ଟିକାକରଣ ସତ୍ତ୍ୱେ କାହିଁକି ବଢ଼ିବାରେ ଲାଗିଛି କୋରୋନା ମାମଲା? ବିଶେଷଜ୍ଞଙ୍କଠାରୁ ଜାଣନ୍ତୁ ସବୁକିଛି
Advertisement
Article Detail0/zeeodisha/odisha862373

ଟିକାକରଣ ସତ୍ତ୍ୱେ କାହିଁକି ବଢ଼ିବାରେ ଲାଗିଛି କୋରୋନା ମାମଲା? ବିଶେଷଜ୍ଞଙ୍କଠାରୁ ଜାଣନ୍ତୁ ସବୁକିଛି

ଡକ୍ଟର ଅପର୍ନା ଅଗ୍ରୱାଲ କୁହନ୍ତି, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପାର୍ଶ୍ୱ ପ୍ରତିକ୍ରିୟା ଖୁବ୍ କମ୍ ଲୋକଙ୍କ କ୍ଷେତ୍ରରେ ଘଟେ ଏବଂ ଯଦିଓ କାହାକୁ ହୁଏ, ତେବେ ଏହା କେବଳ କିଛି ଘଣ୍ଟା କିମ୍ବା ଦିନ କିମ୍ବା ଦୁଇ ଦିନ ରହିଥାଏ । ଯଦି ଅତି ଆବଶ୍ୟକ ହୁଏ ତେବେ ପାରାସିଟାମଲ୍ ନେବାରୁ ମଧ୍ୟ ଆରାମ ମିଳିଥାଏ ।

ଟିକାକରଣ ସତ୍ତ୍ୱେ କାହିଁକି ବଢ଼ିବାରେ ଲାଗିଛି କୋରୋନା ମାମଲା? ବିଶେଷଜ୍ଞଙ୍କଠାରୁ ଜାଣନ୍ତୁ ସବୁକିଛି

ନୂଆଦିଲ୍ଲୀ: ଗୋଟିଏ ପଟେ ଭାରତରେ କୋରୋନା ଭୂତାଣୁ (Coronavirus) ବିରୁଦ୍ଧରେ ଶୀଘ୍ର ଟିକାକରଣ (Vaccination) ଅଭିଯାନ ଚାଲିଛି । ଅନ୍ୟପଟେ ସଂକ୍ରମଣ ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ (Health Ministry) ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଦେଶରେ ୨ କୋଟି ୯ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା (COVID-19 Vaccine) ଦିଆଯାଇଛି । ଏହି ସମୟରେ ଦେଶରେ କୋରୋନାର ସୁସ୍ଥ ହାର ମଧ୍ୟ ୯୬.୯୧ ପ୍ରତିଶତକୁ ବୃଦ୍ଧି ପାଇଛି । ମନ୍ତ୍ରଣାଳୟ  କହିଛି ଯେ, ଏପର୍ଯ୍ୟନ୍ତ ୧ କୋଟି ୮ ଲକ୍ଷରୁ ଅଧିକ ଲୋକ କୋରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହିତ ଦେଶରେ କୋରୋନା ଯୋଗୁଁ ୧ ଲକ୍ଷ ୫୭ ହଜାରରୁ ଅଧିକ ଲୋକ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି । ଆସନ୍ତୁ ଜାଣିବା ବିଶେଷଜ୍ଞଙ୍କଠାରୁ କୋରୋନା ଭୂତାଣୁ ଓ ଟିକା ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର...

ଅଧିକ ପଢ଼ନ୍ତୁ:-ଜାଣନ୍ତୁ ଖରାଦିନିଆ ରୋଗର ଲକ୍ଷଣ ଓ ଏହାର ପ୍ରତିକାର ବିଷୟରେ...

ଟିକାକରଣ ଆରମ୍ଭ ହୋଇଛି, କିନ୍ତୁ କାହିଁକି ମାମଲା ବଢୁଛି?

ଦିଲ୍ଲୀ ସ୍ଥିତି ଲେଡି ହାର୍ଡିଙ୍ଗ ମେଡିକାଲ କଲେଜର ପ୍ରଫେସର ଡକ୍ଟର ଅପର୍ନା ଅଗ୍ରୱାଲ କୁହନ୍ତି, ବର୍ତ୍ତମାନ ଯେଉଁଭଳି ଭାବରେ ସବୁକିଛି ଖୋଲା ଯାଇଛି, ସ୍କୁଲ ଏବଂ କଲେଜ ଆଦି ମଧ୍ୟ ଖୋଲା ଯାଇଛି । ତେଣୁ ମାମଲା ବଢ଼ିବା ସ୍ୱାଭାବିକ କଥା । ଏହା ବ୍ୟତୀତ, ବର୍ତ୍ତମାନ ଲୋକମାନେ କୋରୋନା ନିୟମ ଅନୁସରଣ କରି ବିରକ୍ତ ହୁଅନ୍ତି । କମ୍ ମାମଲା ଥିବାରୁ ଲୋକମାନେ ମାସ୍କ ପିନ୍ଧନ୍ତି ନାହିଁ, ଭିଡ଼ ଭିତରକୁ ଯାଆନ୍ତି । ଏହି କାରଣରୁ ମାମଲା ମଧ୍ୟ ବୃଦ୍ଧି ପାଉଛି । ତେଣୁ ଟିକା ଲଗାଇଲେ ବି ସତର୍କତା ଅବଲମ୍ବନ କରିବାକୁ ପଡିବ ।

ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ରେଲୱେ ପୁଣି ଘୋଷଣା କଲା ଅନେକ ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍

ଯଦି ଜଣେ ବ୍ୟକ୍ତି ଏକାକୀ ରୁହନ୍ତି ଏବଂ ଟିକା ପାଇବା ପରେ କିଛି ପାର୍ଶ୍ୱ ପ୍ରତିକ୍ରିୟା ହୋଇଗଲେ ତାଙ୍କୁ କ'ଣ କରିବା ଉଚିତ୍?

ଡକ୍ଟର ଅପର୍ନା ଅଗ୍ରୱାଲ କୁହନ୍ତି, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପାର୍ଶ୍ୱ ପ୍ରତିକ୍ରିୟା ଖୁବ୍ କମ୍ ଲୋକଙ୍କ କ୍ଷେତ୍ରରେ ଘଟେ ଏବଂ ଯଦିଓ କାହାକୁ ହୁଏ, ତେବେ ଏହା କେବଳ କିଛି ଘଣ୍ଟା କିମ୍ବା ଦିନ କିମ୍ବା ଦୁଇ ଦିନ ରହିଥାଏ । ଯଦି ଅତି ଆବଶ୍ୟକ ହୁଏ ତେବେ ପାରାସିଟାମଲ୍ ନେବାରୁ ମଧ୍ୟ ଆରାମ ମିଳିଥାଏ । କିନ୍ତୁ ଯଦି ଜଣେ ବ୍ୟକ୍ତି ଅନୁଭବ କରନ୍ତି ଯେ ଟିକା ନେବା ପରେ ତାଙ୍କୁ କିଛି ପାର୍ଶ୍ୱ ପ୍ରତିକ୍ରିୟା ହୋଇଛି ଏବଂ ଯଦି ସେ ଏକୁଟିଆ ଅଛନ୍ତି ତେବେ ଡାକ୍ତରଖାନାରେ ଭର୍ତ୍ତି ହୋଇପାରେ କିମ୍ବା ସେଣ୍ଟରକୁ ମଧ୍ୟ ସୂଚନା ଦେଇପାରିବେ ଓ ଆଡମିଟ୍ ହୋଇପାରିବେ ।

ଅଧିକ ପଢ଼ନ୍ତୁ:-ସର୍ଭେ: ବଙ୍ଗଳାରେ ପୁଣି ମମତା ସରକାର, ଜାଣନ୍ତୁ କେଉଁ ରାଜ୍ୟରେ କାହାକୁ ମିଳିବ କ୍ଷମତା

ପୁନର୍ବାର ଟିକା ନେବା ଆବଶ୍ୟକ କି?

ଡକ୍ଟର ଅପର୍ନା ଅଗ୍ରୱାଲ କୁହନ୍ତି, 'ନା, ଏପର୍ଯ୍ୟନ୍ତ କୌଣସି ଗାଇଡଲାଇନ ଆସିନାହିଁ । ବର୍ତ୍ତମାନ ଟିକାର ପ୍ରଥମ ଡୋଜ ଲଗାଇବାର ୪-୬ ସପ୍ତାହ ପରେ ଦ୍ୱିତୀୟ ଡୋଜ ଦିଆଯାଉଛି । ଦୁଇ ସପ୍ତାହ ପରେ ଶରୀରରେ କୋରୋନା ବିରୁଦ୍ଧରେ ଆଣ୍ଟିବଡି ସୃଷ୍ଟି ହେବ । ଭାରତରେ ଟିକାକରଣ ଡିସେମ୍ବର-ଜାନୁୟାରୀରୁ ଆରମ୍ଭ ହୋଇଛି, ତେଣୁ ଶରୀରରେ ଆଣ୍ଟିବଡି କେତେ ସମୟ ରହିଥାଏ ଏବଂ ଏହା କେତେ ପ୍ରଭାବଶାଳୀ ତାହା ଜାଣିବାକୁ ବର୍ତ୍ତମାନ ସମୟ ଲାଗିବ । ତେଣୁ ବର୍ତ୍ତମାନ ଟିକାର କେବଳ ଥରେ ହିଁ ଦୁଇଟି ଡୋଜ ଗ୍ରହଣ କରିବାକୁ ପଡିବ ।