ଏହା ବ୍ୟତୀତ ଇଞ୍ଜେକ୍ସନ୍ ସାଇଟ୍ ବ୍ୟତୀତ ଶରୀରର ଅନ୍ୟ କୌଣସି ଅଂଶରେ ନାଲି ଦାଗ ଦେଖାଯାଏ ତ ସଚେତନ ରୁହନ୍ତୁ । ଯଦି ଆପଣଙ୍କର ମାଇଗ୍ରେନ୍ ସମସ୍ୟା ନାହିଁ ଏବଂ ବାନ୍ତି ସହିତ କିମ୍ବା ବାନ୍ତି ବାନ୍ତି ବିନା କ୍ରମାଗତ ମୁଣ୍ଡବିନ୍ଧା ହେଉଛି, ତେବେ ଏହି ସମସ୍ତ ଲକ୍ଷଣକୁ ଟିକାକରଣ କେନ୍ଦ୍ରକୁ ଜଣାଇବା ଆବଶ୍ୟକ ।
Trending Photos
ନୂଆଦିଲ୍ଲୀ: ବ୍ରିଟେନରେ ଆଷ୍ଟ୍ରାଜେନେକା-ଅକ୍ସଫୋର୍ଡ ଟିକା (AstraZeneca-Oxford vaccine) ରୁ ରକ୍ତ ଜମାଟ ବାନ୍ଧିବା (Blood Clot) ର ପାର୍ଶ୍ୱ ପ୍ରତିକ୍ରିୟା (Side Effects) ର ପ୍ରଭାବ ଭାରତରେ କୋଭିଶିଲ୍ଡ ଟିକା (Covishield) ଉପରେ ମଧ୍ୟ ପଡ଼ିଛି । ଏହି ଭ୍ୟାକ୍ସିନ (Vaccine) ର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ଲୋକମାନେ ବହୁତ ଚିନ୍ତିତ ଅଛନ୍ତି । ଏଭଳି ପରିସ୍ଥିତିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ (mohfw) ଟିକାକରଣର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ହେଲଥ କେୟାର ୱର୍କର୍ସ ଓ ଟିକା ନେଇଥିବା ଲୋକଙ୍କ ପାଇଁ ଏକ ଆଡଭାଇଜାରୀ ଜାରି କରିଛି, ଯେଉଁଥିରେ ଲୋକଙ୍କୁ ଟିକାକରଣ ୨୦ ଦିନ ମଧ୍ୟରେ ଥ୍ରୋମ୍ବୋସିସ୍ (ରକ୍ତ ଜମାଟ) ର ଲକ୍ଷଣକୁ ଚିହ୍ନିବାର ଅପିଲ କରାଯାଇଛି । ଯଦି କୌଣସି ଗମ୍ଭୀର ଲକ୍ଷଣ ନଜରକୁ ଆସେ ତ ସେମାନଙ୍କୁ ଟିକା କେନ୍ଦ୍ରକୁ ଯାଇ ଏହା ବିଷୟରେ ରିପୋର୍ଟ କରାଇବାକୁ କୁହାଯାଇଛି ।
ଅଧିକ ପଢ଼ନ୍ତୁ:-ମେ ୧୯ରୁ ବାତିଲ ହେବ ଅନେକ ଟ୍ରେନ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା
ଆଡଭାଇଜାରୀରେ ଲୋକଙ୍କୁ ପରାମର୍ଶ ଦିଆଯାଇଛି ଯେ କୌଣସି ଭ୍ୟାକ୍ସିନ (ବିଶେଷ କରି କୋଭିଶିଲ୍ଡ) ନେବା ପରେ ଯଦି ଆପଣଙ୍କର ପ୍ରବଳ ମୁଣ୍ଡବିନ୍ଧା, ଛାତି ଯନ୍ତ୍ରଣା, ଶରୀରରେ ଫୁଲା, ବାନ୍ତି ବିନା ପେଟ ଯନ୍ତ୍ରଣା, ଅଚେତ ହେବା କିମ୍ବା ଶ୍ୱାସକ୍ରିୟାରେ ସମସ୍ୟା ପରି ଗମ୍ଭୀର ଲକ୍ଷଣ ଦେଖାଦିଏ ତେବେ ଦୟାକରି ଏହାକୁ ଭ୍ୟାକ୍ସିନ ସେଣ୍ଟରକୁ ଯାଇ ନିଶ୍ଚିୟ ରିପୋର୍ଟ କରାନ୍ତୁ ।
ଏହା ବ୍ୟତୀତ ଇଞ୍ଜେକ୍ସନ୍ ସାଇଟ୍ ବ୍ୟତୀତ ଶରୀରର ଅନ୍ୟ କୌଣସି ଅଂଶରେ ନାଲି ଦାଗ ଦେଖାଯାଏ ତ ସଚେତନ ରୁହନ୍ତୁ । ଯଦି ଆପଣଙ୍କର ମାଇଗ୍ରେନ୍ ସମସ୍ୟା ନାହିଁ ଏବଂ ବାନ୍ତି ସହିତ କିମ୍ବା ବାନ୍ତି ବାନ୍ତି ବିନା କ୍ରମାଗତ ମୁଣ୍ଡବିନ୍ଧା ହେଉଛି, ତେବେ ଏହି ସମସ୍ତ ଲକ୍ଷଣକୁ ଟିକାକରଣ କେନ୍ଦ୍ରକୁ ଜଣାଇବା ଆବଶ୍ୟକ ।
ଅଧିକ ପଢ଼ନ୍ତୁ:-ଡାକ୍ତରଙ୍କ ପାଇଁ ଘାତକ ପ୍ରମାଣିତ ହେଉଛି କୋରୋନା, ଦିନକରେ ୫୦ ଜଣଙ୍କର ମୃତ୍ୟୁ
ଟିକା ଲଗାଇବା ପରେ ଦୁର୍ବଳତା, ଶରୀରର କୌଣସି ଅଙ୍ଗ କାର୍ଯ୍ୟ ବନ୍ଦ କରିଦେବା, ବିନା କାରଣରେ କ୍ରମାଗତ ବାନ୍ତି ହେବା, ଆଖି ଯନ୍ତ୍ରଣା କିମ୍ବା ଅସ୍ପଷ୍ଟ ଦେଖାଦେବା, ଦ୍ୱନ୍ଦ୍ୱ-ଉଦାସୀନତା କିମ୍ବା ମନୋବଳ ପରିବର୍ତ୍ତନ ହେବା ମଧ୍ୟ ସାଧାରଣ କଥା ନୁହେଁ । ଟିକାକରଣ କେନ୍ଦ୍ରରେ ଥିବା ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ଏହି ସମସ୍ତ ଲକ୍ଷଣ ବିଷୟରେ କୁହନ୍ତୁ ।
ଭ୍ୟାକ୍ସିନର ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା ଉପରେ ଜାତୀୟ କମିଟି କହିଛି ଯେ, ଭାରତରେ ରକ୍ତ ଜମାଟ ବାନ୍ଧିବା ଘଟଣା କୋଭିଶିଲ୍ଡର ଟିକାକରଣ ସହିତ ଜଡିତ ହୋଇପାରେ । ସୂଚନାନୁସାରେ, ଭାରତରେ କୋଭିଶିଲ୍ଡର ପ୍ରତି ୧୦ ଲକ୍ଷ ଡୋଜ୍ ଉପରେ ଡିପ୍ ଭେନ୍ ଥ୍ରୋମ୍ବୋସିସ୍ କିମ୍ବା ରକ୍ତ ଜମାଟ ବାନ୍ଧିବାର ମାତ୍ର ୦.୬୧ ପ୍ରତିଶତ ମାମଲା ଦେଖିବାକୁ ମିଳିଛି ।
ଅଧିକ ପଢ଼ନ୍ତୁ:-ନିଜ ସରକାରକୁ ହିଁ ଟାର୍ଗେଟ କଲେ BJP ବିଧାୟକ, କହିଲେ-ଯଦି ମୁଁ କହିବି ତ ମୋ ଉପରେ ଦେଶଦ୍ରୋହ...
