ଫାଇନାଲ ଓପିନିଅନ ପୋଲ୍: ଜାଣନ୍ତୁ ବଙ୍ଗଳା, ଆସାମ, କେରଳ, ତାମିଲନାଡୁ ଓ ପୁଡୁଚେରୀରେ କିଏ ଗଢ଼ିବେ ସରକାର?
Advertisement
Article Detail0/zeeodisha/odisha872874

ଫାଇନାଲ ଓପିନିଅନ ପୋଲ୍: ଜାଣନ୍ତୁ ବଙ୍ଗଳା, ଆସାମ, କେରଳ, ତାମିଲନାଡୁ ଓ ପୁଡୁଚେରୀରେ କିଏ ଗଢ଼ିବେ ସରକାର?

ABP News C-Voter Opinion Poll 2021: କୋରୋନା ମହାମାରୀ ମଧ୍ୟରେ ଚଳିତ ବର୍ଷ ପାଞ୍ଚଟି ରାଜ୍ୟର ଜନତା ନିଜର ସବୁଠାରୁ ବଡ଼ ରାଜନୈତିକ ରାୟ ଦେବାକୁ ପ୍ରସ୍ତୁତ ହେଉଛି । ମାର୍ଚ୍ଚ-ଏପ୍ରିଲରେ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଯେଉଁଥିରେ ଏହା ବର୍ଷର ସବୁଠାରୁ ବଡ ରାଜନୈତିକ ଘଟଣା ଭାବରେ ରେକର୍ଡ ହେବ । ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, ପୁଡୁଚେରୀ ଏବଂ କେରଳର ଲୋକମାନେ ନିଜ ନିଜ ରାଜ୍ୟର ରାଜନୈତିକ ଭବିଷ୍ୟତ ସ୍ଥିର କରିବେ ।

ଫାଇନାଲ ଓପିନିଅନ ପୋଲ୍: ଜାଣନ୍ତୁ ବଙ୍ଗଳା, ଆସାମ, କେରଳ, ତାମିଲନାଡୁ ଓ ପୁଡୁଚେରୀରେ କିଏ ଗଢ଼ିବେ ସରକାର?

ନୂଆଦିଲ୍ଲୀ: ABP News-CVoter Opinion Poll 2021: ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ଏବିପି ନ୍ୟୁଜ୍ ଫାଇନାଲ ଓପିନିଅନ ପୋଲ୍ କରିଛି । ଅନ୍ୟପଟେ ପାଞ୍ଚ ରାଜ୍ୟର ଫଳାଫଳ ମେ ୨ରେ ଘୋଷଣା କରାଯିବ । ନିର୍ବାଚନ ପୂର୍ବରୁ ଏହି ରାଜ୍ୟଗୁଡ଼ିକର ଜନସାଧାରଣଙ୍କଠାରୁ ମତାମତ ନିଆଯାଇଥିଲା । ପଶ୍ଚିମବଙ୍ଗର ଆଠଟି ପର୍ଯ୍ୟାୟରେ ମତଦାନ ହେବ । ସେହିପରି ଆସାମରେ ତିନୋଟି ପର୍ଯ୍ୟାୟରେ ମତଦାନ ହେବ । ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ କେବଳ ଗୋଟିଏ ପର୍ଯ୍ୟାୟରେ ଏପ୍ରିଲ ୬ରେ ମତଦାନ ଅନୁଷ୍ଠିତ ହେବ ।

ଅଧିକ ପଢ଼ନ୍ତୁ:-ପେନସନଭୋଗୀଙ୍କ ପାଇଁ ବଡ଼ ଖବର: ନିୟମ ବଦଳାଇଲେ ମୋଦି ସରକାର, କୋଟି କୋଟି ଲୋକଙ୍କୁ ହେବ ସିଧାସଳଖ ଲାଭ

କୋରୋନା ମହାମାରୀ ମଧ୍ୟରେ ଚଳିତ ବର୍ଷ ପାଞ୍ଚଟି ରାଜ୍ୟର ଜନତା ନିଜର ସବୁଠାରୁ ବଡ଼ ରାଜନୈତିକ ରାୟ ଦେବାକୁ ପ୍ରସ୍ତୁତ ହେଉଛି । ମାର୍ଚ୍ଚ-ଏପ୍ରିଲରେ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଯେଉଁଥିରେ ଏହା ଚଳିତ ବର୍ଷର ସବୁଠାରୁ ବଡ ରାଜନୈତିକ ଘଟଣା ଭାବରେ ରେକର୍ଡ ହେବ । ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, ପୁଡୁଚେରୀ ଏବଂ କେରଳର ଲୋକମାନେ ନିଜ ନିଜ ରାଜ୍ୟର ରାଜନୈତିକ ଭବିଷ୍ୟତ ସ୍ଥିର କରିବେ । ଏହି ନିର୍ବାଚନ ଋତୁରେ ଏବିପି ନ୍ୟୁଜ୍ ପାଞ୍ଚଟି ରାଜ୍ୟର ଅନ୍ତିମ ଓପିନିଅନ ପୋଲ୍ କରିଛି । ଏହି ସର୍ଭେରେ ୪୭ ହଜାର ୩୩୪ ଲୋକଙ୍କ ମତାମତ ନିଆଯାଇଛି ଏବଂ ଏହାକୁ ଆକଳନରେ ପରିଣତ କରାଯାଇଛି ।

