ପିଟିସନରେ କୁହାଯାଇଛି ଯେ ଲାଲ୍ ପିମ୍ପୁଡ଼ି ଚଟଣିରେ ନାଲି ପିମ୍ପୁଡ଼ି ଓ କଞ୍ଚା ଲଙ୍କା ଥାଏ । ଏହା ପାରମ୍ପାରିକ ଭାବରେ ଆଦିବାସୀ ଅଞ୍ଚଳରେ ଔଷଧ ଭାବରେ ବ୍ୟବହୃତ ହୁଏ ।
Trending Photos
ନୂଆଦିଲ୍ଲୀ: ନାଲି ପିମ୍ପୁଡ଼ି ଚଟଣି (Red Ant Chutney) ରୁ କୋରୋନା (Coronavirus) ଠିକ୍ ହେବାର ମାମଲା ସୁପ୍ରିମକୋର୍ଟ (Supreme Court) ରେ ପହଞ୍ଚିଛି । କୋରୋନା ଚିକିତ୍ସା (COVID 19 Treatment) ପାଇଁ ନାଲି ପିମ୍ପୁଡ଼ି ଚଟଣି ବ୍ୟବହାର କରିବାକୁ ନିର୍ଦ୍ଦେଶ ମାଗିଥିବା ଆବେଦନକୁ ସର୍ବୋଚ୍ଚ କୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ, "ସେ କୋରୋନା ଚିକିତ୍ସା ପାଇଁ ଏପରି ନିର୍ଦ୍ଦେଶ ଦେଇପାରିବେ ନାହିଁ ଯେ ଯାହା ପାରମ୍ପାରିକ ଜ୍ଞାନ କିମ୍ବା ଘରୋଇ ଉପଚାରର ସାଧନ ହୋଇଥାଏ, ତାହାକୁ ସମଗ୍ର ଦେଶ ପାଇଁ କାର୍ଯ୍ୟକାରୀ କରାଯାଉ ।"
ସୁପ୍ରିମକୋର୍ଟର ଜଷ୍ଟିସ୍ ଡିଏ ଚନ୍ଦ୍ରଚୁଡ଼ (Justice DY Chandrachud) ଙ୍କ ନେତୃତ୍ୱରେ ଏକ ବେଞ୍ଚ କହିଛନ୍ତି ଯେ, "ଆପଣ ଦେଖିପାରିବେ ଯେ ଅନେକ ପାରମ୍ପାରିକ ପଦ୍ଧତି ଅଛି । ଏପରିକି ଆମ ଘରରେ ମଧ୍ୟ ପାରମ୍ପାରିକ ସୂଚନା ରହିଥାଏ । କିନ୍ତୁ ଏହିପରି ସମସ୍ତ ଚିକିତ୍ସା ପଦ୍ଧତି ଆପଣଙ୍କୁ ନିଜ ଉପରେ ପ୍ରୟୋଗ କରିବାକୁ ପଡ଼ିଥାଏ । ଯଦି କୌଣସି ଫଳାଫଳ ଆସେ ତେବେ ଆପଣ ନିଜେ ଏହାର ସମ୍ମୁଖୀନ ହୋଇଥାନ୍ତି । କିନ୍ତୁ, ଆମେ କହି ପାରିବୁ ନାହିଁ ଯେ ଏହା ସମଗ୍ର ଦେଶ ପାଇଁ କାର୍ଯ୍ୟକାରୀ ହେବା ଆବଶ୍ୟକ ।"
ସୁପ୍ରିମକୋର୍ଟ ଆବେଦନକାରୀ ଏନ. ପଢିୟାଲଙ୍କୁ କହିଛନ୍ତି ଯେ ସେ ଟିକା ଗ୍ରହଣ କରନ୍ତୁ ଓ ଆବେଦନକୁ ଖାରଜ କରନ୍ତୁ । ଆବେଦନକାରୀ ଓଡିଶାର ଆଦିବାସୀ ସମ୍ପ୍ରଦାୟର ସଦସ୍ୟ । ଆବେଦନକାରୀଙ୍କ ଓକିଲ କହିଛନ୍ତି ଯେ ଓଡିଶା ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ ଓ ସେହି ଆଦେଶକୁ ଚ୍ୟାଲେଞ୍ଜ କରାଯାଇଛି ।
ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହି ମାମଲା ଏଠାରେ ଶେଷ ହେବା ଆବଶ୍ୟକ । ଆମେ ଏହି ମାମଲାରେ ଦାଖଲ ହୋଇଥିବା ଆବେଦନ ଶୁଣିବାକୁ ଚାହୁଁନାହୁଁ । ଏପରି ପରିସ୍ଥିତିରେ ଆବେଦନ ଖାରଜ ହୋଇଯାଇଛି । ପିଟିସନରେ କୁହାଯାଇଛି ଯେ ଲାଲ୍ ପିମ୍ପୁଡ଼ି ଚଟଣିରେ ନାଲି ପିମ୍ପୁଡ଼ି ଓ କଞ୍ଚା ଲଙ୍କା ଥାଏ । ଏହା ପାରମ୍ପାରିକ ଭାବରେ ଆଦିବାସୀ ଅଞ୍ଚଳରେ ଔଷଧ ଭାବରେ ବ୍ୟବହୃତ ହୁଏ । ଏହା ଓଡ଼ିଶା ଓ ଛତିଶଗଡ ଅଞ୍ଚଳରେ ଫ୍ଲୁ, କାଶ, ସାଧାରଣ ଥଣ୍ଡା ଏବଂ ନିଶ୍ୱାସ ପ୍ରଶ୍ୱାସର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଆବେଦନକାରୀ ଦାବି କରିଛନ୍ତି ଯେ ଲାଲ୍ ପିମ୍ପୁଡ଼ି ଔଷଧ ଭଳି ଗୁରୁତ୍ୱପୂର୍ଣ୍ଣ କାରଣ ଏଥିରେ ଫର୍ମିକ୍ ଏସିଡ୍, ପ୍ରୋଟିନ୍, କ୍ୟାଲସିୟମ୍, ଭିଟାମିନ୍ ବି 12 ଏବଂ ଜିଙ୍କ ଥାଏ । ଏହା କୋଭିଡ (COVID19) କୁ ଭଲ କରିପାରେ ।
ଅଧିକ ପଢ଼ନ୍ତୁ:-'ଆଫଗାନିସ୍ତାନରେ ପାକିସ୍ତାନ ଯାହା କରିଛି ତାହାର ପରିଣାମ ଶୀଘ୍ର ହିଁ ଭୋଗିବ'
ଅଧିକ ପଢ଼ନ୍ତୁ:-ଲେଫ୍ଟରୁ ସେଣ୍ଟର; କଂଗ୍ରେସରେ ସାମିଲ ହେବେ କହ୍ନେୟା କୁମାର?
ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