ଏପ୍ରିଲ ୧ରୁ ଦରମା, DA, TA, PF ଏବଂ ଗ୍ରାଚ୍ୟୁଇଟିରେ ବଡ଼ ପରିବର୍ତ୍ତନ କରିବେ ମୋଦି ସରକାର!
Advertisement
Article Detail0/zeeodisha/odisha847566

ଏପ୍ରିଲ ୧ରୁ ଦରମା, DA, TA, PF ଏବଂ ଗ୍ରାଚ୍ୟୁଇଟିରେ ବଡ଼ ପରିବର୍ତ୍ତନ କରିବେ ମୋଦି ସରକାର!

ଆଶା କରାଯାଉଛି ଯେ ଖୁବ ଶୀଘ୍ର କେନ୍ଦ୍ର ସରକାର ଏହାର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ବୃଦ୍ଧି ଘୋଷଣା କରିପାରନ୍ତି । ଅର୍ଥ ମନ୍ତ୍ରଣାଳୟ ପୂର୍ବରୁ କହିଛି ଯେ କେନ୍ଦ୍ରୀୟ କର୍ମଚାରୀଙ୍କ ପେନ୍‌ସନ୍‌ କିମ୍ବା ମୌଳିକ ବେତନକୁ ଦୃଷ୍ଟିରେ ରଖି ଡିଏ ଘୋଷଣା କରାଯିବ । DA ଏବଂ DR (Dearness Relief) ଉପରେ ବର୍ତ୍ତମାନ ବାର୍ଷିକ ୧୨,୫୧୦ କୋଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ବୃଦ୍ଧି ପରେ ଏହା ବାର୍ଷିକ ୧୪,୫୯୫ କୋଟିରେ ପହଞ୍ଚିବ ବୋଲି ଆଶା କରାଯାଉଛି ।

ଏପ୍ରିଲ ୧ରୁ ଦରମା, DA, TA, PF ଏବଂ ଗ୍ରାଚ୍ୟୁଇଟିରେ ବଡ଼ ପରିବର୍ତ୍ତନ କରିବେ ମୋଦି ସରକାର!

ନୂଆଦିଲ୍ଲୀ: 7th Pay Commission: ଚଳିତ ବର୍ଷ ଏପ୍ରିଲ ୧ରୁ ନୂତନ ବେତନ ସଂହିତା ବିଧେୟକ (new wage code) କାର୍ଯ୍ୟକାରୀ ହେବା ପରେ ସରକାରୀ ଓ ବେସରକାରୀ କ୍ଷେତ୍ରର କର୍ମଚାରୀଙ୍କ ଦରମା ବୃଦ୍ଧି ହୋଇପାରେ । ମାସିକ ପ୍ରୋଭିଡେଣ୍ଟ ଫଣ୍ଡ (PF) ଓ ଗ୍ରାଚ୍ୟୁଇଟି ଯୋଗଦାନ ମଧ୍ୟ ଏପ୍ରିଲ ୧ରୁ ପରିବର୍ତ୍ତନ ହେବ । କାରଣ ସରକାର ପ୍ରାବଧାନ କରିଛନ୍ତି ଯେ କର୍ମଚାରୀଙ୍କ ବେସିକ ଦରମା ତାଙ୍କ ମାସିକ CTC ର ୫୦ ପ୍ରତିଶତ ହେବା ଉଚିତ୍ ।

ଅଧିକ ପଢ଼ନ୍ତୁ:-କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍, ଛୁଟି ଓ PF ନିୟମରେ ହେବ ପରିବର୍ତ୍ତନ!

ଏହାର ଅର୍ଥ ହେଉଛି ଯେ ଏହି ନୂତନ ବେତନ ସଂହିତା ବିଧେୟକ ଏପ୍ରିଲ ୧ରୁ ଲାଗୁ ହେବ । ତା’ହେଲେ ଆପଣଙ୍କର ମୂଳ ଦରମା ଆପଣଙ୍କ ମୋଟ ବେତନର ୫୦ ପ୍ରତିଶତ କିମ୍ବା ଅଧିକ ହେବ । ଅର୍ଥାତ୍ ଆପଣଙ୍କ ଭତ୍ତା ଆପଣଙ୍କ ବେତନର ୫୦ ପ୍ରତିଶତରୁ ଅଧିକ ହେବ ନାହିଁ । ଏହାର ସ୍ପଷ୍ଟ ପ୍ରଭାବ ଆପଣଙ୍କ ମାସିକ ଦରମା ଉପରେ ପଡ଼ିବ ଯାହା ଆପଣଙ୍କ ହାତରେ ଆସେ । ଅର୍ଥାତ୍ ଆପଣଙ୍କର ଟେକ୍ ହୋମ୍ ସେଲରୀ ହ୍ରାସ ପାଇବ । କିନ୍ତୁ PF ଏବଂ ଗ୍ରାଚ୍ୟୁଇଟିର ଯୋଗଦାନ ବୃଦ୍ଧି ପାଇବ । ଯେଉଁଥିପାଇଁ ଆପଣଙ୍କୁ ଲମ୍ୱା ଅବଧିରେ ଅଧିକ ଟଙ୍କା ମିଳିବ ।

