ପୁଟିନଙ୍କ ବନ୍ଧୁ, ୨୭ ବର୍ଷ ଧରି ରାଷ୍ଟ୍ରପତି, ଜାଣନ୍ତୁ 'ୟୁରୋପର ଶେଷ ଏକଛତ୍ରବାଦୀ ଶାସକ' ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋ ବିଷୟରେ ସବୁକିଛି...
Advertisement
Article Detail0/zeeodisha/odisha1113902

ପୁଟିନଙ୍କ ବନ୍ଧୁ, ୨୭ ବର୍ଷ ଧରି ରାଷ୍ଟ୍ରପତି, ଜାଣନ୍ତୁ 'ୟୁରୋପର ଶେଷ ଏକଛତ୍ରବାଦୀ ଶାସକ' ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋ ବିଷୟରେ ସବୁକିଛି...

Russia-Ukraine War, Alexander Lukashenko: ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ​​ଲୁକାଶେଙ୍କୋ ଷଷ୍ଠ ଥର ପାଇଁ ଜିତିଥିଲେ ଓ ଏହି ନିର୍ବାଚନରେ ଅନିୟମିତତା ହୋଇଥିବାର ବିରୋଧୀଦଳ ଅଭିଯୋଗ କରିଛନ୍ତି । ଆମେରିକାର ତତ୍କାଳୀନ ସଚିବ ମାଇକ ପୋମ୍ପିଓ ମଧ୍ୟ ଏହି ନିର୍ବାଚନକୁ ନେଇ ପ୍ରଶ୍ନ ଉଠାଇଥିଲେ । ବିରୋଧୀ ପ୍ରାର୍ଥୀ ଭିଏତଲାନା ସିଖାନୋଶକାୟା ଦାବି କରିଛନ୍ତି ଯେ ତାଙ୍କୁ ୬୦ରୁ ୭୦% ଭୋଟ୍ ମିଳିଛି ।

ପୁଟିନଙ୍କ ବନ୍ଧୁ, ୨୭ ବର୍ଷ ଧରି ରାଷ୍ଟ୍ରପତି, ଜାଣନ୍ତୁ 'ୟୁରୋପର ଶେଷ ଏକଛତ୍ରବାଦୀ ଶାସକ' ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋ ବିଷୟରେ ସବୁକିଛି...

ନୂଆଦିଲ୍ଲୀ: Russia-Ukraine War, Alexander Lukashenko: ୟୁରୋପର ଶେଷ ଏକଛତ୍ରବାଦୀ ଶାସକ (Dictator)... ବେଲାଋଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋ (Belarus President Alexander Lukashenko) ମଧ୍ୟ ଏହି ନାମରେ ଜଣାଶୁଣା । ବର୍ତ୍ତମାନ ସମୟରେ ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋ ଚର୍ଚ୍ଚାରେ ଅଛନ୍ତି ଓ ଏହାର କାରଣ ହେଉଛି ବେଲାଋଷ ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ (Russia-Ukraine War) ରେ ସିଧାସଳଖ ଜଡିତ ଥିବା କୁହାଯାଉଛି । ୟୁକ୍ରେନର ଗୁଇନ୍ଦା ସଂସ୍ଥା ଦାବି କରିଛି ଯେ ବେଲାଋଷ ସୀମାରେ ପ୍ରାୟ ୩୦୦ ଟ୍ୟାଙ୍କ ମୁତୟନ କରିଛି ।

ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋ (Alexander Lukashenko) ଓ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଙ୍କୁ ଭଲ ବନ୍ଧୁ ଭାବରେ ମନେ କରାଯାଏ । ପୁଟିନଙ୍କ ପରି ଲୁକାଶେଙ୍କୋ ମଧ୍ୟ ସୋଭିଏତ୍ ସଂଘ (Soviet Union) ର ପତନରେ ଅସନ୍ତୋଷ ଥିଲେ । ଲୁକାଶେଙ୍କୋ ସୋଭିଏତ୍ ସଂଘର ବିଲୋପ ବିରୋଧରେ ଭୋଟ୍ ଦେଇଥିବା ଏକମାତ୍ର ସଦସ୍ୟ ବୋଲି କୁହାଯାଇଥାଏ ।

