ସୀତାପୁରରୁ ବିଜେପି ବିଧାୟକ ରାକେଶ ରାଠୋର (BJP MLA, Rakesh Rathore) ଏକ ଭିଡିଓରେ କହୁଛନ୍ତି ଯେ, ୟୁପି ସରକାର ( UP government) ନିଜ ବିଧାୟକଙ୍କ କଥା ମଧ୍ୟ ଶୁଣୁନାହାଁନ୍ତି ।
Trending Photos
ଲକ୍ଷ୍ନୌ: ୟୁପିର ସୀତାପୁରରୁ ବିଜେପି ବିଧାୟକ ରାକେଶ ରାଠୌର (BJP MLA, Rakesh Rathore) ନିଜ ସରକାର ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ରାଜ୍ୟରେ କୋଭିଡ-19 (COVID-19) କାରଣରୁ ଯେଉଁ ପରିସ୍ଥିତିରେ ପରିସ୍ଥିତି ଉପୁଜିଛି ସେ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏପରି କରିବାରୁ ତାଙ୍କ ଉପରେ ଦେଶଦ୍ରୋହର ଅଭିଯୋଗ ଲଗାଯାଇପାରେ ।
ଅଧିକ ପଢ଼ନ୍ତୁ:-ଏହି ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ମିଳିବ ଭରପୂର ଲାଭ!
ସୀତାପୁରରୁ ବିଜେପି ବିଧାୟକ ରାକେଶ ରାଠୋର (BJP MLA, Rakesh Rathore) ଏକ ଭିଡିଓରେ କହୁଛନ୍ତି ଯେ, ୟୁପି ସରକାର ( UP government) ନିଜ ବିଧାୟକଙ୍କ କଥା ମଧ୍ୟ ଶୁଣୁନାହାଁନ୍ତି । ଭାଇରାଲ୍ ଭିଡିଓ ବିଧାୟକ ବ୍ୟଙ୍ଗାତ୍ମକ ସ୍ୱରରେ କହିଛନ୍ତି, "ସବୁକିଛି ଠିକ୍ ଚାଲିଛି, ଆମେ ତ ଏହା କହିବୁ, ଏହାଠାରୁ ଭଲ କିଛି ହୋଇପାରିବ ନାହିଁ । ଆମେ ସରକାର ନୁହଁ, ଆମେ ଏହା ନିଶ୍ଚିୟ କହି ପାରିବୁ, ସରକାର ଯାହା କହୁଛନ୍ତି ତାହା ଠିକ୍ ବୋଲି ବିଶ୍ୱାସ କରନ୍ତୁ । ବିଧାୟକଙ୍କ ସ୍ଥିତି କ’ଣ? ଯଦି ଆମେ ଅଧିକ କଥା କହିବୁ ତ ଦେଶଦ୍ରୋହ, ରାଜଦ୍ରୋହ ଆମ ଉପରେ ମଧ୍ୟ ତ ଲାଗିଯିବ । କ'ଣ ଆପଣଙ୍କୁ ଲାଗୁଛି ଯେ ବିଧାୟକମାନେ ସରକାରଙ୍କୁ ସେମାନଙ୍କ କଥା କହିପାରିବେ?"
ଅଧିକ ପଢ଼ନ୍ତୁ:-ଦେଶରେ ପ୍ରଥମ ଥର ପାଇଁ ଦିନକରେ ରେକର୍ଡ ସଂଖ୍ୟକ ସଂକ୍ରମିତଙ୍କ ମୃତ୍ୟୁ
ଏଠାରେ କହି ରଖୁଛୁ ଯେ, ମେ ୧୪ ଶୁକ୍ରବାର ସ୍ଥାନୀୟ ସାମ୍ବାଦିକମାନଙ୍କ ସହ ବିଧାୟକ କଥାବାର୍ତ୍ତା ହେଉଥିଲେ । ସ୍ଥାନୀୟ ସାମ୍ବାଦିକମାନେ ବିଧାୟକଙ୍କ ନିକଟକୁ ଯାଇ ବଢୁଥିବା କୋରୋନା ମାମଲାକୁ ଦୃଷ୍ଟିରେ ରଖି ସୀତାପୁରରେ ଟ୍ରମା ସେଣ୍ଟର ଖୋଲିବା ବିଷୟରେ କଥା ହେବା ପାଇଁ ଯାଇଥିଲେ । ଯେତେବେଳେ ତାଙ୍କୁ ବଢୁଥିବା କୋରୋନା ମାମଲା ଓ ପ୍ରଭାବହୀନ ଲକଡାଉନ୍ ବିଷୟରେ ପଚରାଗଲା, ସେ କହିଥିଲେ ଯେ ସବୁକିଛି ବହୁତ ଭଲରେ ଚାଲିଛି, ଏହାଠାରୁ ଭଲ କିଛି ହୋଇପାରିବ ନାହିଁ ।
ଅଧିକ ପଢ଼ନ୍ତୁ:-RBI କୋଟି କୋଟି ଗ୍ରାହକଙ୍କୁ କଲା ସତର୍କ! ମେ ୨୩ରେ ଅନଲାଇନରେ ଟଙ୍କା ଟ୍ରାନ୍ସଫର କରିବା ପୂର୍ବରୁ ଜାଣି ନିଅନ୍ତୁ ଏହି କଥା
ବିଧାୟକଙ୍କୁ ପଚାରା ଯାଇଥିଲା ଯେ ୨୦୧୬ରେ ଜିଲ୍ଲାର ଟ୍ରମା ସେଣ୍ଟର ନିର୍ମାଣ ହୋଇ ପ୍ରସ୍ତୁତ ହୋଇଯାଇଥିଲା, କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଯଦି ଏହା କାର୍ଯ୍ୟକ୍ଷମ ହୋଇଥାନ୍ତା, ତେବେ କୋରୋନା ରୋଗୀମାନେ ଏଠାରେ ଆଇସିୟୁ ସୁବିଧା ପାଇଥାନ୍ତେ । ଏହା ଉପରେ ବିଧାୟକ ରାଠୌର କହିଛନ୍ତି ଯେ କ'ଣ ଆପଣଙ୍କୁ ଲାଗୁଛି ଯେ ବିଧାୟକମାନେ ସରକାରଙ୍କୁ ସେମାନଙ୍କ କଥା କହିପାରିବେ?