ଗୁଜୁରାଟରେ ବିଦ୍ୟୁତ୍ ସରଚାର୍ଜ ବୃଦ୍ଧି ନେଇ ଲୋକମାନେ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ଦେଉଛନ୍ତି । ଦୀପ ପ୍ରକାଶ ପନ୍ତ ନାମକ ଜଣେ ୟୁଜର ଲେଖିଛନ୍ତି ଯେ, କେବଳ ୬ ମାସ ଅଛି ଓ ଏହା ପରେ ଗୁଜରାଟର ଲୋକମାନେ ମଧ୍ୟ ମାଗଣା ବିଦ୍ୟୁତ୍ ପାଇବେ । ଦୁର୍ଗେଶ ସିଂ ଚୌହାନ ନାମକ ଜଣେ ୟୁଜର ଲେଖିଛନ୍ତି ଯେ, ବହୁତ ଭଲ, ଟଙ୍କା କେଉଁଠୁ ଆସିବ କୋଇଲା କିଣିବା ପାଇଁ? ଟଙ୍କା ଗଛରେ ଫଳି ନଥାଏ । ସେତେବେଳେ ଲୋକଙ୍କ ଆୟ କମ୍ ଥିଲା ଓ ଆଜି ୮ ବର୍ଷ ମଧ୍ୟରେ ଲୋକଙ୍କ ଆୟ ବି ବଢ଼ିଛି ।
Trending Photos
ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ବିଦ୍ୟୁତ ଦର (Electricity Prices) କ୍ରମାଗତ ଭାବେ ବୃଦ୍ଧି ପାଉଛି । ଗୁଜୁରାଟ ସରକାର (Gujarat Government) ପୁଣି ଥରେ ବିଦ୍ୟୁତ୍ ଉପରେ ସରଚାର୍ଜ ବୃଦ୍ଧି କରିଛନ୍ତି । ଏହା ଲୋକଙ୍କ ଉପରେ ବୋଝ ବଢ଼ାଇଦେଇଛି । ବର୍ତ୍ତମାନ ଗୁଜୁରାଟ ସରକାର ବିଦ୍ୟୁତ୍ ସରଚାର୍ଜ (Electricity Surcharge) କୁ ୟୁନିଟ୍ ପିଛା ୨.୫ ଟଙ୍କାକୁ ବୃଦ୍ଧି କରିଛନ୍ତି । ଗତ ୫ ମାସ ମଧ୍ୟରେ ସରକାର ଚତୁର୍ଥ ଥର ପାଇଁ ସରଚାର୍ଜ ବୃଦ୍ଧି କରିଛନ୍ତି । ତେବେ କୃଷି କ୍ଷେତ୍ରର ଉପଭୋକ୍ତାଙ୍କୁ ଏହି ମୂଲ୍ୟ ବୃଦ୍ଧିରୁ ଦୂରେଇ ରଖାଯାଇଛି ।
ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଗୁଜୁରାଟ ବିଦ୍ୟୁତ୍ ନିଗମ ଲିମିଟେଡ୍ (Gujarat Vidyut Nigam Limited) କହିଛି ଯେ ନୂତନ ଇନ୍ଧନ ସରଚାର୍ଜ ଚଳିତ ବର୍ଷ ମେ' ୧ ତାରିଖରୁ ଲାଗୁ ହୋଇଛି ବୋଲି ଧରିନିଆଯିବ ଓ ଏହାର ରିକଭରୀ ମେ-ଜୁନ୍ ୨୦୨୨ ମଧ୍ୟରେ ହେବ । ଗତ ୫ ମାସ ମଧ୍ୟରେ ସରକାର ଇନ୍ଧନ ସରଚାର୍ଜକୁ ୪ ଥର ବୃଦ୍ଧି କରିଛନ୍ତି । ଏଥି ସହିତ ଗତ ୨ ମାସ ମଧ୍ୟରେ ଏହା ୩୦ ପଇସା ବୃଦ୍ଧି ପାଇଛି । ଲୋକ କହିଛନ୍ତି ଯେ, ଗୁଜୁରାଟ ସରକାର ଦାବି କରିଛନ୍ତି ଯେ ବିଗତ ୬ ବର୍ଷ ଧରି ବିଦ୍ୟୁତ୍ ମୂଲ୍ୟରେ ବୃଦ୍ଧି ଘଟି ନାହିଁ, କିନ୍ତୁ ସରଚାର୍ଜ ବୃଦ୍ଧି କରି ବିଦ୍ୟୁତ୍ ମହଙ୍ଗା କରାଯାଉଛି ।
