ଆଫଗାନିସ୍ତାନ ପ୍ରସଙ୍ଗରେ ଯେକୌଣସି ପ୍ରକାରର ଚ୍ୟାଲେଞ୍ଜର ମୁକାବିଲା କରିବାକୁ ଋଷ ପାଖରେ ରହିଛି ଏସବୁ ବିକଳ୍ପ
Advertisement
Article Detail0/zeeodisha/odisha980745

ଆଫଗାନିସ୍ତାନ ପ୍ରସଙ୍ଗରେ ଯେକୌଣସି ପ୍ରକାରର ଚ୍ୟାଲେଞ୍ଜର ମୁକାବିଲା କରିବାକୁ ଋଷ ପାଖରେ ରହିଛି ଏସବୁ ବିକଳ୍ପ

ମଧ୍ୟ ଏସିଆର ଅନ୍ୟ ଦେଶମାନଙ୍କ ସହିତ ସାମୂହିକ ସୁରକ୍ଷା ଚୁକ୍ତି ସଂଗଠନ ମାଧ୍ୟମରେ ଋଷ ମଧ୍ୟ ଏହି ଅଞ୍ଚଳରେ ସକ୍ରିୟ ରହିଛି । ଋଷର ଇଚ୍ଛା ହେଉଛି ଉଜବେକିସ୍ତାନ (Uzbekistan) ଓ ତୁର୍କମେନିସ୍ତାନକୁ ସାମୂହିକ ସୁରକ୍ଷା ଚୁକ୍ତି ସଂଗଠନରେ ଆଣିବା ଏବଂ ଆଫଗାନିସ୍ତାନର ପରିବର୍ତ୍ତିତ ପରିସ୍ଥିତିରେ ମଧ୍ୟ ଏସିଆକୁ ସୁରକ୍ଷିତ ରଖିବା ପାଇଁ ସଂଗଠିତ ପ୍ରୟାସ ହେଉ । 

ଆଫଗାନିସ୍ତାନ ପ୍ରସଙ୍ଗରେ ଯେକୌଣସି ପ୍ରକାରର ଚ୍ୟାଲେଞ୍ଜର ମୁକାବିଲା କରିବାକୁ ଋଷ ପାଖରେ ରହିଛି ଏସବୁ ବିକଳ୍ପ

ନୂଆଦିଲ୍ଲୀ: Taliban take over Afghanistan: ଆଫଗାନିସ୍ତାନ (Afghanistan) ଧୀରେ ଧୀରେ ଦୁନିଆ ଆଗରେ ଏକ ଦୁଃସ୍ୱପ୍ନ ଭଳି ଦେଖାଯିବାରେ ଲାଗିଛି । ଅନ୍ୟପକ୍ଷରେ ଆମେରିକା (America) କୁ ଏହାର ଦୁର୍ଦ୍ଦଶା ପାଇଁ ତୀବ୍ର ସମାଲୋଚନା କରାଯାଉଛି । ତେବେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) କହିଛନ୍ତି ଯେ ଆଫଗାନିସ୍ତାନ ଇତିହାସରେ କେବେବି ଭୌଗୋଳିକ ଭାବରେ ଏକଜୁଟ ହୋଇନାହିଁ । ଆମେରିକା ରାଷ୍ଟ୍ରପତି ନିଜ ବିଫଳତାର ଦୋଷକୁ ଆଫଗାନିସ୍ତାନର ନାଗରିକଙ୍କ ଉପରେ ଲଦିଛନ୍ତି । ଏଭଳି ପରିସ୍ଥିତିରେ ଆଫଗାନ ନାଗରିକଙ୍କ ନଜର ଋଷ (Russia), ଭାରତ (India) ଏବଂ ଅନ୍ୟ ପଡୋଶୀ ଦେଶ ଆଡକୁ ଯିବା ସ୍ୱାଭାବିକ ।

