କର୍ମଚାରୀଙ୍କୁ ୧୨ ଘଣ୍ଟା କରିବାକୁ ପଡିବ କାମ, ହ୍ରାସ ପାଇବ ଦରମା କିନ୍ତୁ ବଢ଼ିବ PF? ମୋଦି ସରକାର ବଦଳାଇବେ କି ନିୟମ
Advertisement

କର୍ମଚାରୀଙ୍କୁ ୧୨ ଘଣ୍ଟା କରିବାକୁ ପଡିବ କାମ, ହ୍ରାସ ପାଇବ ଦରମା କିନ୍ତୁ ବଢ଼ିବ PF? ମୋଦି ସରକାର ବଦଳାଇବେ କି ନିୟମ

ଏହାର ଅର୍ଥ ହେଉଛି ଯେ ଏହି ନୂତନ ବେତନ ସଂହିତା ବିଧେୟକ ଅନୁଯାୟୀ, ଆପଣଙ୍କର ମୂଳ ଦରମା ଆପଣଙ୍କ ମୋଟ ବେତନର ୫୦ ପ୍ରତିଶତ କିମ୍ବା ଅଧିକ ହେବ । ଅର୍ଥାତ୍ ଆପଣଙ୍କ ଭତ୍ତା ଆପଣଙ୍କ ବେତନର ୫୦ ପ୍ରତିଶତରୁ ଅଧିକ ହେବ ନାହିଁ । ଏହାର ସ୍ପଷ୍ଟ ପ୍ରଭାବ ଆପଣଙ୍କ ମାସିକ ଦରମା ଉପରେ ପଡ଼ିବ ଯାହା ଆପଣଙ୍କ ହାତରେ ଆସେ ।

କର୍ମଚାରୀଙ୍କୁ ୧୨ ଘଣ୍ଟା କରିବାକୁ ପଡିବ କାମ, ହ୍ରାସ ପାଇବ ଦରମା କିନ୍ତୁ ବଢ଼ିବ PF? ମୋଦି ସରକାର ବଦଳାଇବେ କି ନିୟମ

ନୂଆଦିଲ୍ଲୀ: 7th Pay Commission: ଅତି ଶୀଘ୍ର ଆପଣଙ୍କ ଗ୍ରାଚ୍ୟୁଇଟି, PF ଏବଂ କାର୍ଯ୍ୟ ସମୟରେ ବଡ଼ ପରିବର୍ତ୍ତନ ହୋଇପାରେ । କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଓ ପ୍ରୋଭିଡେଣ୍ଟ ଫଣ୍ଡ (PF) ରେ ବୃଦ୍ଧି ହେବ । ଏଥି ସହିତ ହାତରେ ଆସୁଥିବା ଥିବା ଟଙ୍କା (Take Home Salary) ହ୍ରାସ ପାଇବ । ଏପରିକି କମ୍ପାନୀର ବାଲାନ୍ସ ସିଟ୍ ମଧ୍ୟ ପ୍ରଭାବିତ ହେବ । ଏହାର କାରଣ ହେଉଛି ଗତ ବର୍ଷ ସଂସଦରେ ପାରିତ ହୋଇଥିବା ତିନିଟି ମଜୁରୀ କୋଡ୍ ବିଲ୍ (Code on Wages Bill) । ସରକାର ଏପ୍ରିଲ ୧ରୁ ନୂତନ ଶ୍ରମ ବିଧେୟକର ଏହି ନିୟମ ଲାଗୁ କରିବାକୁ ଚାହୁଁଥିଲେ, କିନ୍ତୁ ରାଜ୍ୟଗୁଡ଼ିକ ପ୍ରସ୍ତୁତ ନ ହେବା କାରଣରୁ ଓ କମ୍ପାନୀଗୁଡିକର HR ନୀତି ବଦଳାଇବା ପାଇଁ ଅଧିକ ସମୟ ଦେବା ପାଇଁ ବର୍ତ୍ତମାନ ଏହାକୁ ସ୍ଥଗିତ କରିଦିଆଯାଇଛି ।

ଅଧିକ ପଢ଼ନ୍ତୁ:-କୋରୋନାର ସବୁଠାରୁ ବଡ଼ ଆଟାକ୍: ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ, ପ୍ରାୟ ୧୨ ଶହ ସଂକ୍ରମିତଙ୍କ ମୃତ୍ୟୁ

ଏହାର ଅର୍ଥ ହେଉଛି ଯେ ଏହି ନୂତନ ବେତନ ସଂହିତା ବିଧେୟକ ଅନୁଯାୟୀ, ଆପଣଙ୍କର ମୂଳ ଦରମା ଆପଣଙ୍କ ମୋଟ ବେତନର ୫୦ ପ୍ରତିଶତ କିମ୍ବା ଅଧିକ ହେବ । ଅର୍ଥାତ୍ ଆପଣଙ୍କ ଭତ୍ତା ଆପଣଙ୍କ ବେତନର ୫୦ ପ୍ରତିଶତରୁ ଅଧିକ ହେବ ନାହିଁ । ଏହାର ସ୍ପଷ୍ଟ ପ୍ରଭାବ ଆପଣଙ୍କ ମାସିକ ଦରମା ଉପରେ ପଡ଼ିବ ଯାହା ଆପଣଙ୍କ ହାତରେ ଆସେ । ଅର୍ଥାତ୍ ଆପଣଙ୍କର ଟେକ୍ ହୋମ୍ ସେଲରୀ ହ୍ରାସ ପାଇବ । କିନ୍ତୁ PF ଏବଂ ଗ୍ରାଚ୍ୟୁଇଟିର ଯୋଗଦାନ ବୃଦ୍ଧି ପାଇବ । ଯେଉଁଥିପାଇଁ ଆପଣଙ୍କୁ ଲମ୍ୱା ଅବଧିରେ ଅଧିକ ଟଙ୍କା ମିଳିବ ।

ଶ୍ରମ ମନ୍ତ୍ରଣାଳୟ ଏହି ଚାରୋଟି କୋଡ କାର୍ଯ୍ୟକାରୀ କରିବ

1. Code on Wages
2. Industrial Relations
3. Occupational Safety
4. Health and Working Conditions and Social Security Codes

ଅଧିକ ପଢ଼ନ୍ତୁ:-କୋରୋନା ସଙ୍କଟ ମଧ୍ୟରେ ରେଲୱେର ବଡ଼ ନିଷ୍ପତ୍ତି, ୯ ହଜାରରୁ ଅଧିକ ସ୍ୱତନ୍ତ୍ର ଟ୍ରେନର ଦେଲା ମଞ୍ଜୁରୀ

ଆମେ ଆପଣଙ୍କୁ କହିଦେଉଛୁ ଯେ ସରକାର ଏପର୍ଯ୍ୟନ୍ତ ନୂଆ ୱେଜ୍ କୋଡ୍ ଲାଗୁ କରିବାର ତାରିଖ ଘୋଷଣା କରିନାହାଁନ୍ତି । କିନ୍ତୁ ମନେ କରାଯାଉଛି ଯେ ଏହା ଅତି ଶୀଘ୍ର ଲାଗୁ ହେବ । ସପ୍ତମ ବେତନ ଆୟୋଗର ପରାମର୍ଶ ଅନୁଯାୟୀ କର୍ମଚାରୀଙ୍କ ଯାତ୍ରା ଭତ୍ତା ସହିତ ମହଙ୍ଗା ଭତ୍ତା ମଧ୍ୟ ବୃଦ୍ଧି ପାଇବ । ଯେଉଁଥିରେ ଭ୍ରମଣ ଭତ୍ତା ୮ ପ୍ରତିଶତ ବୃଦ୍ଧି ହୋଇପାରେ । ମିଡିଆ ରିପୋର୍ଟ ଅନୁଯାୟୀ, ଅତି ଶୀଘ୍ରରୁ ତିନୋଟି ନୂତନ ନିୟମ ମଧ୍ୟ କାର୍ଯ୍ୟକାରୀ ହୋଇପାରେ । ଯେଉଁଥିରେ କର୍ମଚାରୀଙ୍କ ଗ୍ରାଚ୍ୟୁଇଟି, ପ୍ରୋଭିଡେଣ୍ଟ ଫଣ୍ଡ ଏବଂ କାର୍ଯ୍ୟ କରିବା ସମୟରେ ବଡ଼ ପରିବର୍ତ୍ତନ ହୋଇପାରେ । ତେବେ ଏହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ ।

