ପୁରୁଷଙ୍କ ଏସବୁ ସମସ୍ୟାକୁ ଦୂର କରିବାରେ ପ୍ରଭାବଶାଳୀ କେବଳ ୨ଟି ଖଜୁରୀ, ଏହି ଉପାୟରେ କରନ୍ତୁ ସେବନ ତା'ପରେ ଦେଖନ୍ତୁ କମାଲ!
Advertisement

ପୁରୁଷଙ୍କ ଏସବୁ ସମସ୍ୟାକୁ ଦୂର କରିବାରେ ପ୍ରଭାବଶାଳୀ କେବଳ ୨ଟି ଖଜୁରୀ, ଏହି ଉପାୟରେ କରନ୍ତୁ ସେବନ ତା'ପରେ ଦେଖନ୍ତୁ କମାଲ!

ଖଜୁରୀ (Dates) ରେ ମିଳୁଥିବା ଉପାଦାନଗୁଡ଼ିକ ବିଷୟରେ ଆଲୋଚନା କରିବା ତ ଏଥିରେ କ୍ୟାଲସିୟମ୍, ଫାଇବର, ଜିଙ୍କ, ମ୍ୟାଗ୍ନେସିୟମ୍ ଏବଂ ଲୌହ ପ୍ରଚୁର ପରିମାଣରେ ମିଳିଥାଏ ।

ପୁରୁଷଙ୍କ ଏସବୁ ସମସ୍ୟାକୁ ଦୂର କରିବାରେ ପ୍ରଭାବଶାଳୀ କେବଳ ୨ଟି ଖଜୁରୀ, ଏହି ଉପାୟରେ କରନ୍ତୁ ସେବନ ତା'ପରେ ଦେଖନ୍ତୁ କମାଲ!

ନୂଆଦିଲ୍ଲୀ: Benefits Of Dry Dates: ଆଜି ଆମେ ଆପଣଙ୍କୁ ଖଜୁରୀ (Dates) ର ଲାଭ ବିଷୟରେ କହିବୁ । ଆଜ୍ଞା ହଁ, ଏହି ଶୁଖିଲା ଫଳ ପୁରୁଷମାନଙ୍କ ପାଇଁ ବିଶେଷ ଲାଭଦାୟକ ବୋଲି ମନେ କରାଯାଏ । ଏଥିରେ ଆମିନୋ ଏସିଡ୍ ମିଳିଥାଏ, ଏହା ଏପରି ଏକ ଏସିଡ୍ ହୋଇଥାଏ ଯାହା ପୁରୁଷମାନଙ୍କର ଯୌନ ସ୍ୱାସ୍ଥ୍ୟ (men's sexual health) କୁ ବୁଷ୍ଟ ଓ କରିବା ଓ ସେମାନଙ୍କର ଷ୍ଟାମିନା ବଢ଼ାଇ ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରିଥାଏ ।

ଝଜୁରୀରେ ମିଳୁଥିବା ଉପାଦାନ

ଖଜୁରୀ (Dates) ରେ ମିଳୁଥିବା ଉପାଦାନଗୁଡ଼ିକ ବିଷୟରେ ଆଲୋଚନା କରିବା ତ ଏଥିରେ କ୍ୟାଲସିୟମ୍, ଫାଇବର, ଜିଙ୍କ, ମ୍ୟାଗ୍ନେସିୟମ୍ ଏବଂ ଲୌହ ପ୍ରଚୁର ପରିମାଣରେ ମିଳିଥାଏ । ଭିଟାମିନ୍ A, C, E, K, B2, B6, ନିୟାସିନ ଏବଂ ଥିୟାମିନ ସହିତ ଅନ୍ୟାନ୍ୟ ଅନେକ ଭିଟାମିନ୍ ମିଳିଥାଏ, ଯାହା ଏକ ସୁସ୍ଥ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ ।

କିପରି ଖାଇବେ ଖଜୁରୀ

ଜଣାଶୁଣା ଆୟୁର୍ବେଦ ଡାକ୍ତର ଅବରାର ମୁଲତାନୀଙ୍କ ଅନୁଯାୟୀ, ଖଜୁରୀରେ ହର୍ମୋନ୍ ଟେଷ୍ଟୋଷ୍ଟେରନ୍ ବୃଦ୍ଧି କରିବାର ଗୁଣ ରହିଛି, ଯାହା ପୁରୁଷଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । କିନ୍ତୁ କ୍ଷୀରକୁ ଶକ୍ତି ବଢାଇବା ପାଇଁ ବ୍ୟବହୃତ ହୁଏ । ଏଥିପାଇଁ ଏହି ୨ଟି ଜିନିଷ ଏକାସାଙ୍ଗରେ ସେବନ କରିବାରୁ ପୁରୁଷମାନଙ୍କ ଶାରୀରିକ ଦୁର୍ବଳତାକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

