ଯଦି ଆପଣଙ୍କ ମୋବାଇଲ୍ ନମ୍ବର ଆଧାରରେ ହୋଇନାହିଁ ଲିଙ୍କ୍, ତେବେ ଅଟକି ଯିବ ଏସବୁ କାମ
Advertisement
Article Detail0/zeeodisha/odisha1040533

ଯଦି ଆପଣଙ୍କ ମୋବାଇଲ୍ ନମ୍ବର ଆଧାରରେ ହୋଇନାହିଁ ଲିଙ୍କ୍, ତେବେ ଅଟକି ଯିବ ଏସବୁ କାମ

ଆଧାରରେ ଯଦି ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବର ନାହିଁ, ତେବେ ଆପଣ ଆଧାର ନମ୍ବର ଯାଞ୍ଚ କରିବାରେ ସମର୍ଥ ହେବେ ନାହିଁ ।

ଯଦି ଆପଣଙ୍କ ମୋବାଇଲ୍ ନମ୍ବର ଆଧାରରେ ହୋଇନାହିଁ ଲିଙ୍କ୍, ତେବେ ଅଟକି ଯିବ ଏସବୁ କାମ

ନୂଆଦିଲ୍ଲୀ: ଆଜିକାଲି ପରିଚୟ ପତ୍ର ଓ ଆବାସିକ ପ୍ରମାଣ ଭାବରେ ଆଧାର (Aadhaar) ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆପଣଙ୍କର ଆଧାର କାର୍ଡ ସବୁବେଳେ ଅପଡେଟ୍ ରହିବା ଜରୁରୀ । ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଆପଣଙ୍କର ମୋବାଇଲ୍ ନମ୍ବର (Mobile Number) କୁ ଆଧାରରେ ଲିଙ୍କ୍ କରିବା । ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର ଆଧାର କାର୍ଡ (Aadhaar Card) ସହିତ ଆପଣଙ୍କର ମୋବାଇଲ୍ ନମ୍ବର ଲିଙ୍କ୍ କରିନାହାଁନ୍ତି, ତେବେ ଆପଣ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

ଏହି ଜରୁରୀ କାମ କରିପାରିବେ ନାହିଁ

ଆଧାରରେ ଯଦି ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବର ନାହିଁ, ତେବେ ଆପଣ ଆଧାର ନମ୍ବର ଯାଞ୍ଚ କରିବାରେ ସମର୍ଥ ହେବେ ନାହିଁ । ଏହା ବ୍ୟତୀତ ମୋବାଇଲ୍ ନମ୍ବର କିମ୍ବା ଇମେଲ୍ ମଧ୍ୟ ଭେରିଫାଇ୍ ହୋଇପାରିବେ ନାହିଁ । ଆଧାରର ସଂସ୍ଥା UIDAI ମଧ୍ୟ ଲୋକଙ୍କୁ ଭର୍ଚୁଆଲ୍ ଆଇଡି ଜେନେରେଟ୍ କରିବାକୁ ସୁବିଧା ଦେଇଛି । ଯଦି ଆପଣଙ୍କର ମୋବାଇଲ୍ ନମ୍ବର ପଞ୍ଜିକୃତ ହୋଇନାହିଁ, ତେବେ ଆପଣ ମଧ୍ୟ ଏହି ସୁବିଧାର ଲାଭ ଉଠାଇବାକୁ ସମର୍ଥ ହେବେ ନାହିଁ । ଆହୁରି ମଧ୍ୟ ଆଧାର ପେପରଲେସ୍ ଅଫଲାଇନ୍ ଇ- KYC ମଧ୍ୟ ସମ୍ଭବ ହୋଇପାରିବ ନାହିଁ । ଏହା ବ୍ୟତୀତ ଆପଣ ଆପଣଙ୍କ ବାୟୋମେଟ୍ରିକ୍ ଲକ୍ କିମ୍ବା ଅନଲକ୍ କରିପାରିବେ ନାହିଁ ।

ଏହିପରି କରାନ୍ତୁ ମୋବାଇଲ୍ ନମ୍ବର ପଞ୍ଜିକୃତ

ଷ୍ଟେପ୍ ୧:  ଆଧାର ଏନରୋଲମେଣ୍ଟ କିମ୍ବା ଅପଡେଟ କେନ୍ଦ୍ରକୁ ଯାଆନ୍ତୁ ।

ଷ୍ଚେପ୍ ୨ :  ଆଧାର ସଂଶୋଧନ ଫର୍ମ ପୁରଣ କରନ୍ତୁ ।

ଷ୍ଟେପ୍ ୩:  ଆପଣଙ୍କ ବର୍ତ୍ତମାନର ମୋବାଇଲ ନମ୍ୱର ପୂରଣ କରନ୍ତୁ, ଯାହାକୁ ଆଧାରରେ ଅପଡେଟ୍ କରାଯିବ ।

ଷ୍ଟେପ୍ ୪:  ଫର୍ମ ଜମା କରନ୍ତୁ ଏବଂ ପ୍ରମାଣ ପାଇଁ ଆପଣଙ୍କର ବାୟୋମେଟ୍ରିକ୍ସ ଦିଅନ୍ତୁ ।

ଷ୍ଟେପ୍ ୫:  ଆଧାର କର୍ମଚାରୀ ଆପଣଙ୍କୁ ଏହା ଉପରେ ଏକ ସ୍ୱୀକୃତି ସ୍ଲିପ୍ ଦେବେ ।

ଷ୍ଟେପ୍ ୬:  ସ୍ଲିପରେ ଅପଡେଟ୍ ଅନୁରୋଧ ନମ୍ବର (URN) ରହିଥାଏ ।

ଷ୍ଟେପ୍ ୭:  ଆଧାର ଅପଡେଟ୍ ସ୍ଥିତିକୁ ଟ୍ରାକ୍ କରିବାକୁ URN ର ବ୍ୟବହାର କରାଯାଇପାରିବ ।

ଏହା ବି ପଢ଼ନ୍ତୁ:-୩୮ ଦେଶରେ ବ୍ୟାପିଛି କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ, ମୃତ୍ୟୁ ସଂଖ୍ୟାକୁ ନେଇ ଏହି ବଡ଼ ବୟାନ ଦେଲା WHO

ଏହା ବି ପଢ଼ନ୍ତୁ:-କୋରୋନା ସଙ୍କଟ: ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ୪୧୪ ସଂକ୍ରମିତଙ୍କ ମୃତ୍ୟୁ

ଏହା ବି ପଢ଼ନ୍ତୁ:-ପୋଷ୍ଟ ଅଫିସ ନା ବ୍ୟାଙ୍କ? ଜାଣନ୍ତୁ କେଉଁଠାରେ ପ୍ରଥମେ ଡବଲ ହେବ ଆପଣଙ୍କ ଟଙ୍କା

ଏହା ବି ପଢ଼ନ୍ତୁ:-ଆସୁଛି 'ଜୱାଦ': ଜାଣନ୍ତୁ ବାତ୍ୟା ସମୟରେ କ'ଣ କରିବେ, ଆଉ ନକରିବେ...

ଏହା ବି ପଢ଼ନ୍ତୁ:-ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ, ଜାଣନ୍ତୁ ଆପଣଙ୍କ ସହରରେ ଶସ୍ତା ନା ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