ସୂଚନାନୁସାରେ, ବ୍ରିଟେନ ତୁଳନାରେ ଭାରତରେ ଟିକା ଯୋଗୁଁ ପାର୍ଶ୍ୱ ପ୍ରତିକ୍ରିୟାର ବହୁତ କମ୍ ମାମଲା ରହିଛି । ଏହି ତଥ୍ୟର ମୂଲ୍ୟାଙ୍କନ ପାଇଁ ସରକାର ଗଠନ କରିଥିବା କମିଟି ଏହା ମଧ୍ୟ କହିଛି ଯେ ଟିକାକରଣ ପରେ ଦକ୍ଷିଣ ଏସୀୟ ଲୋକଙ୍କୁ ପାଶ୍ଚାତ୍ୟ ଦେଶ ଅପେକ୍ଷା ଥ୍ରୋମ୍ବୋସିସ୍ କିମ୍ବା ରକ୍ତ ଜମାଟ ବାନ୍ଧିବାର ସମ୍ଭାବନା କମ୍ ହୋଇପାରେ ।
ସୂଚନାନୁସାରେ, ରକ୍ତ ଜମାଟ ବାନ୍ଧିବାର ଅଧିକାଂଶ ମାମଲା ଟିକାକରଣର ପ୍ରଥମ ସପ୍ତାହ ପରେ ଦେଖାଯାଏ । ଏଭଳି ପରିସ୍ଥିତିରେ ଟିକା ନେଉଥିବା ଲୋକଙ୍କୁ ୨୮ ଦିନ ମଧ୍ୟରେ ରିପୋର୍ଟ କରିବାକୁ ଅପିଲ କରାଯାଇଛି । ରକ୍ତ ଜମାଟ ବାନ୍ଧିବା ସମ୍ବନ୍ଧୀୟ ତଥ୍ୟ ସୂଚିତ କରେ ଯେ ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ସମାନ ରୂପରେ ରକ୍ତ ଜମାଟ ବାନ୍ଧିବାର ସମସ୍ୟା ଦେଖାଯାଇଛି । ଭାରତ ବାୟୋଟେକ ଦ୍ୱାରା ନିର୍ମିତ କୋଭାକ୍ସିନରେ କୌଣସି ପ୍ରକାର ରକ୍ତ ଜମାଟ ବାନ୍ଧିବା ସମସ୍ୟା ଏପର୍ଯ୍ୟନ୍ତ ଭାରତରେ ଦେଖାଯାଇ ନାହିଁ ।
ମାର୍ଚ୍ଚ ୩୧ରେ ଅନୁଷ୍ଠିତ ବୈଠକରେ AEFI କମିଟିରେ ଦାଖଲ ହୋଇଥିବା ରିପୋର୍ଟ ଅନୁଯାୟୀ, ଟିକାକରଣ ପରେ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାର ଓ ମୃତ୍ୟୁର ମୋଟ ୬୧୭ ମାମଲା ସାମ୍ନାକୁ ଆସିଛି । ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ସାରା ଦେଶରେ ଟିକାକରଣ ପରେ ମୋଟ ୧୮୦ ମୃତ୍ୟୁ (୨୯.୨ ପ୍ରତିଶତ) ରିପୋର୍ଟ ହୋଇଛି । ତଥାପି, ୨୩୬ ମାମଲା (୩୮.୩) ପାଇଁ ହିଁ ସମ୍ପୂର୍ଣ୍ଣ ଡକ୍ୟୁମେଣ୍ଟେସନ୍ ଉପଲବ୍ଧ ରହିଛି ।