ଅଧିକ ପଢ଼ନ୍ତୁ:-ଯୁବତୀକୁ ପ୍ରେମରେ ମିଳିଲା ଧୋକା, ତ ସହରରେ ଲଗାଇଲେ 'ସିଦ୍ଧି ହେଟ୍ସ ଶିବା'ର ପୋଷ୍ଟର

ଫେବୃଆରୀ ୮ରେ ଶ୍ରମ ଓ ରୋଜଗାର ସଚିବ ଅପୂର୍ବ ଚନ୍ଦ୍ରା କହିଛନ୍ତି ଯେ ମନ୍ତ୍ରଣାଳୟ ଖୁବ୍ ଶୀଘ୍ର ଏହି ଚାରୋଟି କୋଡ୍ କାର୍ଯ୍ୟକାରୀ କରିବ । ସେ କହିଛନ୍ତି ଯେ ଏହି ନିୟମ ପ୍ରସ୍ତୁତ କରିବାବେଳେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ସହ ଆଲୋଚନା କରାଯାଇଥିଲା ।

ଶ୍ରମ ମନ୍ତ୍ରଣାଳୟ ଏହି ଚାରୋଟି କୋଡ କାର୍ଯ୍ୟକାରୀ କରିବ

1. Code on Wages
2. Industrial Relations
3. Occupational Safety
4. Health and Working Conditions and Social Security Codes

ଆମେ ଆପଣଙ୍କୁ କହିଦେଉଛୁ ଯେ ସରକାର ଏପର୍ଯ୍ୟନ୍ତ ନୂଆ ୱେଜ୍ କୋଡ୍ ଲାଗୁ କରିବାର ତାରିଖ ଘୋଷଣା କରିନାହାଁନ୍ତି । କିନ୍ତୁ ମନେ କରାଯାଉଛି ଯେ ଏହା ଏପ୍ରିଲ ୧ରୁ ଲାଗୁ ହେବ  ।

ଅଧିକ ପଢ଼ନ୍ତୁ:-ରାଜସ୍ଥାନ ରାଜନୀତିରେ ହଇଚଇ: ସଚିନଙ୍କୁ ମୁଖ୍ୟମନ୍ତ୍ରୀ ହେବାର ଆଶୀର୍ବାଦ ଦେଲେ ପ୍ରିୟଙ୍କାଙ୍କ ନିକଟତମ ନେତା

ସପ୍ତମ ବେତନ ଆୟୋଗର ପରାମର୍ଶ ଅନୁଯାୟୀ କର୍ମଚାରୀଙ୍କ ଯାତ୍ରା ଭତ୍ତା ସହିତ ମହଙ୍ଗା ଭତ୍ତା ମଧ୍ୟ ବୃଦ୍ଧି ପାଇବ । ଯେଉଁଥିରେ ଭ୍ରମଣ ଭତ୍ତା ୮ ପ୍ରତିଶତ ବୃଦ୍ଧି ହୋଇପାରେ । ମିଡିଆ ରିପୋର୍ଟ ଅନୁଯାୟୀ, ଏପ୍ରିଲରୁ ତିନୋଟି ନୂତନ ନିୟମ ମଧ୍ୟ କାର୍ଯ୍ୟକାରୀ ହୋଇପାରେ । ଯେଉଁଥିରେ କର୍ମଚାରୀଙ୍କ ଗ୍ରାଚ୍ୟୁଇଟି, ପ୍ରୋଭିଡେଣ୍ଟ ଫଣ୍ଡ ଏବଂ କାର୍ଯ୍ୟ କରିବା ସମୟରେ ବଡ଼ ପରିବର୍ତ୍ତନ ହୋଇପାରେ । ତେବେ ଏହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ ।

