ମେ ୧୯ରୁ ବାତିଲ ହେବ ଅନେକ ଟ୍ରେନ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା
Advertisement

ମେ ୧୯ରୁ ବାତିଲ ହେବ ଅନେକ ଟ୍ରେନ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ଉତ୍ତର ରେଲୱେ (North Railway) ଟ୍ୱିଟ୍ କରି ଏହି ଟ୍ରେନ୍ ଗୁଡିକ ବିଷୟରେ ସୂଚନା ଦେଇଛି । ରେଳବାଇ ଟ୍ୱିଟରେ ଲେଖିଛି ଯେ ଯାତ୍ରୀ ସଂଖ୍ୟା ହ୍ରାସ ଏବଂ ଅନ୍ୟାନ୍ୟ ପରିଚାଳନାଗତ କାରଣରୁ ରେଳବାଇ ନିମ୍ନଲିଖିତ ଟ୍ରେନଗୁଡିକୁ ବାତିଲ କରିବା ଏବଂ ଯାତ୍ରା ସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି ।

ମେ ୧୯ରୁ ବାତିଲ ହେବ ଅନେକ ଟ୍ରେନ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ: Indian Railways: ଯାତ୍ରୀ ସଂଖ୍ୟା ହ୍ରାସକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ (Indian Railways) ଆସନ୍ତା ୧୯ ତାରିଖରୁ ଅର୍ଥାତ୍ ଆସନ୍ତାକାଲି ଠାରୁ ଅନେକ ଟ୍ରେନ୍ ବାତିଲ (Train Cancel List) କରିଦେଇଛି । ଏହାସହ ଅନେକ ଟ୍ରେନର ସମୟ ସହିତ ସଞ୍ଚାଳନରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଯଦି ଆପଣ କୌଣସି ସ୍ଥାନକୁ ଯିବାକୁ ଯୋଜନା କରିଛନ୍ତି, ତେବେ ଆପଣ ଏଠାରେ ସମ୍ପୂର୍ଣ୍ଣ ତାଲିକା ଯାଞ୍ଚ କରିପାରିବେ । ୪ଟି ସ୍ୱତନ୍ତ୍ର ଟ୍ରେନର ଯାତ୍ରା ସଂଖ୍ୟା ହ୍ରାସ କରିବାକୁ ଉତ୍ତର ରେଳବାଇ (North Railway) ନିଷ୍ପତ୍ତି ନେଇଛି । ଏହି ସବୁ ସପ୍ତାହରେ ଦୁଇ ଦିନ ପରିବର୍ତ୍ତେ ଗୋଟିଏ ଦିନ ହିଁ ଚାଲିବ ।

ଅଧିକ ପଢ଼ନ୍ତୁ:-ଡାକ୍ତରଙ୍କ ପାଇଁ ଘାତକ ପ୍ରମାଣିତ ହେଉଛି କୋରୋନା, ଦିନକରେ ୫୦ ଜଣଙ୍କର ମୃତ୍ୟୁ

ରେଲୱେ କଲା ଟ୍ୱିଟ୍

ଉତ୍ତର ରେଲୱେ (North Railway) ଟ୍ୱିଟ୍ କରି ଏହି ଟ୍ରେନ୍ ଗୁଡିକ ବିଷୟରେ ସୂଚନା ଦେଇଛି । ରେଳବାଇ ଟ୍ୱିଟରେ ଲେଖିଛି ଯେ ଯାତ୍ରୀ ସଂଖ୍ୟା ହ୍ରାସ ଏବଂ ଅନ୍ୟାନ୍ୟ ପରିଚାଳନାଗତ କାରଣରୁ ରେଳବାଇ ନିମ୍ନଲିଖିତ ଟ୍ରେନଗୁଡିକୁ ବାତିଲ କରିବା ଏବଂ ଯାତ୍ରା ସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି ।

