ସରକାର ଏମାନଙ୍କ ପାଇଁ ପେନସନରେ କରିଛନ୍ତି ବଡ଼ ବୃଦ୍ଧି, ଜାଣନ୍ତୁ କେତେ ମିଳିବ ଲାଭ
Advertisement
Article Detail0/zeeodisha/odisha914691

ସରକାର ଏମାନଙ୍କ ପାଇଁ ପେନସନରେ କରିଛନ୍ତି ବଡ଼ ବୃଦ୍ଧି, ଜାଣନ୍ତୁ କେତେ ମିଳିବ ଲାଭ

ଷଷ୍ଠ ବେତନ ଆୟୋଗ (6th Pay Commission) ଅଧୀନରେ ପେନସନର ସର୍ବାଧିକ ସୀମା ୪୫ ହଜାର ଟଙ୍କା ଓ ସର୍ବନିମ୍ନ ପେନସନ୍‌ ୨୭ ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିଲା । 

ସରକାର ଏମାନଙ୍କ ପାଇଁ ପେନସନରେ କରିଛନ୍ତି ବଡ଼ ବୃଦ୍ଧି, ଜାଣନ୍ତୁ କେତେ ମିଳିବ ଲାଭ

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees, Odia News: କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ପିତାମାତାଙ୍କ ମୃତ୍ୟୁପରେ ସେମାନଙ୍କ ପିଲାମାନେ ବର୍ତ୍ତମାନ ସପ୍ତମ ବେତନ ଆୟୋଗ (7th Pay Commission) ଅନ୍ତର୍ଗତ ପେନସନ୍ ପାଇବେ । ପେନସନର ସର୍ବାଧିକ ସୀମା ବର୍ତ୍ତମାନ ୧.୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ନୂତନ ନିୟମ ଅନୁଯାୟୀ ସର୍ବନିମ୍ନ ୭୫ ହଜାର ତ ସର୍ବାଧିକ ୧.୨୫ ଲକ୍ଷ ଟଙ୍କାର ସୀମା ନିର୍ଦ୍ଧାରଣ କରାଯାଇଛି ।

ଅଧିକ ପଢ଼ନ୍ତୁ:-କେନ୍ଦ୍ରୀୟ ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର!

ଷଷ୍ଠ ବେତନ ଆୟୋଗ (6th Pay Commission) ଅଧୀନରେ ପେନସନର ସର୍ବାଧିକ ସୀମା ୪୫ ହଜାର ଟଙ୍କା ଓ ସର୍ବନିମ୍ନ ପେନସନ୍‌ ୨୭ ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିଲା । ଷଷ୍ଠ ବେତନ ଆୟୋଗ ଅନୁଯାୟୀ ପରାମର୍ଶ ଅନୁଯାୟୀ ମାସକୁ ସର୍ବାଧିକ ୯୦,୦୦୦ ଟଙ୍କା ବେତନ ଉପରେ CCS ନିୟମର ନିୟମ 54 (11) ଅନୁଯାୟୀ ଏହି ସୀମା ଧାର୍ଯ୍ୟ କରାଯାଇଥିଲା ।

ସର୍ବାଧିକ ୧.୨୫ ଲକ୍ଷ ଟଙ୍କାର ପେନସନର ଲାଭ ସେତେବେଳେ ମିଳିବ ଯେତେବେଳେ ଉଭୟ ସ୍ୱାମୀ-ସ୍ତ୍ରୀ ସରକାରୀ କର୍ମଚାରୀ ଥିବେ ଏବଂ ଦୁର୍ଭାଗ୍ୟବଶତଃ କୌଣସି କାରଣରୁ ସେମାନେ ମୃତ୍ୟୁ ବରଣ କରନ୍ତି । କେନ୍ଦ୍ରୀୟ ସିଭିଲ ସର୍ଭିସେସ୍ (ପେନସନ୍) ନିୟମ, 1972 ର ଉପ-ନିୟମ (11) ରେ ଉଲ୍ଲେଖ କରାଯାଇଛି ଯେ ଯଦି ଉଭୟ ସ୍ୱାମୀ-ସ୍ତ୍ରୀ ସରକାରୀ କର୍ମଚାରୀ ଥିଲେ ଏବଂ ଦୁର୍ଭାଗ୍ୟବଶତଃ କୌଣସି କାରଣରୁ ସେମାନେ ମୃତ୍ୟୁ ବରଣ କରନ୍ତି, ତେବେ ପିଲାମାନଙ୍କୁ ଦୁଇଟି ପେନସନ ପ୍ରଦାନ କରାଯିବ । 

ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କ ପାଖରେ ଅଛି ୧,୨,୫ ଓ ୧୦ ଟଙ୍କାର ଏହି କଏନ ବା ନୋଟ୍ ତ ହୋଇପାରିବେ ଲକ୍ଷପତି! ଜାଣନ୍ତୁ କିପରି...

ସୂଚନାଯୋଗ୍ୟ, ସପ୍ତମ ବେତନ ଆୟୋଗ ଅଧୀନରେ କର୍ମଚାରୀଙ୍କ ସର୍ବାଧିକ ବେତନ ମାସକୁ ୨.୫ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି । ଏଭଳି ପରିସ୍ଥିତିରେ ପେନସନ୍‌ ଏବଂ ପେନସନ୍‌ଭୋଗୀ କଲ୍ୟାଣ ବିଭାଗ (Department of Pension & Pensioners Welfare) ଦ୍ୱାରା ନୂତନ ପେନସନ୍ ସୀମାର ପରାମର୍ଶ ଦିଆଯାଇଥିଲା ।