ଯୁବ ବର୍ଗଙ୍କୁ ସୁଯୋଗ, କାର୍ଯ୍ୟକର୍ତ୍ତାଙ୍କୁ ପୁରସ୍କାର ଏବଂ ପରିବାରବାଦରୁ ଦୂରତା; ଜାଣନ୍ତୁ କଂଗ୍ରେସର ୯ଟି ବଡ଼ ପ୍ଲାନ୍
Advertisement

ଯୁବ ବର୍ଗଙ୍କୁ ସୁଯୋଗ, କାର୍ଯ୍ୟକର୍ତ୍ତାଙ୍କୁ ପୁରସ୍କାର ଏବଂ ପରିବାରବାଦରୁ ଦୂରତା; ଜାଣନ୍ତୁ କଂଗ୍ରେସର ୯ଟି ବଡ଼ ପ୍ଲାନ୍

Congress Navsankalp Chintan Shivir : ମାକେନ ଆହୁରି କହିଛନ୍ତି ଯେ, ନିର୍ବାଚନ ସମୟରେ ଆମେ କିଛି ଘରୋଇ ଏଜେନ୍ସି ଦ୍ୱାରା ସର୍ଭେ କରିଆସୁଛୁ । କିନ୍ତୁ ବର୍ତ୍ତମାନ ନିଷ୍ପତ୍ତି ନିଆଯାଇଛି ଯେ, କଂଗ୍ରେସର ଆଭ୍ୟନ୍ତରୀଣ ପବ୍ଲିକ ଇନସାଇଡ୍ ବିଭାଗ ରହିବ । ଏହି ବିଭାଗରେ ଜଡିତ ଲୋକମାନେ ନିରନ୍ତର ଜନସାଧାରଣଙ୍କଠାରୁ ମତାମତ ଗ୍ରହଣ କରିବେ । ଜନସାଧାରଣ କେଉଁ ପ୍ରସଙ୍ଗରେ ଚର୍ଚ୍ଚା କରୁଛନ୍ତି ତାହା ଆଧାରରେ ନିର୍ବାଚନ ରଣନୀତି ପ୍ରସ୍ତୁତ ହେବ ।

ଯୁବ ବର୍ଗଙ୍କୁ ସୁଯୋଗ, କାର୍ଯ୍ୟକର୍ତ୍ତାଙ୍କୁ ପୁରସ୍କାର ଏବଂ ପରିବାରବାଦରୁ ଦୂରତା; ଜାଣନ୍ତୁ କଂଗ୍ରେସର ୯ଟି ବଡ଼ ପ୍ଲାନ୍

ଜୟପୁର: Congress Navsankalp Chintan Shivir in Udaipur: କଂଗ୍ରେସର ନବସଂକଳ୍ପ ଚିନ୍ତନ ଶିବିର (Congress Navsankalp Chintan Shivir) ଆରମ୍ଭ ହୋଇସାରିଛି । ଗାନ୍ଧୀ ପରିବାର (Gandhi Family) ର ୩ ଜଣ ସଦସ୍ୟଙ୍କ ସହ କଂଗ୍ରେସର ଅନେକ ନେତା ରାଜସ୍ଥାନ (Rajasthan) ସ୍ଥିତ ଉଦୟପୁର (Udaipur) ରେ ପହଞ୍ଚିଛନ୍ତି । ଶୁକ୍ରବାର କଂଗ୍ରେସର ସାଧାରଣ ସମ୍ପାଦକ ତଥା ରାଜସ୍ଥାନ ପ୍ରଭାରୀ ଅଜୟ ମାକନ (Ajay Maken) ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଶିବିର ପରେ କଂଗ୍ରେସର ସଂଗଠନରେ ଏକ ଆମୂଳଚୂଳ ପରିବର୍ତ୍ତନ ହେବାକୁ ଯାଉଛି । ଏହା ସହିତ ଚିନ୍ତନ ଶିବର (Chintan Shivir) ରେ କେଉଁ ବିଷୟ ଉପରେ ଆଲୋଚନା ହେଉଛି ତାହା ଉପରେ ମଧ୍ୟ ସେ କହିଛନ୍ତି । ଆଜି ଆମେ ଆପଣଙ୍କୁ  କଂଗ୍ରେସର ୯ଟି ବଡ଼ ପ୍ଲାନ୍ ବିଷୟରେ କହିବାକୁ ଯାଉଛୁ, ଯାହା ଉପରେ ଦଳ ଆସନ୍ତା ବିଧାନସଭା ନିର୍ବାଚନ ସହିତ ୨୦୨୪ର କ୍ଷମତାର ସ୍ୱପ୍ନ ଦେଖୁଛି ।

