ସୂଚନାଯୋଗ୍ୟ, ଭାରତ ସରକାର ଅନେକ ପ୍ରକାରର ନୋଟ୍ ଛାପିବା ବନ୍ଦ କରି ଦେଇଛନ୍ତି । ଏଭଳି ପରିସ୍ଥିତିରେ ୧, ୨, ୫, ୧୦ ଟଙ୍କାର ବିଶେଷ ନୋଟଗୁଡିକ ବର୍ତ୍ତମାନ ବିରଳ ମୁଦ୍ରା ନୋଟରେ ଅନ୍ତର୍ଭୁକ୍ତ କରାଯାଇଛି ।
Trending Photos
ନୂଆଦିଲ୍ଲୀ: Indian Currency: ଲୋକମାନେ ରୋଜଗାର କରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ୱନ କରୁଛନ୍ତି । ଏଭଳି ପରିସ୍ଥିତିରେ ଅନଲାଇନ୍ ପ୍ଲାଟଫର୍ମରେ କିଛି ପୁରୁଣା ମୁଦ୍ରା (Old Coins) ଓ ନୋଟ (Old Notes) ର ନିଲାମୀ କରାଯାଉଛି, ଯେଉଁଥିରୁ ଲୋକମାନେ ଟଙ୍କା ରୋଜଗାର କରୁଛନ୍ତି । କିନ୍ତୁ, ଏହି ସମସ୍ତ ନୋଟର କିଛି ନା କିଛି ବିଶେଷତା ଅଛି । ଯଦି ଆପଣଙ୍କ ପାଖରେ ଏପରି ବିଶେଷତା ଥିବା ମୁଦ୍ରା କିମ୍ବା ନୋଟ୍ ଅଛି, ତେବେ ଆପଣ ଘରେ ବସି ଟଙ୍କା ରୋଜଗାର (Earn Money from Home) କରିପାରିବେ । ପୁରୁଣା ନୋଟ୍ ଓ ମୁଦ୍ରାର ସିରିଜରେ ଆଜି ଆମେ ଆପଣଙ୍କୁ କହିବୁ ଯେ ଆପଣ କିପରି ଅନଲାଇନ୍ ପ୍ଲାଟଫର୍ମରେ ୨ ଟଙ୍କାର ପୁରୁଣା ଓ ଖାସ୍ ନୋଟ୍ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଆଜି ଏଠାରେ ଏହା ବିଷୟରେ ସୂଚନା ଦିଆଯାଉଛି । ଅନଲାଇନ୍ ପ୍ଲାଟଫର୍ମରେ ପୁରୁଣା ନୋଟ୍ ନିଲାମ (Old Currency Note Auction) ବିଷୟରେ ଅନେକ ଖବର ଭାଇରାଲ୍ ହେବାରେ ଲାଗିଛି ।
ଅଧିକ ପଢ଼ନ୍ତୁ:-ସୁନା-ରୁପା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ, ଜାଣନ୍ତୁ କ'ଣ ରହିଛି ରେଟ୍
ସୂଚନାଯୋଗ୍ୟ, ଭାରତ ସରକାର ଅନେକ ପ୍ରକାରର ନୋଟ୍ ଛାପିବା ବନ୍ଦ କରି ଦେଇଛନ୍ତି । ଏଭଳି ପରିସ୍ଥିତିରେ ୧, ୨, ୫, ୧୦ ଟଙ୍କାର ବିଶେଷ ନୋଟଗୁଡିକ ବର୍ତ୍ତମାନ ବିରଳ ମୁଦ୍ରା ନୋଟରେ ଅନ୍ତର୍ଭୁକ୍ତ କରାଯାଇଛି । ଅନେକ ଅନଲାଇନ୍ ପ୍ଲାଟଫର୍ମରେ ଏହି ବିଶେଷ ପ୍ରକାରର ନୋଟ୍ ନିଲାମ କରାଯାଉଛି । ଯେଉଁଥିପାଇଁ ଲକ୍ଷ ଲକ୍ଷ ଟଙ୍କାର ନିଲାମୀ ଡକାଯାଉଛି । ଯଦି ଆପଣଙ୍କ ପାଖରେ ୨ ଟଙ୍କା ମୂଲ୍ୟର ଏହି ବିଶେଷ ପ୍ରକାରର ପୁରୁଣା ନୋଟ୍ ଅଛି, ତେବେ ଆପଣ ମଧ୍ୟ ଏକ ମିନିଟରେ ଲକ୍ଷପତି ହୋଇପାରିବେ ।
ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ବାତିଲ ଟ୍ରେନକୁ ପୁନଃ ଆରମ୍ଭ କଲା ରେଲୱେ, ଦେଖନ୍ତୁ ଲିଷ୍ଟ୍
