ଆସନ୍ତାକାଲି ୧.୨ କୋଟି କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ଖୁସି ଖବର, ମିଳିବ ମହଙ୍ଗା ଭତ୍ତାର ୩ଟି ବକେୟା କିସ୍ତି!
Advertisement
Article Detail0/zeeodisha/odisha928139

ଆସନ୍ତାକାଲି ୧.୨ କୋଟି କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ଖୁସି ଖବର, ମିଳିବ ମହଙ୍ଗା ଭତ୍ତାର ୩ଟି ବକେୟା କିସ୍ତି!

ଆସନ୍ତାକାଲି ନ୍ୟାସନାଲ କାଉନସିଲ୍ ଅଫ୍ ଜେସିଏମ୍, ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ (DoPT) ର ଅଧିକାରୀ ଏବଂ ଅର୍ଥ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହେବ ।

ଆସନ୍ତାକାଲି ୧.୨ କୋଟି କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ଖୁସି ଖବର, ମିଳିବ ମହଙ୍ଗା ଭତ୍ତାର ୩ଟି ବକେୟା କିସ୍ତି!

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees, Odia News: ଗତ ଦେଢ଼ ବର୍ଷ ଧରି ୫୨ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ୬୧ ଲକ୍ଷ ପେନ୍‌ସନଭୋଗୀଙ୍କୁ ମହଙ୍ଗା ଭତ୍ତା (DA) ଓ ମହଙ୍ଗା ରିଲିଫ୍ (DR) କୁ ନେଇ ଯେଉଁ ଖବରର ଅପେକ୍ଷା ଥିଲା, ସେହି ସମୟ ଆସିଯାଇଛି । କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପ୍ରତିନିଧିତ୍ୱ କରୁଥିବା ଏକ ସଂଗଠନ ନ୍ୟାସନାଲ କାଉନସିଲ୍ (National Council of JCM) ଆସନ୍ତାକାଲି କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କ ସହ ଏକ ବୈଠକ କରିବ ।

ଆସନ୍ତାକାଲି DA ବକେୟାକୁ ନେଇ ମିଳିବ ଗୁଡ୍ ନ୍ୟୁଜ୍

ଆସନ୍ତାକାଲି ନ୍ୟାସନାଲ କାଉନସିଲ୍ ଅଫ୍ ଜେସିଏମ୍, ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ (DoPT) ର ଅଧିକାରୀ ଏବଂ ଅର୍ଥ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହେବ । ଗତ ମାସ ମେ ୮ରେ ଏହି ବୈଠକ ଅନୁଷ୍ଠିତ ହେବାର ଥିଲା, କିନ୍ତୁ କୋରୋନା ମହାମାରୀ ହେତୁ ଏହି ବୈଠକ ସ୍ଥଗିତ ରଖାଯାଇଥିଲା । ସେବେଠାରୁ ଏହାର ନୂଆ ତାରିଖକୁ ନେଇ କଳ୍ପନାଜଳ୍ପନା ଚାଲିଥିଲା ।

ଅଧିକ ପଢ଼ନ୍ତୁ:-LIC ର ଏହି ପଲିସିରେ ନିବେଶ କରି ତୁରନ୍ତ ପାଇପାରିବେ ପ୍ରତି ମାସରେ ୨୩ ହଜାର ଟଙ୍କା, ଜାଣନ୍ତୁ କେମିତି...

ଆସନ୍ତାକାଲି ବୈଠକରେ ଡିଏ ବକେୟାକୁ ନେଇ ହେବ ଆଲୋଚନା 

ନ୍ୟାସନାଲ କାଉନସିଲ୍ ଅଫ୍ ଜେସିଏମର ଶିବ ଗୋପାଳ ମିଶ୍ରା କହିଛନ୍ତି ଯେ ଏହି ବୈଠକର ମୂଳ ଉଦ୍ଦେଶ୍ୟ ହେଉଛି କେନ୍ଦ୍ର କର୍ମଚାରୀଙ୍କୁ ସପ୍ତମ ବେତନ ଆୟୋଗ (7th Pay Commission) ର DA ବକେୟା ଅର୍ଥ ଏବଂ ଅବସରପ୍ରାପ୍ତ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ସପ୍ତମ ବେତନ ଆୟୋଗ DR ଲାଭ ପ୍ରଦାନ କରିବା । ଜେସିଏମ୍ ନ୍ୟାସନାଲ କାଉନସିଲ୍ ସୂଚନା ଦେଇଛି ଯେ ଏହି ବୈଠକରେ ଭାରତର କ୍ୟାବିନେଟ୍ ସଚିବ ଅଧ୍ୟକ୍ଷତା କରିବେ ।

୧.୨ କୋଟି କର୍ମଚାରୀଙ୍କ ପାଇଁ ଖୁସି ଖବର!

