'ମୁଁ ମୁସଲମାନ ହେବାକୁ ଚାହୁଁଛି କାରଣ ଏହି ଧର୍ମ ୪ଟି ବିବାହକୁ ଦେଇଥାଏ ଅନୁମତି'
Advertisement
Article Detail0/zeeodisha/odisha1174329

'ମୁଁ ମୁସଲମାନ ହେବାକୁ ଚାହୁଁଛି କାରଣ ଏହି ଧର୍ମ ୪ଟି ବିବାହକୁ ଦେଇଥାଏ ଅନୁମତି'

Ykee Benda: ୟାକି (Ykee Benda) କେମିକାଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି । କେମିକାଲ୍ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିବା ପରେ ୟାକି କୌଣସି ଚାକିରି  କରିନଥିଲେ । ଏହା ବ୍ୟତୀତ ସେ ଜଣେ ସଂଗୀତଜ୍ଞ ଭାବରେ ତାଙ୍କର ସ୍ୱପ୍ନକୁ ପୂରଣ କରିଛନ୍ତି ଓ ଏହାକୁ ସେ ନିଜ କ୍ୟାରିଅର୍ କରିଛନ୍ତି ।

'ମୁଁ ମୁସଲମାନ ହେବାକୁ ଚାହୁଁଛି କାରଣ ଏହି ଧର୍ମ ୪ଟି ବିବାହକୁ ଦେଇଥାଏ ଅନୁମତି'

ନୂଆଦିଲ୍ଲୀ: Ykee Benda: ସାରା ଦୁନିଆରେ ଅନେକ ଧର୍ମ (Religions) ର ଲୋକମାନେ ବାସ କରନ୍ତି । ଯଦିଓ ସମସ୍ତ ଧର୍ମରେ ଅନେକ ଜିନିଷ ସମାନ ହୋଇଥାଏ, କିନ୍ତୁ ପ୍ରତ୍ୟେକ ଧର୍ମର ନିଜସ୍ୱ ସ୍ୱତନ୍ତ୍ରତା ଅଛି । ପ୍ରତ୍ୟେକ ଧର୍ମରେ ଏପରି ଅନେକ ଜିନିଷ ଅଛି ଯାହା ଅନ୍ୟ ଧର୍ମର ଲୋକଙ୍କୁ ପ୍ରଭାବିତ କରିଥାଏ । ତଥାପି ଅନେକ ଥର ଲୋକମାନେ ବହୁତ ଅଜବ କାରଣରୁ ମଧ୍ୟ ଧର୍ମ ପରିବର୍ତ୍ତନ କରିବାକୁ ଚାହାଁନ୍ତି । ଏପରି ଏକ ମାମଲା ଉଗାଣ୍ଡା (Uganda) ରୁ ମଧ୍ୟ ସାମ୍ନାକୁ ଆସିଛି ।

ଉଗାଣ୍ଡାର ପ୍ରସିଦ୍ଧ ଗାୟକ ୱାଇକ୍ଲିଫ୍ ତୁଗୁମ୍ (Ugandan famous singer Wycliffe Tugume) ଓରଫ ୟାକି ବେଣ୍ଡା ୟାକି (Ykee Benda Ykee) କହିଛନ୍ତି ଯେ ସେ ଇସଲାମ (Islam) ଧର୍ମ ଗ୍ରହଣ କରିବାକୁ ଚାହୁଁଛନ୍ତି । ଇସଲାମ ଗ୍ରହଣ କରିବା ପାଇଁ ସେ ଦେଇଥିବା କାରଣଟି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ସ୍ଥାନୀୟ ଗଣମାଧ୍ୟମ ସହ କଥାବାର୍ତ୍ତା କରି ୟାକି କହିଛନ୍ତି ଯେ ସେ ଇସଲାମକୁ ପସନ୍ଦ କରନ୍ତି କାରଣ ଏଥିରେ ଅନେକ ବିଶେଷ ଜିନିଷ ଅଛି ଯେପରି ଆପଣ ୪ ଜଣ ମହିଳାଙ୍କୁ ମଧ୍ୟ ବିବାହ କରିପାରିବେ । ନିକଟ ଅତୀତରେ ହୋଇଥିବା ଇଦ୍ (Eid) ଉତ୍ସବରେ ମୁସଲମାନମାନଙ୍କୁ ଖାଇବାକୁ ଦେବାବେଳେ ୟାକି ତାଙ୍କର ଉଦ୍ଦେଶ୍ୟ ପ୍ରକାଶ କରିଥିଲେ ।

