Russia-Ukraine War, Vladimir Putin, Joe Biden: ଏହି ଟ୍ୱିଟ୍ ପରେ ସୋସିଆଲ ମିଡିଆରେ ବାଇଡେନ ଓ ପୁଟିନଙ୍କ ମଜାକ ଉଡ଼ାଯାଉଛି । ଓମପ୍ରକାଶ କଲ୍ଲାଙ୍କ ଜୋ ବାଇଡେନଙ୍କ ଟ୍ୱିଟରେ ଅନ୍ୟ ଜଣେ ୟୁଜର ଟ୍ୱିଟ କରି କହିଛନ୍ତି ଯେ ବର୍ତ୍ତମାନ ଜୋ ବାଇଡେନ ମଧ୍ୟ ବିକାନରର ଯୋଧାରାମ ବୁଡାନିଆ ବୋଲି ଜଣାପଡ଼ିଛି । ସମସ୍ତ ବିଶ୍ୱସ୍ତରୀୟ ନେତା ରାଜସ୍ଥାନରୁ ଆସନ୍ତି ବୋଲି ମନେହେଉଛି ଓ ସମସ୍ତେ କୃଷକ ଜାଟ୍ ସମ୍ପ୍ରଦାୟରୁ ଆସନ୍ତି । ମଜା ନିଅନ୍ତୁ, ଅନ୍ୟମାନଙ୍କର ପୂର୍ବ ପୁରୁଷଙ୍କ ବିଷୟରେ ସୂଚନା ନିଶ୍ଚୟ ଆସିଥିବ ।
Trending Photos
ନୂଆଦିଲ୍ଲୀ: Russia-Ukraine War, Vladimir Putin, Joe Biden: ଲଗାତର ୧୨ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଭୀଷଣ ଯୁଦ୍ଧ ଲାଗି ରହିଛି । ଋଷ କ୍ରମାଗତ ୟୁକ୍ରେନ ଉପରେ ବୋମା ମାଡ଼ କରୁଛି । ଗୋଟିଏ ପଟେ ସମଗ୍ର ଦୁନିଆ ଯୁଦ୍ଧକୁ ନେଇ ଚିନ୍ତିତ ଅଛି, ଅନ୍ୟପଟେ ଏହା ସହ ଜଡିତ କିଛି ମିମ୍ସ (Memes) ସୋସିଆଲ ମିଡିଆ (Social Media) ରେ ମଧ୍ୟ ଟ୍ରୋଲ ହେଉଯାଉଛି । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଓ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) ସହ ଜଡ଼ିତ ସୂଚନା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଟ୍ୱିଟର (Twitter) ରେ ମିମଗୁଡିକ ସେୟାର କରାଯାଯାଉଛି । ବିଶ୍ୱର ଏହି ଦୁଇ ଶକ୍ତିଶାଳୀ ନେତାଙ୍କୁ ଭାରତର ରାଜାମାନଙ୍କ ନଗର ରାଜସ୍ଥାନ (Rajasthan) ସହିତ ଯୋଡ଼ା ଯାଉଛି । ଋଷର ରାଷ୍ଟ୍ରପତି ପୁଟିନଙ୍କୁ ରାଜସ୍ଥାନର ଚୁରୁର ବୋଲି କୁହାଯାଉଛି । ଅନ୍ୟପଟେ ବାଇଡେନଙ୍କୁ ବିକାନେ (Bikaner) ର ସହ ଯୋଡ଼ା ଯାଉଛି ।
ଓମପ୍ରକାଶ କାଲା ନାମକ ଜଣେ ଟ୍ୱିଟର ହ୍ୟାଣ୍ଡେଲ (Twitter handle) ରେ ଋଷର ରାଷ୍ଟ୍ରପତି ପୁଟିନ (Vladimir Putin) ଙ୍କୁ ନେଇ ଏକ ପୋଷ୍ଟ ସେୟାର କରାଯାଇଛି । ଲୋକମାନେ ଏହାର ମଜା ନେଉଛନ୍ତି । ଓମପ୍ରକାଶ ଲେଖିଛନ୍ତି ଯେ, "ଚୁରୁ (Churu) ର ରାଜଗଡ଼ ତହସିଲଠାରୁ ୨ କିଲୋମିଟର ପୂର୍ବରେ ବରଗଛ ସ୍ଥିତ ପୁନିଆର ଢାଣୀରୁ ପୁଟିନଙ୍କ ଜାଟ ଜେଜେବାପାଙ୍କ ବାପା ସ୍ୱଗତଃ ରାମେଶ୍ୱର ପୁନିଆ ଜୀ ଋଷ ଯାଇ ସେଠାରେ ବସବାସ କଲେ । ଭାଷାଭିତ୍ତିକ ଭିନ୍ନତା ଯୋଗୁଁ ପୁନିଆକୁ ଋଷର ଉଚ୍ଚାରଣରେ ପୁଟିନ୍ କୁହାଯାଏ । ଆଜି ଆମେ ତାଙ୍କ ନାତି ପୁଟିନ ଜୀ, ଜାଟ ସମାଜର ଗର୍ବ ଏବଂ ଋଷର ରାଷ୍ଟ୍ରପତି ବଲଦେବ ପୁନିଆ ଜୀଙ୍କ ପାଇଁ ଗର୍ବିତ । ଲୋକମାନେ ଏହି ମିମଗୁଡ଼ିକ ଉପରେ ବହୁତ ମଜା କରୁଛନ୍ତି ।" ୪ ଜଣ ୟୁଜର୍ସ ହସ ଇମୋଜି ସହିତ ରିଟ୍ୱିଟ କରିଛନ୍ତି ଓ ୪୦ ଜଣ ଲୋକ ଏହାକୁ ପସନ୍ଦ କରିଛନ୍ତି ।