ଗ୍ରାଚ୍ୟୁଇଟି ଏବଂ PF ରେ ଯୋଗଦାନ ବୃଦ୍ଧି ଅବସର ପରେ ପ୍ରାପ୍ତ ରାଶି ବୃଦ୍ଧି କରିବ । ଏହା ଅବସର ପରେ ଲୋକଙ୍କୁ ସୁଖମୟ ଜୀବନଯାପନ କରିବାରେ ସହଜ ହେବ । ଉଚ୍ଚ ବେତନ ପ୍ରାପ୍ତ ଅଧିକାରୀଙ୍କ ବେତନ ସଂରଚନା ସର୍ବାଧିକ ପରିବର୍ତ୍ତନ ହେବ ଏବଂ ଅଧିକ ପ୍ରଭାବିତ ହେବ । PF ଏବଂ ଗ୍ରାଚ୍ୟୁଇଟି ବୃଦ୍ଧି ଦ୍ୱାରା କମ୍ପାନୀଗୁଡ଼ିକର ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ । କାରଣ ସେମାନଙ୍କୁ ମଧ୍ୟ କର୍ମଚାରୀଙ୍କ ପାଇଁ PF ରେ ଅଧିକ ଯୋଗଦାନ ଦେବାକୁ ପଡିବ । କମ୍ପାନୀଗୁଡିକର ବାଲାନ୍ସ ସିଟ୍ ମଧ୍ୟ ଏହି ଜିନିଷ ଦ୍ୱାରା ପ୍ରଭାବିତ ହେବ ।

ସେହିପରି ନୂତନ ଡ୍ରାଫ୍ଟ ଆଇନ୍ ସର୍ବାଧିକ କାର୍ଯ୍ୟ ସମୟକୁ ୧୨ ଘଣ୍ଟାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି । OSCH କୋଡ୍ର ଡ୍ରାଫ୍ଟ ନିୟମାବଳୀରେ ୧୫ରୁ ୩୦ ମିନିଟ୍ ମଧ୍ୟରେ ଅତିରିକ୍ତ କାର୍ଯ୍ୟ ସମୟକୁ ମଧ୍ୟ ୩୦ ମିନିଟ ମାନି ଓଭରଟାଇମରେ ସାମିଲ କରିବାର ପ୍ରାବଧାନ ରହିଛି । ବର୍ତ୍ତମାନ ୩୦ ମିନିଟରୁ କମ୍ ସମୟକୁ ଓଭରଟାଇମ୍ ଯୋଗ୍ୟ ବିବେଚିତ ହୁଏ ନାହିଁ । ଡ୍ରାଫ୍ଟ ନିୟମରେ କୌଣସି କର୍ମଚାରୀଙ୍କୁ ୫ ଘଣ୍ଟାରୁ ଅଧିକ ସମୟ ପାଇଁ ନିରନ୍ତର କାର୍ଯ୍ୟ କରାଇବାକୁ ବାରଣ କରାଯାଇଛି । କର୍ମଚାରୀମାନଙ୍କୁ ପ୍ରତି ପାଞ୍ଚ ଘଣ୍ଟା ପରେ ଅଧ ଘଣ୍ଟା ବିଶ୍ରାମ ଦେବା ପାଇଁ ନିର୍ଦ୍ଦେଶନାମା ମଧ୍ୟ ଡ୍ରାଫ୍ଟ ନିୟମରେ ଅନ୍ତର୍ଭୂକ୍ତ କରାଯାଇଛି ।

ଅଧିକ ପଢ଼ନ୍ତୁ:-ବୈଜ୍ଞାନିକଙ୍କ ଚେତାବନୀ, ଖୁବ୍ ଶୀଘ୍ର ସାରା ଦୁନିଆରେ ତାଣ୍ଡବ କରିବ କୋରୋନାର ନୂଆ ମାରାତ୍ମକ ରୂପ!

ଆଶା କରାଯାଉଛି ଯେ ଖୁବ ଶୀଘ୍ର କେନ୍ଦ୍ର ସରକାର ଏହାର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ବୃଦ୍ଧି ଘୋଷଣା କରିପାରନ୍ତି । ଅର୍ଥ ମନ୍ତ୍ରଣାଳୟ ପୂର୍ବରୁ କହିଛି ଯେ କେନ୍ଦ୍ରୀୟ କର୍ମଚାରୀଙ୍କ ପେନ୍‌ସନ୍‌ କିମ୍ବା ମୌଳିକ ବେତନକୁ ଦୃଷ୍ଟିରେ ରଖି ଡିଏ ଘୋଷଣା କରାଯିବ । DA ଏବଂ DR (Dearness Relief) ଉପରେ ବର୍ତ୍ତମାନ ବାର୍ଷିକ ୧୨,୫୧୦ କୋଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ବୃଦ୍ଧି ପରେ ଏହା ବାର୍ଷିକ ୧୪,୫୯୫ କୋଟିରେ ପହଞ୍ଚିବ ବୋଲି ଆଶା କରାଯାଉଛି ।