ଗୁଜୁରାଟରେ ବିଦ୍ୟୁତ୍ ସରଚାର୍ଜ ବୃଦ୍ଧି ନେଇ ଲୋକମାନେ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ଦେଉଛନ୍ତି । ଦୀପ ପ୍ରକାଶ ପନ୍ତ ନାମକ ଜଣେ ୟୁଜର ଲେଖିଛନ୍ତି ଯେ, କେବଳ ୬ ମାସ ଅଛି ଓ ଏହା ପରେ ଗୁଜରାଟର ଲୋକମାନେ ମଧ୍ୟ ମାଗଣା ବିଦ୍ୟୁତ୍ ପାଇବେ । ଦୁର୍ଗେଶ ସିଂ ଚୌହାନ ନାମକ ଜଣେ ୟୁଜର ଲେଖିଛନ୍ତି ଯେ, ବହୁତ ଭଲ, ଟଙ୍କା କେଉଁଠୁ ଆସିବ କୋଇଲା କିଣିବା ପାଇଁ? ଟଙ୍କା ଗଛରେ ଫଳି ନଥାଏ । ସେତେବେଳେ ଲୋକଙ୍କ ଆୟ କମ୍ ଥିଲା ଓ ଆଜି ୮ ବର୍ଷ ମଧ୍ୟରେ ଲୋକଙ୍କ ଆୟ ବି ବଢ଼ିଛି ।
ଶ୍ରବଣ ଶର୍ମା ନାମକ ଜଣେ ୟୁଜର ଲେଖିଛନ୍ତି ଯେ 'ମୋଦିଜୀ କରିଛନ୍ତି, ତା’ହେଲେ ସେ ନିଶ୍ଚିତ ଭାବରେ କିଛି ଚିନ୍ତା କରି ଏହା କରିଥିବେ, ନିର୍ବାଚନରେ ବିଜେପି ଏହାର ଫାଇଦା ଉଠାଇ ପାରିବ!'
ଏହା ବି ପଢ଼ନ୍ତୁ:-ରାହୁଲ ଗାନ୍ଧୀଙ୍କ ଛବି ବଦଳାଇ ହେବ? ଏହି ପ୍ରଶ୍ନ ଉପରେ ପିକେ ମୋଦିଙ୍କ ନାଁ ନେଇ ଦେଲେ ଏପରି ଜବାବ
ଏହା ବି ପଢ଼ନ୍ତୁ:-ଯୁବ ବର୍ଗଙ୍କୁ ସୁଯୋଗ, କାର୍ଯ୍ୟକର୍ତ୍ତାଙ୍କୁ ପୁରସ୍କାର ଏବଂ ପରିବାରବାଦରୁ ଦୂରତା; ଜାଣନ୍ତୁ କଂଗ୍ରେସର ୯ଟି ବଡ଼ ପ୍ଲାନ୍
ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ସରକାର ଦେଲେ ବଡ଼ ରିହାତି, ସମସ୍ତଙ୍କୁ ହେବ ଲାଭ
ଆରିଫ ଖାନ ନାମକ ଜଣେ ୟୁଜର ଲେଖିଛନ୍ତି ଯେ, ଦେଶ ବଦଳୁଛି, ବିକାଶର ଗଙ୍ଗା ପ୍ରବାହିତ ହେଉଛି । ଯେଉଁ କଂଗ୍ରେସକୁ ଲୋକମାନେ ମହଙ୍ଗାର ଡାଏନ ବୋଲି କହି ବିରକ୍ତ ଦେଉଥିଲେ, ବର୍ତ୍ତମାନ ତାହାଠାରୁ ଅଧିକ ମହଙ୍ଗା ହୋଇଛି । ହରିଶ ନାମକ ଜଣେ ୟୁଜର ଲେଖିଛନ୍ତି ଯେ, ଗୁଜୁରାଟ ୩୦ ବର୍ଷରେ ୨୪ ଘଣ୍ଟା ବିଦ୍ୟୁତ୍ ଦେଉଛି, ୨.୫ ଟଙ୍କାରୁ କ’ଣ ପାର୍ଥକ୍ୟ ପଡ଼ିବ?
ରାଜା ତିୱାରୀ ନାମକ ଜଣେ ୟୁଜର ଲେଖିଛନ୍ତି ଯେ, ଗୁଜୁରାଟରେ ଗରିବଙ୍କୁ ମୁଦ୍ରାସ୍ଫୀତି ସହିତ ବିଦ୍ୟୁତ୍ ସରଚାର୍ଜ ବୃଦ୍ଧି କରି ମାରିବାର ଯୋଜନା ରହିଛି? ରାଜକୁମାର ବିଷ୍ଣୁ ନାମକ ୟୁଜର ଲେଖିଛନ୍ତି ଯେ, ପ୍ରଥମେ କୋଇଲା ସଙ୍କଟ ଦେଖାଇ ଆତଙ୍କ ସୃଷ୍ଟି କଲା, ତା’ପରେ ସରଚାର୍ଜ ବଢ଼ାଇ ଦିଆଯାଇଛି, କମ୍ପାନୀ ରାଜ ଏହାକୁ କହାଯାଏ ।