କର୍ମଚାରୀ ଭବିଷ୍ୟତ ନିଧି ପାଣ୍ଠି (EPFO) ର ୬ କୋଟି PF ଖାତାଧାରୀଙ୍କ ନିବେଶର ପରିସର ବୃଦ୍ଧି କରିବାର ପ୍ରଭାବ ମଧ୍ୟ ସେମାନେ ପାଇଥିବା ସୁଧ ହାରରେ ଦେଖାଯିବ । ଏଥି ସହିତ ଏହା ଭିତ୍ତିଭୂମିରେ ନିବେଶକୁ ତ୍ୱରାନ୍ୱିତ କରିବ ଓ ସେହି ସମୟରେ EPFO ପାଇଁ ନିବେଶର ପରିସର ମଧ୍ୟ ବୃଦ୍ଧି ପାଇବ ।
Trending Photos
ନୂଆଦିଲ୍ଲୀ: ଦେଶର ୬ କୋଟି ବେତନ ପ୍ରାପ୍ତ କର୍ମଚାରୀଙ୍କୁ ବର୍ତ୍ତମାନ ସେମାନଙ୍କ PF ଉପରେ ଅଧିକ ସୁଧ ମିଳିବ । ବାସ୍ତବରେ, କର୍ମଚାରୀ ଭବିଷ୍ୟତ ନିଧି ପାଣ୍ଠି (EPFO) ଏକ ନିଷ୍ପତ୍ତି ଉପରେ ବିଚାର କରୁଛି । ଲାଇଭ ମିଣ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ EPFO କର୍ମଚାରୀଙ୍କ PF ର ଏକ ଅଂଶ ଭିତ୍ତିଭୂମି ନିବେଶ ଟ୍ରଷ୍ଟ (InvITs) ରେ ନିବେଶ କରିବାକୁ ଯୋଜନା କରୁଛି । ଏହି ନିଷ୍ପତ୍ତି ସହିତ EPFO ର ନିବେଶର ପରିସର ବୃଦ୍ଧି ପାଇବ ।
ଅଧିକ ପଢ଼ନ୍ତୁ:-ପାକିସ୍ତାନରେ ବଡ଼ ଆତଙ୍କୀ ଆକ୍ରମଣ: ୮ ମୃତ, ୧୦ରୁ ଊର୍ଦ୍ଧ୍ୱ ଗୁରୁତର
କର୍ମଚାରୀ ଭବିଷ୍ୟତ ନିଧି ପାଣ୍ଠି (EPFO) ର ୬ କୋଟି PF ଖାତାଧାରୀଙ୍କ ନିବେଶର ପରିସର ବୃଦ୍ଧି କରିବାର ପ୍ରଭାବ ମଧ୍ୟ ସେମାନେ ପାଇଥିବା ସୁଧ ହାରରେ ଦେଖାଯିବ । ଏଥି ସହିତ ଏହା ଭିତ୍ତିଭୂମିରେ ନିବେଶକୁ ତ୍ୱରାନ୍ୱିତ କରିବ ଓ ସେହି ସମୟରେ EPFO ପାଇଁ ନିବେଶର ପରିସର ମଧ୍ୟ ବୃଦ୍ଧି ପାଇବ ।
ବର୍ତ୍ତମାନ, EPFO କେବଳ ବଣ୍ଡ ଓ ସରକାରୀ ସିକ୍ୟୁରିଟିରେ PF ଖାତାଧାରକଙ୍କ ଟଙ୍କା ନିବେଶ କରିଥାଏ । କିନ୍ତୁ InvITs ରେ ନିବେଶ କରିବା ପରେ ନିବେଶକମାନେ ଅନ୍ୟ ଏକ ବିକଳ୍ପ ପାଇବେ । ବାସ୍ତବରେ, InvITs ଏକ ମ୍ୟୁଚୁଆଲ୍ ଫଣ୍ଡ ନିବେଶ ପରି କାମ କରେ । ତେଣୁ ୬ କୋଟି ଗ୍ରାହକ ଏହି ନିଷ୍ପତ୍ତିର ଲାଭ ପାଇବେ ବୋଲି ମନେ କରାଯାଉଛି ।