ଏଥିସହିତ ବାଇଡେନ (Joe Biden) ଙ୍କ ଟ୍ୱିଟକୁ ମଧ୍ୟ ଏହି ଆକାଉଣ୍ଟରୁ ସେୟାର କରାଯାଇଛି । ଯେଉଁଥିରେ ଲେଖା ହୋଇଛି ଯେ, "ରାଜସ୍ଥାନର ବିକାନେରର ଚରଣ ଭଟୋଙ୍କ ବଂଶଜ ପୁସ୍ତକରୁ ଜଣାପଡ଼ିଛି ଯେ ତାଙ୍କ ଜେଜେବାପା ହୁକ୍ମାରାମ ଜୀ ବୁଡାନିଆ ରାଜସ୍ଥାନର ବିକାନେରର ଲୁଙ୍କସାଗରର ରୋହିରୁ ଚିନାବାଦାମ ରପ୍ତାନି କରୁଥିଲେ, ପରେ ଆମେରିକା ଯାଇ ସେଠାରେ ରହିଯାଇଥିଲେ । ସେ ଆମେରିକାର ଜଳବାୟୁ ବିଷୟରେ ଜାଣିବା ପାଇଁ ନିଜ ପୁଅ ତେଜୋରାମଙ୍କୁ ଆମେରିକାର କୃଷି ବିଶ୍ୱବିଦ୍ୟାଳୟରେ ପଢ଼ାଇଥିଲେ, ଯେଉଁଠାରେ ସେ ବାର୍ଲି ଚାଷ ଆରମ୍ଭ କରିଥିଲେ, ଯେଉଁଥିରେ ସେ ବହୁତ ସଫଳ ହୋଇଥିଲେ । କିଛି ସମୟ ପରେ ସେମାନଙ୍କର ଏକ ପୁତ୍ର ଜନ୍ମ ହେଲା, ଯାହାଙ୍କ ନାମ ସେ ଯୋଧାରାମ ବୁଡାନିଆ ରଖିଥିଲେ, ଯାହା ପରେ ଆମେରିକାର ଉଚ୍ଚାରଣରେ #ଜୋ #ବାଇଡେନ ଭାବରେ ପ୍ରସିଦ୍ଧ ହେଲା ।"
ଏହା ବି ପଢ଼ନ୍ତୁ:-ଖୁସି ଖବର! ଗାଡ଼ି ଚାଳକଙ୍କ ପାଇଁ ଭଲ ଖବର, ନୀତିନ ଗଡକରୀ ଦେଲେ ଏହି ସୂଚନା
ଏହା ବି ପଢ଼ନ୍ତୁ:-ପରମାଣୁ ଯୁଦ୍ଧ ହେଲେ ପୃଥିବୀର ସବୁକିଛି ହୋଇଯିବ ଧ୍ୱଂସ, କେବଳ ସୁରକ୍ଷିତ ରହିବ ଏହି ୫ଟି ସ୍ଥାନ!
ଏହା ବି ପଢ଼ନ୍ତୁ:-ଯୁଦ୍ଧ ମଧ୍ୟରେ ପୁଟିନଙ୍କୁ ନେଇ ଆସିଲା ବହୁତ ବଡ଼ ଖବର, ଏହି ଗୁରୁତର ରୋଗରେ ପୀଡ଼ିତ ଅଛନ୍ତି ଋଷର ରାଷ୍ଟ୍ରପତି!
ଏହି ଟ୍ୱିଟ୍ ପରେ ସୋସିଆଲ ମିଡିଆରେ ବାଇଡେନ ଓ ପୁଟିନଙ୍କ ମଜାକ ଉଡ଼ାଯାଉଛି । ଓମପ୍ରକାଶ କଲ୍ଲାଙ୍କ ଜୋ ବାଇଡେନଙ୍କ ଟ୍ୱିଟରେ ଅନ୍ୟ ଜଣେ ୟୁଜର ଟ୍ୱିଟ କରି କହିଛନ୍ତି ଯେ ବର୍ତ୍ତମାନ ଜୋ ବାଇଡେନ ମଧ୍ୟ ବିକାନରର ଯୋଧାରାମ ବୁଡାନିଆ ବୋଲି ଜଣାପଡ଼ିଛି । ସମସ୍ତ ବିଶ୍ୱସ୍ତରୀୟ ନେତା ରାଜସ୍ଥାନରୁ ଆସନ୍ତି ବୋଲି ମନେହେଉଛି ଓ ସମସ୍ତେ କୃଷକ ଜାଟ୍ ସମ୍ପ୍ରଦାୟରୁ ଆସନ୍ତି । ମଜା ନିଅନ୍ତୁ, ଅନ୍ୟମାନଙ୍କର ପୂର୍ବ ପୁରୁଷଙ୍କ ବିଷୟରେ ସୂଚନା ନିଶ୍ଚୟ ଆସିଥିବ ।
ସୂଚନା: ଏହି ଦାବି କେତେ ସତ, ତାହାକୁ Zee Odisha ନିଶ୍ଚିତ କରେ ନାହିଁ କିମ୍ବା ଏପରି ଗୁଜବକୁ ବିଶ୍ୱାସ କରେ ନାହିଁ । ଆଜ୍ଞା ହଁ, ଏହା ନିଶ୍ଚିତ ଯେ ସୋସିଆଲ ମିଡିଆରେ ଏହି ଦୁଇଟି ଟ୍ୱିଟ ବହୁତ ଭାଇରାଲ ହେବାରେ ଲାଗିଛି । ସେଥିପାଇଁ ଆମେ ଆମର ପାଠକମାନଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛୁ । ଏହାର ସତ୍ୟତା ସହିତ କୌଣସି ସମ୍ପର୍କ ନାହିଁ ।