କେନ୍ଦ୍ର କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା, କିନ୍ତୁ ମିଳିବନି ୧୮ ମାସର DA ଏରିୟର
Advertisement

କେନ୍ଦ୍ର କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା, କିନ୍ତୁ ମିଳିବନି ୧୮ ମାସର DA ଏରିୟର

କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ, କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ୨୮% DA ଏବଂ DR ଜୁଲାଇ ୧ରୁ ଲାଗୁ ବୋଲି ମନେ କରାଯିବ ।

କେନ୍ଦ୍ର କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା, କିନ୍ତୁ ମିଳିବନି ୧୮ ମାସର DA ଏରିୟର

ନୂଆଦିଲ୍ଲୀ: 7th Pay Commission Latest Updates: କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀ (Central Government Employees And Pensioners) ଙ୍କ ପାଇଁ ମହଙ୍ଗା ଭତ୍ତା (Dearness Allowance) ଓ ମହଙ୍ଗା ରିଲିଫ୍ (DR) ୧୭ ପ୍ରତିଶତରୁ ବୃଦ୍ଧି କରି ୨୮ ପ୍ରତିଶତ କରିଛନ୍ତି କେନ୍ଦ୍ରର ମୋଦି ସରକାର । DA ରେ ଏହି ୧୧ ପ୍ରତିଶତ ବୃଦ୍ଧି କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ପ୍ରକୃତରେ ଏକ ଖୁସି ଖବର । କିନ୍ତୁ ଏହି ଖୁସି ଟିକେ ଅସମ୍ପୂର୍ଣ୍ଣ, କାରଣ କର୍ମଚାରୀମାନେ ଆଶା କରିଥିଲେ ଯେ ଏରିୟର ବା ବକେୟା (DA arrear) କୁ ନେଇ ସରକାର ମଧ୍ୟ ଘୋଷଣା କରିବେ, କିନ୍ତୁ ତାହା ହୋଇପାରିଲା ନାହିଁ । ଅର୍ଥାତ୍ ସେମାନେ ୧୮ ମାସର DA ବକେୟା ପାଇବେ ନାହିଁ ।

ଅଧିକ ପଢ଼ନ୍ତୁ:-ଖୁସି ଖବର! କେନ୍ଦ୍ର ପରେ ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା, ପେନସନଭୋଗୀ ମଧ୍ୟ ହେବେ ଉପକୃତ

ଜୁଲାଇ ୧ରୁ ମିଳିବ ବର୍ଦ୍ଧିତ DA

ମହଙ୍ଗା ଭତ୍ତାକୁ ୨୮% କୁ ବୃଦ୍ଧି କରିବାକୁ ଏହି ନିଷ୍ପତ୍ତି ଦ୍ୱାରା ପ୍ରାୟ ୬୫.୨୬ ଲକ୍ଷ ପେନସନଭୋଗୀ ଓ ପ୍ରାୟ ୪୮.୩୪ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଉପକୃତ ହେବେ । କୋରୋନା କାରଣରୁ ଜାନୁଆରୀ ୨୦୨୦ରୁ କର୍ମଚାରୀମାନଙ୍କୁ ଦିଆଯାଇଥିବା ମହଙ୍ଗା ଭତ୍ତା (DA) ବୃଦ୍ଧି ଉପରେ କେନ୍ଦ୍ର ସରକାର ରୋକ ଲଗାଇଦେଇଥିଲେ । ସେହି ଦିନଠାରୁ କର୍ମଚାରୀମାନେ ୧୭% ହାରରେ DA ପାଉଥିଲେ । କାରଣ ସରକାର ଏହା ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ, ଜାନୁୟାରୀ ୧, ୨୦୨୦ରୁ ଜୁନ୍ ୩୦, ୨୦୨୧ ପର୍ଯ୍ୟନ୍ତ ମହଙ୍ଗା ଭତ୍ତା ୧୭ ପ୍ରତିଶତରେ ରହିବ । ବର୍ଦ୍ଧିତ ମହଙ୍ଗା ଭତ୍ତା ଅର୍ଥାତ୍ ୨୮ ପ୍ରତିଶତ ଜୁଲାଇ ୨୦୨୧ରୁ ଲାଗୁ ହେବ ।

ଅଧିକ ପଢ଼ନ୍ତୁ:-ପୁଣି ଡରାଇଲାଣି କୋରୋନା, ଦେଶରେ ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା...

ମହଙ୍ଗା ଭତ୍ତା ବୃଦ୍ଧି ପାଇଲା କିନ୍ତୁ ମିଳିବନି ଏରିୟର

କର୍ମଚାରୀଙ୍କ ଦାବି ଥିଲା ଯେ, ସରକାର ସେମାନଙ୍କୁ ରେଟ୍ରୋସ୍ପେକ୍ଟିବ ଭାବେ (ପୂର୍ବ ତାରିଖ)ରୁ DA ଦେବା ଉଚିତ୍, କିନ୍ତୁ ସରକାର ଏହାକୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି । ସରକାର କହିଛନ୍ତି ଯେ, ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ୧, ୨୦୨୧ରୁ ହିଁ ଲାଗୁ ବୋଲି ମନେ କରାଯିବ । କର୍ମଚାରୀ ଓ ପେନସନଭୋଗୀମାନେ ଗତ ୧୮ ମାସର DA ବକେୟା ପାଇବେ ନାହିଁ । କର୍ମଚାରୀଙ୍କ ପାଇଁ ଏହା ଟିକେ ନିରାଶାଜନକ ଖବର । କାରଣ କର୍ମଚାରୀମାନେ ଅପେକ୍ଷା କରିଥିଲେ ଯେ ଯଦି ସେମାନେ ତିନୋଟି ବକେୟା ଡିଏ ଟଙ୍କା ପାଆନ୍ତି, ତେବେ ସେମାନଙ୍କ ଆକାଉଣ୍ଟରେ ମୋଟା ଅଙ୍କର ଅର୍ଥ ରାଶି ଆସିବ ।

ଅଧିକ ପଢ଼ନ୍ତୁ:-ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ଉପରେ ସଙ୍କଟ, ଟିମ୍ ଇଣ୍ଡିଆର ୨ ଖେଳାଳି କୋରୋନା ସଂକ୍ରମିତ

କେଉଁ ମାସର ଦରମାରେ ଆସିବ ବର୍ଦ୍ଧିତ DA?

କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ, କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ୨୮% DA ଏବଂ DR ଜୁଲାଇ ୧ରୁ ଲାଗୁ ବୋଲି ମନେ କରାଯିବ । କିନ୍ତୁ ଏହା ଜୁଲାଇ ମାସର ବେତନରେ ଆସିବ କି? ଏହା ଏକ ବଡ ପ୍ରଶ୍ନ । କାରଣ ଯଦି ଆଜି କିମ୍ବା ଆସନ୍ତାକାଲି କେନ୍ଦ୍ର ସରକାର ଏକ ଆଦେଶ ଜାରି କରିବେ ସେତେବେଳେ ଏହା ସମ୍ଭବ । କାରଣ କର୍ମଚାରୀଙ୍କ ଦରମା ପ୍ରତ୍ୟେକ ମାସର ୧୬ ତାରିଖରୁ ଆରମ୍ଭ ହୋଇଥାଏ । ଯଦି ଏହା ନହୁଏ, ତେବେ ବର୍ଦ୍ଧିତ ୨୮ ପ୍ରତିଶତ DA ଆସନ୍ତା ମାସର ବେତନରେ ଆସିବ ।