ବୁଡ଼ିଯିବ ଏଲଆଇସି ଟଙ୍କା!
Advertisement

ବୁଡ଼ିଯିବ ଏଲଆଇସି ଟଙ୍କା!

ଭାରି ନଗଦର ଭଣ୍ଡାର ଥିବା ଯୋଗୁଁ ଏଲଆଇସି ସରକାର ପାଇଁ ମଧ୍ୟ ସଙ୍କଟମୋଚନର କାମ କରି ଆସୁଛି । LIC ସାର୍ବଜନୀନ କମ୍ପାନୀ ଓ ବ୍ୟାଙ୍କର ଶେୟାରକୁ କିଣି ସେଗୁଡ଼ିକୁ ବିପଦରୁ ରକ୍ଷା କରିବାର କାମ କରିଛି । କିନ୍ତୁ ଏଲଆଇସିର ବର୍ତ୍ତମାନ ଖାତା ଦେଖିଲେ ବହୁ ଚକିତ ସୂଚନା ସାମ୍ନାକୁ ଆସିଛି । 

ବୁଡ଼ିଯିବ ଏଲଆଇସି ଟଙ୍କା!

ନୂଆଦିଲ୍ଲୀ: ସରକାରୀ କ୍ଷେତ୍ରର ବୀମା କମ୍ପାନୀ ହେବାରୁ ଭାରତୀୟ ଜୀବନ ବୀମା ନିଗମ(LIC)କୁ ଭରସାର ପ୍ରତୀକ ଭାବେ ଦେଖା ଯାଇଥାଏ । ଦେଶର କୋଟି କୋଟି ଜନତା ଆଖି ବନ୍ଦ କରି ନିଜ କଷ୍ଟ ଅର୍ଜିତ ଧନର ଏକ ବଡ଼ ଅଂଶ ଏଲଆଇସିରେ ଜମା କରୁଛନ୍ତି । କିନ୍ତୁ ବିଗତ କିଛି ବର୍ଷ ଧରି ବହୁ ଘଟଣାରୁ ସଙ୍କେତ ମିଳୁଛି ଯେ ଏଲଆଇସି ପାଖରେ ବର୍ତ୍ତମାନ ସମୟରେ ନଗଦର ବଡ଼ ଭଣ୍ଡାର ଉପରେ ବିପଦ ବଢ଼ି ବଢ଼ି ଚାଲିଛି । 

ଭାରି ନଗଦର ଭଣ୍ଡାର ଥିବା ଯୋଗୁଁ ଏଲଆଇସି ସରକାର ପାଇଁ ମଧ୍ୟ ସଙ୍କଟମୋଚନର କାମ କରି ଆସୁଛି । LIC ସାର୍ବଜନୀନ କମ୍ପାନୀ ଓ ବ୍ୟାଙ୍କର ଶେୟାରକୁ କିଣି ସେଗୁଡ଼ିକୁ ବିପଦରୁ ରକ୍ଷା କରିବାର କାମ କରିଛି । କିନ୍ତୁ ଏଲଆଇସିର ବର୍ତ୍ତମାନ ଖାତା ଦେଖିଲେ ବହୁ ଚକିତ ସୂଚନା ସାମ୍ନାକୁ ଆସିଛି । ଏଲଆଇସି ସେହିପରି ଭୁଲ କରୁଛି, ଯାହା ଘରୋଇ କ୍ଷେତ୍ରକୁ ହଜାର ହଜାର କୋଟି ଟଙ୍କାର ଋଣ ବାଣ୍ଟି ସାର୍ବଜନୀନ ବ୍ୟାଙ୍କଗୁଡ଼ିକ କରିଛି । ଚଳିତ ଆର୍ଥିକ ବର୍ଷ ଅର୍ଥାତ ୨୦୧୯-୨୦ର ପ୍ରଥମ ଛଅ ମାସରେ ଏଲଆଇସିର ଅଣ ନିଷ୍ପାଦିତ ସମ୍ପତ୍ତି ଅର୍ଥାତ NPAରେ ୬.୧୦ ପ୍ରତିଶତର ବୃଦ୍ଧି ଆସିଛି । ଏହି ଏନପିଏ ଘରୋଇ କ୍ଷେତ୍ରର ୟସ ବ୍ୟାଙ୍କ, ଆଇସିଆଇସିଆଇ, ଏକ୍ସିସ ବ୍ୟାଙ୍କର ସମକକ୍ଷ ହେବ । 

ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ ୟସ ବ୍ୟାଙ୍କର ସମସ୍ତ ଏନପିଏ ୭.୩୯ ପ୍ରତିଶତ, ଆଇସିଆଇସିଆଇର ଏନପିଏ ୬.୩୭ ପ୍ରତିଶତ ଓ ଏକ୍ସିସ ବ୍ୟାଙ୍କର ଏନପିଏ ୫.୦୩ ପ୍ରତିଶତ ଯାଏ ପହଞ୍ଚି ଯାଇଛି । ପ୍ରକୃତିରେ ସାର୍ବଜନୀନ କମ୍ପାନୀ ଏଲଆଇସି ଟର୍ମ ଋଣ ଓ ନନ କନବର୍ଟିୱଲ ଡିଭେନ୍ଚର(NCDs) ଭାବେ ବହୁ କମ୍ପାନୀକୁ ଋଣ ପ୍ରଦାନ କରିଛି । ଏଲଆଇସି ପାଖରେ ପ୍ରାୟ ୩୬ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ସମ୍ପତ୍ତି ବା ନଗଦ ରହିଛି । ୨୦୧୯ ଯାଏ ଏଲଆଇସିର ଏନପିଏ ୩୦ ହଜାର କୋଟି ଟଙ୍କା ଯାଏ ପହଞ୍ଚିଛି । ବିଗତ ୫ ବର୍ଷରେ ଏନପିଏ ୨ ଗୁଣର ବୃଦ୍ଧି ଦେଖା ଦେଇଛି । ଏହା ମୋଟ ସମ୍ପତ୍ତିର ୬.୧୦ ପ୍ରତିଶତ ହୋଇଯାଇଛି । 

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହାକୁ ନେଇ ଚିନ୍ତା ବ୍ୟକ୍ତ କରି ବୁଧବାର ଏକ ଟ୍ୱିଟ କରିଛନ୍ତି । ସେ କହିଛନ୍ତି ଯେ କୋଟି କୋଟି ସଚ୍ଚୋଟ ଲୋକମାନେ ଏଲଆଇସିରେ ନିବେଶ କରନ୍ତି, କାରଣ ସେମାନଙ୍କୁ ଏହା ଉପରେ ଭରସା ରହିଛି । କିନ୍ତୁ ମୋଦି ସରକାର ଏଲଆଇସିକୁ କ୍ଷତି ପହଞ୍ଚାଇ ସେମାନଙ୍କ ଭବିଷ୍ୟତ ସହ ଖେଳ କରୁଛନ୍ତି । ଲୋକଙ୍କ ଭରସାକୁ ନଷ୍ଟ କରୁଛନ୍ତି ।