ଗ୍ରାଚ୍ୟୁଇଟି ଏବଂ PF ରେ ଯୋଗଦାନ ବୃଦ୍ଧି ଅବସର ପରେ ପ୍ରାପ୍ତ ରାଶି ବୃଦ୍ଧି କରିବ । ଏହା ଅବସର ପରେ ଲୋକଙ୍କୁ ସୁଖମୟ ଜୀବନଯାପନ କରିବାରେ ସହଜ ହେବ । ଉଚ୍ଚ ବେତନ ପ୍ରାପ୍ତ ଅଧିକାରୀଙ୍କ ବେତନ ସଂରଚନା ସର୍ବାଧିକ ପରିବର୍ତ୍ତନ ହେବ ଏବଂ ଅଧିକ ପ୍ରଭାବିତ ହେବ । PF ଏବଂ ଗ୍ରାଚ୍ୟୁଇଟି ବୃଦ୍ଧି ଦ୍ୱାରା କମ୍ପାନୀଗୁଡ଼ିକର ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ । କାରଣ ସେମାନଙ୍କୁ ମଧ୍ୟ କର୍ମଚାରୀଙ୍କ ପାଇଁ PF ରେ ଅଧିକ ଯୋଗଦାନ ଦେବାକୁ ପଡିବ । କମ୍ପାନୀଗୁଡିକର ବାଲାନ୍ସ ସିଟ୍ ମଧ୍ୟ ଏହି ଜିନିଷ ଦ୍ୱାରା ପ୍ରଭାବିତ ହେବ ।

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ବେତନରେ ହେବ ବମ୍ପର ବୃଦ୍ଧି, ୧୧ ପ୍ରତିଶତରୁ ଅଧିକ ମିଳିବ ମହଙ୍ଗା ଭତ୍ତା!

ସେହିପରି ନୂତନ ଡ୍ରାଫ୍ଟ ଆଇନ୍ ସର୍ବାଧିକ କାର୍ଯ୍ୟ ସମୟକୁ ୧୨ ଘଣ୍ଟାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି । OSCH କୋଡ୍ର ଡ୍ରାଫ୍ଟ ନିୟମାବଳୀରେ ୧୫ରୁ ୩୦ ମିନିଟ୍ ମଧ୍ୟରେ ଅତିରିକ୍ତ କାର୍ଯ୍ୟ ସମୟକୁ ମଧ୍ୟ ୩୦ ମିନିଟ ମାନି ଓଭରଟାଇମରେ ସାମିଲ କରିବାର ପ୍ରାବଧାନ ରହିଛି । ବର୍ତ୍ତମାନ ୩୦ ମିନିଟରୁ କମ୍ ସମୟକୁ ଓଭରଟାଇମ୍ ଯୋଗ୍ୟ ବିବେଚିତ ହୁଏ ନାହିଁ । ଡ୍ରାଫ୍ଟ ନିୟମରେ କୌଣସି କର୍ମଚାରୀଙ୍କୁ ୫ ଘଣ୍ଟାରୁ ଅଧିକ ସମୟ ପାଇଁ ନିରନ୍ତର କାର୍ଯ୍ୟ କରାଇବାକୁ ବାରଣ କରାଯାଇଛି । କର୍ମଚାରୀମାନଙ୍କୁ ପ୍ରତି ପାଞ୍ଚ ଘଣ୍ଟା ପରେ ଅଧ ଘଣ୍ଟା ବିଶ୍ରାମ ଦେବା ପାଇଁ ନିର୍ଦ୍ଦେଶନାମା ମଧ୍ୟ ଡ୍ରାଫ୍ଟ ନିୟମରେ ଅନ୍ତର୍ଭୂକ୍ତ କରାଯାଇଛି ।