ଅର୍ଥ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁରଲ (Minister of State for Finance Anurag Thakur) ମଙ୍ଗଳବାର ସଂସଦରେ କହିଛନ୍ତି ଯେ, କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା (DA) ର ୩ଟି କିସ୍ତି ଚଳିତ ବର୍ଷ ଜୁଲାଇରୁ ପୁନଃ ଲାଗୁ ହୋଇଯିବ ।
Trending Photos
ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: କେନ୍ଦ୍ର ସରକାରଙ୍କ ଲକ୍ଷ ଲକ୍ଷ କେନ୍ଦ୍ର କର୍ମଚାରୀ (Central Govt Employees) ଓ ପେନସନଭୋଗୀ (Central Govt Pensioners) ଙ୍କ ପାଇଁ ବହୁତ ବଡ଼ ଆଶ୍ୱସ୍ତିକର ଖବର ଅଛି । କେନ୍ଦ୍ର ସରକାର କହିଛନ୍ତି ଯେ, ଚଳିତ ବର୍ଷ ଜୁଲାଇ ୧ରୁ ସେମାନଙ୍କୁ ସମ୍ପୂର୍ଣ୍ଣ ମହଙ୍ଗା ଭତ୍ତା (Dearness Allowance) ମିଳିବ । ଏହାସହ ଗତ ତିନିଥରର ବକେୟା ମହଙ୍ଗା ଭତ୍ତା (DA) ମଧ୍ୟ ପ୍ରଦାନ କରାଯିବ ।
ଅଧିକ ପଢ଼ନ୍ତୁ:-ଟିକାକରଣ ସତ୍ତ୍ୱେ କାହିଁକି ବଢ଼ିବାରେ ଲାଗିଛି କୋରୋନା ମାମଲା? ବିଶେଷଜ୍ଞଙ୍କଠାରୁ ଜାଣନ୍ତୁ ସବୁକିଛି
ଅର୍ଥ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁରଲ (Minister of State for Finance Anurag Thakur) ମଙ୍ଗଳବାର ସଂସଦରେ କହିଛନ୍ତି ଯେ, କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା (DA) ର ୩ଟି କିସ୍ତି ଚଳିତ ବର୍ଷ ଜୁଲାଇରୁ ପୁନଃ ଲାଗୁ ହୋଇଯିବ । କୋଭିଡ-19 ସଙ୍କଟ (COVID-19 Crisis) ଯୋଗୁଁ ସରକାର କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତାର ଜାନୁଆରୀ ୧,୨୦୨୦, 1 ଜୁଲାଇ ୧,୨୦୨୦ ଏବଂ ଜାନୁୟାରୀ ୧,୨୦୨୦ର ୩ଟି କିସ୍ତି ବନ୍ଦ କରିଦେଇଥିଲେ । ଏଥିରେ ପ୍ରାୟ ୫୦ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୬୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ । ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଅନୁରାଗ ଠାକୁର କହିଛନ୍ତି ଯେ ଭବିଷ୍ୟତରେ ଯେତେବେଳେ ଜୁଲାଇ ୧,୨୦୨୧ ପାଇଁ ମହଙ୍ଗା ଭତ୍ତାର କିସ୍ତି ଦେବାର ନିଷ୍ପତ୍ତି ନିଆଯିବ, ଅବଶିଷ୍ଟ ତିନୋଟି କିସ୍ତି ମଧ୍ୟ ପୁନଃ ଲାଗୁ ହୋଇଯିବ ।
ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ରେଲୱେ ପୁଣି ଘୋଷଣା କଲା ଅନେକ ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍
ଅର୍ଥ ରାଜ୍ୟ ମନ୍ତ୍ରୀ କହିଛନ୍ତି ଯେ, ସରକାର ତିନି କିସ୍ତି ମହଙ୍ଗା ଭତ୍ତା ନ ଦେଇ ପ୍ରାୟ ୩୭,୫୩୦.୦୮ କୋଟି ଟଙ୍କା ସଞ୍ଚୟ କରିଛନ୍ତି ଏବଂ ଏହା ଦ୍ୱାରା ସରକାରଙ୍କୁ କୋରୋନା ସମୟରେ ଆର୍ଥିକ ସଙ୍କଟର ମୁକାବିଲା କରିବା ସହଜ ହୋଇଛି ।
ବାସ୍ତବରେ, କୋରୋନା ସଙ୍କଟ (Coronavirus Crisis) ଯୋଗୁଁ କର୍ମଚାରୀ ଓ ପେନସନଭୋଗୀମାନଙ୍କୁ ମହଙ୍ଗା ଭତ୍ତା (DA) ର ପୁରୁଣା ହାରରେ ସନ୍ତୁଷ୍ଟ ହେବାକୁ ପଡୁଛି । କର୍ମଚାରୀମାନେ ୨୧ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ପାଉଥିଲେ । କିନ୍ତୁ କୋରୋନା ସଙ୍କଟ କାରଣରୁ ଅର୍ଥନୈତିକ ଚାପକୁ ହ୍ରାସ କରିବା ପାଇଁ ସରକାର ପୁରୁଣା ହାର (୧୭ ପ୍ରତିଶତ) ଲାଗୁ କରିଦେଇଛନ୍ତି ।
ଅଧିକ ପଢ଼ନ୍ତୁ:-ବଦଳିଯିବ ଅଫିସର ନିୟମ: କର୍ମଚାରୀଙ୍କୁ ସପ୍ତାହରେ ୪ ଦିନ କରିବାକୁ ପଡିବ କାମ, ୩ ଦିନ ମିଳିବ ଛୁଟି!
ସୂଚନାଯୋଗ୍ୟ, ମହଙ୍ଗା ଭତ୍ତା ବର୍ଷକୁ ଦୁଇଥର ବୃଦ୍ଧି କରାଯାଇଥାଏ, କିନ୍ତୁ କୋରୋନା ସଙ୍କଟ (Coronavirus Crisis) ଓ ଲକଡାଉନ୍ (Lockdown) ହୋଇଥିବାରୁ ସରକାରୀ କୋଷ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି । ଯାହାକୁ ଦୃଷ୍ଟିରେ ରଖି ଏହା ଉପରେ ଦେଢ଼ ବର୍ଷ ଯାଏ ରୋକ ଲଗାଯାଇଛି ।