ସୋଭିଏତ୍ ସଂଘ ଭାଙ୍ଗିବା ପରେ ବେଲାଋଷ (Belarus) ମଧ୍ୟ ଏକ ପୃଥକ ଦେଶ ହୋଇଗଲା । ୧୯୯୪ ମସିହାରେ ରାଷ୍ଟ୍ରପତି ନିର୍ବାଚନରେ ​​ଲୁକାଶେଙ୍କୋ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ବେଲାଋଷକୁ ଗର୍ତ୍ତରୁ ବାହାର କରିବେ । ଏହି ନିର୍ବାଚନରେ ​​ଲୁକାଶେଙ୍କୋ ୮୦ ପ୍ରତିଶତରୁ ଅଧିକ ଭୋଟ୍ ପାଇଥିଲେ । ଲୁକାଶେଙ୍କୋ ୧୯୯୪ରୁ ବେଲାଋଷର ରାଷ୍ଟ୍ରପତି ରହିଆସିଛନ୍ତି । ୨୦୨୦ରେ ଲୁକାଶେଙ୍କୋ କ୍ରମାଗତ ଷଷ୍ଠ ଥର ପାଇଁ ବେଲାଋଷର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ ।

ଏପରି ଥିଲା ବାଲ୍ୟାବସ୍ଥା

ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋ ୩୧ ଅଗଷ୍ଟ ୧୯୫୪ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଅଜା ଟ୍ରୋକିମ୍ ଇଭାନୋଭିଚ୍ ଲୁକାଶେଙ୍କୋ ୟୁକ୍ରେନର ସୁମି ପ୍ରଦେଶର ବାସିନ୍ଦା ଥିଲେ । ଲୁକାଶେଙ୍କୋଙ୍କୁ ତାଙ୍କ ମା' ଏକାକୀ ଲାଳନପାଳନ କରୁଥିଲେ । ତାଙ୍କ ମା' ଏକାଟରିନା ଟ୍ରୋଫିମୋଭନା ଲୁକାଶେଙ୍କୋ ରେଳବାଇର ଏକ ନିର୍ମାଣ ସ୍ଥଳରେ କାମ କରୁଥିଲେ । ପରେ ସେ ଋଷର ସୀମା ନିକଟରେ ଥିବା ବେଲାଋଷର ଏକ ଛୋଟ ଗାଁରେ ବସବାସ କଲେ ।

 ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋ ବେଲାଋଷ (Belarus) ର ଏକ ବିଶ୍ୱବିଦ୍ୟାଳୟରୁ କୃଷି ଅଧ୍ୟୟନ କରିଥିଲେ । ଏହା ପରେ ସେ ୧୯୭୫ରୁ ୧୯୭୭ ପର୍ଯ୍ୟନ୍ତ ଦୁଇ ବର୍ଷ ପାଇଁ ସୋଭିଏତ୍ ସେନାରେ ମଧ୍ୟ ଯୋଗ ଦେଇଥିଲେ । ସୋଭିଏତ୍ ସେନାରେ ଲୁକାଶେଙ୍କୋଙ୍କୁ ଡେପୁଟି ରାଜନୈତିକ ଅଧିକାରୀ ଭାବରେ ପୋଷ୍ଟ କରାଯାଇଥିଲା ।

ରାଷ୍ଟ୍ରପତି ହେବାର ଯାତ୍ରା

୧୯୯୦ରେ ଲୁକାଶେଙ୍କୋଙ୍କ ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା । ସେହି ସମୟରେ ଲୁକାଶେଙ୍କୋ ରିପବ୍ଲିକ ଅଫ୍ ବେଲାଋଷର ସର୍ବୋଚ୍ଚ ପରିଷଦର ଡେପୁଟି ଭାବରେ ନିର୍ବାଚିତ ହୋଇଥିଲେ। ୧୯୯୩ରେ ସେ ବେଲାଋଷ ସଂସଦର ଦୁର୍ନୀତି ନିବାରଣ କମିଟିର ମଧ୍ୟବର୍ତ୍ତୀକାଳୀନ ଚେୟାରମ୍ୟାନ୍ ଭାବରେ ନିଯୁକ୍ତ ହୋଇଥିଲେ ।

୧୯୯୪ରେ ବେଲାଋଷ (Belarus) ରେ ପ୍ରଥମ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପ୍ରଥମ ରାଉଣ୍ଡରେ ଲୁକାଶେଙ୍କୋ ୪୫ ପ୍ରତିଶତ ଓ ଦ୍ୱିତୀୟ ରାଉଣ୍ଡରେ ୮୦ ପ୍ରତିଶତରୁ ଅଧିକ ଭୋଟ୍ ପାଇଥିଲେ । ଲୁକାଶେଙ୍କୋ ଆରମ୍ଭରୁ ଋଷ (Russia) ର ନିକଟତର ହୋଇଥିଲେ ।