ଅନ୍ୟପକ୍ଷରେ ଆଫଗାନିସ୍ତାନର ନାଗରିକମାନେ (Afghanistan Citizen) ଚୀନ୍ (China) ଓ ପାକିସ୍ତାନ (Pakistan) କୁ ସେମାନଙ୍କ ଅସୁବିଧାର କାରଣ ବୋଲି ମନେ କରନ୍ତି । ଏଭଳି ପରିସ୍ଥିତିରେ ସେମାନଙ୍କର ଭାରତ (India) ଓ ଇରାନ (Iran) ଉପରେ ବିଶ୍ୱାସ ରହିଛି, କିନ୍ତୁ ସମସ୍ୟା ହେଉଛି ଆଫଗାନିସ୍ତାନରେ ଏହି ଦେଶର ଭୂମିକା ସୀମିତ ରହିଛି । ଏଭଳି ପରିସ୍ଥିତିରେ ସେମାନଙ୍କ ନଜର ଋଷ (Russia) ଉପରେ ରହିଛି । ସେମାନେ ଜାଣନ୍ତି ଯେ ଯଦି ଋଷ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସେ, ତେବେ ଭାରତ ଓ ଇରାନ ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସିପାରନ୍ତି । ତେବେ ଆଫଗାନିସ୍ତାନର ପ୍ରତିଦିନ ବଦଳୁଥିବା ପରିସ୍ଥିତିରେ କୌଣସି  ପ୍ରକାରର ନିଷ୍କର୍ଷରେ ପହଞ୍ଚିବା ବର୍ତ୍ତମାନ କୌଣସି ଦେଶ ପାଇ କଷ୍ଟକର ହୋଇପଡୁଛି  ।

ଏହା କହିବା ଭୁଲ ହେବ ନାହିଁ ଯେ ଆଫଗାନିସ୍ତାନ ପ୍ରାୟ ସମଗ୍ର ବିଶ୍ୱର ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ ହେବାକୁ ଯାଉଛି । ସମଗ୍ର ଦକ୍ଷିଣ ଏସିଆ ପାଇଁ ଆତଙ୍କବାଦ ଏକ ବଡ ଆହ୍ୱାନ ହେବାକୁ ଯାଉଛି ଓ ଏହି ବିପଦ ଭାରତ ଓ ଋଷ (Ruassia) ପାଇଁ ବଡ଼ ଅଟେ । ଯଦି ଋଷ (Russia) ର ସ୍ଥିତିକୁ ବୁଝିଛବା, ତେବେ ତା' ପାଇଁ ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ସମ୍ଭାବନା କମ୍ ଓ ଅଧିକ ଅନିଶ୍ଚିତତା ବା ବିପଦ ନେଇ ଆସିଛି । ଯଦି ଆମେ ଚ୍ୟାଲେଞ୍ଜ କଥା କହିବା ତେବେ ଆଫଗାନିସ୍ତାନରେ ଆମେରିକାର ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବାକୁ ନେଇ ଋଷ (Russia) ପୂର୍ବରୁ ବହୁତ ଚିନ୍ତିତ ଥିଲା । କିନ୍ତୁ ଋଷ ପାଇଁ ଏହା ଏକ ସୁଖଦ ପରିସ୍ଥିତି ଯେ ଆମେରିକା କୌଣସି ନିଷ୍କର୍ଷରେ ପହଞ୍ଚି ନପାରି ଆଫଗାନିସ୍ତାନରୁ ଓହରି ଯାଇଛି । ଋଷ (Russia) ର ବୈଦେଶିକ ନୀତି ପାଇଁ ଏହା ଏକ ପ୍ରକାର ଆଦର୍ଶଗତ ଓ ନୀତିଗତ ବିଜୟ କହିଲେ ଅତୁକ୍ତ ହେବନାହିଁ ।

ଋଷର ଚିନ୍ତା ଏହା ନୁହେଁ ଯେ ଆଫଗାନିସ୍ତାନ ସଂଘର୍ଷରେ କିଏ ଜିତିଲା ଓ କିଏ ହାରିଲା । ଋଷର ଚିନ୍ତା ଏହି ବିଷୟକୁ ନେଇ ଅଧିକ ରହିଛି ଯେ ଆମେରିକା ପରେ ଆଫଗାନିସ୍ତାନ (Afghanistan) ରେ କିଏ ନିୟନ୍ତ୍ରଣ ପ୍ରତିଷ୍ଠା କରିବ । ଏହି ଚିନ୍ତାର କାରଣ ହେଉଛି ମଧ୍ୟ ଏସିଆର ଦେଶରେ ଆତଙ୍କବାଦ ବିସ୍ତାରକୁ କିପରି ରୋକାଯାଇପାରିବ, ଯାହାକୁ ସେ ନିଜର ପ୍ରଭାବ କ୍ଷେତ୍ର ଭାବରେ ମନେ କରିଆସୁଛି । ଋଷ ପାଇଁ ମୁଖ୍ୟ ଆହ୍ୱାନ ନିଶା ଦ୍ରବ୍ୟର ମଧ୍ୟ ଏସିଆ ଜରିଆରେ ସେମାନଙ୍କ ବଜାରରେ ପହଞ୍ଚିବାକୁ ନେଇ ବି ରହିଛି । ଋଷ ଦକ୍ଷିଣ ଓ ପୂର୍ବ ଆଫଗାନିସ୍ତାନରେ ସକ୍ରିୟ ଥିବା ଇସଲାମିକ୍ ଷ୍ଟେଟ୍ ଆତଙ୍କୀଙ୍କୁ ନେଇ ମଧ୍ୟ ସଂଶୟର ସ୍ଥିତିରେ ମଧ୍ୟ ରହିଛି । ଏହି କାରଣରୁ ସେ ମଧ୍ୟ ଏସିଆର ଦେଶଗୁଡ଼ିକୁ ଶରଣାର୍ଥୀ ନ ନେବାକୁ ଚେତାବନୀ ଦେଉଛି । ଋଷ (Russia) ବିଶ୍ୱାସ କରେ ଯେ ଏହି ଆଇଏସ୍ ଆତଙ୍କୀ ମଧ୍ୟ ଏସିଆରେ ଶରଣାର୍ଥୀ ଭାବରେ ପ୍ରବେଶ କରି ସେମାନଙ୍କ ପାଇଁ ଏକ ବଡ଼ ବିପଦ ହୋଇପାରେ । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଋଷ (Russia) ତାଲିବାନକୁ ଆଫଗାନିସ୍ତାନରେ ତା' ପାଇଁ ଏକ ବଡ଼ ବିପଦ ବୋଲି ମନେ କରୁନାହିଁ, ବରଂ ଅନ୍ୟ ଆତଙ୍କବାଦୀ ସଂଗଠନ ଅଧିକ ବିପଜ୍ଜନକ ।

ଋଷ (Russia) ର ପ୍ରସ୍ତୁତି ଏହି ବିପଦର ସନ୍ଦର୍ଭରେ ଦେଖାଯାଏ ତ ସେ ଲଗାତର ଆଫଗାନିସ୍ତାନ ପ୍ରସଙ୍ଗରେ ମଧ୍ୟ ଏସିଆର ଦେଶମାନଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛି । ତାଲିବାନ ଓ ଅନ୍ୟାନ୍ୟ ବିପଦକୁ ନେଇ ସେ କୌଣସି ଦ୍ୱନ୍ଦ୍ୱରେ ନାହିଁ । ଆଫଗାନିସ୍ତାନ ସୀମାରେ ମଧ୍ୟ ଏସିଆର ଦେଶମାନଙ୍କ ସହିତ ସେ କ୍ରମାଗତ ଭାବରେ ସାମରିକ ଅଭ୍ୟାସ ବୃଦ୍ଧି କରୁଛି । ଏହି ଅଭ୍ୟାସର ଏକ ଅଂଶ ଭାବରେ ଋଷ ଅଗଷ୍ଟରେ ତାଜିକିସ୍ତାନରେ ୫୦୦୦ରୁ ଅଧିକ ସୈନିକଙ୍କୁ ନେଇ ମିଳିତ ଯୁଦ୍ଧ ଅଭ୍ୟାସ କରିଛି । ଆଗାମୀ ବିପଦ ପାଇଁ ଋଷ (Russia) ନିଜକୁ ପ୍ରସ୍ତୁତ କରୁଛି । ଋଷ (Russia ) ମଧ୍ୟ ଏସିଆର ଦେଶମାନଙ୍କୁ ବହୁ ପରିମାଣରେ ଅସ୍ତ୍ର ଯୋଗାଉଛି । ଏହା ନୁହେଁ ଯେ ଋଷର ଏହା ହଠାତ୍ ନିଷ୍ପତ୍ତି । କେବଳ ଏତିକି ନୁହେଁ, ଋଷ ୨୦୦୩ରେ କିର୍ଗିଜସ୍ଥାନରେ ଏକ ସାମରିକ ବେସ ମଧ୍ୟ ନିର୍ମାଣ କରିଥିଲା ​​ଯାହାକି ୨୦୨୭ ପର୍ଯ୍ୟନ୍ତ ତା' ଅଧୀନରେ ରହିବ । ମଧ୍ୟ ଏସିଆକୁ ସୁରକ୍ଷିତ ରଖିବା ପାଇଁ ଏହି ସମସ୍ତ ପ୍ରୟାସ କରାଯାଇଥିଲା, ଯାହାର ମହତ୍ତ୍ୱ ବଦଳୁଥିବା ପରିସ୍ଥିତିରେ ବୃଦ୍ଧି ପାଇଛି ।