ମାକନ କହିଛନ୍ତି ଯେ, ସଂଗଠନକୁ ନେଇ ଗଠନ ହୋଇଥିବା କଂଗ୍ରେସ (Congress) ର ପ୍ୟାନେଲ ଦଳର ଆମୂଳଚୂଳ ପରିବର୍ତ୍ତନ କରିବା ପାଇଁ ପରାମର୍ଶ ଦେଇଛି । ସେଗୁଡ଼ିକ ଉପରେ ଚର୍ଚ୍ଚା ଚାଲିଛି । କଂଗ୍ରେସର ଢାଞ୍ଚାରେ ବର୍ତ୍ତମାନ ପର୍ଯ୍ୟନ୍ତ ସେହି ପଦ ଚାଲୁଆସୁଛି ଯାହା ବର୍ଷ ବର୍ଷ  ଧରି ଥିଲା । କିନ୍ତୁ ବର୍ତ୍ତମାନ ଏଥିରେ ବୁଥ୍ ସ୍ତରରୁ ଉପର ପର୍ଯ୍ୟନ୍ତ ପରିବର୍ତ୍ତନ କରାଯାଉଛି । ଆମ ସମ୍ବିଧାନରେ କିଛି ଜିନିଷ ପୂର୍ବରୁ ଥିଲା, କିନ୍ତୁ ସେଗୁଡିକ କାର୍ଯ୍ୟକାରୀ ହୋଇ ନଥିଲା ।

ସେ ଆଗକୁ କହିଛନ୍ତି ଯେ, ଦଳ ଗୋଟିଏ ପରିବାର ଗୋଟିଏ ଟିକେଟ୍ ଫର୍ମୁଲା (One Family, Pne Ticket)  ଉପରେ କାମ କରିବ । କୌଣସି ନେତାଙ୍କ ସମ୍ପର୍କୀୟ, ପୁଅ କିମ୍ବା ଝିଅଙ୍କୁ ସେତେବେଳେ ଟିକେଟ ମିଳିବ, ଯେ ପର୍ଯ୍ୟନ୍ତ ସେ ୫ ବର୍ଷ କାମ ନ କରିଛନ୍ତି । ସେହିପରି ସେ କହିଛନ୍ତି ଯେ, ବିଜେପି ପରି ବର୍ତ୍ତମାନ କଂଗ୍ରେସରେ ମଧ୍ୟ ମଣ୍ଡଳ ଗଠନ ହେବ । ପ୍ରତି ପନ୍ଦରରୁ କୋଡ଼ିଏ ବୁଥରେ ଗୋଟିଏ ମଣ୍ଡଳ ରହିବ । ତିନିରୁ ଚାରିଟି ମଣ୍ଡଳକୁ ନେଇ ଏକ ବ୍ଲକ ଗଠନ ହେବ । ଏହାର ଗଠନ ପାଇଁ ଏକ ପ୍ରକ୍ରିୟା ମଧ୍ୟ ଅନୁସରଣ କରାଯିବ ।

ମାକେନ ଆହୁରି କହିଛନ୍ତି ଯେ, ନିର୍ବାଚନ ସମୟରେ ଆମେ କିଛି ଘରୋଇ ଏଜେନ୍ସି ଦ୍ୱାରା ସର୍ଭେ କରିଆସୁଛୁ । କିନ୍ତୁ ବର୍ତ୍ତମାନ ନିଷ୍ପତ୍ତି ନିଆଯାଇଛି ଯେ, କଂଗ୍ରେସର ଆଭ୍ୟନ୍ତରୀଣ ପବ୍ଲିକ ଇନସାଇଡ୍ ବିଭାଗ ରହିବ । ଏହି ବିଭାଗରେ ଜଡିତ ଲୋକମାନେ ନିରନ୍ତର ଜନସାଧାରଣଙ୍କଠାରୁ ମତାମତ ଗ୍ରହଣ କରିବେ । ଜନସାଧାରଣ କେଉଁ ପ୍ରସଙ୍ଗରେ ଚର୍ଚ୍ଚା କରୁଛନ୍ତି ତାହା ଆଧାରରେ ନିର୍ବାଚନ ରଣନୀତି ପ୍ରସ୍ତୁତ ହେବ ।