ରାଜ୍ୟ ଅନୁସାରେ ଆକଳନ

ପଶ୍ଚିମବଙ୍ଗ-୨୯୨ ଆସନ

ତୃଣମୂଳ କଂଗ୍ରେସ (TMC)- ୧୫୨ରୁ ୧୬୮ ଆସନ

ବିଜେପି (BJP)- ୧୦୪ରୁ ୧୨୦ ଆସନ 

କଂଗ୍ରେସ + ବାମ ମେଣ୍ଟ (Congress+ Left Alliance)- ୧୮ରୁ ୨୬  ଆସନ 

ଅନ୍ୟମାନେ- ୦ରୁ ୨ ଆସନ

ଭୋଟ ସେୟାର

ଟିଏମସି- ୪୨.୧ ପ୍ରତିଶତ 

ବିଜେପି- ୩୭.୪ ପ୍ରତିଶତ 

କଂଗ୍ରେସ + ବାମ + ISF- ୧୩ ପ୍ରତିଶତ 

ଅନ୍ୟମାନେ-୭.୫ ପ୍ରତିଶତ

ସର୍ଭେ ଆକଳନ ସୂଚାଇ ଦେଉଛି ଯେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗରେ ପୁଣି ଥରେ ଟିଏମସି ସରକାର ଗଠନ କରିପାରେ । ତେବେ ପୂର୍ବ ବିଧାନସଭା ତୁଳନାରେ ଦଳକୁ ଅନେକ ଆସନର କ୍ଷତି ସହିବାକୁ ପଡ଼ିପାରେ । କ୍ଷମତା ଦଖଲ କରିବାକୁ ବିଜେପିକୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିପାରେ, କିନ୍ତୁ ନିଜର ଆସନରେ ବଢ଼ାଇବାରେ ଦଳ ସଫଳ ହେବ ବୋଲି ସର୍ଭେରୁ ଜଣାପଡୁଛି ।

ଅଧିକ ପଢ଼ନ୍ତୁ:-ହୋଲି ପୂର୍ବରୁ ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ରେଲୱେ ପୁଣି ଘୋଷଣା କଲା ଅନେକ ସ୍ୱତନ୍ତ୍ର ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍

ଆସାମ-୧୨୬ ଆସନ

ଏନଡିଏ (NDA)- ୬୫ରୁ ୭୩ ଆସନ

ୟୁପିଏ (UPA)- ୫୨ରୁ ୬୦ ଆସନ

ଅନ୍ୟମାନେ- ୦ରୁ ୪ ଆସନ

ଭୋଟ ସେୟାର

ଏନଡିଏ (NDA)- ୪୫.୦ ପ୍ରତିଶତ 

ୟୁପିଏ (UPA)- ୪୧.୧ ପ୍ରତିଶତ 

ଅନ୍ୟମାନେ- ୧୩.୯ ପ୍ରତିଶତ 

ସର୍ଭେ ତଥ୍ୟ ଅନୁଯାୟୀ ଆସାମରେ ପୁଣି ଥରେ ଏନଡିଏ ସରକାର ଗଠନ ହୋଇପାରେ । ରାଜ୍ୟରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ୱର ହେଉଛି ୬୩ । ଏନଡିଏକୁ ୬୫ରୁ ୭୩ଟି ଆସନ ମିଳିପାରେ । ଏଥି ସହିତ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ୫୨ରୁ ୬୦ଟି ଆସନ ପାଇବ ବୋଲି ଆକଳନ କରାଯାଇଛି ।

ଅଧିକ ପଢ଼ନ୍ତୁ:-୫ ମାସ ପରେ ଦେଶରେ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତ ଚିହ୍ନଟ, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...