ସେ (Ykee Benda) ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କୁ ଏହା ଦେଖି ବହୁତ ଭଲ ଲାଗେ କି ଇସଲାମିକ ବିବାହରେ ସମସ୍ତ ସ୍ତ୍ରୀମାନେ କୌଣସି ଝଗଡ଼ା ବିନା ଏକାଠି ରୁହନ୍ତି । କୌଣସି ଧର୍ମରେ ଏହା କ୍ୱଚିତ୍ ଘଟେ । ଆପଣଙ୍କୁ କହି ରଖୁଛୁ ଯେ, ୟାକି ଜଣେ ଶିଶୁର ପିତା ଓ ମହିଳାମାନଙ୍କ ସହିତ ତାଙ୍କର ସମ୍ପର୍କ ଗଢ଼ିବା ଓ ବିଗିଡ଼ିବା ଲାଗି ରହିଥାଏ । ଏହି କାରଣରୁ ସେ ଇସଲାମ ଧର୍ମ ଗ୍ରହଣ କରିବାକୁ ଚିନ୍ତା କରୁଛନ୍ତି । ୟାକି ବ୍ୟତୀତ ଆହୁରି ଅନେକ କଳାକାର ଅଛନ୍ତି ଯେଉଁମାନେ ଇସଲାମକୁ ଗ୍ରହଣ କରିବା ପାଇଁ ନିଜ ଧର୍ମକୁ ପରିବର୍ତ୍ତନ କରିଛନ୍ତି ।

ଏହା ବି ପଢ଼ନ୍ତୁ:-ଏଣିକି DTC ବସରେ ମହିଳାଙ୍କ ବ୍ୟତୀତ ଏହି ଲୋକମାନେ ମଧ୍ୟ କରିପାରିବେ ମାଗଣାରେ ଯାତ୍ରା

ଏହା ବି ପଢ଼ନ୍ତୁ:-ବିଶେଷଜ୍ଞମାନେ କହିଲେ ଏପରି ଏକ ରହସ୍ୟ ଯାହା ଦ୍ୱାରା ଆପଣ ବଞ୍ଚିପାରିବେ ୧୦୦ ବର୍ଷ, ଜାଣନ୍ତୁ କିପରି...

ଏହା ବି ପଢ଼ନ୍ତୁ:-ୟୁକ୍ରେନ ଯୁଦ୍ଧରେ ଅସ୍ତ୍ରଶସ୍ତ୍ର ପାଇଁ ଋଷ ଭାରତୀୟ କମ୍ପାନୀଗୁଡିକର ନେଉଛି ସାହାଯ୍ୟ? ରିପୋର୍ଟରେ ବଡ଼ ଖୁଲାସା

ସୂଚନାଯୋଗ୍ୟ, ୟାକି (Ykee Benda) କେମିକାଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି । କେମିକାଲ୍ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିବା ପରେ ୟାକି କୌଣସି ଚାକିରି  କରିନଥିଲେ । ଏହା ବ୍ୟତୀତ ସେ ଜଣେ ସଂଗୀତଜ୍ଞ ଭାବରେ ତାଙ୍କର ସ୍ୱପ୍ନକୁ ପୂରଣ କରିଛନ୍ତି ଓ ଏହାକୁ ସେ ନିଜ କ୍ୟାରିଅର୍ କରିଛନ୍ତି ।