ଅଧିକ ପଢ଼ନ୍ତୁ:-ସାଧାରଣ ଲୋକଙ୍କୁ କେବେ ମିଳିବ ମହଙ୍ଗା ପେଟ୍ରୋଲ-ଡିଜେଲରୁ ରିହାତି, ଜାଣନ୍ତୁ ଆପଣଙ୍କ ସହରରେ କେତେ ବଢ଼ିଛି ଦାମ୍

ଏହି ଟ୍ରେନ୍ ଗୁଡିକ ହେବ ବାତିଲ

୧. ଟ୍ରେନ୍ ନମ୍ବର: 02481 - ଯୋଧପୁର ଜଙ୍କସନ-ଦିଲ୍ଲୀ ସରାଇ ରୋହିଲ୍ଲା ସୁପରଫାଷ୍ଟ ସ୍ପେଶାଲ- (ମେ ୧୯ରୁ ବାତିଲ)

୨. ଟ୍ରେନ୍ ନମ୍ବର: 02482 - ଦିଲ୍ଲୀ ସରାଇ ରୋହିଲ୍ଲା-ଯୋଧପୁର ଜଙ୍କସନ ସୁପରଫାଷ୍ଟ ସ୍ପେଶାଲ୍- (ମେ ୨୦ରୁ ବାତିଲ୍)

୩. ଟ୍ରେନ୍ ନମ୍ବର: 04735 - ଶ୍ରୀ ଗଙ୍ଗାନଗର - ଅମ୍ବାଲା କ୍ୟାଣ୍ଟ ଜଙ୍କସନ ସ୍ପେଶାଲ- (ମେ ୧୯ରୁ ବାତିଲ)

୪. ଟ୍ରେନ୍ ନମ୍ବର: 04735 - ଅମ୍ବାଲା କ୍ୟାଣ୍ଟ ଜଙ୍କସନ- ଶ୍ରୀ ଗଙ୍ଗାନଗର ସ୍ପେଶାଲ୍ - (ମେ ୨୦ରୁ ବାତିଲ)

ଅଧିକ ପଢ଼ନ୍ତୁ:-ନିଜ ସରକାରକୁ ହିଁ ଟାର୍ଗେଟ କଲେ BJP ବିଧାୟକ, କହିଲେ-ଯଦି ମୁଁ କହିବି ତ ମୋ ଉପରେ ଦେଶଦ୍ରୋହ...

ଏହି ଟ୍ରେନ୍ ଗୁଡିକ କରାଯାଇଛି ସାପ୍ତାହିକ

୧. ଟ୍ରେନ୍ ନମ୍ବର 09613: ଅଜମର୍-ଅମୃତସର ସ୍ପେଶାଲ୍ - ସପ୍ତାହରେ ୨ ଦିନ ପରିବର୍ତ୍ତେ ୧୯.୦୫.୨୦୨୧ରୁ କେବଳ ବୁଧବାର ଦିନ ଚାଲିବ ।

୨. ଟ୍ରେନ୍ ନମ୍ବର 09614: ଅମୃତସର-ଅଜମର୍ ସ୍ପେଶାଲ୍ - ସପ୍ତାହରେ ୨ ଦିନ ବଦଳରେ ୨୩.୦୫.୨୦୨୧ରୁ ବର୍ତ୍ତମାନ କେବଳ ରବିବାର ଦିନ ଚାଲିବ ।

୩. ଟ୍ରେନ୍ ନମ୍ବର 09611: ଅଜମର୍-ଅମୃତସର ସ୍ପେଶାଲ୍ - ସପ୍ତାହରେ ୨ ଦିନ ପରିବର୍ତ୍ତେ ୨୨.୦୫.୨୦୨୧ରୁ ବର୍ତ୍ତମାନ କେବଳ ଶନିବାର ଚାଲିବ ।

୪. ଟ୍ରେନ୍ ନମ୍ବର 09612: ଅମୃତସର-ଅଜମର୍ ସ୍ପେଶାଲ୍ - ୨୦.୦୫.୨୦୨୧ରୁ ସପ୍ତାହରେ ୨ ଦିନ ବଦଳରେ ଏହା କେବଳ ଗୁରୁବାର ଚାଲିବ ।