ଶିବ ଗୋପାଳ ମିଶ୍ରା କହିଛନ୍ତି ଯେ ଡିଏ, ଡିଆର ବକେୟା ସମ୍ପର୍କରେ କ୍ୟାବିନେଟ ସଚିବ ଏବଂ ଅର୍ଥ ମନ୍ତ୍ରଣାଳୟର ମନୋଭାବ ଅତ୍ୟନ୍ତ ସକରାତ୍ମକ ରହିଛି । କାରଣ ଏହା ୧.୨ କୋଟି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ସହ ଜଡିତ । ତେଣୁ ନ୍ୟାସନାଲ କାଉନସିଲ୍ ଅଫ୍ ଜେସିଏମ୍ ଏହି ବୈଠକକୁ ନେଇ ବହୁତ ଆଶାବାଦୀ । ସେମାନେ ଆଶା କରୁଛନ୍ତି ଯେ ବୈଠକରୁ ଭଲ ଖବର ବାହାରିବ ।

ଅଧିକ ପଢ଼ନ୍ତୁ:-ଦେଶରେ କୋରୋନାର ତାଣ୍ଡବ ଜାରି: ଲଗାତର ତୃତୀୟ ଦିନ ୫୦ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ

ଜୁଲାଇ ୧ରୁ ମିଳିବ ବର୍ଦ୍ଧିତ DA 

ଜୁଲାଇ ୧ରୁ କର୍ମଚାରୀଙ୍କ DA, DR ପୁନଃ ଆରମ୍ଭ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ ମଧ୍ୟ DA ର ୩ଟି ବକେୟା କିସ୍ତି ବିଷୟରେ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ । ଏହି ବିଷୟରେ କର୍ମଚାରୀଙ୍କ ମନରେ ଆଶଙ୍କା ରହିଛି । କର୍ମଚାରୀମାନେ ଆଶା କରୁଛନ୍ତି ଯେ ଜୁଲାଇ ୧ରୁ ଡିଏ ବୃଦ୍ଧି ସହିତ ସରକାର ସେମାନଙ୍କ ବକେୟା ଦେବେ ।

ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କ ପାଖରେ ଅଛି ୨ ଟଙ୍କାର ଏହି ନୋଟ୍ ତ ମିଳିବ ଲକ୍ଷ ଲକ୍ଷ ଟଙ୍କା! ଜାଣନ୍ତୁ କିପର...

ଗତ ଦେଢ଼ ବର୍ଷ ଧରି ଫ୍ରିଜ୍ ରହିଛି DA

ଆପଣଙ୍କୁ କହି ରଖୁଛୁ ଯେ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ଜାନୁଆରୀ ୨୦୨୦, ଜୁଲାଇ ୨୦୨୦ ଏବଂ ଜାନୁୟାରୀ ୨୦୨୧ର DA ଓ DR ଉପରେ ରୋକ ଲଗାଇଦେଇଥିଲେ । ବର୍ତ୍ତମାନ ସରକାର ସ୍ପଷ୍ଟ କରିଛନ୍ତି ଯେ ଚଳିତ ବର୍ଷ ଜୁଲାଇ ୧ରେ ପୁଣି ମହଙ୍ଗା ଭତ୍ତା ମିଳିବା ଆରମ୍ଭ ହୋଇଯିବ । ଯାହାକି ଲକ୍ଷ ୪୮ କେନ୍ଦ୍ର କର୍ମଚାରୀ ଓ ଲକ୍ଷ ୬୭ ଲକ୍ଷ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର । ମିଡିଆ ରିପୋର୍ଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ କର୍ମଚାରୀମାନେ ୧୭ ପ୍ରତିଶତ ହାରରେ DA, DR ପାଉଛନ୍ତି । ଯାହା ୨୮ ପ୍ରତିଶତକୁ ବୃଦ୍ଧି ପାଇପାରେ ।