ତାଲିବାନ (Taliban) ଦାବି କରିଛି ଯେ, ସେମାନେ ପଞ୍ଜଶୀର ଉପତ୍ୟକାକୁ କବଜା କରିନେଇଛନ୍ତି । ଅନ୍ୟପକ୍ଷରେ, ପଞ୍ଜଶୀର ରେଜିଷ୍ଟାନ୍ସ ଫ୍ରଣ୍ଟ (Panjshir Resistance Front) ଦାବି କରିଛି ଯେ ଘାଟି ସେମାନଙ୍କ ଦଖଲରେ ରହିଛି ।
Trending Photos
ନୂଆଦିଲ୍ଲୀ: Conflict In Panjshir Between Taliban and Northern Alliance: ପଞ୍ଜଶୀର (Panjshir) ଉପତ୍ୟକାକୁ କବଜା କରିବା ପାଇଁ ସମସ୍ତ ଉଦ୍ୟମ କରୁଥିବା ତାଲିବାନ (Taliban) ଏବେ ପାକିସ୍ତାନ (Pakistan) ର ସମର୍ଥନ ପାଇଛି । ବର୍ତ୍ତମାନର ସୂଚନା ଅନୁଯାୟୀ, ପଞ୍ଜଶୀରରେ ପାକିସ୍ତାନୀ ବାୟୁସେନାର ଏକ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରାଯାଇଛି । ଆଫଗାନିସ୍ତାନ (Afghanistan) ର ସାମଙ୍ଗାନ ପ୍ରଦେଶର ପୂର୍ବତନ ସାଂସଦ ଜିଆ ଆରିୟାନଜାଡୋ ଏହା କହିଛନ୍ତି । ଅନ୍ୟପକ୍ଷରେ ତାଲିବାନ (Taliban) ଓ ରେଜିଷ୍ଟାନ୍ସ ଫ୍ରଣ୍ଟ (Resistance Front) ନିଜ ନିଜର ଦାବି କରୁଛନ୍ତି ।
ତାଲିବାନ (Taliban) ଦାବି କରିଛି ଯେ, ସେମାନେ ପଞ୍ଜଶୀର ଉପତ୍ୟକାକୁ କବଜା କରିନେଇଛନ୍ତି । ଅନ୍ୟପକ୍ଷରେ, ପଞ୍ଜଶୀର ରେଜିଷ୍ଟାନ୍ସ ଫ୍ରଣ୍ଟ (Panjshir Resistance Front) ଦାବି କରିଛି ଯେ ଘାଟି ସେମାନଙ୍କ ଦଖଲରେ ରହିଛି । ଆମେ ଆପଣଙ୍କୁ କହିରଖୁଛୁ ଯେ, ବର୍ତ୍ତମାନ ପଞ୍ଜଶୀର ପ୍ରଦେଶ ବ୍ୟତୀତ ସମଗ୍ର ଆଫଗାନିସ୍ତାନ ତାଲିବାନ ଦଖଲକୁ ଆସିଯାଇଛି । ତାଲିବାନ ଏହି ସପ୍ତାହରେ ଆଫଗାନିସ୍ତାନରେ ସରକାର ଗଠନ କରିପାରେ ।
ସାମଙ୍ଗାନ ପ୍ରଦେଶର ପୂର୍ବତନ ସାଂସଦ ଜିଆ ଆରିୟାନଜାଡୋ ପାକିସ୍ତାନୀ ଡ୍ରୋନ୍ ଷ୍ଟ୍ରାଇକ୍ ବିଷୟରେ କହିଛନ୍ତି । ସେ କହିଛନ୍ତି, ଡ୍ରୋନ୍ ସାହାଯ୍ୟରେ ପାକିସ୍ତାନୀ ବାୟୁସେନା ଦ୍ୱାରା ପଞ୍ଜଶୀର ଉପରକୁ ବୋମାମାଡ଼ କରାଯାଇଛି । ଏଥିରେ ସ୍ମାର୍ଟ ବୋମା ବ୍ୟବହାର କରାଯାଇଛି । ଏହି ସମୟରେ ସୋମବାର ପଞ୍ଜଶୀରର ରେଜିଷ୍ଟାନ୍ସ ଫ୍ରଣ୍ଟ ମଧ୍ୟ ତାଲିବାନକୁ ସିଜଫାୟର ବା ଅସ୍ତ୍ରବିରତିର ମଧ୍ୟ ପ୍ରସ୍ତାବ ଦେଇଛି । ଏହା ଜାଣିବାକୁ ମିଳିଛି ଯେ ସାଲେହ ବର୍ତ୍ତମାନ ଏକ ଅଜ୍ଞାତ ସ୍ଥାନରେ ସୁରକ୍ଷିତ ଅଛନ୍ତି । ଏଥି ସହିତ ଅସଦ ମହମୁଦ ଗତ ତିନି ଦିନ ଧରି ତାଜିକିସ୍ତାନରେ ଅଛନ୍ତି ।
