ବ୍ରିଟେନର ଜେନେଟିକ୍ ସିର୍ଭିଲାନ୍ସ ପ୍ରୋଗ୍ରାମର ମୁଖ୍ୟ କହିଛନ୍ତି ଯେ ଦକ୍ଷିଣ ପୂର୍ବ ଇଂଲଣ୍ଡରେ ମିଳିଥିବା କୋରୋନା ଭୂତାଣୁ (Coronavirus) ର ଏକ ନୂତନ ଭାରିଆଣ୍ଟ (New Variants) ଖୁବ ଶୀଘ୍ର ସାରା ବିଶ୍ୱରେ ବ୍ୟାପିପାରେ ।
Trending Photos
ନୂଆଦିଲ୍ଲୀ: ଗୋଟିଏ ପଟେ ସମଗ୍ର ବିଶ୍ୱରେ କୋରୋନା ମାମଲା କମିବାରେ ଲାଗିଛି । ଅନ୍ୟପଟେ ଏହାର ନୂତନ ଭାରିଆଣ୍ଟ (New Variants) ଚିନ୍ତାର ବିଷୟ ପାଲଟିଛି । ଏଥିମଧ୍ୟରୁ ସବୁଠାରୁ ଅଧିକ ସଂକ୍ରାମକ ବ୍ରିଟେନ (Britain) ର କେଣ୍ଟ ଅଞ୍ଚଳରେ ବ୍ୟାପିଥିବା କୋରୋନା ଭାରିଆଣ୍ଟକୁ କୁହାଯାଉଛି । ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ କୋରୋନା (Coronavirus) ର ଏହି ରୂପ ଅତିଶୀଘ୍ର ସମଗ୍ର ବିଶ୍ୱରେ ବ୍ୟାପିପାରେ । କେବଳ ଏତିକି ନୁହେଁ, ଏଥିରୁ ବାହାରିବା ପାଇଁ ଏକ ଦଶନ୍ଧି ସମୟ ଲାଗିପାରେ ।
ଅଧିକ ପଢ଼ନ୍ତୁ:-ପଶ୍ଚିମବଙ୍ଗରେ କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ଜାଣନ୍ତୁ ନିର୍ବାଚନ ପୂର୍ବରୁ କ'ଣ କହୁଛି ଏହି ସର୍ଭେ
ବ୍ରିଟେନର ଜେନେଟିକ୍ ସିର୍ଭିଲାନ୍ସ ପ୍ରୋଗ୍ରାମର ମୁଖ୍ୟ କହିଛନ୍ତି ଯେ ଦକ୍ଷିଣ ପୂର୍ବ ଇଂଲଣ୍ଡରେ ମିଳିଥିବା କୋରୋନା ଭୂତାଣୁ (Coronavirus) ର ଏକ ନୂତନ ଭାରିଆଣ୍ଟ (New Variants) ଖୁବ ଶୀଘ୍ର ସାରା ବିଶ୍ୱରେ ବ୍ୟାପିପାରେ । ସେ ଭୂତାଣୁର ମ୍ୟୁଟେଶନ ପରିବର୍ତ୍ତନକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । ଏହି ନୂତନ ଷ୍ଟ୍ରେନ୍ (New Strain) ଯୋଗୁଁ ବ୍ରିଟେନ (Britain) ରେ ପୁଣି ଏକ ଲକଡାଉନ୍ (Lockdown) ଲାଗିପାରେ ।
ଅଧିକ ପଢ଼ନ୍ତୁ:-ରେଲୱେ ଦେଲା ଆଉ ଏକ ଗୁଡ୍ ନ୍ୟୁଜ୍!
ବ୍ରିଟେନର ଏହି ନୂତନ ଷ୍ଟ୍ରେନ୍ ୫୦ରୁ ଅଧିକ ଦେଶରେ ପହଞ୍ଚିଛି । ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଭାରିଆଣ୍ଟସ୍ ଅନ୍ୟ ଭାରିଏଣ୍ଟ ତୁଳନାରେ ୭୦ ପ୍ରତିଶତ ଅଧିକ ସଂକ୍ରାମକ ଏବଂ ପ୍ରାୟ ୩୦ ପ୍ରତିଶତ ଅଧିକ ମାରାତ୍ମକ ହୋଇପାରେ । କୋଭିଡ-19 ଜେନୋମିକ୍ସ ୟୁକେ କନ୍ସୋର୍ଟିୟମର ନିର୍ଦ୍ଦେଶକ ଶୋରୋନ୍ ପିକୋକ ବିବିସିକୁ କହିଛନ୍ତି ଯେ ବ୍ରିଟେନରୁ ବାହାରିବା ପରେ କେଣ୍ଟ ଭାରିଆଣ୍ଟ ସମ୍ଭବତଃ ସମଗ୍ର ବିଶ୍ୱରେ ତାଣ୍ଡବ କରିବ ।
ଅଧିକ ପଢ଼ନ୍ତୁ:-ରାଜସ୍ଥାନ ରାଜନୀତିରେ ହଇଚଇ: ସଚିନଙ୍କୁ ମୁଖ୍ୟମନ୍ତ୍ରୀ ହେବାର ଆଶୀର୍ବାଦ ଦେଲେ ପ୍ରିୟଙ୍କାଙ୍କ ନିକଟତମ ନେତା
ଶୋରୋନ୍ ଚେତାବନୀ ଦେଇଛନ୍ତି ଯେ ଯଦିଓ କୋଭିଡ-19 ଟିକା (COVID-19 Vaccine) ବ୍ରିଟେନର କୋରୋନାର ଅନେକ ଭାରିଏଣ୍ଟରେ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି, କିନ୍ତୁ ନୂତନ ପରିବର୍ତ୍ତନ ଦ୍ୱାରା ଏହି ଟିକାର ପ୍ରଭାବ କମିପାରେ । ବ୍ରିଟେନରେ ବ୍ୟାପିଥିବା କୋରୋନାର 1.1.7 ଭାରିଏଣ୍ଟ ପୁଣି ଥରେ ପରିବର୍ତ୍ତନ ହୋଇଛି ଏବଂ ଏହି ନୂତନ ପରିବର୍ତ୍ତନ E484K ରୋଗ ପ୍ରତିରୋଧକ ଶକ୍ତି ଓ ଟିକାର କ୍ଷମତା ଉପରେ ମଧ୍ୟ ପ୍ରଭାବ ପକାଇପାରେ । ଏହି ଭୂତାଣୁ ପାଞ୍ଚଟି ଭିନ୍ନ ସମୟରେ ପାଞ୍ଚରୁ ଅଧିକ ଥର ପରିବର୍ତ୍ତନ ହୋଇସାରିଛି । ଏବଂ ଏହା ଜାରି ରହିବ । ଆଗାମୀ ୧୦ ବର୍ଷ ପାଇଁ ଆମକୁ ଏହି ଭୂତାଣୁ ସହିତ ଲଢେଇ ଜାରି ରଖିବାକୁ ପଡିବ ।