧତି ବଦଳାଇ ଦେଇଛନ୍ତି । ଏହାର ୩ଟି ବର୍ଗ - X, Y ଏବଂ Z ତିଆରି କରାଯାଇଥିଲା । ସେହି ଅନୁଯାୟୀ, ୨୪ ପ୍ରତିଶତ, ୧୮ ପ୍ରତିଶତ ଏବଂ ୯ ପ୍ରତିଶତ HRA ମିଳିବା ସ୍ଥିର ହୋଇଥିଲା । ଏହା ମଧ୍ୟ କୁହାଯାଇଥିଲା ଯେ ଯେତେବେଳେ DA ୨୫ ପ୍ରତିଶତର ମାର୍କ ଅତିକ୍ରମ କରିବ, ସେତେବେଳେ ଏହାର ସଂଶୋଧନ କରାଯିବ । ଆପଣଙ୍କୁ କହି ରଖୁଛୁ ଯେ, ବର୍ତ୍ତମାନ DA ୨୮ ପ୍ରତିଶତକୁ ବୃଦ୍ଧି ପାଇଛି ।

ଅଧିକ ପଢ଼ନ୍ତୁ:-ଦେଶରେ ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା, ୫୬୦ ସଂକ୍ରମିତଙ୍କ ମୃତ୍ୟୁ

X, Y ଏବଂ Z ବର୍ଗର ଅର୍ଥ 

ହରିଶଙ୍କର ତିୱାରୀଙ୍କ ଅନୁଯାୟୀ, X ବର୍ଗ ଶୀର୍ଷରେ ଅଛି । ଏଥିରେ ୫୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ଅନ୍ତର୍ଭୁକ୍ତ ରହିଛି । ଏଠାରେ କାର୍ଯ୍ୟ କରୁଥିବା କେନ୍ଦ୍ରୀୟ କର୍ମଚାରୀମାନେ ବର୍ତ୍ତମାନ ୨୭ ପ୍ରତିଶତ HRA ପାଇବେ । ଏଥି ସହିତ Y ବର୍ଗର ସହରଗୁଡିକରେ HRA ୧୮ ପ୍ରତିଶତ ହେବ । ଯେତେବେଳେ କି Z ବର୍ଗର ସହର ପାଇଁ HRA ୯ ପ୍ରତିଶତ ହେବ ।

ଜନସଂଖ୍ୟା ଅପଗ୍ରେଡେଶନ

ହରିଶଙ୍କର ତିୱାରୀ କହିଛନ୍ତି ଯେ HRA ଅନ୍ତର୍ଗତ ସହରର ଅପଗ୍ରେଡେଶନ୍ ମଧ୍ୟ ହୋଇଥାଏ । ତାହା ହେଉଛି, ଯଦି କୌଣସି ସହରର ଜନସଂଖ୍ୟା ୫ ଲକ୍ଷ ଅତିକ୍ରମ କରେ, ତେବେ ଏହା Z ବର୍ଗରୁ Y ବର୍ଗକୁ ଅପଗ୍ରେଡ ହୋଇଥାଏ । ଅର୍ଥାତ ସେଠାରକେ ୯ ପ୍ରତିଶତ ବଦଳରେ ୧୮ ପ୍ରତିଶତ HRA ମିଳିବ ।

ଅଧିକ ପଢ଼ନ୍ତୁ:-ପିଏମ ମୋଦିଙ୍କ ସହ ସାକ୍ଷାତ ପରେ ଏହି ରାଜ୍ୟ ନେଲା କୋରୋନା ଉପରେ ବଡ଼ ନିଷ୍ପତ୍ତି

ଏପରି ଗଣନା କରାଯାଏ HRA

ତିୱାରୀଙ୍କ ଅନୁଯାୟୀ, ୫୦ ଲକ୍ଷ କିମ୍ବା ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ସର୍ବନିମ୍ନ ୫୪୦୦ ଟଙ୍କା HRA ସ୍ଥିର ହୋଇସାରିଛି । ଦ୍ୱିତୀୟ ଶ୍ରେଣୀରେ ଏହା ସର୍ବନିମ୍ନ ୩୬୦୦ ଟଙ୍କା ଏବଂ ୧୮୦୦ ଟଙ୍କା ପ୍ରତି ମାସ ରହିଛି । ବର୍ତ୍ତମାନ ନୂତନ ହାର ଆଧାରରେ HRA ର ଗଣନା କରାଯିବ ।