ଦେଶରେ କୋରୋନାର ତାଣ୍ଡବ ଜାରି: ଲଗାତର ତୃତୀୟ ଦିନ ୫୦ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ
Advertisement
Article Detail0/zeeodisha/odisha927995

ଦେଶରେ କୋରୋନାର ତାଣ୍ଡବ ଜାରି: ଲଗାତର ତୃତୀୟ ଦିନ ୫୦ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ

Coronavirus in India: ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୧ ଲକ୍ଷ ୩୪ ହଜାର ୪୪୫ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୨ କୋଟି ୯୧ ଲକ୍ଷ ୨୮ ହଜାର ୨୬୭ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଦେଶରେ କୋରୋନାର ତାଣ୍ଡବ ଜାରି: ଲଗାତର ତୃତୀୟ ଦିନ ୫୦ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ

ନୂଆଦିଲ୍ଲୀ: Coronavirus in India: ସାରା ଦେଶରେ କୋରୋନା ମାମଲାରେ କମି ଦେଖାଦେଇଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବିପଦ ଟଳି ନାହିଁ । ଦେଶରେ ଲଗାତର ତୃତୀୟ ଦିନ ୫୦ ହଜାରରୁ ଅଧିକ ନୂତନ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୧ ହଜାର ୬୬୭ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୩୨୯ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୪ ହଜାର ୫୨୭ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ଦିନକରେ ୧୪,୧୮୯ ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ଘଟିଛି ।  

ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କ ପାଖରେ ଅଛି ୨ ଟଙ୍କାର ଏହି ନୋଟ୍ ତ ମିଳିବ ଲକ୍ଷ ଲକ୍ଷ ଟଙ୍କା! ଜାଣନ୍ତୁ କିପର...

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୧ ଲକ୍ଷ ୩୪ ହଜାର ୪୪୫ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୨ କୋଟି ୯୧ ଲକ୍ଷ ୨୮ ହଜାର ୨୬୭ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୬ ଲକ୍ଷ ୧୨ ହଜାର ୮୬୮ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୩ ଲକ୍ଷ ୯୩ ହଜାର ୩୧୦ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 

ଅଧିକ ପଢ଼ନ୍ତୁ:-ସୁନା-ରୁପା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ, ଜାଣନ୍ତୁ କ'ଣ ରହିଛି ରେଟ୍

ଆଜି ଦେଶରେ କ୍ରମାଗତ ୪୩ ଦିନ କୋରୋନାର ନୂଆ ମାମଲା ଅପେକ୍ଷା ଅଧିକ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଜୁନ ୨୪ ପର୍ଯ୍ୟନ୍ତ ସାରା ଦେଶରେ ୩୦ କୋଟି ୭୯ ଲକ୍ଷ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୦ ଲକ୍ଷ ୬୩ ହଜାର କୋରୋନା ଟିକାର ଡୋଜ୍ ଲାଗିସାରିଛି । ଏଥି ସହିତ ଏପର୍ଯ୍ୟନ୍ତ ୪୦ କୋଟି  କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୭ ଲକ୍ଷ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୩ ପ୍ରତିଶତରୁ ଅଧିକ ରହିଛି ।

ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ବାତିଲ ଟ୍ରେନକୁ ପୁନଃ ଆରମ୍ଭ କଲା ରେଲୱେ, ଦେଖନ୍ତୁ ଲିଷ୍ଟ୍

ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୩୦ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୬ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୨ ପ୍ରତିଶତ ରହିଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି । ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।