ବେଲାଋଷ (Belarus) ରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ୫ ବର୍ଷ ହୋଇଥାଏ । କିନ୍ତୁ ଲୁକାଶେଙ୍କୋଙ୍କ ପ୍ରଥମ କାର୍ଯ୍ୟକାଳ ୨ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା । ୨୦୦୧ରେ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଲୁକାଶେଙ୍କୋ ୭୫ ପ୍ରତିଶତରୁ ଅଧିକ ଭୋଟ୍ ପାଇ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ହୋଇଥିଲେ । ଏହା ପରେ ୨୦୦୬, ୨୦୧୧, ୨୦୧୫ ଏବଂ ୨୦୨୦ ନିର୍ବାଚନରେ ​​ଲୁକାଶେଙ୍କୋ ମଧ୍ୟ ଜିତିଥିଲେ ।

ଏହା ବି ପଢ଼ନ୍ତୁ:-ଭାରତୀୟ ଛାତ୍ରମାନଙ୍କୁ ବନ୍ଧକ ରଖିଛି ୟୁକ୍ରେନ? ଋଷର ଦାବିକୁ ନେଇ ଭାରତ ଦେଲା ଏହି ଜବାବ

ଏହା ବି ପଢ଼ନ୍ତୁ:-ଦଶନ୍ଧି ଧରି ନିରପେକ୍ଷ ଥିବା ଦେଶଗୁଡ଼ିକ ମଧ୍ୟ 'ଯୁଦ୍ଧ'ରେ ହେଲେ ସାମିଲ! ଜର୍ମାନୀ-ସ୍ୱିଡେନ ସମେତ ଏହି ୫ଟି ଦେଶ ନେଲେ ବଡ଼ ପଦକ୍ଷେପ

ଏହା ବି ପଢ଼ନ୍ତୁ:-BCCI ଜାରି କଲା ଭାରତୀୟ ଖେଳାଳିଙ୍କ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟ, ଏହି ସବୁ ଦିଗଜ ଖେଳାଳିଙ୍କୁ ହେଲା କ୍ଷତି

ଏହା ବି ପଢ଼ନ୍ତୁ:-ଋଷ ଦେଲା ଚାଞ୍ଚଲ୍ୟକର ବୟାନ, ଭାରତୀୟ ଛାତ୍ରମାନଙ୍କୁ ବନ୍ଧକ ରଖିଛି ୟୁକ୍ରେନ

 

୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ​​ଲୁକାଶେଙ୍କୋ ଷଷ୍ଠ ଥର ପାଇଁ ଜିତିଥିଲେ ଓ ଏହି ନିର୍ବାଚନରେ ଅନିୟମିତତା ହୋଇଥିବାର ବିରୋଧୀଦଳ ଅଭିଯୋଗ କରିଛନ୍ତି । ଆମେରିକାର ତତ୍କାଳୀନ ସଚିବ ମାଇକ ପୋମ୍ପିଓ ମଧ୍ୟ ଏହି ନିର୍ବାଚନକୁ ନେଇ ପ୍ରଶ୍ନ ଉଠାଇଥିଲେ । ବିରୋଧୀ ପ୍ରାର୍ଥୀ ଭିଏତଲାନା ସିଖାନୋଶକାୟା ଦାବି କରିଛନ୍ତି ଯେ ତାଙ୍କୁ ୬୦ରୁ ୭୦% ଭୋଟ୍ ମିଳିଛି ।

୨୦୨୦ରେ କୋଭିଡ ପରିଚାଳନାରେ ଅବ୍ୟବସ୍ଥା ଓ ନିର୍ବାଚନରେ ଅନିୟମିତତା ଅଭିଯୋଗ ଯୋଗୁଁ ବେଲାଋଷରେ ତୀବ୍ର ବିରୋଧ ପ୍ରଦର୍ଶନ କରାଯାଇଥିଲା । ପ୍ରାୟ ୭ ହଜାର ଲୋକଙ୍କୁ ଗିରଫ କରାଯାଇଥିଲା । ପାଶ୍ଚାତ୍ୟ ଗଣମାଧ୍ୟମ ଲୁକାଶେଙ୍କୋଙ୍କୁ 'ୟୁରୋପର ଶେଷ ଏକଛତ୍ରବାଦୀ ଶାସକ' ବୋଲି ବର୍ଣ୍ଣନା କରିଛି ।