କେରଳ-୧୪୦ ଆସନ

ଏଲଡିଏଫ (LDF)- ୭୧ରୁ ୮୩ଟି ଆସନ

ୟୁଡିଏଫ (UDF)- ୫୬ରୁ ୬୮ଟି ଆସନ

ବିଜେପି- ୦ରୁ ୨ଟି ଆସନ

ଅନ୍ୟାନ୍ୟମାନେ- ୦ଟି ଆସନ

ଭୋଟ ସେୟାର

LDF- ୪୨.୪ ପ୍ରତିଶତ 

UDF- ୩୮.୬ ପ୍ରତିଶତ 

ବିଜେପି- ୧୬.୪ ପ୍ରତିଶତ 

ଅନ୍ୟମାନେ- ୨.୬ ପ୍ରତିଶତ 

ପୁଣିଥରେ କେରଳରେ LDF ସରକାର ଗଠନ ହୋଇପାରେ ବୋଲି ଓପିନିଅନ ପୋଲରେ ଦେଖିବାକୁ ମିଳୁଛି । LDF ୭୧ରୁ ୮୩ଟି ଆସନ ପାଇବ ବୋଲି ଆକଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ପୁଣି ଥରେ ରାଜ୍ୟରେ LDF ସରକାର ଗଠନ ହୋଇପାରେ । ଅନ୍ୟପକ୍ଷେ ବିଜେପିକୁ ରାଜ୍ୟରେ ସେପରି କୌଣସି ବଡ଼ ସଫଳତା ମିଳୁଥିବାର ନଜରକୁ ଆସୁନାହିଁ ।

ଅଧିକ ପଢ଼ନ୍ତୁ:-PF ଖାତାଧାରୀଙ୍କ ପାଇଁ ଖୁସି ଖବର, ଏହି ବଡ଼ ଘୋଷଣା କଲେ ମୋଦି ସରକାର

ପୁଡୁଚେରୀ- ୩୦ ଆସନ

UPA (କଂଗ୍ରେସ-ଡିଏମକେ)- ୭ରୁ ୧୧ ଆସନ

NDA (INR + ବିଜେପି + AIADMK)- ୧୯ରୁ ୨୩ ଆସନ

ଅନ୍ୟମାନେ- ୦ରୁ ୧ ଆସନ

ଭୋଟ ସେୟାର

UPA- ୩୯.୫ ପ୍ରତିଶତ 

NDA- ୪୭.୨ ପ୍ରତିଶତ 

ଅନ୍ୟମାନେ- ୧୩.୩ ପ୍ରତିଶତ 

ଫେବୃଆରୀରେ ପୁଡୁଚେରୀରେ କଂଗ୍ରେସ ସରକାର କାର୍ଯ୍ୟକାଳ ପୂରଣ କରିବା ପୂର୍ବରୁ ଭାଙ୍ଗି ଯାଇଥିଲା । ସର୍ଭେ ଆକଳନ ମଧ୍ୟ କଂଗ୍ରେସ ପାଇଁ ଚିନ୍ତାର ବିଷୟ, ଦଳ ପୁଣିଥରେ କ୍ଷମତାକୁ ଫେରୁଥିବା ପରି ମନେ ହେଉନାହିଁ । ଏନଡିଏ  ୧୯ରୁ ୨୩ଟି ଆସନ ପାଇପାରେ ଏବଂ ରାଜ୍ୟରେ ସେମାନଙ୍କ ସରକାର ଗଠନ ହୋଇପାରେ । କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ୭ରୁ ୧୧ଟି ଆସନ ପାଇବ ବୋଲି ଆଶା କରାଯାଉଛି ।

ତାମିଲନାଡୁ- ୨୩୪ ଆସନ

UPA (DMK + କଂଗ୍ରେସ + ଅନ୍ୟମାନେ)- ୧୭୩ରୁ ୧୮୧ ଆସନ

NDA (AIADMK + ବିଜେପି + ଅନ୍ୟମାନେ)-୪୫ରୁ ୫୩ ଆସନ

MNM- ଗୋଟିଏରୁ ପାଞ୍ଚ ଆସନ

AMMK- ଗୋଟିଏରୁ ପାଞ୍ଚ ଆସନ

ଅନ୍ୟମାନେ- ୦ରୁ ୪ ଆସନ

ଭୋଟ ସେୟାର

UPA- ୪୬.୦ ପ୍ରତିଶତ 

NDA- ୩୪.୬ ପ୍ରତିଶତ 

MNM- ୪.୪ ପ୍ରତିଶତ 

AMMK- ୩.୬ ପ୍ରତିଶତ 

ଅନ୍ୟମାନେ- ୧୧.୪ ପ୍ରତିଶତ 

ଏଥର ତାମିଲନାଡୁର କଂଗ୍ରେସ ଓ ଏମ.କେ ଷ୍ଟାଲିନଙ୍କ ମିଳିତ ମେଣ୍ଟ ୟୁପିଏ ସରକାର  ଗଠନ ହୋଇପାରେ । UPA ଏଠାରେ ୧୭୩ରୁ ୧୮୧ଟି ଆସନ ପାଇବ ବୋଲି ଆଶା କରାଯାଉଛି । ଏହି ସଂଖ୍ୟା ଏକ ବୃହତ ବିଜୟର ସଙ୍କେତ ଦେଉଛି । ଏଥି ସହ ସ୍ୱର୍ଗତ ଜେ ଜୟଲଳିତାଙ୍କ ଦଳ ଏବଂ ବିଜେପିର ମିଳିତ ମେଣ୍ଟ ୪୫ରୁ ୫୩ଟି ଆସନ ପାଇପାରେ ।