ଏହି ଯୁଦ୍ଧରେ ପଞ୍ଜଶୀର ପ୍ରତିରୋଧ ଫ୍ରଣ୍ଟ ଟିକେ ଦୁର୍ବଳ ଦେଖାଯାଉଛି । ରବିବାର ମଧ୍ୟ ଫ୍ରଣ୍ଟକୁ ବଡ଼ ଝଟକା ଲାଗିଛି । ସୂଚନାନୁସାରେ, ଉପତ୍ୟକାରେ ତାଲିବାନ ସହ ଲଢୁଥିବା ରେଜିଷ୍ଟାନ୍ସ ଫ୍ରଣ୍ଟର ମୁଖପାତ୍ର ତଥା ଅହମ୍ମଦ ମାସୁଦଙ୍କ ଘନିଷ୍ଠ ସହଯୋଗୀ ଫହିମ ଦାଶ୍ତିଙ୍କ ମୃତ୍ୟୁ ଘଟିଛି ।
ଜାତିସଂଘକୁ ଚିଠି ଲେଖିଲେ ଅମରୁଲ୍ଲା ସାଲେହ
ଆଫଗାନିସ୍ତାନର ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ମିଳିତ ଜାତିସଂଘ (UN) କୁ ଏକ ଚିଠି ଲେଖିଛନ୍ତି । ଏଥିରେ କୁହାଯାଇଛି ଯେ ତାଲିବାନ ପଞ୍ଜଶୀରରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବନ୍ଦ କରିଦେଇଛି ଯାହା ଏକ ଅମାନବୀୟ ସଙ୍କଟ ସୃଷ୍ଟି କରିଛି । ଏହା ମଧ୍ୟ କୁହାଯାଇଛି ଯେ ଯଦି ଜାତିସଂଘ ତାଙ୍କ କଥାକୁ ଅଣଦେଖା କରେ ତେବେ ପଞ୍ଜଶୀରରେ ମାନବିକ ବିପର୍ଯ୍ୟୟ ଘଟିବ । ଆହୁରି ମଧ୍ୟ ତାଲିବାନଙ୍କ ଦ୍ୱାରା ନରସଂହାରର ବିପଦ ରହିଛି ବୋଲି ଚେତାବନୀ ଦିଆଯାଇଛି ।
ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍
ଅଧିକ ପଢ଼ନ୍ତୁ:-ପଞ୍ଜଶୀରରେ ସଂଘର୍ଷ: ୬୦୦ରୁ ଉର୍ଦ୍ଧ୍ୱ ତାଲିବାନ ଆତଙ୍କୀ ନିହତ, ୧୦୦୦ରୁ ଅଧିକ କଲେ ଆତ୍ମସମର୍ପଣ
ଅଧିକ ପଢ଼ନ୍ତୁ:-କ୍ଷମତା ପାଇଁ ତାଲିବାନ ଓ ହକ୍କାନି ନେଟୱାର୍କ ମଧ୍ୟରେ ସଂଘର୍ଷ, ଆହତ ହେଲା ମୁଲ୍ଲା ବରାଦର
ଅଧିକ ପଢ଼ନ୍ତୁ:-ଆମେରିକା ଦେଲା ଚେତାବନୀ: ବାଗ୍ରାମ ଏୟାରବେସକୁ ଅକ୍ତିଆର କରିବାକୁ ଚାହୁଁଛି ଚୀନ, ଭାରତ ବିରୋଧରେ ପାକିସ୍ତାନ କରିବ ବ୍ୟବହାର
ଅଧିକ ପଢ଼ନ୍ତୁ:-ଜାଣନ୍ତୁ ତାଲିବାନର ନେତୃତ୍ୱ ବିଷୟରେ, ବର୍ତ୍ତମାନ କାହା ପାଖରେ ରହିଛି କେଉଁ ଦାୟିତ୍ୱ...