ଯଦି କଂଗ୍ରେସ ନୁହେଁ ତେବେ କେଉଁଠି…ପ୍ରଶାନ୍ତ କିଶୋର ଦେଲେ ଏପରି କିଛି ଜବାବ
Advertisement
Article Detail0/zeeodisha/odisha1170674

ଯଦି କଂଗ୍ରେସ ନୁହେଁ ତେବେ କେଉଁଠି…ପ୍ରଶାନ୍ତ କିଶୋର ଦେଲେ ଏପରି କିଛି ଜବାବ

ସୂଚନାଯୋଗ୍ୟ, ବିଗତ ଦିନରେ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏମପାୱାର ଆକ୍ସନ ଗ୍ରୁପରେ ଯୋଗଦେବା ପାଇଁ କଂଗ୍ରେସର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଆହ୍ୱାନର ସମୀକ୍ଷା କରିବା ପାଇଁ ଏହି କଂଗ୍ରେସ ପକ୍ଷରୁ ଏହି କମିଟି ଗଠନ କରାଯାଇଛି । ସୂତ୍ରରୁ ଜଣାପଡିଛି ଯେ, ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସ ଦଳ ପୂର୍ଣ୍ଣ ସ୍ୱାଧୀନତା ସହିତ କାମ କରିବାର ସୁଯୋଗ ଦେଇନାହିଁ । 

ଯଦି କଂଗ୍ରେସ ନୁହେଁ ତେବେ କେଉଁଠି…ପ୍ରଶାନ୍ତ କିଶୋର ଦେଲେ ଏପରି କିଛି ଜବାବ

ନୂଆଦିଲ୍ଲୀ: Prashant Kishor: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (Poll strategist Prashant Kishor) କୁ ନେଇ ବର୍ତ୍ତମାନ ସମୟରେ ଚର୍ଚ୍ଚା ଚାଲିଛି । ବହୁ ଦିନ ଧରି ସେ କଂଗ୍ରେସ (Congress) ରେ ଯୋଗ ଦେବେ ଆଲୋଚନା ହେଉଥିଲା । କିନ୍ତୁ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ସେ କଂଗ୍ରେସରେ ଯୋଗ ଦେଉନାହାଁନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ଏହା ପରେ ପିକେ (PK) ଏକ ସାକ୍ଷାତକାରରେ ଖୋଲାଖୋଲି ଭାବେ କଂଗ୍ରେସରେ ଯୋଗ ନଦେବାର କାରଣ କହିଛନ୍ତି । ଏହାସହ ସେ ଦେଶର ସବୁଠାରୁ ପୁରୁଣା ଦଳକୁ ଧନ୍ୟବାଦ ଜଣାଇଛନ୍ତି । ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ବାର୍ତ୍ତାଳାପ ସମୟରେ ସେ କଂଗ୍ରେସ ଅଧ୍ୟକ୍ଷ (Congress President) ଙ୍କୁ ନେଇ ମଧ୍ୟ ପରାମର୍ଶ ଦେଇଛନ୍ତି । ତେବେ ସେ ଏହି କଥାର ଖୁଲାସା କରିନାହାଁନ୍ତି ଯେ ସେ ଅଧ୍ୟକ୍ଷ ପାଇଁ କାହାର ନାମ ନେଇଥିଲେ । 

ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ କଂଗ୍ରେସ ତାଙ୍କୁ ବାହାର କରିନାହିଁ । ସାକ୍ଷାତକାରରେ ପ୍ରଶାନ୍ତ କିଶୋର (Prashant Kishor) ଏକ ବଡ଼ ଖୁଲାସା କରିଛନ୍ତି । କଂଗ୍ରେସ (Congress) ସହିତ ବ୍ରେକଅପ୍ ପରେ ସେ ଏକ ନୂଆ ଦଳରେ ଯୋଗଦେବାକୁ ସଙ୍କେତ ଦେଇଛନ୍ତି । ମେ ୨ ପୂର୍ବରୁ ସେ ନିଜ ଯୋଜନା ବିଷୟରେ ଖୁଲାସା କରିବେ ବୋଲି କହିଛନ୍ତି । ସେ କୌଣସି ପାର୍ଟିର ନାମ ନେଇନାହାଁନ୍ତି ।