ମଧ୍ୟ ଏସିଆର ଅନ୍ୟ ଦେଶମାନଙ୍କ ସହିତ ସାମୂହିକ ସୁରକ୍ଷା ଚୁକ୍ତି ସଂଗଠନ ମାଧ୍ୟମରେ ଋଷ ମଧ୍ୟ ଏହି ଅଞ୍ଚଳରେ ସକ୍ରିୟ ରହିଛି । ଋଷର ଇଚ୍ଛା ହେଉଛି ଉଜବେକିସ୍ତାନ (Uzbekistan) ଓ ତୁର୍କମେନିସ୍ତାନକୁ ସାମୂହିକ ସୁରକ୍ଷା ଚୁକ୍ତି ସଂଗଠନରେ ଆଣିବା ଏବଂ ଆଫଗାନିସ୍ତାନର ପରିବର୍ତ୍ତିତ ପରିସ୍ଥିତିରେ ମଧ୍ୟ ଏସିଆକୁ ସୁରକ୍ଷିତ ରଖିବା ପାଇଁ ସଂଗଠିତ ପ୍ରୟାସ ହେଉ । ଆଗାମୀ ଦିନରେ ସେମାନଙ୍କର ସକ୍ରିୟତା ଆହୁରି ବୃଦ୍ଧି ପାଇବ । ଯଦି ଦେଖାଯାଏ ତ ଋଷର ମନରେ କେଉଁଠି ନା କେଉଁଠି ତାଲିବାନ ଓ ଅନ୍ୟ ଆତଙ୍କବାଦୀ ସଂଗଠନକୁ ନେଇ ବିଶ୍ୱାସର ଅଭାବ ରହିଛି, ଯାହାକୁ ଦୂର କରିବାର ପ୍ରୟାସ ତାଲିବାନ ନିଜର ବିବୃତ୍ତିରେ କରିବାକୁ ଚେଷ୍ଟା କରୁଛି । କିନ୍ତୁ କୌଣସି ବିଶ୍ଳେଷକଙ୍କ ଦ୍ୱାରା ଦାବି କରିବା କଷ୍ଟସାଧ୍ୟ ଯେ ଋଷ ଏତେ ଶୀଘ୍ର ତାଲିବାନକୁ ନେଇ କୌଣସି ନିଷ୍କର୍ଷରେ ପହଞ୍ଚିବ ।

ଅଧିକ ପଢ଼ନ୍ତୁ:-ଜିଓ-ଏୟାରଟେଲ ସମସ୍ତଙ୍କ ଛୁଟି! ଷ୍ଟାରଲିଙ୍କ ଦେବ ଆଲୋକ ସ୍ପିଡରେ ଇଣ୍ଟରନେଟ୍ ଡାଟା, ନିଜେ ଏଲୋନ୍ ମସ୍କ କଲେ ଖୁଲାସା

ଅଧିକ ପଢ଼ନ୍ତୁ:-ପଞ୍ଜଶୀରକୁ କବଜା କରିବାର ଘୋଷଣା କଲା ତାଲିବାନ

ଅଧିକ ପଢ଼ନ୍ତୁ:-ଏହି ଦେଶରେ ସେନା ଦ୍ୱାରା କ୍ଷମତା ପରିବର୍ତ୍ତନ: ସୈନ୍ୟ ହେପାଜତରେ ରାଷ୍ଟ୍ରପତି, ସରକାର-ସମ୍ବିଧାନ ଭଙ୍ଗ

ଅଧିକ ପଢ଼ନ୍ତୁ:-ରାସନ କାର୍ଡ ନିୟମରେ ହେଲା ବଡ଼ ପରିବର୍ତ୍ତନ, ଜାଣି ନିଅନ୍ତୁ ନଚେତ୍ ରାସନ ମିଳିବାରେ ହୋଇପାରେ ସମସ୍ୟା!