ଖୁସି ଖବର! କେନ୍ଦ୍ର ପରେ ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା, ପେନସନଭୋଗୀ ମଧ୍ୟ ହେବେ ଉପକୃତ
Advertisement
Article Detail0/zeeodisha/odisha942599

ଖୁସି ଖବର! କେନ୍ଦ୍ର ପରେ ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା, ପେନସନଭୋଗୀ ମଧ୍ୟ ହେବେ ଉପକୃତ

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ (CM Ashok Gehlot) ଏକ ଟ୍ୱିଟ୍ ଜରିଆରେ ଏହି ସୂଚନା ଦେଇଛନ୍ତି । 

ଖୁସି ଖବର! କେନ୍ଦ୍ର ପରେ ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା, ପେନସନଭୋଗୀ ମଧ୍ୟ ହେବେ ଉପକୃତ

ନୂଆଦିଲ୍ଲୀ: 7th Pay Commission, 7th Pay Latest News, Government Employees: କୋରୋନା ସଙ୍କଟ ଓ ମୁଦ୍ରାସ୍ଫୀତିର ବୃଦ୍ଧି ମଧ୍ୟରେ ରାଜସ୍ଥାନର ଅଶୋକ ଗେହଲୋଟ୍ ସରକାର (Ashok Gehlot government) ରାଜ୍ୟର ସରକାରୀ କର୍ମଚାରୀଙ୍କୁ ଏକ ବଡ଼ ଖୁସି ଖବର ଦେଇଛନ୍ତି । ବୁଧବାର ଅଶୋକ ଗେହଲୋଟ୍ ସରକାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) କୁ ୧୭ ପ୍ରତିଶତରୁ ବୃଦ୍ଧି କରି ୨୮ ପ୍ରତିଶତ କରିବାକୁ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ ଏହା ମଧ୍ୟ କୁହାଯାଇଛି ଯେ ମହଙ୍ଗା ଭତ୍ତା (DA) ନୂଆ ହାର ଜୁଲାଇ ୧, ୨୦୨୧ରୁ ବୈଧ ହେବ । 

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ (CM Ashok Gehlot) ଏକ ଟ୍ୱିଟ୍ ଜରିଆରେ ଏହି ସୂଚନା ଦେଇ କହିଛନ୍ତି ଯେ, ରାଜସ୍ଥାନ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ୧୭%ରୁ ବୃଦ୍ଧି କରି ୨୮% କରିବାକୁ ନିଷ୍ପତ୍ତି ନିଆଯାଇଛି । ମହଙ୍ଗା ଭତ୍ତା (DA) ର ଏହି ହାର ଜୁଲାଇ ୧,୨୦୨୧ରୁ ବୈଧ ହେବ । କୋଭିଡର କଠିନ ପରିସ୍ଥିତି ସତ୍ତ୍ୱେ କର୍ମଚାରୀଙ୍କୁ ସହାୟତା କରିବାକୁ ଏହି ନିଷ୍ପତ୍ତିରେ ରାଜ୍ୟ ସରକାର ବାର୍ଷିକ ପ୍ରାୟ ୪୦୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ।

ଅଧିକ ପଢ଼ନ୍ତୁ:-ପୁଣି ଡରାଇଲାଣି କୋରୋନା, ଦେଶରେ ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା...

ରାଜ୍ୟରେ ଉଚ୍ଚଶିକ୍ଷା ସମ୍ବନ୍ଧରେ ଗେହଲୋଟ୍ ସରକାର ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ତାଙ୍କ ବାସଭବନରୁ ଭିଡିଓ କନଫରେନ୍ସ ଜରିଆରେ ନୂତନ ଭାବେ ନିର୍ମିତ କଲେଜ ଭବନର ଉଦଘାଟନୀ ସମାରୋହକୁ ସମ୍ବୋଧିତ କରିଥିଲେ । ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ସେ କହିଛନ୍ତି ଯେ, ବାଳିକା ଶିଶୁ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଆମ ସରକାର ଯେଉଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଦ୍ୱାଦଶ ଶ୍ରେଣୀରେ ୫୦୦ରୁ ଅଧିକ ଛାତ୍ରୀ ଅଧ୍ୟୟନରତ ଅଛନ୍ତି, ସେହି ବାଳିକା ବିଦ୍ୟାଳୟଗୁଡ଼ିକୁ ନବୀକରଣ କରିବା ପାଇଁ ବଜେଟରେ ଘୋଷଣା କରାଯାଇଛି । ଏହା ଦ୍ୱାରା ଝିଅମାନଙ୍କୁ ନିଜ ଘର ନିକଟରେ କଲେଜ ସୁବିଧା ମିଳିବ ଏବଂ ଉଚ୍ଚଶିକ୍ଷାରେ ସେମାନଙ୍କ ନାମାଙ୍କନ ବୃଦ୍ଧି ପାଇବ ।

ଅଧିକ ପଢ଼ନ୍ତୁ:-ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ଉପରେ ସଙ୍କଟ, ଟିମ୍ ଇଣ୍ଡିଆର ୨ ଖେଳାଳି କୋରୋନା ସଂକ୍ରମିତ

ପ୍ରାୟ ୪୫ କୋଟି ଟଙ୍କା ବ୍ୟୟରେ ୧୧ଟି ନୂତନ ନିର୍ମିତ କଲେଜ ଭବନକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ ଏବଂ ଡିଜିଟାଲ୍ ମାଧ୍ୟମ ମାଧ୍ୟମରେ ପ୍ରାୟ ୧୨ କୋଟି ୬୭ ଲକ୍ଷ ମୂଲ୍ୟର ଦୁଇଟି କଲେଜ କୋଠାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ସେ କହିଛନ୍ତି ଯେ ଆମେ ରାଜ୍ୟରେ ୧୨୩ଟି ନୂଆ କଲେଜ ଖୋଲିବାକୁ ଘୋଷଣା କରିଛୁ । ପାଞ୍ଚ ହଜାରରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର କିମ୍ବା ଗ୍ରାମରେ ଇଂରାଜୀ ମିଡିୟମ୍ ସରକାରୀ ବିଦ୍ୟାଳୟ ଖୋଲାଯିବ ।

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କୁ ବହୁତ ବଡ଼ ଖୁସି ଖବର ଦେଲେ ମୋଦି ସରକାର, ମିଳିବ ୨୮ ପ୍ରତିଶତ ମହଙ୍ଗା ଭତ୍ତା

ଆମେ ଆପଣଙ୍କୁ କହି ରଖୁଛୁ ଯେ, ପୂର୍ବରୁ କେନ୍ଦ୍ର ସରକାର ଜୁଲାଇ ୧, ୨୦୨୧ରୁ କେନ୍ଦ୍ର କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ୍ (DR) ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ । ଯେଉଁଥିରେ ମହଙ୍ଗା ଭତ୍ତା ହାର ୧୭ ପ୍ରତିଶତରୁ ବୃଦ୍ଧି ଘଟି ୨୮ ପ୍ରତିଶତ ହୋଇଯାଇଛି । ଏହି ବୃଦ୍ଧି ଦେଢ଼ ବର୍ଷ ବ୍ୟବଧାନରେ କରାଯାଇଛି ଏବଂ ଏହା ଦ୍ୱାରା ପ୍ରାୟ ୧.୧୪ କୋଟି କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ଉପକୃତ ହେବେ ।