ସାକ୍ଷାତକାରରେ ପ୍ରଶାନ୍ତ କିଶୋର  (Prashant Kishor) କହିଛନ୍ତି ଯେ, ଅଫରକୁ ପ୍ରତ୍ୟାଖ୍ୟାନ କରିବାର କାରଣ ହେଉଛି ଏମ୍ପାୱର୍ଡ ଆକ୍ସନ୍ ଗ୍ରୁପ୍ (EAG) ଉପରେ ତାଙ୍କର ସନ୍ଦେହ ଥିଲା । ସେ ଏହାକୁ ନେଇ ସନ୍ତୁଷ୍ଟ ନଥିଲେ ଯେ ସେ ପରାମର୍ଶ ଦେଇଥିବା ପ୍ରମୁଖ ପରିବର୍ତ୍ତନଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଏହା ଯଥେଷ୍ଟ ନଥିଲା । ତାଙ୍କର ପ୍ରେଜେଣ୍ଟେଶନ୍ ଆଠ-ନଅ ଘଣ୍ଟାର ଥିଲା ବୋଲି ପ୍ରଶାନ୍ତ କିଶୋର କହିଛନ୍ତି । କେବଳ ସୋନିଆ ଗାନ୍ଧୀ (Sonia Gandhi) ହିଁ ଏହି ପୁରା ଉପସ୍ଥାପନା ଦେଖିଛନ୍ତି ।

ଏହା ବି ପଢ଼ନ୍ତୁ:-7th Pay Commission ପରେ ଆଉ ଆସିବନି ନୂଆ ପେ କମିଶନ! ସରକାରୀ କର୍ମଚାରୀଙ୍କ ଦରମା ଅଲଗା ଭାବରେ ହେବ ବୃଦ୍ଧି

ଏହା ବି ପଢ଼ନ୍ତୁ:-ଭାଙ୍ଗିବ ସଚିନ ପାଇଲଟଙ୍କ ସ୍ୱପ୍ନ!

ଏହା ବି ପଢ଼ନ୍ତୁ:-ଆସିଯାଇଛି ମେ' ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

କିଛି ଲୋକ କଂଗ୍ରେସ (Congress) ସହ ପ୍ରଶାନ୍ତ କିଶୋର  (Prashant Kishor) ଙ୍କ ବ୍ରେକଅପକୁ ତେଲେଙ୍ଗାନା ସିଏମ୍ କେ ଚନ୍ଦ୍ରଶେଖର ରାଓ (KCR) ଙ୍କ ସହ ଯୋଡ଼ିଛନ୍ତି । ଏହି ବିଷୟରେ ସେ କହିଛନ୍ତି ଯେ ସେ ମୂର୍ଖ ନୁହଁନ୍ତି । ସେ ଜାଣିଥିଲେ ଯେ ଯଦି ସେ ଏପରି ସମୟରେ KCR କୁ ଭେଟନ୍ତି, ତେବେ ଖବର ଆସିବ । ତେବେ ଏହି ବୈଠକ ପରେ କଂଗ୍ରେସ ତାଙ୍କୁ ଦଳରେ ଯୋଗଦେବାକୁ ପ୍ରସ୍ତାବ ଦେଇଥିଲା । ଏହାର ଅର୍ଥ ହେଉଛି କଂଗ୍ରେସ ଏହି ପ୍ରସଙ୍ଗରେ ଧ୍ୟାନ ଦେଇ ନାହିଁ । ଯଦି ସେ ଏଥିରେ ଫ୍ୟାକ୍ଟ୍ ରହିଥାନ୍ତା, ତେବେ ସେ ଅଫର ଦେଇ ନଥାନ୍ତେ ।