କେବଳ ଏତିକି ନୁହେଁ, ଯଦି ଆପଣଙ୍କ ପାଖରେ ଏହି ବିଶେଷ ପ୍ରକାରର ଜିନିଷଗୁଡ଼ିକର ସଠିକ୍ ମୂଲ୍ୟ ବିଷୟରେ ସୂଚନା ଅଛି, ତେବେ ଆପଣ ଘରେ ବସି କୋଟିପତି ମଧ୍ୟ ହୋଇପାରିବେ । ଏହି ୨ ଟଙ୍କିଆ ନୋଟର ବିଶେଷତା ରହିଛି । ଏହାକୁ ଅନଲାଇନ୍ ନିଲାମ କରି ଆପଣ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଯଦି ଏହି ୨ ଟଙ୍କା ନୋଟରେ 786 ଲେଖା ହୋଇଛି, ତେବେ ଲୋକମାନେ ଏହାକୁ କିଣିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଅଛନ୍ତି ।
ଦେଶରେ ଏପରି ବହୁତ ଲୋକ ଅଛନ୍ତି, ଯେଉଁମାନେ 786 ନମ୍ବରକୁ ବହୁତ ଶୁଭ ବୋଲି ବିବେଚନା କରନ୍ତି ଏବଂ ଏହିପରି ନୋଟ୍ ଖୋଜନ୍ତି, ଯାହା ଉପରେ ଏହି ସଂଖ୍ୟା ଲେଖା ଅଛି । ଏହା ବ୍ୟତୀତ, ଏହି ନୋଟ୍ ଗୋଲାପୀ ରଙ୍ଗର ହେବା ଆବଶ୍ୟକ । ଏହା ସହିତ ଏହା ମଧ୍ୟ ଆରବିଆଇ (RBI) ର ପୂର୍ବତନ ଗଭର୍ଣ୍ଣର ମନମୋହନ ସିଂ (Manmohan Singh) ଙ୍କ ହସ୍ତାକ୍ଷର ରହିବା ଆବଶ୍ୟକ, ଯିଏ କି ଲଗାତାର ୧୦ ବର୍ଷ ଧରି ଭାରତର ପ୍ରଧାନମନ୍ତ୍ରୀ ରହିଥିଲେ ।
ଅଧିକ ପଢ଼ନ୍ତୁ:-ଟିକା ନ ଲଗାଇଲେ ବିଧାନସଭାରେ ବିଧାୟକଙ୍କୁ ମିଳିବନି ଏଣ୍ଟ୍ରି, ବାଚସ୍ପତିଙ୍କ ଆଦେଶ
୨ ଟଙ୍କାର ଏହି ବିଶେଷ ନୋଟ୍ ବିକ୍ରୟ କରିବାକୁ ଆପଣଙ୍କୁ କୌଣସି ସ୍ଥାନକୁ ଯିବାର ଆବଶ୍ୟକତା ନାହିଁ । ଇବେ (Ebay) ଏବଂ କ୍ଲିକ୍ ଇଣ୍ଡିଆ (Click India) ପରି ୱେବସାଇଟ୍ ଏହିପରି ନୋଟର ସନ୍ଧାନ କରନ୍ତି ଏବଂ ନିଲାମ କରିଥାଏ । କ୍ଲିକ୍ ଇଣ୍ଡିଆ (Click India) ସାଇଟରେ ତ ହ୍ୱାଟସଆପରେ ସିଧାସଳଖ ବିକ୍ରୟ କରିବାକୁ ଏକ ଲିଙ୍କ୍ ମଧ୍ୟ ମିଳିଯିବ ।
ଅଧିକ ପଢ଼ନ୍ତୁ:-ନିଜକୁ ହିନ୍ଦୁ କହି ତିନି ସନ୍ତାନର ମା' ସହ କଲା ବିବାହ, ଏମିତି ସାମ୍ନାକୁ ଆସିଲା ସତ
ଅନଲାଇନ୍ ନିଲାମ ପାଇଁ ଆପଣଙ୍କୁ ଆପଣଙ୍କ ପାଖରେ ଥିବା ଏହି ଖାସ୍ ପ୍ରକାରର ନୋଟର ଫଟୋ କ୍ଲିକ୍ କରିବାକୁ ପଡିବ । ଏହା ପରେ, ଆପଣଙ୍କୁ ବିଡିଂ ୱେବସାଇଟରେ ବିକ୍ରେତା ଭାବରେ ପଞ୍ଜିକରଣ କରିବାକୁ ପଡିବ । ପରେ ଏହି ଫଟୋ ସାଇଟରେ ଅପଲୋଡ୍ କରିବାକୁ ପଡିବ । ଏହା ପରେ କିଣିବାକୁ ଆଗ୍ରହୀ ଲୋକମାନେ ସିଧାସଳଖ ଆପଣଙ୍କ ସହିତ ଯୋଗାଯୋଗ କରିବେ । ସେମାନଙ୍କ ସହ କଥାବାର୍ତ୍ତା କରି ଆପଣ ୨ ଟଙ୍କାର ଖାସ୍ ନୋଟର ମୂଲ୍ୟ ସ୍ଥିର କରିପାରିବେ । ଆହୁରି ମଧ୍ୟ ନୋଟର ଡେଲିଭରୀ କିପରି ଏବଂ କେଉଁଠାରେ କରାଯିବ ତାହା ସ୍ଥିର କରିପାରିବେ ।
(ଡିସକ୍ଲେମର: ଏହା ବିଭିନ୍ନ ୱେବସାଇଟର ସୂଚନା ଉପରେ ଆଧାରିତ । ଜୀ ଓଡ଼ିଶା ଏହି ଖବରକୁ ନିଶ୍ଚିତ କରେ ନାହିଁ ।)