ବୀର୍ଯ୍ୟ ବୃଦ୍ଧିରେ ସାହାଯ୍ୟକାରୀ ଖଜୁରୀ

ଡକ୍ଟର ଅବରାର ମୁଲତାନୀଙ୍କ ଅନୁଯାୟୀ, ପ୍ରତିଦିନ ୨ କିମ୍ୱା ୩ଟି ଖଜୁରୀ କ୍ଷୀରରେ ପକାଇ ପିଇଲେ ଶକ୍ତି ଓ ବୀର୍ଯ୍ୟ ବୃଦ୍ଧି ପାଇଥାଏ । ଏଥିରେ ମିଳୁଥିବା ମ୍ୟାଗ୍ନେସିୟମ୍ ଆପଣଙ୍କ ଶରୀରରେ ସୁଗାରକୁ ନିୟନ୍ତ୍ରଣ କରିଥାଏ, ଯେଉଁ କାରଣରୁ ଆପଣ ମଧୁମେହ ଭଳି ସମସ୍ୟାରୁ ରକ୍ଷା ପାଇପାରିବେ ।

ଖଜୁରୀର ଅନ୍ୟାନ୍ୟ ଲାଭ 

ମଜଭୁତ ହାଡ଼ ପାଇଁ ଖଜୁରୀ ଖାଇବା ଲାଭଦାୟକ ଅଟେ । ଏହାର ନିୟମିତ ବ୍ୟବହାର ପେଟ ଯନ୍ତ୍ରଣା ଓ ତରଳ ଝାଡ଼ା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ।

ଯଦି ଆପଣ ବଡି ବିଲଡିଂ କରୁଛନ୍ତି ଓ ଓଜନ ବଢାଇବାକୁ ଚାହୁଁଛନ୍ତି, ଖଜୁରୀ ଆପଣଙ୍କୁ ସାହାଯ୍ୟ କରିପାରିବ । କ୍ଷୀର ଓ ଖଜୁରୀରେ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍ ମିଳିଥାଏ, ଯାହା ଓଜନ ବୃଦ୍ଧି ପାଇଁ ଭଲ ଫଳାଫଳ ଦେଇପାରେ ।

ଭିଟାମିନ୍ ଏ, ବି ଖଜୁରୀରେ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଆପଣଙ୍କ ତ୍ୱଚା ପାଇଁ ବହୁତ ଲାଭଦାୟକ । ଏହା ସହିତ ଏହା ଆପଣଙ୍କ ଶରୀରରେ ନୂତନ କୋଷ ସୃଷ୍ଟି କରେ  ।

ଖଜୁରୀ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟରୁ ସହଜରେ ମୁକ୍ତି ପାଇହୁଏ । କାରଣ ଏଥିରେ ପୋଟାସିୟମ୍ ଥାଏ, ତେଣୁ ଆପଣ ଏହାକୁ କ୍ଷୀରରେ ମିଶାଇ ଏହାକୁ ଖାଇପାରିବେ ।

ଅଧିକ ପଢ଼ନ୍ତୁ:-ଆଫଗାନିସ୍ତାନ ଅର୍ଥ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ପାକିସ୍ତାନର ନୂଆ ଗେମ୍ ପ୍ଲାନ, ପାକିସ୍ତାନୀ ଟଙ୍କା ଆପଣାଇବ ତାଲିବାନ

ଅଧିକ ପଢ଼ନ୍ତୁ:-ନାଲି ପିମ୍ପୁଡ଼ିର ଚଟଣିରୁ ଦୂର ହେବ କୋରୋନା? ସୁପ୍ରିମକୋର୍ଟ ପହଞ୍ଚିଲା ମାମଲା, ଜାଣନ୍ତୁ ତା'ପରେ କ'ଣ ହେଲା

ଅଧିକ ପଢ଼ନ୍ତୁ:-'ଆଫଗାନିସ୍ତାନରେ ପାକିସ୍ତାନ ଯାହା କରିଛି ତାହାର ପରିଣାମ ଶୀଘ୍ର ହିଁ ଭୋଗିବ'