ଅଧିକ ପଢ଼ନ୍ତୁ:-ଡେଲ୍ଟା ଭାରିଆଣ୍ଟକୁ ନେଇ ବହୁତ ବଡ଼ ଖରାପ ଖବର ଦେଲା WHO
କ'ଣ ହୋଇଥାଏ InvITs
InvITs ହେଉଛି ଏକ ସମାନ ନିବେଶ ବିକଳ୍ପ ଯାହା ବଜାର ନିୟନ୍ତ୍ରକ SEBI ଦ୍ୱାରା ମ୍ୟୁଚୁଆଲ୍ ଫଣ୍ଡ ପରି ନିୟନ୍ତ୍ରିତ ହୋଇଥାଏ । ଏଥିରେ ନିବେଶକମାନେ ଅଳ୍ପ ପରିମାଣରେ ନିବେଶ କରି ନିୟମିତ ଆୟ ପାଇପାରିବେ । ସରକାରୀ ସୂତ୍ର ଲାଇଭ ମିଣ୍ଟକୁ କହିଛି ଯେ ଏହି ନିବେଶର ବିକଳ୍ପ ବିଷୟରେ ବିଚାର କରିବା ପରେ ନିବେଶକଙ୍କ ଟଙ୍କା ଅନ୍ୟ ଏକ ପାଣ୍ଠିରେ ବ୍ୟବହୃତ ହୋଇପାରିବ ଓ ଲାଭ ମଧ୍ୟ ନିବେଶକଙ୍କ ପାଇଁ ଉପଲବ୍ଧ ହେବ ।
ଅଧିକ ପଢ଼ନ୍ତୁ:-ପୁଣି କୋରୋନା ମାମଲାରେ ବୃଦ୍ଧି: ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ଆଖି ବୁଜିଲେ ୬୦୦ରୁ ଉର୍ଦ୍ଧ୍ୱ ଲୋକ
ଏହିପରି ମିଳିବ PF ଖାତାଧାରୀଙ୍କୁ ଲାଭ
୨୦୨୦-୨୧ ଆର୍ଥିକ ବର୍ଷ ପାଇଁ PF ଆକାଉଣ୍ଟଧାରୀଙ୍କ ପାଇଁ ୮.୫ ପ୍ରତିଶତ ସୁଧ ହାର ସ୍ଥିର କରାଯାଇଛି । ଆସନ୍ତା ମାସ ଶେଷ ସୁଦ୍ଧା ଏହି ରାଶି ଖାତାଧାରୀଙ୍କ ଆକାଉଣ୍ଟରେ ଜମା ହେବ ବୋଲି ଆଶା କରାଯାଉଛି । ଏହି ସମୟରେ ଏହି ନୂତନ ନିବେଶ ବିକଳ୍ପ ପରେ ନିବେଶକଙ୍କ ଅର୍ଥର କିଛି ଅଂଶ InvITs ପରି କର୍ପସରେ ରଖାଯିବ । ନିବେଶକମାନେ ଅଧିକ ରିଟର୍ଣ୍ଣ ପାଇବେ ବୋଲି ଆଶା କରାଯାଉଛି । ବାସ୍ତବରେ, ବଜେଟ୍ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାର ସଙ୍କେତ ଦେଇଥିଲେ । ବର୍ତ୍ତମାନ କର୍ମଚାରୀ ଭବିଷ୍ୟତ ନିଧି ପାଣ୍ଠି (EPFO) ବଜେଟର ନିଷ୍ପତ୍ତି ଗ୍ରହଣ କରି ଏହି ନୂତନ ବିକଳ୍ପ ଉପରେ ବିଚାର କରୁଛି ।