ସେ କହିଛନ୍ତି ଯେ, ଯେଉଁ କାର୍ଯ୍ୟକର୍ତ୍ତାମାନେ ଭଲ କାମ କରୁଛନ୍ତି ସେମାନଙ୍କୁ ପୁରସ୍କୃତ କରାଯାଏ ନାହିଁ ଓ ଯେଉଁମାନେ କାମ କରୁନାହାଁନ୍ତି କିମ୍ବା ଖରାପ କାମ କରନ୍ତି ସେମାନଙ୍କୁ ଦଣ୍ଡ ଦିଆଯାଏ ନାହିଁ । ଏହି ପରିପ୍ରେକ୍ଷୀରେ କଂଗ୍ରେସରେ ଏକ ଅସେଷ୍ଟମେଣ୍ଟ ୱିଙ୍ଗ ଗଠନ ପାଇଁ ପରାମର୍ଶ ଦିଆଯାଇଛି । କେଉଁ କାର୍ଯ୍ୟକର୍ତ୍ତା ଭଲ କାମ କରୁଛି ଓ ପୁରସ୍କାର କ’ଣ ହେବା ଉଚିତ୍ ଏହି ୱିଙ୍ଗ୍ ସ୍ଥିର କରିବ । ଯେଉଁମାନେ ଖରାପ କାମ କରିବେ କିମ୍ବା ଦଳ ବିରୋଧରେ କାମ କରିବେ, ସେମାନଙ୍କୁ ଦଣ୍ଡ ଦିଆଯିବ ।

କଂଗ୍ରେସ ନେତା (Congress Leader) କହିଛନ୍ତି ଯେ, ଆମେ ଦଳରେ ଶୃଙ୍ଖଳାକୁ ଆହୁରି ଦୃଢ଼ କରିବୁ । ଏଥିପାଇଁ ପ୍ରତ୍ୟେକ ସ୍ତରରେ ଏକ ଶୃଙ୍ଖଳିତ କମିଟି ଗଠନ କରାଯିବ । ଏହା ଶିବିରରେ ଆଲୋଚନା ହେବ । ମାକେନ୍ କହିଛନ୍ତି ଯେ, ଚିନ୍ତନ ଶିବିରରେ ଯେଉଁ କମିଟି ଗଠନ କରାଯାଇଛି, ସେଥିରେ ୫୦ ପ୍ରତିଶତ ଲୋକ 50 ବର୍ଷରୁ କମ୍ ବୟସର । ଭବିଷ୍ୟତରେ ଏହା ମଧ୍ୟ ଜାରି ରହିବ ।

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ସରକାର ଦେଲେ ବଡ଼ ରିହାତି, ସମସ୍ତଙ୍କୁ ହେବ ଲାଭ

ଏହା ବି ପଢ଼ନ୍ତୁ:-ଭାରତର ଏହି ଯୁଦ୍ଧ ବିମାନକୁ ଡରନ୍ତି ଚୀନ ଓ ପାକିସ୍ତାନ, ସ୍ପିଡରେ F-16 କୁ ଦେଇଥାଏ ମାତ୍; ଜାଣନ୍ତୁ ଏହାର ଅନ୍ୟାନ୍ୟ ବିଶେଷତା

ଏହା ବି ପଢ଼ନ୍ତୁ:-ଇମ୍ରାନ ଖାନଙ୍କ ପ୍ରଶଂସା କଲେ ଶାରଦ ପାୱାର, ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ଦେଲେ ବଡ଼ ବୟାନ

 

ଦଳରେ କୌଣସି ବ୍ୟକ୍ତି ପାଞ୍ଚ ବର୍ଷରୁ ଅଧିକ ସମୟ ପାଇଁ କୌଣସି ପଦବୀରେ ରହିପାରିବେ ନାହିଁ । ଏହି ପଦାଧିକାରୀମାନଙ୍କୁ ସେମାନଙ୍କର ପରଫମାନ୍ସ ଦେବାକୁ ପଡ଼ିବ । ଯଦି ସେ ଭଲ କାମ ନକରନ୍ତି, ତେବେ ତାଙ୍କୁ ତିନି ବର୍ଷ ପାଇଁ ପଦରୁ ମୁକ୍ତ ରଖାଯିବ । ଯଦି ଆପଣ ଦଳ ପାଇଁ କାମ କରନ୍ତି, ତେବେ ଆପଣଙ୍କୁ ଅଧିକ ସୁଯୋଗ ଦିଆଯିବ ।

ଯୁବକମାନଙ୍କ ସହିତ ମହିଳା ଭୋଟରଙ୍କ ଉପରେ ଧ୍ୟାନ ଦେବାକୁ କଂଗ୍ରେସ ପ୍ରସ୍ତୁତ ହେଉଛି । ୟୁପି ବିଧାନସଭା ନିର୍ବାଚନରେ ​​ଦଳ ପ୍ରିୟଙ୍କା ଗାନ୍ଧୀ ଭଦ୍ରା (Priyanka Gandhi Vadra) ଙ୍କ ନେତୃତ୍ୱରେ ଏହି ରଣନୀତି ଉପରେ କାର୍ଯ୍ୟ କରିଥିଲା । ବର୍ତ୍ତମାନ ଏହାକୁ ଭବିଷ୍ୟତରେ ମଧ୍ୟ କାର୍ଯ୍ୟକାରୀ କରାଯିବ ।