ଚାଷୀଙ୍କ ପାଇଁ ଖୁସି ଖବର, ମୋଦି ସରକାର କଲେ ଏହି ବଡ଼ ଘୋଷଣା
Advertisement

ଚାଷୀଙ୍କ ପାଇଁ ଖୁସି ଖବର, ମୋଦି ସରକାର କଲେ ଏହି ବଡ଼ ଘୋଷଣା

ଏଠାରେ କହି ରଖୁଛୁ ଯେ, ଆଖୁ କ୍ରୟ ମୂଲ୍ୟକୁ ଫେୟାର ଆଣ୍ଡ ରିମୁନେରେଟିଭ୍ ପ୍ରାଇସ୍ (FRP) ଭାବରେ ଘୋଷଣା କରାଯାଇଥାଏ । ଚିନି ବର୍ଷ(Sugar Year) ପ୍ରତିବର୍ଷ  ପହିଲା ଅକ୍ଟୋବରରୁ ଆରମ୍ଭ ହୋଇ ଆସନ୍ତା ବର୍ଷ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିଥାଏ । ଗତ ବର୍ଷ କ୍ରୟ ମୂଲ୍ୟ ବୃଦ୍ଧି ବିରୋଧରେ କୃଷକମାନେ ବିରୋଧ କରିଥିଲେ । FRP ହେଉଛି ସେହି ମୂଲ୍ୟ ହୋଇଥାଏ, ଯେଉଁ ଦରରେ ଚିନି ମିଲ୍ ଚାଷୀଙ୍କ ଠାରୁ ଆଖୁ କିଣନ୍ତି ।

ଚାଷୀଙ୍କ ପାଇଁ ଖୁସି ଖବର, ମୋଦି ସରକାର କଲେ ଏହି ବଡ଼ ଘୋଷଣା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Modi)ଙ୍କ ଅଧ୍ୟକ୍ଷତାରେ ଆଜି(ବୁଧବାର) ସକାଳେ ଆୟୋଜିତ ଏକ କ୍ୟାବିନେଟ ବୈଠକରେ ଆଖୁ ଚାଷୀଙ୍କ ପାଇଁ ଏକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି । ଚାଷୀଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୋଦି ସରକାର(Modi Govt) ଏକ ବଡ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ଆଖୁ(Sugarcane)ର FRP କୁଇଣ୍ଟାଲ ପିଛା ୧୦ ଟଙ୍କାକୁ ବୃଦ୍ଧି କରିଛନ୍ତି । 

ଏଠାରେ କହି ରଖୁଛୁ ଯେ, ଆଖୁ କ୍ରୟ ମୂଲ୍ୟକୁ ଫେୟାର ଆଣ୍ଡ ରିମୁନେରେଟିଭ୍ ପ୍ରାଇସ୍ (FRP) ଭାବରେ ଘୋଷଣା କରାଯାଇଥାଏ । ଚିନି ବର୍ଷ(Sugar Year) ପ୍ରତିବର୍ଷ  ପହିଲା ଅକ୍ଟୋବରରୁ ଆରମ୍ଭ ହୋଇ ଆସନ୍ତା ବର୍ଷ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିଥାଏ । ଗତ ବର୍ଷ କ୍ରୟ ମୂଲ୍ୟ ବୃଦ୍ଧି ବିରୋଧରେ କୃଷକମାନେ ବିରୋଧ କରିଥିଲେ । FRP ହେଉଛି ସେହି ମୂଲ୍ୟ ହୋଇଥାଏ, ଯେଉଁ ଦରରେ ଚିନି ମିଲ୍ ଚାଷୀଙ୍କ ଠାରୁ ଆଖୁ କିଣନ୍ତି ।

ଅଧିକ  ପଢ଼ନ୍ତୁ:-ଖୁସି ଖବର: ଏହି ରାଜ୍ୟରେ ବିନା ସୁଧରେ ଚାଷୀଙ୍କୁ ମିଳିବ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ

ପ୍ରାୟ ୨୦ ହଜାର କୋଟି ଆଖୁ ଚାଷୀଙ୍କ ଚିନି ମିଲ ଉପରେ ବକୟା ରହିଛି । ଏଭଳି ପରିସ୍ଥିତିରେ କୃଷକମାନେ FRP ବୃଦ୍ଧିରୁ କେତେ ଲାଭ ପାଇବେ ତାହା କହିବା ଅତ୍ୟନ୍ତ କଷ୍ଟକର । ମୋଦି ସରକାରଙ୍କ ଏହି ନିଷ୍ପତ୍ତି ପରେ ଆଖୁ କ୍ରୟ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୮୫ ଟଙ୍କାକୁ ବୃଦ୍ଧି ହୋଇଯାଇଛି । ଏହାପୂର୍ବରୁ ୨୦୧୯-୨୦ରେ ୨୦୧୯-୧୮ ତୁଳନାରେ କ୍ରୟ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା ।

ଅଧିକ ପଢ଼ନ୍ତୁ:-ରାଜସ୍ଥାନରୁ ଆସିଲା ବଡ଼ ଖବର, ରାଜ୍ୟ କଂଗ୍ରେସରେ ବଡ଼

ଆପଣଙ୍କୁ କହିରଖୁଛୁ ଯେ, ଏଫଆରପି ବ୍ୟତୀତ ରାଜ୍ୟ ସରକାର ମଧ୍ୟ ସେମାନଙ୍କ ତରଫରୁ କୃଷକଙ୍କ ପାଇଁ ଆଖୁ ଦର ନିର୍ଣ୍ଣୟ କରନ୍ତି । ଏହାକୁ SAP କୁହାଯାଏ (ରାଜ୍ୟ ପରାମର୍ଶିତ ମୂଲ୍ୟ) କୁହାଯା । ଗତବର୍ଷ ୨୦୧୯-୨୦ ପାଇଁ ଉତ୍ତରପ୍ରଦେଶ ସରକାର ଆଖୁ ରାଜ୍ୟର ପରାମର୍ଶିତ ମୂଲ୍ୟ(SAP) କୁଇଣ୍ଟାଲ ପିଛା ୩୨୫ ଟଙ୍କା ପର୍ଯ୍ୟନ୍ତ ସ୍ଥିର କରିଛନ୍ତି । ଆଖତି ପ୍ରଜାତି ପାଇଁ ଆଖୁ ମୂଲ୍ୟ ୩୨୫ ଟଙ୍କା, ସାଧାରଣ ପ୍ରଜାତି ପାଇଁ ୩୧୫ ଏବଂ ଅନୁପଯୁକ୍ତ ପ୍ରଜାତି ପାଇଁ ୩୧୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା ।